Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

Rest of Odisha - Rourkela News

Pages: Prev 1 2 ...146 147 148 ...151 152 Next

ଦ୍ବାଦଶ ଯୋଜନା ଶେଷ ସୁଦ୍ଧା ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ ୪୦,୦୦୦ ମେଗାୱାଟ୍‌ ହେବ

Date : 23 Nov, 2010

Archived; click post to view.Excerpt: କଟକ : ଦ୍ବାଦଶ ଯୋଜନା ଶେଷସୁଦ୍ଧା ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ ୪୦,୦୦୦ ମେଗାୱାଟ୍‌ ହେବ୤ ପରିବହନ ବ୍ୟବସ୍ଥାର ସୁଧାର ପାଇଁ ଓପିଟିସିଏଲ୍ ବାର୍ଷିକ ୬୦ କୋଟି ଟଙ୍କା ଲେଖାଏଁ ବ୍ୟୟ କରିବ୤ ଏଥି ନିମନ୍ତେ କେବିକେ ଓ ଟ୍ରାଇବାଲ ସବ୍ ପ୍ଲାନ୍ ଅଞ୍ଚଳରେ ମଧ୍ୟ ନୂଆ ଗ୍ରୀଡ୍ ସବ୍ ଷ୍ଟେସନ ଏବଂ ଲାଇନ୍ ନିମାଣ କରାଯିବ୤ ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାକୁ ଉନ୍ନତ କରିବା ସହ ବୈଷୟିକ ଓ ବାଣିଜ୍ୟିକ [...]

0 comments | Continued

୧୩୪୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଲା

Date : 23 Nov, 2010

Archived; click post to view.Excerpt: ଭୁବନେଶ୍ବର : ବିଭିନ୍ନ ଶିଳ୍ପକ୍ଷେତ୍ରରେ ୧୩୪୦ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିନ୍‌ଡୋ କମିଟି ମଞ୍ଜୁରୀ ଦେଇଛି୤ ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଖାଦ୍ୟପ୍ରକ୍ରିୟାକରଣ ଶିଳ୍ପଠାରୁ ଆରମ୍ଭ କରି ଶକ୍ତି ପ୍ରକଳ୍ପ ପର୍ଯ୍ୟନ୍ତ ରହିଛି୤ ଏ ସମସ୍ତ ଶିଳ୍ପରେ ମୋଟ୍‌ ଅଢେଇ ହଜାର ଲୋକ ନିଯୁକ୍ତି ପାଇବେ୤ ମଞ୍ଜୁରୀ ପାଇଥିବା ତାଲିକାରେ ପ୍ରଥମେ ରହିଛି ବ୍ରିଟାନିଆ କମ୍ପାନୀର ବିସ୍କୁଟ କାରଖାନା ଯାହାକି ଖୋର୍ଦ୍ଧ ନିକଟରେ [...]

0 comments | Continued

୪.୫କୋଟି ଟଙ୍କା ବ୍ୟୟରେ ନୂତନ ହୃଦ୍‌ରୋଗ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟିତ

Date : 22 Nov, 2010

Archived; click post to view.Excerpt: କଟକ : କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲଠାରେ ପୂର୍ବଭାରତର ପ୍ରଥମ ଅତ୍ୟାଧୁନିକ ହୃଦ୍‌ରୋଗ ଚିକତ୍ସାକେନ୍ଦ୍ରର ଆର୍‌ଟିସ୍‌-ଜି ୟୁନିଟ୍ ଓ ହୃଦ୍‌ବକ୍ଷ ବିଭାଗର ନୂତନ ଅଟ୍ଟାଳିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି୤ ଏହି ୟୁନିଟ୍‌ ସ୍ଥାପନ ହେବା ଦ୍ବାରା ଡାକ୍ତରଖାନାରେ ଆଞ୍ଜିଓପ୍ଲାଷ୍ଟି, ଆଞ୍ଜିଓଗ୍ରାଫି ଓ ବେଲୁନ୍‌ ପ୍ରକ୍ରିୟା ସମେତ ବହୁ ବିରଳ ଚିକିତ୍ସା ଉପଲବ୍ଧ ହେବ୤ ପ୍ରାୟ ୪.୫କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ [...]

1 comment | Continued
ଲାଖଶିଳ୍ପର ପୁନରୁଦ୍ଧାର ଲାଗି ଦାବି

ଲାଖଶିଳ୍ପର ପୁନରୁଦ୍ଧାର ଲାଗି ଦାବି

Date : 22 Nov, 2010

Archived; click post to view.Excerpt: କଟକ : ଓଡ଼ିଶା ସରକାରଙ୍କ ବିଚିତ୍ର ନୀତି ଫଳରେ ଲାଖଶିଳ୍ପ ଆଜି ଡୁବିବାକୁ ବସିଲାଣି୤ ଏହି ଶିଳ୍ପ ଉପରେ ନିର୍ଭର କରୁଥିବା ୧୦ ହଜାର ଆଦିବାସୀ ଓ ୪ ଶହ ଲାଖଶିଳ୍ପୀ ଜୀବିକା ହରାଇବାର ସମ୍ଭାବନା ସୃଷ୍ଟି ହୋଇଛି୤ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଲାଖ ଏକ କୃଷିଜାତ ଦ୍ରବ୍ୟଭାବେ ପରିଗଣିତ ହେଉଥିଲାବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି୤ ରାଜ୍ୟ ସରକାରଙ୍କ ପକ୍ଷରୁ ୬୯ଟି ଲଘୁବନଜାତ [...]

0 comments | Continued

ଶିଶୁ ମୃତ୍ୟୁହାର ରୋକିବା ଦିଗରେ ‘ନବଜାତ ଶିଶୁ ଯତ୍ନ ୟୁନିଟ୍ ଓ କର୍ନର’

Date : 22 Nov, 2010

Archived; click post to view.Excerpt: କଟକ : ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ କରିବା ଦିଗରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି୤ କିଛି ବର୍ଷ ତଳେ ରାଜ୍ୟରେ ଶିଶୁ ମୃତ୍ୟୁହାର ୯.୭% ଥବା ବେଳେ ଏବେ ତାହା ୬.୫%କୁ ହ୍ରାସ ପାଇଛି୤ ଶିଶୁ ମୃତ୍ୟୁ କ୍ଷେତ୍ରରେ ଜନ୍ମରୁ ୨୮ ଦିନ ମଧ୍ୟରେ ଶିଶୁଙ୍କ ମୃତ୍ୟୁହାର ସର୍ବାଧିକ୤ ସାଧାରଣତଃ ସମୟ ପୂର୍ବ କମ୍‌ ଓଜନ ଶିଶୁ ଜନ୍ମହେବା, ଶ୍ବାସନଳୀ ସଂକ୍ରମଣ, ଜନ୍ମ ଆସଫିକିଆ, କାମଳ, ସେପ୍‌ସିସ୍‌ [...]

0 comments | Continued

ଲୋକପାଳଙ୍କ ତଦନ୍ତ ପରିସରଭୁକ୍ତ ହେବେ ପଞ୍ଚାୟତିରାଜ ପ୍ରତିନିଧି

Date : 20 Nov, 2010

Archived; click post to view.Excerpt: କଟକ : ଏଣିକି ପଞ୍ଚାୟତିରାଜ ପ୍ରତିନିଧିମାନେ ମଧ୍ୟ ଲୋକପାଳଙ୍କ ତଦନ୍ତ ପରିସରଭୁକ୍ତ ହେବେ୤ ୱାର୍ଡମେମ୍ବରଙ୍କଠାରୁ ଆରମ୍ଭକରି ଜିଲ୍ଲା ପରିଷଦର ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଲୋକପାଳଙ୍କ ଆଇନ ପରିସରଭୁକ୍ତ ହେବେ୤ ସେମାନଙ୍କ ବିରୁଦ୍ଧରେ ଦୁର୍ନୀତି, ଅର୍ଥ ତୋଷରପାତ ଏବଂ ଅନ୍ୟ ଅଭିଯୋଗଗୁଡିକର ତଦନ୍ତ ଲୋକପାଳ କରିବେ୤ ଓଡ଼ିଶାର ଲୋକପାଳ ଏବଂ ଲୋକାୟୁକ୍ତ ଆଇନ ୧୯୯୫ରେ ଏହି ବ୍ୟବସ୍ଥା ନାହିଁ୤ କିନ୍ତୁ ଆଇନରେ ଏହି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି [...]

0 comments | Continued

ରାଜ୍ୟର ୧୫୦ଟି ବିଦ୍ୟାଳୟରେ ଉପଗ୍ରହ ମାଧ୍ୟମରେ ଶିକ୍ଷା ଦିଆଯିବ

Date : 19 Nov, 2010

Archived; click post to view.Excerpt: କଟକ : ଶିକ୍ଷା ବ୍ୟବସ୍ଥାକୁ ଗୁଣାତ୍ମକ କରିବାପାଇଁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବେ ଅଣ୍ଟା ଭିଡିଛନ୍ତି୤ କଂପ୍ୟୁଟର, ଇଣ୍ଟରନେଟ୍‌, ଉପଗ୍ରହ ଓ ନାନାପ୍ରକାରର ଡିଜିଟାଲ ଉପକରଣ ବ୍ୟବହାର କରି ଶିକ୍ଷାକୁ ଯୁଗୋପଯୋଗୀ କରିବାର ଲକ୍ଷ୍ୟନେଇ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି୤ ପ୍ରାଥମିକଭାବେ ୧୫୦ଟି ବିଦ୍ୟାଳୟରେ ଉପଗ୍ରହ ମାଧ୍ୟମରେ ଶିକ୍ଷା ଦିଆଯିବ୤ ଏଥିମଧ୍ୟରେ ୭୫ଟି ସାଧାରଣ ବିଦ୍ୟାଳୟ ଓ ୭୫ଟି ଅନୁସୂଚିତ ବିଦ୍ୟାଳୟ ଅର୍ନ୍ତଭୁକ୍ତ୤ ପାଠ୍ୟକ୍ରମରେ [...]

0 comments | Continued

ଡିଆରଡିଓ ର ୧୦୦୦ କୋଟି ଟଙ୍କା ବିନିଯୋଗ ନିଷ୍ପତ୍ତି

Date : 19 Nov, 2010

କ୍ଷେପଣାସ୍ତ୍ର ଉତ୍ପାଦନ ବୃଦ୍ଧି, ସ୍କ୍ରାମଜେଟ୍‌ ଇଞ୍ଜିନ୍ ପରୀକ୍ଷଣପାଇଁ ହାଇପରସୋନିକ ଉଇଣ୍ଡ ଟନେଲ କାର୍ଯ୍ୟକ୍ରମ ଏବଂ ରେଡିଓ ଫ୍ରିକୁଏନ୍ସି ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ପାଇଁ ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ୧୦୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନେଇଛି୤

0 comments | Continued

ସୂଚନା କମିଶନ ଏକ ଥଇଥାନ କେନ୍ଦ୍ର

Date : 16 Nov, 2010

Archived; click post to view.Excerpt: ରାଜ୍ୟର ମୁଖ୍ୟ ସୂଚନା କମିଶନରଭାବେ ତରୁଣକାନ୍ତି ମିଶ୍ରଙ୍କର ନିଯୁକ୍ତି ପରେ ବିରୋଧିଦଳ ନେତା ଭୂପିନ୍ଦର ସିଂ ଏହାକୁ ନାପସନ୍ଦ କରିଛନ୍ତି୤ ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ସିଂ କହିଛନ୍ତି ଯେ ସୂଚନା କମିଶନ ପଦବୀରେ କେବଳ ଅବସରପ୍ରାପ୍ତ ପ୍ରଶାସକଙ୍କୁ ଅବସ୍ଥାପିତ କରାଯାଉଥିବାରୁ ଏହା ଏକ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି୤ କମିଶନର ନିଯୁକ୍ତି ପ୍ରକ୍ରିୟା ପୂର୍ବରୁ ସେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଓଡ଼ିଶାରେ ଚାଲିଥିବା [...]

0 comments | Continued

ବେଦାନ୍ତ ବିଶ୍ବବିଦ୍ୟାଳୟଲାଗି ଅଧିଗୃହୀତ ଜମି ଫେରାଇବାକୁ ନିର୍ଦ୍ଦେଶ

Date : 16 Nov, 2010

Archived; click post to view.Excerpt: କଟକ : ଓଡ଼ିଶାରେ ବେଦାନ୍ତ କମ୍ପାନୀକୁ ଆଉ ଏକ ଧକ୍କା ଲାଗିଛି୤ ପୁରୀ ଜିଲ୍ଲାରେ ଏହାର ବହୁଚର୍ଚ୍ଚିତ ବିଶ୍ବବିଦ୍ୟାଳୟ ନିମନ୍ତେ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ଦର୍ଶାଇ ଓଡ଼ିଶା ହାଇକୋର୍ଟ ଜମିମାଲିକମାନଙ୍କୁ ସେମାନଙ୍କ ଜମି ଫେରାଇଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି୤ ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନଭାବେ ହୋଇଥିବା ଦର୍ଶାଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା୤ ଏହି ମାମଲାର ବିଚାର [...]

3 comments | Continued
Pages: Prev 1 2 ...146 147 148 ...151 152 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg