Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
August 2018
M T W T F S S
« Jul    
 12345
6789101112
13141516171819
20212223242526
2728293031  

Featured - Rourkela News

Pages: Prev 1 2 3 4 ...9 10 Next
ବୀରମିତ୍ରପୁର-ବାର୍‌କୋଟ୍‌ ୧୪୩ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ନେଇ ଅନିଶ୍ଚିତତା

ବୀରମିତ୍ରପୁର-ବାର୍‌କୋଟ୍‌ ୧୪୩ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ନେଇ ଅନିଶ୍ଚିତତା

Date : 20 Dec, 2013

ସୁନ୍ଦରଗଡ଼ ଜିଲ୍ଲାର ଜୀବନରେଖା କୁହାଯାଉଥିବା ୧୪୩ନମ୍ବର ଜାତୀୟ ରାଜପଥ(ପୁରୁଣା ନାମ ନଂ-୨୩)କୁ ସମ୍ପ୍ରସାରଣ କରି ଏହାକୁ ୪ ଲେନ୍‌ ବିଶିଷ୍ଟ କରିବା ନିମନ୍ତେ ୨୦୧୧ ମସିହା ଅକ୍ଟୋବର୍‌ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା୤ ଜିଲ୍ଲାର ବୀରମିତ୍ରପୁରଠାରୁ-ରାଜାମୁଣ୍ଡା ଦେଇ ଦେବଗଡ଼ ଜିଲ୍ଲାର ବାର୍‌କୋଟ୍‌ ପର୍ଯ୍ୟନ୍ତ ଏହି ରାସ୍ତା କାର୍ଯ୍ୟରେ ମୋଟ ୧୦୯୮.୯୦ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିଲା୤ ଏହା ମଧ୍ୟରୁ ୩୨୦.୭୫ କୋଟି ଟଙ୍କା ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ଆଦି ପାଇଁ ଧାର୍ଯ୍ୟ କରାଯାଇଥିଲା୤ ସେତେବେଳେ ଏହି କାର୍ଯ୍ୟ ଆରମ୍ଭ ହେବାର ୩୦ମାସ ମଧ୍ୟରେ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଥିଲା୤

14 comments | Continued

ରାଉରକେଲା ମହାନଗର ନିଗମ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ : ତଥାପି ଅନିଶ୍ଚିତତା ?

Date : 27 Nov, 2013

ଅନେକ ପ୍ରତୀକ୍ଷାର ଅବସାନ ପରେ ରାଉରକେଲା ମହାନଗର ନିଗମ ଗଠନ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି୤ ଚଳିତ ମାସ ୧୫ ତାରିଖରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପୌର ନିର୍ଦ୍ଦେଶକଙ୍କ ପକ୍ଷରୁ ପ୍ରକାଶିତ ଅଧିସୂଚନା ମୁତାବକ ଏହି ପ୍ରସ୍ତାବିତ ନଗର ଉନ୍ନୟନ ନିଗମ ଗଠନ ପାଇଁ ରାଉରକେଲା ପୌରପାଳିକାର ୩୩ଟି ୱାର୍ଡ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ୬ଟି ଗ୍ରାମପଞ୍ଚାୟତର ୨୧ଟି ଗ୍ରାମକୁ ସାମିଲ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି୤ ଏହା ମଧ୍ୟରେ ରାଉରକେଲା ପୌରାଞ୍ଚଳକୁ ଲାଗି ରହିଥିବା ଜଗଦା ଓ ଝିରପାଣି ପଞ୍ଚାୟତ ସମେତ ଝାଡତରଙ୍ଗ ଗ୍ରାମପଞ୍ଚାୟତର ଗୋପାପଲ୍ଲୀ, ବ୍ରାହ୍ମଣୀତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ଝାଡ଼ତରଙ୍ଗ ଗ୍ରାମ ରହିଛି୤ ସେହିପରି ଏହା ମଧ୍ୟରେ କଲୁଙ୍ଗା ଗ୍ରାମପଞ୍ଚାୟତର ଲୁଙ୍ଗେଇ, କାଲୋକୁଦର, ବେଲଡିହି, ଗୋଇଭଙ୍ଗା, ଜିଆବାହାଲ, କଲୁଙ୍ଗା(କ) ଓ କଲୁଙ୍ଗା(ଖ) ଗ୍ରାମ ରହିଥିଲାବେଳେ ଚିକଟମାଟି ଗ୍ରାମପଞ୍ଚାୟତର ମାହାଲିଆପାଲୀ, ମଲ୍ଲିକାପାଲୀ, ଶର୍ଲା, ଚିକଟମାଟି, ଭାଲୁପତ୍ରା, ସାନନୁଆଗାଁ ଓ କିଲିଙ୍ଗା ଗ୍ରାମ ରହିଛି ଜଲ୍‌ଦା ଗ୍ରାମପଞ୍ଚାୟତର ଜଲ୍‌ଦା ଗ୍ରାମ ରହିଛି୤

1 comment | Continued
ଇଏସ୍‌ଆଇସି ହସ୍ପିଟାଲ୍‌ ଓ କଲେଜ୍‌ ପ୍ରତିଷ୍ଠା ଦାବିରେ ଧାରଣା ସଫଳ

ଇଏସ୍‌ଆଇସି ହସ୍ପିଟାଲ୍‌ ଓ କଲେଜ୍‌ ପ୍ରତିଷ୍ଠା ଦାବିରେ ଧାରଣା ସଫଳ

Date : 25 Nov, 2013

ପୂର୍ବ ଘୋଷଣା ମୁତାବକ ଆଜି ସ୍ଥାନୀୟ ବିଶ୍ରା ଛକଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ରାଉରକେଲାରେ ଇଏସ୍‌ଆଇ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ ପ୍ରତିଷ୍ଠା ଦାବିରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି୤ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ବରିଷ୍ଠ ଆଇନଜୀବୀ ମୁରଲିଧର ପରିଜାଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଙ୍ଗଠନ ଆଦିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ୤ ୨୦୦୯ ମସିହାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ବାରା କେନ୍ଦ୍ର ସରକାରଙ୍କ ଇଏସ୍‌ଆଇସି ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ମେଡିକାଲ୍‌ କଲେଜ୍‌ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌କୁ ରାଉରକେଲାରେ ସ୍ଥାପନା ପାଇଁ ଦାବି ଓ ଆନ୍ଦୋଳନ ହୋଇଆସୁଛି୤

6 comments | Continued
ଇଏସ୍‌ଆଇ ହସ୍‌ପିଟାଲ୍‌ ପ୍ରତିଷ୍ଠା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚଳିତ ମାସ ୨୫ ତାରିଖରେ ଗଣଧାରଣା

ଇଏସ୍‌ଆଇ ହସ୍‌ପିଟାଲ୍‌ ପ୍ରତିଷ୍ଠା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚଳିତ ମାସ ୨୫ ତାରିଖରେ ଗଣଧାରଣା

Date : 9 Nov, 2013

ରାଉରକେଲା: ୨୦୦୯ ମସିହାରେ କେନ୍ଦ୍ର ସରକାରଙ୍କ ଇଏସ୍‌ଆଇସି ସଂସ୍ଥା ପକ୍ଷରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ସୁପରସ୍ପେଶିଆଲିଟି ହସ୍‌ପିଟାଲ୍‌ ଓ ମେଡିକାଲ୍‌ କଲେଜ୍‌ ସ୍ଥାପନା ନେଇ ନିଷ୍ପତ୍ତି ହୋଇଥିଲା୤ ଏହି ନିଷ୍ପତ୍ତି ମୁତାବକ ଯେଉଁ ସ୍ଥାନରେ ଅଧିକ ବୀମାଭୁକ୍ତ ସଦସ୍ୟ ଥିବେ ରାଜ୍ୟର ସେହି ସ୍ଥାନରେ ଉକ୍ତ ଅନୁଷ୍ଠାନ ସ୍ଥାପନା ହେବା କଥା୤ କିନ୍ତୁ ରାଜ୍ୟ ସରକାର ଏକତରଫା ଭାବେ ଉକ୍ତ ଅନୁଷ୍ଠାନକୁ ଭୁବନେଶ୍ବରରେ ସ୍ଥାପନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ୤ ସେହି କ୍ରମରେ ଉକ୍ତ ଅନୁଷ୍ଠାନର ଶିଳାନ୍ୟାସ ପାଇଁ ତତ୍କାଳୀନ ରାଷ୍ଟ୍ରପତି ଆସିବାର ଥିଲା୤ କିନ୍ତୁ ସଂଖ୍ୟାଧିକ ବୀମାଭୁକ୍ତ ସଦସ୍ୟ ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଥିବାରୁ ଉକ୍ତ ଅନୁଷ୍ଠାନକୁ ରାଉରକେଲାରେ ସ୍ଥାପନା କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନର ଦାବି ଓ ବିକ୍ଷୋଭ ଫଳରେ ଏହା ହୋଇପାରି ନଥିଲା୤

8 comments | Continued
ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ: ଦାବି ହାସଲ ଯାଏ ଆନ୍ଦୋଳନ ପାଇଁ ନିଷ୍ପତ୍ତି

ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ: ଦାବି ହାସଲ ଯାଏ ଆନ୍ଦୋଳନ ପାଇଁ ନିଷ୍ପତ୍ତି

Date : 7 Oct, 2013

ଇଏସ୍‌ଆଇସି ମେଡ଼ିକାଲ କଲେଜ ରାଉରକେଲାରେ କରାଯିବା ଦାବି ଆଉ ଥରେ ଜୋର୍‌ ଧରିଛି୤ ଗତକାଲି ଏ ନେଇ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ, ଶ୍ରମିକ ସଙ୍ଗଠନର ନେତା ଆଦି ଏକ ମିଳିତ ବୈଠକରେ ଏକତ୍ରିତ ହୋଇ ଲକ୍ଷ୍ୟ ପୂରଣ ନହେବା ଯାଏଁ ଆନ୍ଦୋଳନକୁ ତୀବ୍ର କରିବାକୁ ସ୍ଥିର କରିଛନ୍ତି୤ ବୈଠକରେ ଅଧ୍ୟକ୍ଷତା କରି ବରିଷ୍ଠ ଆଇନ୍‌ଜୀବୀ ମୁରଲୀଧର ପରିଜା ହାଇକୋର୍ଟରେ ରାଉରକେଲାରେ ଇଏସ୍‌ଆଇସି ମେଡ଼ିକାଲ କଲେଜ ବାବଦରେ ଏକ ରିଟ୍‌ ପିଟିସନ ବିଚାରାଧୀନ ରହିଛି ବୋଲି କହିଥିଲେ୤ ଏହାର ଚୂଡ଼ାନ୍ତ ରାୟ ନଆସିବା ଯାଏଁ ସରକାର କୌଣସି ନିଷ୍ପତ୍ତି ନେବା ଉଚିତ୍‌ ନୁହେଁ୤ ତେଣୁ ରାଜଧାନୀରେ ଇଏସ୍‌ଆଇସି ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ପାଇଁ ଚାଲିଥିବା ପ୍ରକ୍ରିୟାକୁ ଅଟକାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବା ଉଚିତ୍‌ ବୋଲି ସେ କହିଥିଲେ୤

9 comments | Continued

ରାଉରକେଲାରେ କେମିତି ଚାଲିଛି ଇ-ପ୍ରଶାସନ ବ୍ୟବସ୍ଥା: ନାମ ବଡ଼ କାମ ଛୋଟ

Date : 23 Sep, 2013

ଗତ କିଛି ବର୍ଷ ହେଲା ଓଡ଼ିଶା ସରକାର ପ୍ରଶାସନର ବିଭିନ୍ନ ବ୍ୟବସ୍ଥାରେ ଇ-ପ୍ରଶାସନ ଲାଗୁ କରିଛନ୍ତି୤ ଯଥା: ଇ-ଅଭିଯୋଗ, ଇ-ଚିଠି, ଇ-ଟିକସ, ଇ-ଟେଣ୍ଡର ଇତ୍ୟାଦି ଇତ୍ୟାଦି୤ ସାଧାରଣଲୋକଙ୍କୁ ଏକ ସ୍ବଚ୍ଛ ଓ ଉତ୍ତରଦାୟୀ ସରକାରୀ ସେବା ଯୋଗାଇଦେବା ହେଉଛି ଏହି ଇ-ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ୤ ଏହି ଇ-ପ୍ରଶାସନକୁ ସୂଚାରୂ ରୂପେ ଲାଗୁ କରିବା ନିମନ୍ତେ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି କମ୍ପ୍ୟୁଟର୍‌ ଇଣ୍ଟରନେଟ୍‌ ସୁବିଧା୤ ଏହା ବ୍ୟତୀତ କମ୍ପ୍ୟୁଟର୍‌ ଓ ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ସଠିକ ଭାବେ ପରିଚାଳନା କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରାପ୍ତ କର୍ମଚାରୀ ରହିବା ହେଉଛି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା୤ ସେହିପରି ଏହି କମ୍ପ୍ୟୁଟର୍‌ ବ୍ୟବସ୍ଥାର ଆବଶ୍ୟକ ରକ୍ଷଣାବେକ୍ଷଣ ସହିତ ଆବଶ୍ୟକ ମୁତାବକ ଏହାର ମରାମତି କରାଯିବା ମଧ୍ୟ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ଅଟେ୤ ଏହା ବ୍ୟତୀତ ଉକ୍ତ ବ୍ୟବସ୍ଥାର ପରିଚାଳନା ନିମନ୍ତେ ଆବଶ୍ୟକ ବିଦ୍ୟୁତ ଶକ୍ତି ବା ବିକଳ୍ପ ବ୍ୟବସ୍ଥା ମଧ୍ୟ ଅନ୍ୟ ଏକ ଆବଶ୍ୟକତା୤

0 comments | Continued

ପୌର ନିର୍ବାଚନରେ ଅନିଶ୍ଚିତତା, ମହାନଗର ହେବା ସ୍ବପ୍ନ ମିଳେଇଲା: ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅଧାପନ୍ତରିଆ

Date : 3 Sep, 2013

ରାଉରକେଲା ସମେତ ସମଗ୍ର ରାଜ୍ୟରେ ଥିବା ବିଭିନ୍ନ ପୌର ପରିଷଦ ଓ ବିଜ୍ଞାପିତ ପରିଷଦଗୁଡ଼ିକର କାର୍ଯ୍ୟକାଳ ଚଳିତ ମାସ ସମାପ୍ତ ହେବ୤ ଏହି କ୍ରମରେ ଗତ ମାସରୁ ନୂତନ ପୌର ପରିଷଦ ଗଠନ ନିମନ୍ତେ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି୤ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନା ଦାବିରେ ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ଦିଆଯିବା ଫଳରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା୤ ଏହା ପରେ ଏଠାରେ କେବେ ନିର୍ବାଚନ ହେବ ତାହା ଏବେ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି୤

7 comments | Continued

କେନ୍ଦ୍ର ସରକାରଙ୍କ ଯୋଜନା ଆଳରେ ବିପିୟୁଟିକୁ ଭାଗଭାଗ କରିବା ପାଇଁ ମସୁଧା !

Date : 16 Aug, 2013

୨୦୦୨ ମସିହାରେ ରାଜ୍ୟ ବିଧାନସଭାରେ ପାରିତ ଏକ ବିଧେୟକ ମୁତାବକ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ରାଉରକେଲାରେ ସ୍ଥାପିତ ହେବ ବୋଲି ଘୋଷଣା ହୋଇଥିଲା୤ ଏହା ପରେ ଏଠାରେ ଏହି ବିଶ୍ବବିଦ୍ୟାଳୟ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ କରିବା ପରେ ନିକଟରେ ଏହାର ମୁଖ୍ୟାଳୟରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି୤ କିନ୍ତୁ ଭୁବନେଶ୍ବର ଅଞ୍ଚଳ ସପକ୍ଷରେ ଥିବା ଲବି ଏହି ଅନୁଷ୍ଠାନକୁ ରାଉରକେଲାରେ ନ କରାଇଦେବା ବା ଏହାର ଏକ ସମାନ୍ତରାଳ ଶାଖା ଭୁବନେଶ୍ବରରୁ କାର୍ଯ୍ୟକ୍ଷମ କରିବା ପାଇଁ ଚକ୍ରାନ୍ତ ଜାରି ରଖିଛନ୍ତି୤ ଏହାର ଫଳସ୍ବରୂପ ନିକଟରେ ରାଜ୍ୟ କ୍ୟାବିନେଟ୍‌ରେ ପାରିତ ଏକ ପ୍ରସ୍ତାବ ମୁତାବକ ବିପିୟୁଟି ଆଇନ-୨୦୦୨ରେ କେତେକ ପରିବର୍ତ୍ତନ କରିବା ପାଇଁ ପ୍ରଥମ ପଦକ୍ଷେପ ଗ୍ରହଣ କରାଯାଇଛି୤

6 comments | Continued

ସୁନ୍ଦରଗଡ଼ ଜିଲ୍ଲାପ୍ରତି ରେଳବିଭାଗ ସହିତ ରାଜ୍ୟ ସରକାରଙ୍କ ଅଣଦେଖା

Date : 23 Jul, 2013

ଓଡ଼ିଶାରେ ଥିବା ମୋଟ ୩୦ଟି ଜିଲ୍ଲା ମଧ୍ୟରୁ ଆୟତନ ଅନୁସାରେ ସୁନ୍ଦରଗଡ଼ ହେଉଛି ଦ୍ବିତୀୟ ବୃହତ୍ତମ ଜିଲ୍ଲା୤ ଆମ ଦେଶରେ ୧୮୫୩ ମସିହାରେ ରେଳ ଚଳାଚଳ ଆରମ୍ଭ ହେବାର କିଛିବର୍ଷ ପରେ ଅର୍ଥାତ୍‌ ୧୮୯୧ ମସିହାରେ ସୁନ୍ଦରଗଡ଼ ଜିଲ୍ଲାରେ ରେଳପଥ ବିକାଶ ହେବା ସହିତ ରେଳଯାତ୍ରା ଆରମ୍ଭ ହୋଇଥିଲା୤ ତେଣୁ ସୁନ୍ଦରଗଡ଼ ଜିଲ୍ଲାରେ ରେଳପଥ କାର୍ଯ୍ୟକାରୀ ହେବାର ଇତିମଧ୍ୟରେ ୧୨୨ବର୍ଷ ବିତିସାରିଛି୤ ସେହିପରି ସୁନ୍ଦରଗଡ଼ ଜିଲ୍ଲା ଦେଇ ଦେଶର ଏକ ପ୍ରମୁଖ ରେଳପଥ ମୁମ୍ବାଇ-ହାଓଡ଼ା ରେଳଲାଇନ୍‌ ଯାଇଥିବାରୁ ରେଳବାଇ କ୍ଷେତ୍ରରେ ଏହି ଜିଲ୍ଲାର ଗୁରୁତ୍ବ ମଧ୍ୟ ରହିଛି୤ ଏହା ସତ୍ତ୍ବେ ଦୀର୍ଘବର୍ଷ ଧରି ରେଳବାଇ ପକ୍ଷରୁ କ୍ରମାଗତ ଭାବେ ସୁନ୍ଦରଗଡ଼ ଜିଲ୍ଲାକୁ ଅଣଦେଖା କରାଯାଇ ଆସୁଛି୤

10 comments | Continued
ଜିଲ୍ଲା ପୋର୍ଟାଲ୍‌ ଅସମ୍ପୂର୍ଣ୍ଣ : ଅନ୍‌ଲାଇନ୍‌ ସରକାରୀ ସୂଚନା ପ୍ରଦାନ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ

ଜିଲ୍ଲା ପୋର୍ଟାଲ୍‌ ଅସମ୍ପୂର୍ଣ୍ଣ : ଅନ୍‌ଲାଇନ୍‌ ସରକାରୀ ସୂଚନା ପ୍ରଦାନ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ

Date : 8 Jun, 2013

ରାଜ୍ୟ ତଥା ଜାତୀୟସ୍ତରରେ ଅନ୍ୟତମ ପଛୁଆ ଜିଲ୍ଲାର ମାନ୍ୟତା ପାଇଥିବା ସୁନ୍ଦରଗଡ଼ ଜିଲ୍ଲାର ସାମାଜିକ ଓ ଆର୍ଥିକ ପ୍ରଗତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି୤ ଏଥିପାଇଁ ରାଜ୍ୟ ତଥା କେନ୍ଦ୍ରୀୟ ଅନୁଦାନ ବାବଦରେ କୋଟି କୋଟି ଟଙ୍କା ଆସୁଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି୤ ଜନସାଧାରଣଙ୍କ ନିକଟରେ ଏହି ସବୁ ଯୋଜନାର କାର୍ଯ୍ୟକାରିତା, ଅଗ୍ରଗତି ଓ ସଫଳ ରୂପାୟନ ପହଞ୍ଚାଇବା ସହ ପ୍ରଶାସନିକ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ୨୦୦୫ରୁ ସୂଚନା ଅଧିକାର ଆଇନ ମଧ୍ୟ ପ୍ରଣୟନ କରାଯାଇଛି୤

0 comments | Continued
Pages: Prev 1 2 3 4 ...9 10 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg