- No events to show[ More Details ]
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | 5 | 6 | 7 |
8 | 9 | 10 | 11 | 12 | 13 | 14 |
15 | 16 | 17 | 18 | 19 | 20 | 21 |
22 | 23 | 24 | 25 | 26 | 27 | 28 |
Top News - Rourkela News

ବିପିୟୁଟିର ୭ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ : ୮ଜଣ ପିଏଚ୍ଡି ଡିଗ୍ରୀଧାରୀଙ୍କ ସମେତ ୫୧ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ
Date : 17 Apr, 2016
ଏଠାରେ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର ୭ମ ସମାବର୍ତ୍ତନ ଉତ୍ସବ ଆଜି ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଆସନ୍ତା ୧୭ ତାରିଖରେ ବିପିୟୁଟିର ୭ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ : ୮ଜଣ ଏମ୍ଟେକ୍ ଛାତ୍ରଛାତ୍ରୀଙ୍କ ସମେତ ୫୧ଜଣଙ୍କୁ ମିଳିବ ସ୍ୱର୍ଣ୍ଣପଦକ
Date : 7 Apr, 2016
ରାଉରକେଲାରେ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୭ ତାରିଖରେ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।

ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟକାର୍ଯ୍ୟ ନିର୍ବାହୀଭାବେ ଅଶ୍ୱିନୀ କୁମାରଙ୍କ ଦାୟିତ୍ୱ ଗ୍ରହଣ
Date : 23 Mar, 2016
ଭାରତୀୟ ଇସ୍ପାତ ପ୍ରାଧିକରଣ କର୍ତ୍ତୃପକ୍ଷ(ସେଲ୍) ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ର ନୂତନ ମୁଖ୍ୟ କାର୍ଯ୍ୟାନିର୍ବାହୀ (CEO) ଭାବେ ଶ୍ରୀ ଅଶ୍ୱିନୀ କୁମାର ଆଜି ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ରାଉରକେଲାଠାରେ ରାଜ୍ୟସ୍ତରୀୟ ମୂର୍ତ୍ତିକା ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ
Date : 11 Mar, 2016
ସ୍ଥାନୀୟ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟସ୍ତରୀୟ ମୂର୍ତ୍ତିକା ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି।
ରାଉରକେଲାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ତୃତୀୟ ରେଳ ଲାଇନ୍ ନିର୍ମାଣ ପାଇଁ ଶିଳାନ୍ୟାସ
Date : 5 Mar, 2016
ଦେଶର ଅନ୍ୟତମ ପୂରାତନ ରେଳ ଲାଇନ୍ ଭାବେ ପରିଚିତ ମୁମ୍ବାଇ – ହାଓଡ଼ା ରେଳପଥ ଅନ୍ତର୍ଗତ ରାଉରକେଲା-ଝାରସୁଗୁଡ଼ା ରେଳ ସେକ୍ସନ୍ରେ ତୃତୀୟ ରେଳ ଲାଇନ୍ ନିର୍ମାଣ ପାଇଁ ଆଜି ରାଉରକେଲାଠାରେ ଶିଳାନ୍ୟାସ ହୋଇଯାଇଛି।

ରାଉରକେଲା ବିମାନ କ୍ଷେତ୍ରରେ ନୂତନ ବିମାନ ଇନ୍ଧନ କେନ୍ଦ୍ର ଉଦ୍ଘାଟିତ
Date : 5 Mar, 2016
ଭାରତୀୟ ତୈଳ ନିଗମ ପକ୍ଷରୁ ରାଉରକେଲା ବିମାନ କ୍ଷେତ୍ରଠାରେ ସ୍ଥାପିତ ୧୦୦ତମ ବିମାନ ଇନ୍ଧନ କେନ୍ଦ୍ରକୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦ୍ଘାଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ
Date : 24 Feb, 2016
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ରାଉରକେଲା ଗସ୍ତ ସମୟରେ ମୋଟ ୫ଟି ନିର୍ମାଣ ଶେଷ ହୋଇଥିବା ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୧୨ଟି ନୂତନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ : ଏକାଧିକ କାର୍ଯ୍ୟକ୍ରମରେ ଯୋଗଦାନ
Date : 24 Feb, 2016
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଯାଇଛନ୍ତି। ସ୍ଥାନୀୟ ବିର୍ସା ମଇଦାନଠାରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ତାଙ୍କ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି କହିଥିଲେ।
ଆସନ୍ତା ୨୪ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ରାଉରକେଲା ଗସ୍ତ
Date : 23 Feb, 2016
ଆସନ୍ତା ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାକୁ ଏକ ଦିନିକିଆ ଗସ୍ତରେ ଆସୁଛନ୍ତି।
ରାଉରକେଲା ମହାନଗର ନିଗମ ଗଠନର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ
Date : 16 Feb, 2016
ଓଡ଼ିଶାର ସଂଖ୍ୟାଧିକ ପୌରପାଳିକା ଓ ବିଜ୍ଞାପିତ ପରିଷଦରେ ୨୦୦୮ରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ସରିବା ପରେ ନୂତନ ପ୍ରତିନିଧିମାନଙ୍କ ପାଇଁ ନିର୍ବାଚନ ୨୦୧୩ ମସିହା ସେପ୍ଟେମ୍ବର-ଅକ୍ଟୋବର୍ ମାସରେ ହୋଇଥିଲା। ସେହି ସମୟରେ ସୁନ୍ଦରଗଡ଼ ଜିଲ୍ଲାର ୪ଟି ପୌରାଞ୍ଚଳ ମଧ୍ୟରୁ ରାଉରକେଲା ବ୍ୟତୀତ ଅନ୍ୟ ସବୁ ପୌରାଞ୍ଚଳ ପାଇଁ ନିର୍ବାଚନ ହୋଇ ବିଭିନ୍ନ ୱାର୍ଡରୁ ପ୍ରତିନିଧିମାନେ ନିର୍ବାଚିତ ହେବା ସହିତ ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷ ମଧ୍ୟ ନିର୍ବାଚିତ ହୋଇଥିଲେ। ସେହି ସମୟରେ ରାଉରକେଲାକୁ ମହାନଗର ନିଗମ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏଠାରେ ଥିବା ପୌରପାଳିକା ପାଇଁ ନିର୍ବାଚନ କରାଯାଇ ନଥିଲା। ପରେ ନଭେମ୍ବର ୨୦୧୩ ମସିହାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ମୁତାବକ ରାଉରକେଲାକୁ ମହାନଗର ନିଗମରେ ପରିଣତ କରାଯିବା ନେଇ ଘୋଷଣା ହୋଇଥିଲା।