Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Sunny, 32 C

Forecast:
Mon - Clear. High: 29 Low: 14
Tue - Sunny. High: 32 Low: 14

Full Forecast at Yahoo! Weather
ARCHIVE
February 2012
M T W T F S S
« Jan    
 12345
6789101112
13141516171819
20212223242526
272829  

Featured - Rourkela News

Pages: 1 2 3 4 ...6 7 Next

ବୃହତ୍ତର ରାଉରକେଲା ଗଠନ ଓ ସହର ବିକାଶ ପାଇଁ ନୂତନ ବର୍ଷ ଏକ ଆହ୍ବାନ

Date : 4 Jan, 2012

ଇତି ମଧ୍ୟରେ ଘଟଣା ବହୁଳ ୨୦୧୧ ବର୍ଷ ଶେଷ ହୋଇଛି୤ ଏହି ବର୍ଷ ଇସ୍ପାତ ସହର ରାଉରକେଲା ପାଇଁ ମିଶ୍ରିତ ଫଳ ଆଣିଦେଇଛି୤ ଗୋଟିଏ ପଟେ ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲାବେଳେ ଅନ୍ୟ ପକ୍ଷରେ ରାଜନୈତିକ ଇଚ୍ଛାଶକ୍ତି ଏବଂ ସରକାରୀ ଅଧିକାରୀମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ବିକାଶ ପ୍ରକ୍ରିୟାର ସୁଫଳ ମିଳିନାହିଁ୤ ୫୦ ଦଶକରେ ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ରାଉରକେଲାରେ ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧିନରେ ଇସ୍ପାତ କାରଖାନା ସ୍ଥାପନା ପରେ ଏହି ସହର ସମଗ୍ର ଦେଶ ଏବଂ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ହାସଲ କଲା୤ ସମୟ କ୍ରମେ ଏହି ସହରର ବିକାଶ ପ୍ରକ୍ରିୟା ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଏବଂ ପୌରପାଳିକା ହାତରେ ନ୍ୟସ୍ତ ହେଲା୤

9 comments | Continued
ଶିକ୍ଷାର୍ଥୀମାନଙ୍କ ପାଇଁ ରାଉରକେଲା ଦେଶର ଯେକୌଣସି ସହର ଅପେକ୍ଷା ଅଧିକ ପ୍ରେରଣାଦାୟୀ

ଶିକ୍ଷାର୍ଥୀମାନଙ୍କ ପାଇଁ ରାଉରକେଲା ଦେଶର ଯେକୌଣସି ସହର ଅପେକ୍ଷା ଅଧିକ ପ୍ରେରଣାଦାୟୀ

Date : 20 Dec, 2011

ରାଉରକେଲା ପରି ଏକ ସର୍ବଭାରତୀୟ ସହରର ବିଦ୍ୟାର୍ଥୀମାନେ ଦେଶର କୌଣସି ସହରର ବିଦ୍ୟାର୍ଥୀଙ୍କ ତୁଳନାରେ ବେଶ୍ ଆଗରେ୤ କାରଣ ଏଠାରେ ଜାତି, ଧର୍ମ ଓ ବର୍ଣ୍ଣର ଯେଉଁ ଅପୂର୍ବ ସମନ୍ବୟ ଦେଖିବାକୁ ମିଳେ ତାହା ପ୍ରାୟତଃ ଦେଶର ଅନ୍ୟ କୌଣସି ସହରରେ ମିଳେ ନାହିଁ ବୋଲି ହରିଶ କହିଛନ୍ତି୤ ସର୍ବଦା ନିଜ କାମ ନିଜେ କରିବାକୁ ପସନ୍ଦ କରୁଥିବା ହରିଶ ଜଣେ ଆନ୍ତର୍ଜାତୀୟ ପ୍ରତିଷ୍ଠିତ ଶକ୍ତି ସଂରକ୍ଷଣ ସମ୍ପର୍କିତ ବିଶେଷଜ୍ଞ ହୋଇଥିଲେ ମଧ୍ୟ ସବୁବେଳେ ନିରାଡମ୍ବର ଭାବେ ରହିବାକୁ ପସନ୍ଦ କରିଥାନ୍ତି୤ ଯୁବକମାନଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ଭାବେ କାର୍ଯ୍ୟ କରିବା ନିମନ୍ତେ ଆଗ୍ରହୀ ହରିଶ ନିଜେ ପାଠପଢ଼ିଥିବା ବିଦ୍ୟାଳୟକୁ ନିଜ ଜୀବନର ମାଇଲଖୁଣ୍ଟ ବୋଲି ଅବିହିତ କରିଛନ୍ତି୤

17 comments | Continued
କିପରି ସାକାର ହେବ ବୃହତ୍ତର ରାଉରକେଲା ଗଠନ ସ୍ବପ୍ନ: ନଗର ଉନ୍ନୟନ ମନ୍ତ୍ରୀଙ୍କ ସ୍ବପ୍ନ ବାସ୍ତବ ରୂପରେଖ ନେବ ତ!

କିପରି ସାକାର ହେବ ବୃହତ୍ତର ରାଉରକେଲା ଗଠନ ସ୍ବପ୍ନ: ନଗର ଉନ୍ନୟନ ମନ୍ତ୍ରୀଙ୍କ ସ୍ବପ୍ନ ବାସ୍ତବ ରୂପରେଖ ନେବ ତ!

Date : 6 Dec, 2011

୧୯୫୪ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶର ତିନିଟି ସ୍ଥାନରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ତିନୋଟି ବୃହତ୍ତ ଇସ୍ପାତ ଶିଳ୍ପ ସ୍ଥାପନା ଘୋଷଣା ହୋଇଥିଲା୤ ଏହି କ୍ରମରେ ବଣ ପାହାଡ଼ ଏବଂ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ତତ୍କାଳୀନ ପଶ୍ଚିମ ଜର୍ମାନୀର ଏକ କମ୍ପାନୀ ସହାୟତାରେ ସ୍ଥାପିତ ହେଲା ଏକ ବୃହତ୍ତ ଲୌହ ଇସ୍ପାତ କାରଖାନା୤ ୧୯୩୧ ମସିହାରେ ମାତ୍ର ୩୩୧ ଜଣ ଜନସଂଖ୍ୟା ଥିବା ରାଉରକେଲା ସହରର ଜନ ସଂଖ୍ୟା ୨୦୧୧ ଜନଗଣନା ହିସାବରେ ୫ ଲକ୍ଷ ଟପିସାରିଛି୤

7 comments | Continued

ରାଉରକେଲାବାସୀଙ୍କ ରେଳ ସମସ୍ୟା ନେଇ ରାଜନେତା ଏବଂ ରେଳବାଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଲୁଚକାଳି ଖେଳ: ହତାଶ ଏବଂ ନିରାଶା ମଧ୍ୟରେ ସାଧାରଣ ରେଳଯାତ୍ରୀ

Date : 8 Nov, 2011

ଗତ ଜୁନ୍ ୨୦୧୦ ମସିହାରୁ ରାଉରକେଲା ଦେଇ ରାତ୍ରିକାଳୀନ ରେଳ ଚଳାଚଳ ବନ୍ଦ ହେବା ପରେ ଏଠାରୁ ଉତ୍ତରଭାରତର କୌଣସି ସ୍ଥାନକୁ ଯିବା ପାଇଁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି୤ ବିଶେଷ କରି ରାଉରକେଲା ଦେଇ ଉତ୍ତର ଭାରତକୁ ଚଳାଚଳ କରୁଥିବା ଏକମାତ୍ର ଟ୍ରେନ୍ ଉତ୍କଳ ଏକ୍ସପ୍ରେସ୍ ଗତବର୍ଷ ଜୁନ୍ ମାସରୁ ବନ୍ଦ ରହିବା ଦ୍ବାରା ସାଧାରଣ ରେଳଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି୤

18 comments | Continued
ରାଉରକେଲାରୁ ବିମାନସେବା ଆରମ୍ଭ ନେଇ ସ୍ବପ୍ନ ଘୁଞ୍ଚିଘୁଞ୍ଚି ଯାଉଛି: ରାଜନେତାଙ୍କ ଆନ୍ତରିକତା ନାହିଁ

ରାଉରକେଲାରୁ ବିମାନସେବା ଆରମ୍ଭ ନେଇ ସ୍ବପ୍ନ ଘୁଞ୍ଚିଘୁଞ୍ଚି ଯାଉଛି: ରାଜନେତାଙ୍କ ଆନ୍ତରିକତା ନାହିଁ

Date : 14 Sep, 2011

୫୦ ଦଶକରେ ଟାଟା କମ୍ପାନୀ ଦ୍ବାରା ରାଉରକେଲା ସହରର ଉପକଣ୍ଠର ପଧାନପଲ୍ଲୀଠାରେ ଥିବା ଖଣି ଉତ୍ତୋଳନ ପାଇଁ ଘରୋଇ ଉଦ୍ୟମରେ ନିର୍ମିତ ହୋଇଥିଲା ରାଉରକେଲା ବିମାନବନ୍ଦର୤ ପରବର୍ତ୍ତୀ ସମୟରେ ଏହା ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ(ଏନ୍ଆଇଏ) ଅଧିନକୁ ଯାଇଥିଲା୤ ୫୦ ଦଶକର ଶେଷଭାଗରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପ୍ରତିଷ୍ଠା ହେଲା ପରେ ଏହି ବିମାନବନ୍ଦରର ଗୁରୁତ୍ବ ପୁଣି ବୃଦ୍ଧି ପାଇଥିଲା୤

6 comments | Continued
ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅଚଳାବସ୍ଥା: ପର୍ଯ୍ୟଟନର ବିକାଶ ବାଧାପ୍ରାପ୍ତ

ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅଚଳାବସ୍ଥା: ପର୍ଯ୍ୟଟନର ବିକାଶ ବାଧାପ୍ରାପ୍ତ

Date : 20 Aug, 2011

୧୯୪୮ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ଗଠନ ପରେ ୫୦ ଦଶକରେ ଜିଲ୍ଲାର ରାଉରକେଲାଠାରେ ସ୍ଥାପିତ ହୋଇଥିଲା ରାଷ୍ଟ୍ରାୟତ ଉଦ୍ୟୋଗ ଅଧୀନରେ ପ୍ରଥମ ଇସ୍ପାତ କାରଖାନା୤ ତେଣୁ ୬୦ ଦଶକରୁ ରାଉରକେଲା ସହର ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ସହର ଭାବେ ମାନ୍ୟତା ପାଇବା ସହ ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଏଠାରେ ସ୍ଥାପିତ ହୋଇଥିଲା୤ ସେହି କ୍ରମରେ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଏବଂ ପର୍ଯ୍ୟଟକ ମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ ଆଦି କାର୍ଯ୍ୟ ପାଇଁ ୧୯୭୯ ମସିହାରୁ ଏଠାରେ ପର୍ଯ୍ୟଟନ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା୤

0 comments | Continued

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଶେଷ : ୨୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

Date : 10 Aug, 2011

ଗତକାଲି ଓ ଆଜି ଦୁଇଦିନ ଧରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମାପ୍ତ ହୋଇଛି୤ ଏହି ଗସ୍ତ ଅବସରରେ ସଚିବ ଅପରାଜିତା ଷଡ଼ଙ୍ଗୀ ଜିଲ୍ଲାର ତିନୋଟି ଉପଖଣ୍ଡ ଅଞ୍ଚଳରେ ମୋଟ ୧୫୨ଟି ବିଦ୍ୟାଳୟ ଅଚାନକ ଗସ୍ତ କରିଥିବା ସୂଚନା ଦେଇଥିଲେ୤ ଏହି ଗସ୍ତ ସମୟରେ ତାଙ୍କ ସହିତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ମୋଟ ୮ଟି ଦଳ ସାମିଲ ଥିଲାବେଳେ ସେ ନିଜେ ୧୯ଟି ବିଦ୍ୟାଳୟକୁ ଗସ୍ତ କରି ବିଭିନ୍ନ ବିଷୟରେ ଅବଗତ ହୋଇଥିଲେ୤ ଏହି ଗସ୍ତ ସମୟରେ ମୋଟ ୨୪ ଜଣ ଶିକ୍ଷକଙ୍କ ସମେତ ବଣେଇ ଶିକ୍ଷା ଜିଲ୍ଲା ନିରୀକ୍ଷକ(ଡିଆଇ) ଶୁଭେନ୍ଦ୍ର ନାଥ ମଲ୍ଲିକଙ୍କୁ ନିଲମ୍ବିତ କରିବା ସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଓ ତୁରନ୍ତ ଦରମା ବନ୍ଦ ବାବଦରେ ନିର୍ଦ୍ଦେଶ ଦେଇଥିବା ନେଇ ଶ୍ରୀମତୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ୤

1 comment | Continued
ରାଉରକେଲାରେ ଇଏସ୍ଆଇ ମେଡିକାଲ୍ କଲେଜ ସ୍ଥାପନା ନେଇ ଉଚ୍ଚନ୍ୟାୟାଳୟରେ ଜନସ୍ବାର୍ଥ ସମ୍ବଳିତ ମାମଲା ଋଜ୍ଜୁ

ରାଉରକେଲାରେ ଇଏସ୍ଆଇ ମେଡିକାଲ୍ କଲେଜ ସ୍ଥାପନା ନେଇ ଉଚ୍ଚନ୍ୟାୟାଳୟରେ ଜନସ୍ବାର୍ଥ ସମ୍ବଳିତ ମାମଲା ଋଜ୍ଜୁ

Date : 30 Jul, 2011

ଦେଶରେ ଇଏସ୍‌ଆଇ ବୀମାଭୁକ୍ତ ଶ୍ରମିକମାନଙ୍କ ସ୍ବାସ୍ଥ୍ୟସେବାରେ ଉନ୍ନତି ନିମନ୍ତେ ୨୦୦୮ ମସିହାରେ କେନ୍ଦ୍ର କର୍ମଚାରୀ ବୀମା ନିଗମ(ଇଏସ୍‌ଆଇସି) ପକ୍ଷରୁ ୧୨ଟି ରାଜ୍ୟରେ ୬୦୦ କୋଟିରୁ ୧ ହଜାର କୋଟି ଟଙ୍କା ବ୍ୟୟରେ ମେଡ଼ିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା୤

6 comments | Continued
ସମସ୍ୟା ଜାଲରେ ଛନ୍ଦି ହେଉଛି ବିପିୟୁଟି : ସମାଧାନ ପାଇଁ କାହାରି ଚିନ୍ତା ନାହିଁ

ସମସ୍ୟା ଜାଲରେ ଛନ୍ଦି ହେଉଛି ବିପିୟୁଟି : ସମାଧାନ ପାଇଁ କାହାରି ଚିନ୍ତା ନାହିଁ

Date : 13 Jul, 2011

ରାଉରକେଲାଠାରେ ନିର୍ମାଣାଧିନ ବିପିୟୁଟି ପରିସରର ନକ୍ସା
୨୦୦୨ ମସିହାରେ ରାଜ୍ୟ ବିଧାନସଭାରେ ପାସ୍‌ହୋଇ ପରେ ଆବଶ୍ୟକ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଥିବା ବିଭିନ୍ନ ବୈଷୟିକ ଏବଂ ବୃତିଗତ ସ୍ନାତକ ଏନଂ ସ୍ନାତକୋତ୍ତର ମହାବିଦ୍ୟାଳୟଗୁଡ଼ିକୁ ଗୋଟିଏ ଛାତ ତଳେ ରଖି ସମନ୍ବିତ ଢଙ୍ଗରେ ପରିଚାଳିତ କରିବା ପାଇଁ ବିପିୟୁଟିର ସ୍ଥାପନା ଇସ୍ପାତ ସହର ରାଉରକେଲାରେ ହୋଇଥିଲା୤ପ୍ରବାଦ ପୁରୁଷ ଏବଂ ମହାନ ଜନନାୟକ ବିଜୁପଟ୍ଟନାୟକଙ୍କ ନାମରେ ସ୍ଥାପିତ ଏହି ବିଶ୍ବବିଦ୍ୟାଳୟ ୨୦୦୩ ମସିହା ନଭେମ୍ବର ୨୬ ତାରିଖରୁ ବିଧିବଦ୍ଧ ଭାବେ ରାଉରକେଲା ସ୍ଥିତ ୟୁଜିଆଇଇ କ୍ୟାମ୍ପସର ବର୍ଦ୍ଧିତ ହତାରୁ ଅସ୍ଥାୟୀଭାବେ କାର୍ଯ୍ୟ ଆରମ୍ଭ କରିଥିଲା୤ ଏହି ସମୟରେ ଏହାର ପ୍ରଥମ କୁଳପତି ଭାବେ ଆଇଆଇଟି ଖଡ଼ଗପୁରର ବରିଷ୍ଠ ପ୍ରଫେସର୍‌ ଦାମୋଦର ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଥିଲା୤

9 comments | Continued

ସ୍ବଳ୍ପ ବୃଷ୍ଟି ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟାନେଇ ଜିଲ୍ଲାର ଚାଷୀକୂଳ ଆଶଙ୍କାରେ

Date : 8 Jul, 2011

ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବଣପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲାରେ ଜୁନ୍‌ମାସରେ ସ୍ବଳ୍ପ ବୃଷ୍ଟି ହୋଇଛି୤ ଅପେକ୍ଷାକୃତ ଉଚ୍ଚଜମି ଥିବା ଏହି ଜିଲ୍ଲାରେ ଅଧିକାଂଶ କୃଷକ ମୌସୁମୀ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରୁଥିଲାବେଳେ ଏଠାରେ ଜୁନ୍‌ମାସର ହାରାହାରି ବୃଷ୍ଟିପାତର ପରିମାଣ ୨୩୭ ମିଲିମିଟର(ମି.ମି.)୤ ଗତ ବର୍ଷ ଜିଲ୍ଲାରେ ଜୁନ୍‌ମାସର ବୃଷ୍ଟିପାତର ପରିମାଣ ୧୫୫ମି.ମି. ଥିଲାବେଳେ ଚଳିତ ବର୍ଷ ଏହା ୧୭୭ମି.ମି ଯାହାକି ହାରାହାରି ବୃଷ୍ଟିପାତର ପରିମାଣ ଠାରୁ ଯଥେଷ୍ଟ କମ୍୤ ସେହିପରି ଗତବର୍ଷ ଜୁନ୍‌ମାସରେ ଜିଲ୍ଲାର ୧୭ଟି ବ୍ଲକ୍ ମଧ୍ୟରୁ ବିଶ୍ରା, କୁତ୍ରା, କୋଇଡ଼ା, କୁଆଁରମୁଣ୍ଡା, ବଡଗାଁ, ଲହୁଣିପଡ଼ା, ବଣାଇଁ, ନୁଆଗାଁ, ରାଜଗାଙ୍ଗପୁର, ଲାଠିକଟା ଆଦି ବ୍ଲକ୍‌ରେ ଅପେକ୍ଷାକୃତ ବର୍ଷା ହୋଇଥିଲା୤

0 comments | Continued
Pages: 1 2 3 4 ...6 7 Next
Cultural Program by School Children
Back to Top
POWERED AT
Join us at
  • facebook
  • twitter
  • Myspace
  • Digg