- No events to show[ More Details ]
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | 5 | ||
6 | 7 | 8 | 9 | 10 | 11 | 12 |
13 | 14 | 15 | 16 | 17 | 18 | 19 |
20 | 21 | 22 | 23 | 24 | 25 | 26 |
27 | 28 | 29 | 30 |
Development - Rourkela News

କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଦ୍ୱାରା ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ
Date : 21 Jul, 2017
କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଦ୍ୱାରା ବହୁ ପ୍ରତିକ୍ଷୀତ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ୩ ଲାଇନ୍ ବିଶିଷ୍ଟ ଦୁଇଟି ସେତୁ ନିର୍ମାଣ ସହିତ ରାଉରକେଲାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ଯାଇଥିବା ୧୪୩ନଂ ଜାତୀୟ ରାଜପଥର ପ୍ରଶସ୍ତୀକରଣ ଓ ୪ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ରାଉରକେଲାଠାରେ ସମ୍ପନ୍ନ ହୋଇଛି। ରାଉରକେଲାର ବାଲୁଘାଟ ସ୍ଥିତ ରୁପଟୋଲା ଫୁଟ୍ବଲ୍ ପଡ଼ିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଭୂପୃଷ୍ଟ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଦୁଇଟି ୩-ଲାଇନ୍ ବିଶିଷ୍ଟ ବ୍ରାହ୍ମଣୀ ସେତୁ ସମେତ ରାଉରକେଲାଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ୧୪୩ନଂ ଜାତୀୟ ରାଜପଥର ୨୯ କିଲୋମିଟର୍ ରାସ୍ତା ନିର୍ମାଣ ପାଇଁ ଭୂମିପୂଜନ ଓ କନକତୋରା ଝାରସୁଗୁଡ଼ା ଜାତୀୟ ୪୯ ନଂ ଜାତୀୟ ରାଜପଥର ପ୍ରାୟ ୬୭ କିଲୋମିଟର ପ୍ରଶସ୍ତୀକରଣ କାର୍ଯ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀତ କରିଛନ୍ତି। ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ପ୍ରାୟ ୩୮୨ କୋଟି ଟଙ୍କା ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହେବାକୁ ଥିବା ପୂରାତନ ଜାତୀୟ ରାଜପଥ ନଂ ୨୩ ଓ ନୂତନ ନଂ ୧୪୩ର ରାଉରକେଲାରୁ ବୀରମିତ୍ରପୁର ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ହାଇଦେରାବାଦ୍ର ଜିକେସି କମ୍ପାନୀକୁ ଦିଆଯାଇଛି।

ରାଉରକେଲାଠାରେ ପାସ୍ପୋର୍ଟ ସେବା ଶିବିର ଉଦ୍ଘାଟିତ
Date : 1 Jul, 2016
ରାଉରକେଲାଠାରେ ପାସପୋର୍ଟ ସେବା ଶିବିର ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି।

ଜୁଲାଇ ୧ ତାରିଖରୁ ୨ ମାସ ପାଇଁ ରାଉରକେଲାରେ ପାସ୍ପୋର୍ଟ ସେବା ଶିବିର
Date : 30 Jun, 2016
ଜୁଲାଇ ୧ ତାରିଖରୁ ଦୁଇମାସ ପାଇଁ ରାଉରକେଲାଠାରେ ପାସପୋର୍ଟ ସେବା ଶିବିର ଅନୁଷ୍ଠିତ ହେବ।
ରେଳ ବିଭାଗ ପକ୍ଷରୁ ୨୬ରୁ ‘ରେଳ ହମ୍ସଫର୍’ ସପ୍ତାହ ପାଳନ
Date : 25 May, 2016
ଆସନ୍ତା ୨୬ ତାରିଖରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ରେଳମନ୍ତ୍ରାଳୟ ପକ୍ଷରୁ ‘ରେଳ ହମ୍ସଫର୍’ ସପ୍ତାହ ପାଳିତ ହେବ।

ଓଡ଼ିଶାରେ ଉଦ୍ୟୋଗ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ନୂତନ ସମ୍ଭାବନା ଓ ସୁଯୋଗ ବାବଦରେ ପ୍ରଥମ ସଚେତନତା କର୍ମଶାଳା ରାଉରକେଲାରୁ ଆରମ୍ଭ
Date : 25 Apr, 2016
ଓଡ଼ିଶାରେ ନୂତନ ଉଦ୍ୟୋଗ ଓ ଶିଳ୍ପ ପ୍ରତିଷ୍ଠା ସହିତ ରାଜ୍ୟରେ ଥିବା ବିଭିନ୍ନ ଉଦ୍ୟୋଗ ଓ ଶୁଳ୍ପାନୁଷ୍ଠାନଗୁଡ଼ିକପାଇଁ ଅଧିକ ସୁଯୋଗ ପ୍ରଦାନ ନିମନ୍ତେ ୨୦୧୫ ମସିହାରେ ରାଜ୍ୟ ସରକାର କେତେକ ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି।
ଆସନ୍ତା ୧୭ ତାରିଖରେ ବିପିୟୁଟିର ୭ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ : ୮ଜଣ ଏମ୍ଟେକ୍ ଛାତ୍ରଛାତ୍ରୀଙ୍କ ସମେତ ୫୧ଜଣଙ୍କୁ ମିଳିବ ସ୍ୱର୍ଣ୍ଣପଦକ
Date : 7 Apr, 2016
ରାଉରକେଲାରେ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୭ ତାରିଖରେ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।
ରାଉରକେଲାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ତୃତୀୟ ରେଳ ଲାଇନ୍ ନିର୍ମାଣ ପାଇଁ ଶିଳାନ୍ୟାସ
Date : 5 Mar, 2016
ଦେଶର ଅନ୍ୟତମ ପୂରାତନ ରେଳ ଲାଇନ୍ ଭାବେ ପରିଚିତ ମୁମ୍ବାଇ – ହାଓଡ଼ା ରେଳପଥ ଅନ୍ତର୍ଗତ ରାଉରକେଲା-ଝାରସୁଗୁଡ଼ା ରେଳ ସେକ୍ସନ୍ରେ ତୃତୀୟ ରେଳ ଲାଇନ୍ ନିର୍ମାଣ ପାଇଁ ଆଜି ରାଉରକେଲାଠାରେ ଶିଳାନ୍ୟାସ ହୋଇଯାଇଛି।

ରାଉରକେଲା ବିମାନ କ୍ଷେତ୍ରରେ ନୂତନ ବିମାନ ଇନ୍ଧନ କେନ୍ଦ୍ର ଉଦ୍ଘାଟିତ
Date : 5 Mar, 2016
ଭାରତୀୟ ତୈଳ ନିଗମ ପକ୍ଷରୁ ରାଉରକେଲା ବିମାନ କ୍ଷେତ୍ରଠାରେ ସ୍ଥାପିତ ୧୦୦ତମ ବିମାନ ଇନ୍ଧନ କେନ୍ଦ୍ରକୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦ୍ଘାଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ
Date : 24 Feb, 2016
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ରାଉରକେଲା ଗସ୍ତ ସମୟରେ ମୋଟ ୫ଟି ନିର୍ମାଣ ଶେଷ ହୋଇଥିବା ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୧୨ଟି ନୂତନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ : ଏକାଧିକ କାର୍ଯ୍ୟକ୍ରମରେ ଯୋଗଦାନ
Date : 24 Feb, 2016
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଯାଇଛନ୍ତି। ସ୍ଥାନୀୟ ବିର୍ସା ମଇଦାନଠାରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ତାଙ୍କ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି କହିଥିଲେ।