Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
February 2018
M T W T F S S
« Jul    
 1234
567891011
12131415161718
19202122232425
262728  

Featured - Rourkela News

Pages: Prev 1 2 3 4 ...9 10 Next

ରାଉରକେଲାର ରେଳବାଇ ସମସ୍ୟା ନେଇ ସମସ୍ତେ କାନ୍ଦୁଛନ୍ତି: ଫଳ ଶୂନ

Date : 22 May, 2013

୧୮୯୧ ମସିହାରେ ରାଉରକେଲା ଦେଇ ସେତେବେଳେ ଦେଶର ଏକ ପ୍ରମୁଖ ରେଳପଥ ଭାବେ ପରିଗଣିତ ବେଙ୍ଗଲ-ନାଗପୁର ରେଳପଥ ଆରମ୍ଭ ହୋଇଥିଲା୤ ଇତିମଧ୍ୟରେ ୧୨୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ରେଳପଥ ମଧ୍ୟରେ ଥିବା ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଆବଶ୍ୟକ ରେଳ ସୁବିଧା ଉପଲବ୍ଧ ହୋଇପାରିନାହିଁ୤ ସବୁଠାରୁ ବଡ଼ କଥା ହେଉଛି ୧୮୯୧ ମସିହାରେ ଏକ କ୍ଷୁଦ୍ର ଅଞ୍ଚଳ ଭାବେ ପରିଗଣିତ ରାଉରକେଲା ଓ ଆଖପାଖ ସ୍ଥାନ ଏବେ ଯଥେଷ୍ଟ ବୃଦ୍ଧି ପାଇ ମହାନଗର ନିଗମ ହେବା ଅପେକ୍ଷାରେ ରହିଛି୤ ଏହା ସତ୍ତ୍ବେ ମଧ୍ୟ ଏହି ଅଞ୍ଚଳରେ ରେଳ ବିକାଶ ପାଇଁ ହେଉଥିବା ବିଭିନ୍ନ ଦାବି କେବଳ ଦାବିରେ ହିଁ ରହିଯାଇଛି୤

3 comments | Continued

ରାଉରକେଲା ସହର ପାଇଁ ସିଟି ବସ୍‌ ସେବା କେବେ ? ଲୋକପ୍ରତିନିଧିଙ୍କ ଚିନ୍ତା ନାହିଁ

Date : 16 Apr, 2013

କିଛିମାସ ତଳେ ଭୁବନେଶ୍ବର ସହର ପାଇଁ ଆରମ୍ଭ ହୋଇଥିବା ସିଟି ବସ୍‌ ସେବା ପରବର୍ତ୍ତୀ ସମୟରେ କଟକ ଓ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି୤ ନିକଟରେ ରାଜ୍ୟର ଅନ୍ୟ ଦୁଇ ପ୍ରମୁଖ ସହର ସମ୍ବଲପୁର ଓ ବ୍ରହ୍ମପୁର ସହରରେ ମଧ୍ୟ ସିଟି ବସ୍‌ ସେବା ଅରମ୍ଭ ହେବା ପାଇଁ ନିଷ୍ପତ୍ତି ହୋଇଛି୤ ଦିନକୁ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇସ୍ପାତ ସହର ରାଉରକେଲା ପାଇଁ ସିଟି ବସ୍‌ ସେବା କେବେ ଆରମ୍ଭ ହେବ ସେ ବାବଦରେ କେହି ଚିନ୍ତା କରୁଥିବା ସୂଚନା ନାହିଁ୤ ୬୦ ଦଶକରେ ରାଜ୍ୟର ପ୍ରଥମ ବୃହତ୍ତ ଶିଳାଞ୍ଚଳ ତଥା ଶିଳ୍ପନଗରୀ ଭାବେ ରାଉରକେଲା ସହର ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା୤

5 comments | Continued

ରାଉରକେଲାର ବିକାଶ ବଳି ପଡ଼ିଛି ରାଜନୀତି ପାଖରେ: ଅନେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ

Date : 7 Mar, 2013

୬୦ ଦଶକରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ରାଉରକେଲା ଇସ୍ପାତ କାରଖାନା ସ୍ଥାପନା ପରେ ବସ୍ତୁତଃ ରଉରକେଲା ସହରର ବିକାଶ ଆରମ୍ଭ ହେଲା୤ ପରବର୍ତ୍ତୀ ସମୟରେ ଏହି ସହରର ବିକାଶ ଦିଗରେ ରାଉରକେଲା ଇସ୍ପାତ କାରଖାନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା୤ ପ୍ରକୃତ ପକ୍ଷେ ଇସ୍ପାତ କାରଖାନା ସ୍ଥାପନା ପରେ ପ୍ରାୟ ୫୦ବର୍ଷ ପର୍ଯ୍ୟନ୍ତ ଇସ୍ପାତ ସହରର କଳେବର ବୃଦ୍ଧି ଏବଂ ବିକାଶ ଦିଗରେ ବିଶେଷ କିଛି ପଦକ୍ଷେପ ସରକାରୀ ସ୍ତରରେ ଗ୍ରହଣ କରାଯାଇ ନଥିଲା୤

13 comments | Continued
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ ଅବହେଳିତ: ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ନିଦାବିଷ୍ଣୁ

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ ଅବହେଳିତ: ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ନିଦାବିଷ୍ଣୁ

Date : 11 Dec, 2012

ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପିଠ ଭାବେ ସୁନ୍ଦରଗଡ଼ ଜିଲ୍ଲାର ବେଦବ୍ୟାସ ପ୍ରସିଦ୍ଧ୤ ଏହି ପିଠରେ ସୃଷ୍ଟି ହୋଇଥିବା ସଙ୍ଗମ ସ୍ଥଳରୁ ଆମ ରାଜ୍ୟର ଦ୍ବିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ସୃଷ୍ଟି୤ ତେଣୁ ଏହି କ୍ଷେତ୍ର ଓଡ଼ିଶାରେ ବିଖ୍ୟାତ ହୋଇଥିବା ସହିତ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକମାନେ ମଧ୍ୟ ଏହି ପୀଠକୁ ବହୁଳ ସଂଖ୍ୟାରେ ଦର୍ଶନ କରିବାକୁ ଆସିଥାନ୍ତି୤

1 comment | Continued

ଆଶା ଓ ଆଶଙ୍କା ମଧ୍ୟରେ ବିମଳାଗଡ଼–ତାଳଚେର ରେଳପଥ

Date : 8 Oct, 2012

ଓଡ଼ିଶାର ପଶ୍ଚିମ ଭାଗ ସହିତ ଉପକୂଳ ଅଞ୍ଚଳକୁ ରେଳପଥ ମାଧ୍ୟମରେ ଯୋଡ଼ିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ବିମଳାଗଡ଼ରୁ ତାଳଚେର ମଧ୍ୟରେ ରେଳପଥ ନିର୍ମାଣର ଆବଶ୍ୟକତା ଓ ଗୁରୁତ୍ବକୁ ସ୍ବାଧୀନତାର ବେଶ୍‌ ପୂର୍ବରୁ ଉପଲବ୍ଧି କରାଯାଇଥିଲା୤ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ରେଳବାଇ ପକ୍ଷରୁ ହୋଇଥିବା ପ୍ରାଥମିକ ଆକଳନରେ ଏହି ରେଳପଥ ନିର୍ମାଣ ପାଇଁ ଅନୁକୂଳ ମତ ପ୍ରକାଶ ପାଇଥିଲା୤ କାରଣ ଏହି ରେଳପଥର ନିର୍ମାଣ ହେଲେ ମାଲ ପରିବହନ ସହିତ ଗମନାଗମନ ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହେବା ସହ ପଶ୍ଚିମ ଓ ଓଡ଼ିଶା ସହିତ ଉପକୂଳ ଓଡ଼ିଶାର ସମ୍ପର୍କ ବୃଦ୍ଧିପାଇବ ବୋଲି ସେତେବେଳେ ଅର୍ଥାତ୍‌ ଆଜିକୁ ପ୍ରାୟ ୧୨୦ ବର୍ଷ ପୁର୍ବେ ମତ ପ୍ରକାଶ ପାଇଥିଲା୤

8 comments | Continued
ଦିନକୁ ଦିନ ଦୂର୍ବଳ ହେଉଛି ବ୍ରାହ୍ମଣୀ ସେତୁ : ଦୁର୍ଘଟଣା ହାର ବୃଦ୍ଧି

ଦିନକୁ ଦିନ ଦୂର୍ବଳ ହେଉଛି ବ୍ରାହ୍ମଣୀ ସେତୁ : ଦୁର୍ଘଟଣା ହାର ବୃଦ୍ଧି

Date : 4 Sep, 2012

ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ ନଗରୀ ଭାବେ ୬୦ ଦଶକରୁ ରାଉରକେଲା ସହରର ଏକ ସ୍ବତନ୍ତ୍ର ପରିଚୟ ରହିଛି୤ ଠିକ୍‌ ସେହିପରି ଏହି ସହରର ନିକଟରେ ଅବସ୍ଥିତି ବେଦବ୍ୟାସ ସଙ୍ଗମରୁ ସୃଷ୍ଟି ବ୍ରାହ୍ମଣୀ ନଦୀ ହେଉଛି ରାଜ୍ୟର ଦ୍ବିତୀୟ ବୃହତ୍ତମ ନଦୀ୤ ଏହି ନଦୀର ଠିକ୍‌ ଆରମ୍ଭରେ ହିଁ ୧୯୬୦ ମସିହାରେ ନିର୍ମିତ ହୋଇଥିଲା ବ୍ରାହ୍ମଣୀ ସେତୁ୤ ସେତେବେଳର ୨୩ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମିତ ଏହି ସେତୁ ଦ୍ବାରା ରାଉରକେଲା ସହିତ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ଓ ପଡ଼ୋଶୀ ସେତେବେଳର ବିହାର ରାଜ୍ୟ ସହିତ ସଡ଼କ ପଥରେ ଗମନାଗମନ ବ୍ୟବସ୍ଥା ସୁଗମ ହୋଇଥିଲା, ଯାହା ଏବେ ମଧ୍ୟ ଜାରି ରହିଛି୤

1 comment | Continued

ଶିଳ୍ପ ରାଜଧାନୀର ମାନ୍ୟତା ହରାଉଛି ରାଉରକେଲା: ବର୍ଷକୁ ବର୍ଷ ଶିଳ୍ପାନୁଷ୍ଠାନ ସଂଖ୍ୟା କମୁଛି

Date : 31 Jul, 2012

ସ୍ବାଧୀନତା ପରବର୍ତ୍ତୀ ସମୟରେ ତତ୍କାଳୀନ ଓଡ଼ିଶାର ଜନନେତା ବିଜୁବାବୁଙ୍କ ପ୍ରଚେଷ୍ଟା ଓ କେନ୍ଦ୍ରସରକାରଙ୍କ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଭାରିଶିଳ୍ପକୁ ଗୁରୁତ୍ବ ଦେବାର ନୀତି ସ୍ବରୂପ ରାଉରକେଲାରେ ସ୍ଥାପିତ ହୋଇଥିଲା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଦେଶର ପ୍ରଥମ ଲୌହଇସ୍ପାତ କାରଖାନା୤ ପରବର୍ତ୍ତୀ ସମୟରେ ଏଠାକାର ଅନ୍ୟାନ୍ୟ ଆନୁଷାଙ୍ଗିକ ଶିଳ୍ପବିକାଶ ଫଳରେ ରାଜ୍ୟର ଶିଳ୍ପ ରାଜଧାନୀ ମାନ୍ୟତା ପାଇଥିଲା ଇସ୍ପାତ ସହର ରାଉରକେଲା୤ କିନ୍ତୁ ୧୯୯୧ ମସିହାରେ ଆରମ୍ଭ ହୋଇଥିବା ଉଦାରବାଦୀ ଅର୍ଥନୀତି ଏବଂ ପରେପରେ ଜଗତୀକରଣର ପ୍ରଭାବ ଫଳରେ ରାଉରକେଲା ସମେତ ନିକଟରେ ଅବସ୍ଥିତ କଲୁଙ୍ଗା ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଅନେକ ଶିଳ୍ପ କ୍ରମାଗତ ଭାବେ ବନ୍ଦ ହେବାରେ ଲାଗିଲା୤

1 comment | Continued

ଜିଲ୍ଲାର ବିକାଶ ଓ ଉନ୍ନୟନରେ ରାଉରକେଲା ଉନ୍ନୟନ ବିଫଳ

Date : 19 Jun, 2012

୧୯୯୫ ମସିହାରେ ରାଉରକେଲା ଆଞ୍ଚଳିକ ଉନ୍ନୟନ ସଂସ୍ଥାକୁ ପରିବର୍ତ୍ତନ କରି ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ(ଆର୍‌ଡ଼ିଏ)ରେ ପରିଣତ କରାଯାଇଥିଲା୤ ସେହି ସମୟରେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଶେଷ କରି ୪ଟି ପୌରାଞ୍ଚଳରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା୤ ଏହା ମଧ୍ୟରୁ ବିଶେଷ କରି ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ସୁଲଭ ବାସୋପଯୋଗୀ ଗୃହ ବା ପ୍ଲଟ୍‌ ଯୋଗାଇଦେବା ସହିତ ସହରାଞ୍ଚଳ ଅଧିବାସୀମାନଙ୍କର ସୁବିଧା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରିବା ମଧ୍ୟ ଆର୍‌ଡିଏର ଦାୟିତ୍ବ୤

0 comments | Continued
ଜବରଦଖଲ ଉଚ୍ଛେଦ ଅଭିଯାନ ଜୋରଦାର: ଦେବାଳୟ ଉଚ୍ଛେଦ ସର୍ବାଗ୍ରେ

ଜବରଦଖଲ ଉଚ୍ଛେଦ ଅଭିଯାନ ଜୋରଦାର: ଦେବାଳୟ ଉଚ୍ଛେଦ ସର୍ବାଗ୍ରେ

Date : 16 May, 2012

ଇସ୍ପାତ ସହରରେ ବେଶ୍‌ କିଛି ବର୍ଷ ହେଲା ଜବରଦଖଲ ଅନେକ ମାତ୍ରାରେ ବୃଦ୍ଧି ପାଇଥିଲାବେଳେ ଏହାକୁ ନିୟନ୍ତ୍ରଣ ବା ରୋକିବା ଦିଗରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା୤ ତେଣୁ ଦିନକୁ ଦିନ ଜବରଦଖଲ ବୃଦ୍ଧିପାଇବାରେ ଲାଗିଥିଲା୤ କେବଳ ସମୟ ସମୟରେ କୌଣସି ରାସ୍ତା ନିର୍ମାଣ ବା ସେହିଭଳି କିଛି କାର୍ଯ୍ୟ ନିମନ୍ତେ ଜବରଦଖଲ ଉଚ୍ଛେଦ କିଛିମାତ୍ରା ହେଉଥିଲେ ମଧ୍ୟ ଏ ନେଇ ଅନେକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି୤ ଅନେକ ସମୟରେ ରାଜନୈତିକ ନେତାମାନଙ୍କର ଶସ୍ତା ରାଜନୀତି ପାଇଁ ଜବରଦଖଲ ଉଚ୍ଛେଦ ଅଭିଯାନ ସଫଳ ହୋଇପାରୁ ନଥିଲା୤ ଏହି ଜବରଦଖଲର ଏକ ପ୍ରମୁଖ ସ୍ଥାନ ଅଧିକାର କରିଥିଲା ସରକାରୀ ଜାଗାରେ ଜବରଦଖଲ କରି ଦେବାଳୟ ବା ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରିବା୤

4 comments | Continued
ରାଉରକେଲା ସହରକୁ ପ୍ରବେଶ ପଥ ରାସ୍ତା ଅବସ୍ଥା ବେହାଲ୍‌: ସରକାରୀ ବିଭାଗଗୁଡ଼ିକ ପରସ୍ପର ଉପରେ ଦୋଷ ଲଦିବାରେ ବ୍ୟସ୍ତ

ରାଉରକେଲା ସହରକୁ ପ୍ରବେଶ ପଥ ରାସ୍ତା ଅବସ୍ଥା ବେହାଲ୍‌: ସରକାରୀ ବିଭାଗଗୁଡ଼ିକ ପରସ୍ପର ଉପରେ ଦୋଷ ଲଦିବାରେ ବ୍ୟସ୍ତ

Date : 20 Mar, 2012

ରାଉରକେଲା: ୫୦ ଦଶକରେ ରାଉରକେଲାଠାରେ ଇସ୍ପାତ କାରଖାନା ସ୍ଥାପନା ପରେ କାଳକ୍ରମେ ଏହି ସହରରେ ଦେଶର ବିଭିନ୍ନ ଅଞ୍ଚଳର ଲୋକେ ଆସି ବସବାସ କରିବାକୁ ଆରମ୍ଭ କଲେ୤ ତେଣୁ ଏହି ସହରର ଗୁରୁତ୍ବ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା୤ ତେଣୁ ସ୍ବାଭାବିକ ଭାବେ ଅଧିକ ଏବଂ ପ୍ରଶସ୍ତ ରାସ୍ତାର ଆବଶ୍ୟକତା ଦେଖାଦେଲା୤ ସେହି ସମୟରେ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ସହିତ ସଂଯୋଗ କରୁଥିବା ରାସ୍ତାକୁ ୨୩ ନମ୍ବର ଜାତୀୟ ରାଜପଥ(ପରିବର୍ତ୍ତିତ ନମ୍ବର ୧୪୩) ରାଉରକେଲା ଦେଇ ବାରକୋଟରୁ ରାଞ୍ଚି ଯାଏ ଲମ୍ବିଥିଲା ଯାହା ଏବେ ମଧ୍ୟ ରହିଛି୤

1 comment | Continued
Pages: Prev 1 2 3 4 ...9 10 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg