- No events to show[ More Details ]
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | 5 | 6 | 7 |
8 | 9 | 10 | 11 | 12 | 13 | 14 |
15 | 16 | 17 | 18 | 19 | 20 | 21 |
22 | 23 | 24 | 25 | 26 | 27 | 28 |
Top News - Rourkela News
ରାଉରକେଲାଠାରେ ଜିଲ୍ଲାର ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର କ୍ୟାମ୍ପସ୍ ନିର୍ମାଣ ଆରମ୍ଭ
Date : 4 Feb, 2016
ର୍ଚ୍ଚ ୨୦୧୨ ରେ କେନ୍ଦ୍ରୀୟ କୃଷି ଗବେଷଣା ପରିଷଦ ( ଆଇସିଏଆର୍) ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର କୁଳପତିଙ୍କୁ ପ୍ରଦତ୍ତ ଏକ ଚିଠି ମୁତାବକ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସ୍ଥିତ ବାଙ୍କିଆ ନିକଟରେ ଜିଲ୍ଲାର ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନା ପାଇଁ ସୂଚନା ଦିଆଯାଇଥିଲା।

୨୩ତମ ରାଉରକେଲା ପୁସ୍ତକମେଳା ଉଦ୍ଘାଟିତ
Date : 2 Feb, 2016
ରାଉରକେଲାର ଭଞ୍ଜଭବନଠାରେ ୨୩ତମ ରାଉରକେଲା ପୁସ୍ତକ ମେଳା ଗତକାଲି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି।
ସୁନ୍ଦରଗଡ଼ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ଯତ୍ରା ଉଦ୍ଘାଟିତ
Date : 28 Jan, 2016
ସୁନ୍ଦରଗଡ଼ର ଜିଲ୍ଲା ସାଂସ୍କୃତିକ ମହୋତ୍ସବ ‘ଯତ୍ରା-୨୦୧୬’ ଗତକାଲି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। ସୁନ୍ଦରଗଡ଼ ସହରର ଭବାନୀ ଭବନ ପଡ଼ିଆଠାରେ ଆରମ୍ଭ ହୋଇଥିବା ଏହି ୫ ଦିନବ୍ୟାପୀ କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଡ ଦିଲ୍ଲୀପ ତିର୍କୀ ଉଦ୍ଘାଟନ କରିଥିଲେ।

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ
Date : 16 Jan, 2016
ଏଠାରେ ଥିବା ରାଜ୍ୟର ଏକମାତ୍ର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ( ଏନଆଇଟି)ର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିଭାବେ ଦେଶ ଓ ବିଦେଶରେ ପ୍ରତିଷ୍ଠା ଲାଭ କରିଥିବା ତଥା କରଣ ଗ୍ରୋଭର ଓ ଆସୋସିଏଟ୍ସର ପ୍ରତିଷ୍ଠାତା ବିଶିଷ୍ଟ ସ୍ଥପତି କରଣ ଗ୍ରୋଭର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିଦେବାର ଶକ୍ତି ତୁମମାନଙ୍କର ରହିଛି, ସବୁବେଳେ ବଡ଼ ସ୍ୱପ୍ନ ଦେଖ, ସ୍ୱପ୍ନକୁ ସତ କରିବାପାଇଁ ସମସ୍ତ ଉଦ୍ୟମ ଓ ଚେଷ୍ଟା କରିଚାଲ , ସଫଳତା ନିଶ୍ଚୟ ପାଇବ ବୋଲି କହିଥିଲେ।
ବୟନିକା ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦ୍ଘାଟିତ
Date : 31 Dec, 2015
କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ଉନ୍ନୟନ ଆୟୁକ୍ତଙ୍କ ସହାୟତାରେ ଓଡ଼ିଶା ସରକାରଙ୍କ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆଙ୍କ ଦ୍ୱାରା ଗତକାଲି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି।
ଜାତୀୟ ଖାଦ୍ୟ ସୁରକ୍ଷା ଅଇନରେ ରାସନ୍ କାର୍ଡ ବଣ୍ଟନ: ୭୬ଜଣ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ
Date : 17 Dec, 2015
ରାଉରକେଲା ସହରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଅନ୍ତର୍ଗତ ନୂତନ ରାସନ୍ କାର୍ଡ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

‘ମତାମତ ପରିପ୍ରକାଶର ଏକ ମାଧ୍ୟମଭାବେ ବ୍ୟଙ୍ଗଚିତ୍ର ଓ ବ୍ୟାଙ୍ଗାତ୍ମକ ପ୍ରଦର୍ଶନର ଗୁରୁତ୍ୱ ଓ ତା’ର ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
Date : 16 Nov, 2015
ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ପ୍ରେସ୍ କାଉନ୍ସିଲ୍ ପକ୍ଷରୁ ପ୍ରଦତ୍ତ ‘ମତାମତ ପରିପ୍ରକାଶର ଏକ ମାଧ୍ୟମଭାବେ ବ୍ୟଙ୍ଗଚିତ୍ର ଓ ବ୍ୟାଙ୍ଗାତ୍ମକ ପ୍ରଦର୍ଶନର ଗୁରୁତ୍ୱ ଓ ତା’ର ପ୍ରଭାବ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଅଷ୍ଟାଦଶ ବେଦବ୍ୟାସ ସଙ୍ଗୀତ ଓ ନୃତ୍ୟ ଉତ୍ସବ ଉଦ୍ଘାଟିତ
Date : 2 Nov, 2015
ଇସ୍ପାତ ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଭଞ୍ଜ କଳାକେନ୍ଦ୍ର ପକ୍ଷରୁ ଭଞ୍ଜଭବନ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଜାତୀୟସ୍ତରୀୟ ଅଷ୍ଟାଦଶ ବେଦବ୍ୟାସ ସଙ୍ଗୀତ ଓ ନୃତ୍ୟ ଉତ୍ସବ ଗତକାଲି ସନ୍ଧ୍ୟାରେ ଆରମ୍ଭ ହୋଇଛି।
ଇସ୍ପାତ ସହରରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ଆରମ୍ଭ
Date : 20 Oct, 2015
ଇସ୍ପାତ ସହରରେ ସାର୍ନଜନୀନ ଶାରଦୀୟ ଦୁର୍ଗାପୂଜା ଗତକାଲିଠାରୁ ଆରମ୍ଭ ହୋଇଛି। ଗତକାଲି ମହାଷଷ୍ଠୀ ଅବସରରେ ଶୁଭ ଘଟସ୍ଥାପନ ସହିତ ବିଲ୍ୱାଧିବାସ ସହିତ ସପ୍ତାହେବ୍ୟାପୀ ହେବାକୁ ଥିବା ଦେବୀ ଦୁର୍ଗାଙ୍କର ଆବାହନ ଆରମ୍ଭ ହୋଇଛି। ଆଜି ଦେବୀଙ୍କ ମହାସପ୍ତମୀ ପୂଜା ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହେଉଛି।
ସ୍ମାର୍ଟସିଟି ଉପରେ ମୁକ୍ତ ପ୍ରବନ୍ଧ ପ୍ରତିଯୋଗିତା
Date : 19 Oct, 2015
ରାଉରକେଲାକୁ ସ୍ମାର୍ଟ ସିଟିଭାବେ ଘୋଷଣା ପରେ ଏ ନେଇ ସହରର ବିଭିନ୍ନ ବର୍ଗର ଜନସାଧାରନଙ୍କ ନିକଟରୁ ମତାମତ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଜନସାଧାରଣଙ୍କୁ ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ମୁକ୍ତ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଛି।