- No events to show[ More Details ]
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | 5 | ||
6 | 7 | 8 | 9 | 10 | 11 | 12 |
13 | 14 | 15 | 16 | 17 | 18 | 19 |
20 | 21 | 22 | 23 | 24 | 25 | 26 |
27 | 28 | 29 | 30 |
Featured - Rourkela News

କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଦ୍ୱାରା ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ
Date : 21 Jul, 2017
କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଦ୍ୱାରା ବହୁ ପ୍ରତିକ୍ଷୀତ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ୩ ଲାଇନ୍ ବିଶିଷ୍ଟ ଦୁଇଟି ସେତୁ ନିର୍ମାଣ ସହିତ ରାଉରକେଲାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ଯାଇଥିବା ୧୪୩ନଂ ଜାତୀୟ ରାଜପଥର ପ୍ରଶସ୍ତୀକରଣ ଓ ୪ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ରାଉରକେଲାଠାରେ ସମ୍ପନ୍ନ ହୋଇଛି। ରାଉରକେଲାର ବାଲୁଘାଟ ସ୍ଥିତ ରୁପଟୋଲା ଫୁଟ୍ବଲ୍ ପଡ଼ିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଭୂପୃଷ୍ଟ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଦୁଇଟି ୩-ଲାଇନ୍ ବିଶିଷ୍ଟ ବ୍ରାହ୍ମଣୀ ସେତୁ ସମେତ ରାଉରକେଲାଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ୧୪୩ନଂ ଜାତୀୟ ରାଜପଥର ୨୯ କିଲୋମିଟର୍ ରାସ୍ତା ନିର୍ମାଣ ପାଇଁ ଭୂମିପୂଜନ ଓ କନକତୋରା ଝାରସୁଗୁଡ଼ା ଜାତୀୟ ୪୯ ନଂ ଜାତୀୟ ରାଜପଥର ପ୍ରାୟ ୬୭ କିଲୋମିଟର ପ୍ରଶସ୍ତୀକରଣ କାର୍ଯ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀତ କରିଛନ୍ତି। ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ପ୍ରାୟ ୩୮୨ କୋଟି ଟଙ୍କା ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହେବାକୁ ଥିବା ପୂରାତନ ଜାତୀୟ ରାଜପଥ ନଂ ୨୩ ଓ ନୂତନ ନଂ ୧୪୩ର ରାଉରକେଲାରୁ ବୀରମିତ୍ରପୁର ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ହାଇଦେରାବାଦ୍ର ଜିକେସି କମ୍ପାନୀକୁ ଦିଆଯାଇଛି।
ରାଉରକେଲା ଦେଇ ଯାଉଥିବା ୪ଯୋଡ଼ା ଏକ୍ସପ୍ରେସ୍ ଟ୍ରେନ୍ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ୍
Date : 13 Jun, 2017
ଗତ କିଛିବର୍ଷ ହେଲା ଝାଡ଼ଖଣ୍ଡ ରାଜ୍ୟର ଧାନବାଦ-ଚନ୍ଦ୍ରପୁରା ରେଳ ସେକ୍ସନ ମଧ୍ୟରେ ଥିବା କୋଇଲା ଖଣି ଅଞ୍ଚଳରେ ନିଆଁ ଲାଗିବା ଏକ ନିୟମିତ ଘଟଣା ହୋଇଛି। ଏହି କାରଣରୁ ବ୍ୟାପକ ଆଲୋଚନା ପରେ ରେଳବାଇ ବୋର୍ଡ ପକ୍ଷରୁ ଧାନବାଦ-ଚନ୍ଦ୍ରପୁରା ରେଳ ସେକ୍ସନକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏହା ଯୋଗୁଁ ମୋଟ ୭ଯୋଡ଼ା ଏକ୍ସପ୍ରେସ୍ ଟ୍ରେନ୍ର ଯାତାୟତ ରାସ୍ତାକୁ ପରିବର୍ତ୍ତନ କରାଯାଇଥିଲାବେଳେ ୧୩ଯୋଡ଼ା ଟ୍ରେନ୍ର ଯାତାୟତକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ୍ କରିଦିଆଯାଇଛି। ସେହିପରି ମୋଟ ୬ ଯୋଡ଼ା ପାସେଞ୍ଜର୍ ଟ୍ରେନ୍ ଚଳାଚଳକୁ ବାତିଲ୍ କରାଯାଇଛି। ଏହି କ୍ରମରେ ଇସ୍ପାତ ସହର ରାଉରକେଲା ଦେଇ ଯାଉଥିବା ମୋଟ ୪ଯୋଡ଼ା ଟେନ୍କୁ ବାତିଲ୍ କରାଯାଇଛି। ତାହା ମଧ୍ୟରେ ଅଛି ୧୨୮୩୧/୩୨ ଧାନବାଦ-ଭୁବନେଶ୍ୱର-ଧାନବାଦ ଗରିବ ରଥ, ୧୭୦୦୭/୦୮ ସିକନ୍ଦରାବାଦ-ଦରଭଙ୍ଗା-ସିକନ୍ଦରାବାଦ ଏକ୍ସପ୍ରେସ୍, ୧୭୦୦୫/୦୬ ହାଇଦେରାବାଦ୍-ରକ୍ସାଉଲ୍-ହାଇଦେରାବାଦ୍ ଏକ୍ସପ୍ରେସ୍ ଓ ୧୩୪୨୫/୨୬ ସୁରାଟ-ମାଲ୍ଦା ଟାଉନ୍-ସୁରାଟ ଏକ୍ସପ୍ରେସ୍ ।

ଉପରାଷ୍ଟ୍ରପତି ହମିଦ୍ ଆନ୍ସାରୀଙ୍କ ଦ୍ୱାରା ରାଉରକେଲାରେ ହକି ମହାକୁମ୍ଭ ଉଦ୍ଘାଟିତ
Date : 10 Dec, 2016
ଉପରାଷ୍ଟ୍ରପତି ହମିଦ୍ ଆନ୍ସାରୀଙ୍କ ଦ୍ୱାରା ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳ ହକି ମହାକୁମ୍ଭ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ରେ ଉଦ୍ଘାଟିତ ହୋଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଆନ୍ସାରୀ କହିଲେ ଯେ-ଓଡ଼ିଶାର ହକି ଖେଳର ଇତିହାସ ବେଶ୍ ପ୍ରସିଦ୍ଧ କାରଣ ବିଗତ ଦିନରେ ଅନେକ ଉଦୀୟମାନ ଖେଳାଳି ଏହି ରାଜ୍ୟରୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଛନ୍ତି। ସେହିଭଳି ଆସନ୍ତା ଦିନରେ ଏହି ଅଞ୍ଚଳରୁ ଅଧିକରୁ ଅଧିକ ହକି ଖେଳାଳି ନିଜର ପ୍ରତିଭା ପ୍ରଦର୍ଶନ କରିବାରେ ସଫଳ ହେବେ ବୋଲି ଶ୍ରୀ ଆନ୍ସାରୀ ଆଶାବ୍ୟକ୍ତ କରିଥିଲେ।
ରାଉରକେଲା ମହାନଗର ନିଗମ ଗଠନର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ
Date : 16 Feb, 2016
ଓଡ଼ିଶାର ସଂଖ୍ୟାଧିକ ପୌରପାଳିକା ଓ ବିଜ୍ଞାପିତ ପରିଷଦରେ ୨୦୦୮ରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ସରିବା ପରେ ନୂତନ ପ୍ରତିନିଧିମାନଙ୍କ ପାଇଁ ନିର୍ବାଚନ ୨୦୧୩ ମସିହା ସେପ୍ଟେମ୍ବର-ଅକ୍ଟୋବର୍ ମାସରେ ହୋଇଥିଲା। ସେହି ସମୟରେ ସୁନ୍ଦରଗଡ଼ ଜିଲ୍ଲାର ୪ଟି ପୌରାଞ୍ଚଳ ମଧ୍ୟରୁ ରାଉରକେଲା ବ୍ୟତୀତ ଅନ୍ୟ ସବୁ ପୌରାଞ୍ଚଳ ପାଇଁ ନିର୍ବାଚନ ହୋଇ ବିଭିନ୍ନ ୱାର୍ଡରୁ ପ୍ରତିନିଧିମାନେ ନିର୍ବାଚିତ ହେବା ସହିତ ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷ ମଧ୍ୟ ନିର୍ବାଚିତ ହୋଇଥିଲେ। ସେହି ସମୟରେ ରାଉରକେଲାକୁ ମହାନଗର ନିଗମ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏଠାରେ ଥିବା ପୌରପାଳିକା ପାଇଁ ନିର୍ବାଚନ କରାଯାଇ ନଥିଲା। ପରେ ନଭେମ୍ବର ୨୦୧୩ ମସିହାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ମୁତାବକ ରାଉରକେଲାକୁ ମହାନଗର ନିଗମରେ ପରିଣତ କରାଯିବା ନେଇ ଘୋଷଣା ହୋଇଥିଲା।
ସାମୁହିକ ସ୍ୱାର୍ଥ ସାଧନ ଦିଗରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ସ୍ୱର କ୍ଷୀଣ
Date : 26 May, 2015
ବେଶ୍ କିଛିବର୍ଷ ହେଲା ରାଉରକେଲା ସହର ଓ ଆଖପାଖ ଅଞ୍ଚଳର ବିକାଶ ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ। ବିଶେଷ କରି ଭିତ୍ତିଭୂମି ତଥା ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମସଂସ୍ଥାନ ଯୋଗାଇବା ନିମନ୍ତେ ବିଗତ କିଛିବର୍ଷ ମଧ୍ୟରେ କୌଣସି ଆଖିଦୃଶିଆ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଏକଦା ରାଜ୍ୟର ଶିଳ୍ପ ରାଜଧାନୀଭାବେ ପରିଚିତ ରାଉରକେଲା ଓ ଆଖପାଖ ଅଞ୍ଚଳରେ ଗଢ଼ିଉଠିଥିବା ଅନେକ ଶିଳ୍ପାନୁଷ୍ଠାନ ଏବେ ରୁଗ୍ଣ ବା ବନ୍ଦ ହୋଇଯାଇଛି। ଏହା ଫଳରେ ଏକଦା ରୋଜଗାର ଆଶାରେ ଏଠାକୁ ଆସୁଥିବା ଏବଂ ଏହି ଅଞ୍ଚଳରେ ଥିବା ଶିକ୍ଷିତ ବେକାରମାନଙ୍କର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଏଠାରେ ରହିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନାରେ ଅଳ୍ପ କିଛି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଧୁନିକୀକୃତ ଏବଂ ସମ୍ପ୍ରସାରିତ ଆର୍ଏସ୍ପି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ
Date : 1 Apr, 2015
ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ଆଧୁନିକୀକୃତ ଏବଂ ସମ୍ପ୍ରସାରିତ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ଫଳରେ ରାଉରକେଲା ଇସ୍ପାତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୨ନିୟୁତ ଟନ୍ରୁ ୪.୫ ନିୟୁତ ଟନ୍ରେ ପହଞ୍ଚିଛି। ଏହାସହିତ ୧୨ହଜାର କୋଟି ଟଙ୍କା ବ୍ୟୟରେ ହୋଇଥିବା ସମ୍ପ୍ରସାରିତ ଆର୍ଏସ୍ପିର ବିଭିନ୍ନ ନୂତନ ବିଭାଗଗୁଡ଼ିକୁ ସେ ବୁଲି ଦେଖିଥିଲେ। ପରେ ସ୍ଥାନୀୟ ବିମାନକ୍ଷେତ୍ର ନିକଟରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଗତବର୍ଷ ଅପ୍ରେଲ୍ ୪ତାରିଖରେ ନିର୍ବାଚନୀ ସଭାରେ ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇଥିଲେ। ସେହି ପ୍ରତିଶ୍ରୁତି ମୁତାବକ ସେଲ୍ ଅଧିନସ୍ଥ ସ୍ଥାନୀୟ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍କୁ ଏକ ମେଡିକାଲ୍ କଲେଜ୍ ତଥା ସୁପର ସ୍ପେଶିଆଲିଟି ହସ୍ପିଟାଲ୍ରେ ପରିଣତ କରାଯିବ ବୋଲି ସୂଚନା ଦେଇଥିଲେ।
ରାଉରକେଲା ରାଜ୍ୟ ସରକାରଙ୍କ ସାବତ ପୁଅ: ବିକାଶ ଓ ଉନ୍ନୟନ ପାଇଁ କାହାରି ଚିନ୍ତା ନାହିଁ
Date : 8 May, 2014
୧୯୫୯ ମସିହାରେ ଦେଶର ପ୍ରଥମ ରାଷ୍ଟ୍ରାୟତ ଉଦ୍ୟୋଗ ଅଧିନସ୍ଥ ଇସ୍ପାତ କାରଖାନା ରାଉରକେଲାରେ ସ୍ଥାପିତ ହୋଇଥିଲା ଏହାପରେ ଏହି ସହର ଓଡ଼ିଶା ସମେତ ଦେଶରେ ଏକ ପ୍ରମୁଖ ସ୍ଥାନ ଭାବେ ପରିଚିତି ଲାଭ କଲା କିନ୍ତୁ ପରବର୍ତ୍ତୀ ସମୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏଠାରୁ ପ୍ରତିନିଧିତ୍ବ କରିଥିଲେ ମଧ୍ୟ ବିଗତ ୫୫ବର୍ଷ ମଧ୍ୟରେ ଏହି ସହର ଓ ଏହାର ଆଖପାଖ ଅଞ୍ଚଳର ବିକାଶ ପ୍ରତି ସମସ୍ତେ ଅଣହେଳା କରିଆସିଛନ୍ତି ବିଶେଷ କରି ବିଗତ ୧୦ବର୍ଷ ଧରି ଏହି ସହରକୁ ପ୍ରତିନିଧିତ୍ବ କରୁଥିବା ଶାସକ ବିଜେଡି ଦଳର ପ୍ରତିନିଧିଙ୍କ ଏହି ଅଞ୍ଚଳର ବିକାଶ ଓ ଉନ୍ନୟନ ପ୍ରତି ଅବହେଳା ସମସ୍ତ ରେକର୍ଡ ଅତିକ୍ରମ କରିଛି
ସୁନ୍ଦରଗଡ଼ ଜିଲ୍ଲା ପ୍ରତି ବେମାତୃକ ମନୋଭାବର ଆଉ ଏକ ନମୁନା
Date : 23 Apr, 2014
* ରାଉରକେଲାରେ ଥିବା ହକି ଉତ୍କର୍ଷ କେନ୍ଦ୍ର ଭୁବନେଶ୍ବରକୁ ଉଠିବ! *
ରାଉରକେଲା: ବିଗତ କିଛିଦିନ ହେଲା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାକୁ ବାରମ୍ବାର ଅବହେଳା କରାଯାଉଥିବା ନେଇ ଏକାଧିକ ଉଦାହରଣ ଦେଖିବାକୁ ମିଳିଛି ଏହି କ୍ରମରେ ସଦ୍ୟତମ ଉଦାହରଣ ହେଉଛି ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଥିବା ହକି ଖେଳ ପାଇଁ ସେଣ୍ଟର୍ ଅଫ୍ ଏକ୍ସସେଲେନ୍ସ ବା ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ପାନପୋଷ କ୍ରୀଡ଼ା ଛାତ୍ରାବାସର ଜଣେ ବରିଷ୍ଠ ପ୍ରଶିକ୍ଷକଙ୍କ ସୂଚନା ମୁତାବକ ଉକ୍ତ କେନ୍ଦ୍ରଟି ଚଳିତମାସ ପହିଲାରୁ ଭୁବନେଶ୍ବରକୁ ଉଠିଯିବା ନିମନ୍ତେ ସମସ୍ତ ଯୋଜନା ହୋଇଥିଲା କିନ୍ତୁ ଚଳିତ ମାସ ରାଜ୍ୟରେ ନିର୍ବାଚନ ହେଉଥିବାରୁ ଆସନ୍ତା ମାସ ଅର୍ଥାତ୍ ମଇ ମାସ ୧ତାରିଖରୁ ଏହି କେନ୍ଦ୍ର ଭୁବନେଶ୍ବରକୁ ଉଠିଯିବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି
ରାଉରକେଲାରେ ଇଏସ୍ଆଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତେଜିଲା
Date : 21 Mar, 2014
୨୦୦୯ ମସିହାରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ବୀମା ନିଗମ(ଇଏସ୍ଆଇ) ପକ୍ଷରୁ ଓଡ଼ିଶାରେ ପ୍ରସ୍ତାବିତ ମେଡିକାଲ୍ କଲେଜ୍ ଓ ସୁପସ୍ପେଶିଆଲିଟି ହସ୍ପିଟାଲ୍କୁ ରାଉରକେଲାରେ ପ୍ରତିଷ୍ଠା ପାଇଁ ଆନ୍ଦୋଳନ, ବିକ୍ଷୋଭ ଓ ଦାବି ଆଦି ହୋଇଆସୁଛି କିନ୍ତୁ ଗତ ମାସରେ ଏହି ଦାବିକୁ ଅଣଦେଖା କରି ଭୁବନେଶ୍ବରଠାରେ ଉକ୍ତ ଅନୁଷ୍ଠାନ ସ୍ଥାପନା ନିମନ୍ତେ ଶିଳାନ୍ୟାସ ବିରୋଧରେ ରାଉରକେଲା ଓ ଆଖପାଖ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏହାର ଫଳସ୍ବରୂପ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ ବୀମାଭୁକ୍ତ ଶ୍ରମିକମାନଙ୍କର ପକ୍ଷରୁ ୩୦ ହଜାରରୁ ଊର୍ଦ୍ଧ୍ବ ଦସ୍ତଖତ ଏକତ୍ରିତ କରାଯାଇଛି ରାଉରକେଲା ତଥା ଆଖପାଖ ଅଞ୍ଚଳରେ ଥିବା ସଂଖ୍ୟାଧିକ ବୀମାଭୁକ୍ତ ସଦସ୍ୟମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଇଏସ୍ଆଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ରାଉରକେଲାରେ ସ୍ଥାପନା କରିବା ପାଇଁ ତୁରନ୍ତ ସକାରାତ୍ମକ ପଦକ୍ଷେପ ଓ ବ୍ୟବସ୍ଥା ଦାବିରେ ଆଜି ବୀମାଭୁକ୍ତ ସଦସ୍ୟମାନେ ସ୍ଥାନୀୟ ମଡେଲ୍ ହସ୍ପିଟାଲ୍ ସମ୍ମୁଖରେ ଏକତ୍ରିତ ହୋଇଥିଲେ
ରାଉରକେଲାରେ ଇଏସ୍ଆଇ ମେଡିକାଲ୍ କଲେଜ୍ ହେବା ଆଶା ନୋହିଲା
Date : 3 Mar, 2014
୨୦୦୮ ମସିହାରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ବୀମା ନିଗମ(ଇଏସ୍ଆଇ) ପକ୍ଷରୁ ବୀମାଭୁକ୍ତ ଶ୍ରମିକ କର୍ମଚାରୀମାନଙ୍କ ପ୍ରଦତ୍ତ ଗଚ୍ଛିତ ଅର୍ଥରୁ ସମଗ୍ର ଦେଶର ୧୧ଟି ସ୍ଥାନରେ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ଓ ମେଡିକାଲ୍ କଲେଜ୍ ସ୍ଥାପନା ପାଇଁ ଘୋଷଣା କରିଥିଲେ ପରେ ଓଡ଼ିଶା ପାଇଁ ଏହି ଅନୁଷ୍ଠାନ ଭୁବନେଶ୍ବରରେ ସ୍ଥାପନା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ ଏହା ପରେ ସମଗ୍ର ରାଜ୍ୟର ସଂଖ୍ୟାଧିକ ବୀମାଭୁକ୍ତ ଶ୍ରମିକ ରାଉରକେଲା ତଥା ଆଖପାଖ ଅଞ୍ଚଳରେ ରହିଥିବାରୁ ଏହି ଅନୁଷ୍ଠାନକୁ ରାଉରକେଲାରେ ସ୍ଥାପନା କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ଅନେକ ଥର ବିକ୍ଷୋଭ ଓ ଧାରଣା ଆଦି ଅନୁଷ୍ଠିତ ହେବା ସହ ଦାବି ମଧ୍ୟ ହୋଇଆସୁଛି