Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

Top News - Rourkela News

Pages: Prev 1 2 ...5 6 7 ...191 192 Next

ସାମୁହିକ ସ୍ୱାର୍ଥ ସାଧନ ଦିଗରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ସ୍ୱର କ୍ଷୀଣ

Date : 26 May, 2015

ବେଶ୍‌ କିଛିବର୍ଷ ହେଲା ରାଉରକେଲା ସହର ଓ ଆଖପାଖ ଅଞ୍ଚଳର ବିକାଶ ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ। ବିଶେଷ କରି ଭିତ୍ତିଭୂମି ତଥା ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମସଂସ୍ଥାନ ଯୋଗାଇବା ନିମନ୍ତେ ବିଗତ କିଛିବର୍ଷ ମଧ୍ୟରେ କୌଣସି ଆଖିଦୃଶିଆ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଏକଦା ରାଜ୍ୟର ଶିଳ୍ପ ରାଜଧାନୀଭାବେ ପରିଚିତ ରାଉରକେଲା ଓ ଆଖପାଖ ଅଞ୍ଚଳରେ ଗଢ଼ିଉଠିଥିବା ଅନେକ ଶିଳ୍ପାନୁଷ୍ଠାନ ଏବେ ରୁଗ୍‌ଣ ବା ବନ୍ଦ ହୋଇଯାଇଛି। ଏହା ଫଳରେ ଏକଦା ରୋଜଗାର ଆଶାରେ ଏଠାକୁ ଆସୁଥିବା ଏବଂ ଏହି ଅଞ୍ଚଳରେ ଥିବା ଶିକ୍ଷିତ ବେକାରମାନଙ୍କର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଏଠାରେ ରହିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନାରେ ଅଳ୍ପ କିଛି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ।

3 comments | Continued
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଧୁନିକୀକୃତ ଏବଂ ସମ୍ପ୍ରସାରିତ ଆର୍‌ଏସ୍‌ପି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଧୁନିକୀକୃତ ଏବଂ ସମ୍ପ୍ରସାରିତ ଆର୍‌ଏସ୍‌ପି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ

Date : 1 Apr, 2015

ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ଆଧୁନିକୀକୃତ ଏବଂ ସମ୍ପ୍ରସାରିତ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ଫଳରେ ରାଉରକେଲା ଇସ୍ପାତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୨ନିୟୁତ ଟନ୍‌ରୁ ୪.୫ ନିୟୁତ ଟନ୍‌ରେ ପହଞ୍ଚିଛି। ଏହାସହିତ ୧୨ହଜାର କୋଟି ଟଙ୍କା ବ୍ୟୟରେ ହୋଇଥିବା ସମ୍ପ୍ରସାରିତ ଆର୍‌ଏସ୍‌ପିର ବିଭିନ୍ନ ନୂତନ ବିଭାଗଗୁଡ଼ିକୁ ସେ ବୁଲି ଦେଖିଥିଲେ। ପରେ ସ୍ଥାନୀୟ ବିମାନକ୍ଷେତ୍ର ନିକଟରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଗତବର୍ଷ ଅପ୍ରେଲ୍‌ ୪ତାରିଖରେ ନିର୍ବାଚନୀ ସଭାରେ ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇଥିଲେ। ସେହି ପ୍ରତିଶ୍ରୁତି ମୁତାବକ ସେଲ୍‌ ଅଧିନସ୍ଥ ସ୍ଥାନୀୟ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌କୁ ଏକ ମେଡିକାଲ୍‌ କଲେଜ୍‌ ତଥା ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ରେ ପରିଣତ କରାଯିବ ବୋଲି ସୂଚନା ଦେଇଥିଲେ।

0 comments | Continued

ଓଡ଼ିଶା ଦିବସ ଅବସରରେ ଇସ୍ପାତ ସହରକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

Date : 31 Mar, 2015

ଓଡ଼ିଶା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ପାତ ସହରକୁ ଗସ୍ତରେ ଆସିବା ପାଇଁ ସମଗ୍ର ସହର ପ୍ରସ୍ତୁତ ରହିଛି।

0 comments | Continued

ପ୍ରଧାନମନ୍ତ୍ରୀଙ୍କର ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ

Date : 31 Mar, 2015

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସ୍ଥିତ ଭାରତର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ, ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ଼(ସେଲ୍‌)ର ପାଞ୍ଚଟି ସମନ୍ଵିତ ଇସ୍ପାତ କାରଖାନା ମଧ୍ୟରେ ଅନ୍ୟତମ ରାଉରକେଲା ଇସ୍ପାତ କାରଖାନାକୁ ଅପ୍ରେଲ ୧ ତାରିଖରେ ପରିଦର୍ଶନ କରିବେ।

0 comments | Continued

ରାଉରକେଲା ମହାନଗର ନିଗମ ଗଠନକୁ ନେଇ ଉଚ୍ଚନ୍ୟାୟାଳୟର ଅନ୍ତରୀଣ ରହିତାଦେଶ

Date : 28 Mar, 2015

ରାଉରକେଲା ମହାନଗର ନିଗମ ଗଠନକୁ ନେଇ ଦାୟର ମାମଲାରେ ଉଚ୍ଚ ନ୍ୟାୟାଳୟର ଅନ୍ତରୀଣ ରହିତାଦେଶ।

1 comment | Continued
ବିପିୟୁଟିକୁ ଏକ ଉନ୍ନତ ତଥା ଜାତୀୟସ୍ତରର ବିଶ୍ୱବିଦ୍ୟାଳୟରେ ପରିଣତ କରିବା ମୋର ଲକ୍ଷ୍ୟ – ପ୍ରଫେସର୍‌ ପଟ୍ଟନାୟକ

ବିପିୟୁଟିକୁ ଏକ ଉନ୍ନତ ତଥା ଜାତୀୟସ୍ତରର ବିଶ୍ୱବିଦ୍ୟାଳୟରେ ପରିଣତ କରିବା ମୋର ଲକ୍ଷ୍ୟ – ପ୍ରଫେସର୍‌ ପଟ୍ଟନାୟକ

Date : 17 Mar, 2015

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ରୂପେ ବିଧିବଦ୍ଧଭାବେ ଗତକାଲି ପ୍ରଫେସର୍‌ ଶ୍ୟାମସୁନ୍ଦର ପଟ୍ଟନାୟକ ଦାୟିତ୍ୱ ନେଇଛନ୍ତି।

0 comments | Continued
ରାଉରକେଲା ରେଳଷ୍ଟେସ୍‌ର ଦ୍ୱିତୀୟ ପ୍ରବେଶପଥ ଲୋକାର୍ପିତ

ରାଉରକେଲା ରେଳଷ୍ଟେସ୍‌ର ଦ୍ୱିତୀୟ ପ୍ରବେଶପଥ ଲୋକାର୍ପିତ

Date : 13 Mar, 2015

ଆଜି ବିଧିବଦ୍ଧଭାବେ ରାଉରକେଲା ରେଳ ଷ୍ଟେସନ୍ର ଦ୍ୱିତୀୟ ପ୍ରବେଶ ପଥ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ରାଧେଶ୍ୟାମଙ୍କ ଦ୍ୱାରା ଲୋକାର୍ପିତ ହୋଇଛି।

0 comments | Continued

ରାଉରକେଲାରେ ପ୍ରତିଷ୍ଠିତ ଜାଭିୟର୍ ଶିକ୍ଷାନୁଷ୍ଠାନର ଶାଖା ପ୍ରତିଷ୍ଠା ଘୋଷଣା: ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନବାଚୀ

Date : 7 Mar, 2015

ବିଗତ କିଛିବର୍ଷ ଧରି ଇସ୍ପାତ ସହର ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲା ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଅଭିଯୋଗ ହୋଇଆସୁଛି।

2 comments | Continued
ବିପିୟୁଟିର ସ୍ନାତକୋତ୍ତର ବିଭାଗ ପାଇଁ ନବନିର୍ମିତ ସୌଧ ଓ ସିଟିବସ୍‌ ସେବା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

ବିପିୟୁଟିର ସ୍ନାତକୋତ୍ତର ବିଭାଗ ପାଇଁ ନବନିର୍ମିତ ସୌଧ ଓ ସିଟିବସ୍‌ ସେବା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

Date : 16 Feb, 2015

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ତାରିଖ ଦିନ ଏକ ଦିନିକିଆ ରାଉରକେଲା ଗସ୍ତ କରି ଫେରିଯାଇଛନ୍ତି୤ ଏହି ଅବସରରେ ସେ ପ୍ରଥମେ ସ୍ଥାନୀୟ ବିଜୁ ପଟ୍ଟନାୟକ ବୈଶୟିକ ବିଶ୍ବବିଦ୍ୟାଳୟ ପରିସରରେ ନବନିର୍ମିତ ସ୍ନାତକୋତ୍ତର ଅଧ୍ୟୟନ କେନ୍ଦ୍ରର ସୌଧକୁ ଉଦ୍‌ଘାଟନ କରିଥିଲେ୤

2 comments | Continued

ବୃହତ୍ତର ରାଉରକେଲା ସହର ପାଇଁ ସମନ୍ବିତ ବିକାଶ ଯୋଜନାର ପ୍ରସ୍ତାବିତ ରୂପରେଖକୁ ନେଇ ବୈଠକ

Date : 10 Feb, 2015

ବୃହତ୍ତର ରାଉରକେଲାର ବିକାଶ ପାଇଁ ସମନ୍ବିତ ବିକାଶ ଯୋଜନା ପ୍ରସ୍ତୁତିକୁ ନେଇ କାର୍ଯ୍ୟ ଆରମ୍ଭ୤

0 comments | Continued
Pages: Prev 1 2 ...5 6 7 ...191 192 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg