Greater Rourkela City

ଉଚ୍ଚ ନ୍ୟାୟାଳୟରେ ଗ୍ରୀଷ୍ମ ଅବକାଶ ଆରମ୍ଭ
କଟକ: ଗ୍ରୀଷ୍ମ ଅବକାଶ ପାଇଁ ଓଡ଼ିଶା ଉଚ୍ଚନ୍ୟାୟାଳୟ ଆଜିଠାରୁ ଛୁଟି ହୋଇଯାଇଛି୤ ଆସନ୍ତା ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ନ୍ୟାୟାଳୟର ଗ୍ରୀଷ୍ମ ଅବକାଶ ଚାଲିବ୤ ଉଚ୍ଚନ୍ୟାୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅଦାଲତ ଆଜିଠାରୁ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଓ ୧୮ ତାରିଖରେ ଖୋଲିବ ବୋଲି ଜଣାପଡ଼ିଛି୤ ତେବେ ଅବକାଶ ସମୟରେ ଜରୁରି ମକଦ୍ଦମାଗୁଡ଼ିକର ବିଚାର ନିମନ୍ତେ ମୋଟ୍‌ ୫ ଦିନରେ, ୧୨ଟି ଅବକାଶକାଳୀନ ଅଦାଲତ ଅନୁଷ୍ଠିତ ହେବ୤ ଏହି କ୍ରମରେ ଆସନ୍ତା ୨୩ ତାରିଖରେ ତିନିଟି ଅଦାଲତ, ୨୮ ରେ ତିନିଟି ଓ ଜୁନ୍‌ ୪ ତାରିଖ, ୭ ତାରିଖ ଓ ୧୧ ତାରିଖରେ ଦୁଇଟି ଲେଖାଏଁ ଅବକାଶକାଳୀନ ଅଦାଲତ ବସିବ୤ ୨୩ ଓ ୨୮ ତାରିଖରେ ବିଚାରପତି ଇନ୍ଦ୍ରଜିତ୍‌ ମହାନ୍ତି ଓ ଜଷ୍ଟିସ୍‌ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବଂ ଜଣିକିଆ ବିଚାରପତି ଭାବେ ଇନ୍ଦ୍ରଜିତ୍‌ ମହାନ୍ତି ଓ ବିଚାରପତି ବି.କେ.ନାୟକ ପୃଥକ୍‌ ପୃଥକ୍‌ ବେଞ୍ଚରେ ଜରୁରି ମାମଲାର ଶୁଣାଣି କରିବେ୤

ଖଣ୍ଡପୀଠରେ ସକାଳ ୮ଟା ୩୦ ରୁ ଏବଂ ଜଣିକିଆ ବିଚାରପତିଙ୍କ କୋର୍ଟରେ ସକାଳ ୧୦ ଟା ୩୦ରୁ ଆରମ୍ଭ ହେବ୤ ସେହିପରି ଜୁନ୍‌ ୪, ୭ ଓ ୧୧ ତାରିଖରେ ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଓ ବିଚାରପତି ବୀରକିଶୋର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବଂ ଜଣିକିଆ ବିଚାରପତି ଭାବେ ବିଚାରପତି ସଞ୍ଜୟ କୁମାର ମିଶ୍ର ମାମଲାର ଶୁଣାଣି କରିବେ୤ ତେବେ ଏହି ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟ କାର୍ଯ୍ୟାଳୟ ସବୁଦିନ ସକାଳ ୮ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ୤ କିନ୍ତୁ ମେ ୨୭ ତାରିଖ, ଜୁନ୍‌ ୩, ୬, ୯, ୧୦, ୧୪, ୧୫ ଓ ୧୬ ତାରିଖ ସରକାରୀ ଛୁଟି ଏବଂ ହାଇକୋର୍ଟ ଛୁଟି ଦିନ ହୋଇଥିବାରୁ ଏହି ତାରିଖରେ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ହାଇକୋର୍ଟରୁ ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି୤

ସୁନ୍ଦରଗଡ଼ ଜିଲ୍ଲାରେ ତାଲିମ ନେବେ ୪୧୭ ଜଣ ଶିକ୍ଷକ
ସୁନ୍ଦରଗଡ଼: ସମ୍ପ୍ରତି ରାଜ୍ୟ ସରକାର ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ଶିକ୍ଷକମାନଙ୍କୁ ତାଲିମପ୍ରାପ୍ତ ହେବା ପାଇଁ ବାଧ୍ୟତାମୂଳକ କରିଛନ୍ତି୤ ଏହି କ୍ରମରେ ଅଣ ତାଲିମ ପ୍ରାପ୍ତ ଶିକ୍ଷକମାନଙ୍କୁ ଚଳିତ ବର୍ଷ ସରକାର ତାଲିମ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି୤ ଏ ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଥିବା ଅଣ ତାଲିମ ପ୍ରାପ୍ତ ଶିକ୍ଷକମାନଙ୍କୁ ମଧ୍ୟ ତାଲିମ ଦେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି୤ ଜିଲ୍ଲାରେ ଥିବା ୧୭ଟି ବ୍ଲକ୍‌ ଓ ୪ଟି ପୌରାଞ୍ଚଳରେ କାର୍ଯ୍ୟରତ ମୋଟ ୯୮୦ ଜଣ ଅଣ ତାଲିମ ପ୍ରାପ୍ତ ଶିକ୍ଷା ସହାୟକ ଓ ଗଣ ଶିକ୍ଷକଙ୍କୁ ସେମାନଙ୍କର ଯୋଗ୍ୟତାଭିତ୍ତିରେ ଦୂର ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ ବା ପ୍ରାଥମିକ ଶିକ୍ଷା ପ୍ରଶିକ୍ଷଣ ତାଲିମ ଦେବା ପାଇଁ ସ୍ଥିର କରାଯାଇଛି୤

ନିଷ୍ପତ୍ତି ମୁତାବକ ଯେଉଁ ସାଧାରଣ ବର୍ଗର ପିଲାମାନଙ୍କର ଯୁକ୍ତଦୁଇ ପରୀକ୍ଷାରେ ୫୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ମାର୍କ ରହିଛି ଓ ଯେଉଁ ଅନୁସୂଚିତ ଜାତିର ପିଲାମାନଙ୍କର ଯୁକ୍ତଦୁଇ ପରୀକ୍ଷାରେ ୪୫ ପ୍ରତିଶତ ମାର୍କ ରହିଛି ସେମାନଙ୍କୁ ଏହି ଯୋଗ୍ୟତା ତାଲିକାରେ ସ୍ଥାନ ଦିଆଯାଇଛି୤ ଏହି ପ୍ରକ୍ରିୟା ପାଇଁ ସୁନ୍ଦରଗଡ଼ ସ୍ଥିତ ଡିଆଇଇଟି ବା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ଗତ ୧୭ ଓ ୧୮ ତାରିଖ ଦୁଇଦିନ ଧରି ନାମଲେଖା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି୤ ଏଥିରେ ୨୦୦୮ ରେ ନିଯୁକ୍ତି ପାଇଥିବା ୩୩୭ ଜଣ ଗଣ ଶିକ୍ଷକ ଓ ୨୦୧୧ ରେ ନିଯୁକ୍ତି ପାଇଥିବା ୬୪୩ ଜଣ ଶିକ୍ଷକଙ୍କୁ ପର୍ଯ୍ୟାୟକ୍ରମେ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି୤ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ୨୦୦୮ ପୂର୍ବରୁ ନିଯୁକ୍ତି ପାଇଥିବା ଏବଂ ଉପରୋକ୍ତ ଶିକ୍ଷାଗତ ଯୋଗ୍ୟତାରୁ କମ୍‌ ଥିବା ଅଣତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ତାଲିମ ଦେବା ନିମନ୍ତେ କୌଣସି ବ୍ୟବସ୍ଥା ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି୤

ସେଲ୍‌ ହକି ଏକାଡ଼େମୀ ପାଇଁ କ୍ୟାଡ଼େଟ୍‌ ଚୟନ ଜୁନ୍‌ ୫ ରୁ ହେବ
ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଦ୍ବାରା ପରିଚାଳିତ ସେଲ୍‌ ହକି ଏକାଡ଼େମୀରେ ନାମ ଲେଖାଇବା ପାଇଁ କ୍ୟାଡ଼େଟ୍‌ ଚୟନ ନିମନ୍ତେ ମନୋୟନ ପରୀକ୍ଷା ଆସନ୍ତା ଜୁନ୍‌ ମାସ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍‌ଠାରେ ଅନୁଷ୍ଠିତ ହେବ୤ ୧୯୯୬ ମସିହା ଜୁଲାଇ ପହିଲାରୁ ୧୯୯୮ ମସିହା ଜୁଲାଇ ପହିଲା ମଧ୍ୟରେ  ଜନ୍ମ ହୋଇଥିବା ଇଚ୍ଛୁକ ପ୍ରାର୍ଥୀମାନେ ସେମାନଙ୍କ ଆବଶ୍ୟକୀୟ ପ୍ରମାଣ ପତ୍ର ସହିତ ସେକ୍ଟର-୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍‌ରେ ଜୁନ୍‌ ୪ ତାରିଖ ସନ୍ଧ୍ୟା ସୁଦ୍ଧା ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି୤ ଏଥିପାଇଁ କୌଣସି ଅନୁଷ୍ଠାନ ବା କ୍ରୀଡ଼ା ସଂଘ ବା ଅନ୍ୟ ସଂସ୍ଥା ଏଥିପାଇଁ ସର୍ବାଧିକ ୪ଜଣ ଖେଳାଳି ପଠାଇପାରିବେ୤ ରାଉରକେଲାରେ ହେବାକୁ ଥିବା ଏହି ମନୋନୟନ ପରୀକ୍ଷା ସମୟରେ ଖେଳାଳିମାନଙ୍କୁ ମାଗଣାରେ ରହିବା ଓ ଖାଇବା ଯୋଗାଇ ଦିଆଯିବ୤

ଏହି ମନୋନୟନ ପ୍ରକ୍ରିୟାରେ ଚୟନ ହେବା ପରେ ଖେଳାଳିମାନେ ମୁଖ୍ୟତଃ ନିଜର ଖେଳ ପ୍ରତି ଧ୍ୟାନ ଦେବା ଆବଶ୍ୟକ୤ ଏଠାରେ କ୍ୟାଡ଼େଟ୍‌ମାନଙ୍କୁ ଏକାଡ଼େମୀ ପକ୍ଷରୁ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା ସହିତ ମାସିକ ବୃତ୍ତି, ଶିକ୍ଷା ଏବଂ ଆତ୍ୟାଧୁନିକ ଶାରିରୀକ ବ୍ୟାୟାମ ବ୍ୟବସ୍ଥା ଆଦି ସୁବିଧା ଉପଲବ୍ଧ କରାଯାଇଥାଏ୤ ଏହା ବ୍ୟତୀତ ସେମାନଙ୍କୁ ମାଗଣାରେ ଖେଳ ଉପକରଣ ଏବଂ ମାଗଣାରେ ଚିକିତ୍ସା ସୁବିଧା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥାଏ୤

ସୂଚନାଯୋଗ୍ୟ ଯେ, ସମଗ୍ର ଦେଶରେ ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଏନ୍ତୁଡ଼ିଶାଳ ଭାବେ ଗଣାଯାଉଥିବାରୁ ୧୯୯୫-୯୬ ବର୍ଷରୁ ସେଲ୍‌ ପକ୍ଷରୁ ଏଠାରେ ହକି ଏକାଡ଼େମୀର ସ୍ଥାପନା କରାଯାଇ ଅନେକ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଆସୁଛି୤ ଏଠାରେ ପୂର୍ବରୁ ପ୍ରଶିକ୍ଷିତ ପାଇଥିବା ଖେଳାଳିମାନେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ନିଜର କୃତିତ୍ବ ପ୍ରଦର୍ଶନ କରିସାରିଛନ୍ତି୤ ସେମାନଙ୍କ ମଧ୍ୟରେ ବିରେନ୍ଦ୍ର ଲାକ୍ରା, ସୁଶିଲ ଖାଲ୍‌ଖୋ, ଦୀପକ କୁଲୁ, ରଞ୍ଜନ ଲାକ୍ରା ଆଦି ଅନ୍ୟତମ ଅଟନ୍ତି୤

ଜବରଦଖଲ ଉଚ୍ଛେଦ ଅଭିଯାନ ଜୋରଦାର: ଦେବାଳୟ ଉଚ୍ଛେଦ ସର୍ବାଗ୍ରେ
ରାଉରକେଲା: ଇସ୍ପାତ ସହରରେ ବେଶ୍‌ କିଛି ବର୍ଷ ହେଲା ଜବରଦଖଲ ଅନେକ ମାତ୍ରାରେ ବୃଦ୍ଧି ପାଇଥିଲାବେଳେ ଏହାକୁ ନିୟନ୍ତ୍ରଣ ବା ରୋକିବା ଦିଗରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା୤ ତେଣୁ ଦିନକୁ ଦିନ ଜବରଦଖଲ ବୃଦ୍ଧିପାଇବାରେ ଲାଗିଥିଲା୤ କେବଳ ସମୟ ସମୟରେ କୌଣସି ରାସ୍ତା ନିର୍ମାଣ ବା ସେହିଭଳି କିଛି କାର୍ଯ୍ୟ ନିମନ୍ତେ ଜବରଦଖଲ ଉଚ୍ଛେଦ କିଛିମାତ୍ରା ହେଉଥିଲେ ମଧ୍ୟ ଏ ନେଇ ଅନେକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି୤ ଅନେକ ସମୟରେ ରାଜନୈତିକ ନେତାମାନଙ୍କର ଶସ୍ତା ରାଜନୀତି ପାଇଁ ଜବରଦଖଲ ଉଚ୍ଛେଦ ଅଭିଯାନ ସଫଳ ହୋଇପାରୁ ନଥିଲା୤ ଏହି ଜବରଦଖଲର ଏକ ପ୍ରମୁଖ ସ୍ଥାନ ଅଧିକାର କରିଥିଲା ସରକାରୀ ଜାଗାରେ ଜବରଦଖଲ କରି ଦେବାଳୟ ବା  ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରିବା୤ ଇସ୍ପାତ ସହରର ଅନେକ ଜନଗହଳୀପୂର୍ଣ୍ଣ ସ୍ଥାନରେ ବିଶେଷ କରି ପୌରାଞ୍ଚଳରେ ଏକାଧିକ ମନ୍ଦିର ନିର୍ମାଣ କରାଯାଇ ଲୋକଙ୍କର ଧାର୍ମିକ ଭାବନା ନାଁରେ ଏହି ନିର୍ମାଣକୁ ନିୟମିତ କରାଯିବା ପାଇଁ ଉଦ୍ୟମ ଜାରି ରହିଥିଲା୤ ଏହା ସହିତ କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ଲୋକେ ଏହି ଦେବାଳୟ ସାହାଯ୍ୟରେ ସୁବିଧାଜନକ ବେପାର ମଧ୍ୟ କରିବାକୁ ପଛାଉ ନଥିଲେ୤ କାରଣ ଜବରଦଖଲରେ ଦେବାଳୟ ନିର୍ମାଣ ହେଲେ ଏଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମର୍ଥନ ମିଳିବାରେ ଅସୁବିଧା ନଥିଲା୤ କିନ୍ତୁ ଗତକାଲି ରାଉରକେଲା ସହର ପ୍ରଶାସନ ପକ୍ଷରୁ ସହରର ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଦେବାଳୟ ଜବରଦଖଲ ଉଚ୍ଛେଦ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯିବା ପରେ ଏହା ମାଧ୍ୟମରେ ବେପାର ଚଳାଇଥିବା ବ୍ୟକ୍ତିମାନେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି୤

ଗତକାଲି ଏ ବାବଦରେ ପ୍ରଥମ ପଦକ୍ଷେପ ସ୍ବରୂପ ଉଦିତ୍‌ନଗର ମୁଖ୍ୟ ଛକ ନିକଟରେ ଥିବା ମୁଖ୍ୟରାସ୍ତା ପାର୍ଶ୍ବରେ ନିର୍ମିତ ଶିବ ମନ୍ଦିରକୁ ସମ୍ପୂର୍ଣ୍ଣରୂପେ ଭାଙ୍ଗି ଦିଆଯାଇଛି୤ ଏହା ବ୍ୟତୀତ ଏସ୍‌ଟିଆଇ ଛକ ଉପରେ ଥିବା ଅନ୍ୟ ଏକ ଶିବ ମନ୍ଦିର ସମେତ ଉଦିତନଗର ସ୍ଥିତ ଶନି ମନ୍ଦିର, ସିଭିଲ୍‌ଟାଉନସିପ୍‌ ସ୍ଥିତ ପଞ୍ଚଦେବ ମନ୍ଦିର, ବେଦବ୍ୟାସ ସ୍ଥିତ କାଳି ମନ୍ଦିର ଆଦିକୁ ଆଂଶିକ ବା ସମ୍ପୂର୍ଣ୍ଣ ଭଙ୍ଗା ଯାଇଛି୤ ସାଧାରଣ ଭାବେ ଦେବାଳୟଗୁଡ଼ିକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯିବ ନାହିଁ ବୋଲି ଏକ ଧାରଣା ରହିଥିବାରୁ ଅନେକ ସ୍ଥାନରେ ମୁଖ୍ୟ ରାସ୍ତା ବା ଅଧିକ ଲୋକେ ଯିବା ଆସିବା ରାସ୍ତାକଡ଼ରେ ମନ୍ଦିର ନିର୍ମାଣ ଏକ ସାଧାରଣ ଘଟଣାରେ ପରିଣତ ହୋଇଥିଲା୤ ତେଣୁ ଗତକାଲିର ଦେବାଳୟ ଉଚ୍ଛେଦ ଘଟଣା ଆଜି ମଧ୍ୟ ହୋଇଥିବା କିଛି ଉଚ୍ଛେଦ ଘଟଣା ଏକ ନୂତନ ଉଦାହରଣ ସୃଷ୍ଟି କରିଛି୤ ଗତକାଲି ଓ ଆଜି ହୋଇଥିବା ଏହି ଉଚ୍ଛେଦ ପ୍ରକ୍ରିୟାରେ ରାଉରକେଲା ତହସିଲ୍‌ଦାର, ରାଉରକେଲା ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରିମାନେ ଉପସ୍ଥିତ ରହି ତଦାରଖ କରିଥିଲେ୤ ଆସନ୍ତା ଦିନମାନଙ୍କରେ ଏହିପରି ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି୤

ଅନ୍ୟପକ୍ଷରେ ପୌରପାଳିକା ସମେତ ସହର ପ୍ରଶାସନରେ ଜବରଦଖଲ ତଦାରଖ ପାଇଁ ଗୋଟିଏ ଗୋଟିଏ ସ୍ବତନ୍ତ୍ର ବିଭାଗ ରହିଥିବା ଏବଂ ଏଥିପାଇଁ ଏକାଧିକ କର୍ମଚାରୀ ଓ ଅଧିକାରୀ ସରକାରୀ ତହବିଲ୍‌ରୁ ଦରମା ନେଇ ନିଯୁକ୍ତି ପାଇଥିଲାବେଳେ ବିଭିନ୍ନ ସମୟରେ ହେଉଥିବା ଜବରଦଖଲ ସମୟରେ କାହିଁକି ଚୁପ୍‌ ରହଥାନ୍ତି ଏବଂ ଶେଷ ସମୟରେ ଅନେକ ଅସୁବିଧା ମଧ୍ୟରେ ପୁଣି ସରକାରୀ ଅର୍ଥ ଖର୍ଚ୍ଚ କରି ଜବରଦଖଲ ଉଚ୍ଛେଦ ପଛରେ ରହସ୍ୟ କ‘ଣ ତାହା ଏବେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି୤ ସେହିପରି ଅନେକ ଦିନ ତଳୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ଏବଂ ସରକାରୀ ଜମି ଜବରଦଖଲ କରି ଦେବାଳୟ ନିର୍ମାଣକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ଘୋଷଣା କରାଯାଇ ଏସବୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶାବଳୀକୁ ରାଉରକେଲା ସହର ପ୍ରଶାସନ ପାଳନ କରିବାରେ କୁଣ୍ଠିତ କାହିଁକି ତହା ମଧ୍ୟ ଅନ୍ୟ ଏକ ପ୍ରଶ୍ନବାଚୀ୤ ସେହିଭଳି କେବଳ ରାଉରକେଲା ସହରର ମୁଖ୍ୟରାସ୍ତା (ବିଶ୍ରା ଛକ ଠାରୁ ଆରମ୍ଭ କରି ପାନପୋଷ ଛକ ପର୍ଯ୍ୟନ୍ତ) ଅନେକ ମନ୍ଦିର ନିର୍ମାଣ ହୋଇଥିଲାବେଳେ ଏହି ସମସ୍ତକୁ ପ୍ରଶାସନ କେତେ ଶୀଘ୍ର ଉଚ୍ଛେଦ କରିବ ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି୤

ଏହା ବ୍ୟତୀତ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ମିତ ମନ୍ଦିର ଯଥା ପାନପୋଷ ରୋଡ୍‌ ସ୍ଥିତ ତାରିଣୀ ମନ୍ଦିର ଏବଂ କୋଏଲ ନଗର ସ୍ଥିତ ଡି ବ୍ଲକ୍‌ରେ ଥିବା କୋଏଲ କ୍ଲବ୍‌ ପରିସରରେ ନିର୍ମିତ ହନୁମାନ ମନ୍ଦିର ନିର୍ମାଣରେ ହୋଇଥିବା ଜବରଦଖଲ ଉଚ୍ଛେଦ ନେଇ ପ୍ରଶାସନ ପୌରପାଳିକା କେବେ ପଦକ୍ଷେପ ନେବେ ତାହା ମଧ୍ୟ ଆଲୋଚନାର ବିଷୟ ହୋଇଛି୤ କାରଣ ଏହି ଦୁଇଟି ମନ୍ଦିର ପରିଚାଳନା ପରିଷଦରେ ଶାସକ ଦଳର କିଛି ବଡ଼ ନେତାଙ୍କ ଆଶୀର୍ବାଦ ରହିଥିବାରୁ ଏହି ଦୁଇଟି ମନ୍ଦିରରେ ହୋଇଥିବା ଜବରଦଖଲ ପ୍ରତି ପ୍ରଶାସନିକ ଅଧିକାରିମାନେ ଆଖିବୁଜି ଦେଇଥିବା ନେଇ ଅଭିଯୋଗ ହେଉଛି୤

ଅନ୍ୟପକ୍ଷରେ ସରକାରୀ ଜମିକୁ ଜବରଦଖଲ କରି ଏହାକୁ ନିୟମିତ କରିବା ପାଇଁ ଦେବାଦେବୀମାନଙ୍କୁ ଢାଲ କରୁଥିବା କିଛି ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପ ବିରୁଦ୍ଧରେ ମଧ୍ୟ ସ୍ବତନ୍ତ୍ର ଭାବେ ମାମଲା ଦାୟର କରିବା ପାଇଁ ଦାବି ହେଉଛି୤ ସେହିଭଳି ଇସ୍ପାତ ଶିଳ୍ପ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ଜବରଦଖଲ କରି ଅନେକ ମନ୍ଦିର ନିର୍ମାଣ କରାଯାଇ ସେଠାରେ ବେପାର ଚାଲିଥିବାରୁ ସେଗୁଡ଼ିକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି୤ କାରଣ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ପ୍ରଦତ୍ତ ଆଦେଶ ସମଗ୍ର ଦେଶରେ ଲାଗୁ କରାଯିବା ନିମନ୍ତେ ନିର୍ଦ୍ଦେଶ ରହିଥିବାରୁ ରାଉରକେଲା ଶିଳ୍ପ ସହରାଞ୍ଚଳ ବା ସେକ୍ଟର ଅଞ୍ଚଳ ତା ମଧ୍ୟରୁ ଅନ୍ୟତମ୤ ସେହିଭଳି ଜବରଦଖଲ ହୋଇ ଦେବାଳୟ ନିର୍ମାଣ ଆରମ୍ଭ ହେବା ସମୟରେ ଜବରଦଖଲକୁ ତଦାରଖ କରିବାକୁ ନିଯୁକ୍ତ ସରକାରୀ ଓ ପ୍ରଶାସନିକ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରିବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ଉଚ୍ଛେଦ କରିବା ସମୟରେ ସରକାରୀ ଅର୍ଥ ଖର୍ଚ୍ଚ ଓ ଉତ୍ତେଜନା ସୃଷ୍ଟି ପାଇଁ ପୋଲିସ୍‌ ମୁତୟନ କରାଯିବା ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ଠାରୁ ଆଦାୟ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ଦାବି ହେଉଛି୤

ମୋଟାମୋଟି ଭାବେ ଦେଖିବାକୁ ଗଲେ ଇସ୍ପାତ ସହରରେ ଦେବାଳୟ ନିର୍ମାଣ ନାଁରେ ସରକାରୀ ଜମିର ଜବରଦଖଲ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଠୋର ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଦାବି ହେଉଛି୤ ସେହିପରି ଦଳମତ ଏବଂ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଜବରଦଖଲ ଉଚ୍ଛେଦ ନିମନ୍ତେ ପ୍ରଶାସନିକ ଅଧିକାରୀମାନେ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି୤

ରାଜ୍ୟର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଉଛି ତାପମାତ୍ରା: ସମ୍ବଲପୁର, ଟିଟିଲାଗଡ଼ ଓ ସୋନପୁରରେ ୪୪ ଡିଗ୍ରୀ
ଭୁବନେଶ୍ବର: କିଛିଦିନ ବ୍ୟବଧାନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏବେ ପ୍ରଚଣ୍ଡ ଝାଞ୍ଜି ବହୁଛି୤ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅସହ୍ୟ ଗୁଳୁଗୁଳି ଲାଗିରହୁଥିବାବେଳେ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୬ ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବା ଦୁର୍ବିସହ ହୋଇପଡୁଛି୤ ସମ୍ପ୍ରତି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅସମ୍ଭାଳ ତାତି ଓ ଗରମ ଅନୁଭୂତ ହେବାରେ ଲାଗିଛି୤ ଏହି କ୍ରମରେ ସମ୍ବଲପୁର, ଟିଟିଲାଗଡ଼ ଓ ସୋନପୁରରେ ତାପମାତ୍ରା ୪୪ ଡିଗ୍ରୀ ଟପିଯାଇଛି୤ ଏହା ପୂର୍ବରୁ ଅପ୍ରେଲ୍‌ ୨୦ ତାରିଖରେ ଟିଟିଲାଗଡ଼ ଏବଂ ଏପ୍ରିଲ ୨୫ ରେ ସୋନପୁରରେ ତାପମାତ୍ର ୪୪ ଡିଗ୍ରୀ ଉପରେ ଥିଲା୤ ଗତକାଲି ଝାରସୁଗୁଡ଼ା, ହୀରାକୁଦ, ବଲାଙ୍ଗୀରରେ ୪୩ ଡିଗ୍ରୀ ଉପରେ ଥିବାବେଳେ ୧୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି୤ ପ୍ରଥମେ ଅପ୍ରେଲ ଦ୍ବିତୀୟ ସପ୍ତାହରୁ ଝାଞ୍ଜି ବହିଥିଲା ଏବଂ ୮ ତାରିଖରେ ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ୪୨ ଡିଗ୍ରୀ ଅତିକ୍ରମ କରିଥିଲା୤ ପରବର୍ତ୍ତୀ ସପ୍ତାହରେ ୧୭ ଓ ୧୮ ରେ ଟିଟିଲାଗଡ଼ରେ ୪୩ ଡିଗ୍ରୀ ଅତିକ୍ରମ କରିଥିଲା୤ ଚଳିତମାସ ପ୍ରଥମ ସପ୍ତାହରେ ଅନୁଗୋଳ ଓ ସୋନପୁରରେ ୪୩ ଡିଗ୍ରୀ ଥିଲାବେଳେ ଏକାଦିକ୍ରମେ ତିନିଟି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଟପିଯାଇଛି୤

ସୂଚନାମୁତାବକ ଓଡ଼ିଶା ଉପର ଦେଇ ଏକ ଟ୍ରପ୍‌ଲାଇନ ସୃଷ୍ଟି ହୋଇଛି୤ ଏହାର ପ୍ରଭାବରେ ପାଗ ମେଘୁଆ ରହିବା ସହିତ କେତେକ ସ୍ଥାନରେ ବର୍ଷା ହୋଇପାରେ୤ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ କିନ୍ତୁ କାଳବୈଶାଖୀ ଦେଖାଦେଲେ ବର୍ଷା ଓ ଝଡ଼ ତୋଫାନ ସୃଷ୍ଟି ହୋଇପାରେ୤ ଏହାବ୍ୟତୀତ ପଶ୍ଚିମ ଓଡ଼ିଶାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି୤ ସେହିପରି ଏହି ଟ୍ରପ୍‌ଲାଇନ ହଟିଗଲେ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ୪୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି୤ ଏବେ ପଶ୍ଚିମ ଦିଗରୁ ରାଜସ୍ଥାନ ଆଡୁ ଓଡ଼ିଶାକୁ ଗରମ ପବନ ବହୁଛି୤ ଓଡ଼ିଶାକୁ ପଶ୍ଚିମରୁ ଗରମ ପବନ ବହୁଥିବାରୁ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅହେତୁକ ଭାବେ ବଢ଼ିବାର ସମ୍ଭାବନା ରହିଛି୤ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଛି୤

ଇସ୍ପାତ ସହରରେ ଅସହ୍ୟ ଗୁଳୁଗୁଳି ଓ ଗରମ: ଅନେକ ସ୍ଥାନରେ ଜଳ ସଙ୍କଟ
ରାଉରକେଲା: ଗତ କିଛିଦିନ ହେଲା ଇସ୍ପାତ ସହର ରାଉରକେଲାରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି୤ ସହର ଚାରିପାର୍ଶ୍ବରେ ପହାଡ଼ ଥିବାରୁ ଗ୍ରୀଷ୍ମ ଋତୁରେ ଇସ୍ପାତ ସହରରେ ତାପମାତ୍ରା ବୃଦ୍ଧି ହେଉଥିଲେ ସୁଦ୍ଧା ଗୁଳୁଗୁଳି ଅନୁଭୂତ ହୋଇ ନଥାଏ୤ କିନ୍ତୁ ଗତ କିଛିବର୍ଷ ହେବ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଖରା ଓ ଗରମରେ ସହରବାସୀ ଅନେକ ଭାବେ ପ୍ରଭାବିତ ହୋଇଛନ୍ତି୤ ସେହିପରି ସହରର ସେକ୍ଟର ଅଞ୍ଚଳରେ ଅପେକ୍ଷାକୃତ ଅଧିକ ବୃକ୍ଷଲତା ଥିବାରୁ ଗରମ ଓ ଖରାର ପ୍ରଭାବ ଅପେକ୍ଷାକୃତ କମ୍‌ ରହିଥିଲାବେଳେ ପୌରପାଳିକା ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିଛି, କାରଣ ଏହି ଅଞ୍ଚଳରେ ଅପେକ୍ଷାକୃତ କମ୍ ସବୁଜିମା ରହିଛି୤

ଅନ୍ୟପକ୍ଷରେ ଗତକାଲି ସୁଦ୍ଧା ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀକୁ ବୃଦ୍ଧି ପାଇଥିଲାବେଳେ ଆସନ୍ତା ଦିନମାନଙ୍କରେ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି୤ ସେହିଭଳି ତାପମାତ୍ରା ବୃଦ୍ଧି ଯୋଗୁଁ କୋଏଲ ଓ ବ୍ରାହ୍ମଣୀ ନଦୀର ଜଳାସ୍ତର ହ୍ରାସ ପାଇବାରେ ଲାଗିଛି୤ ଏଭଳି ସ୍ଥିତିରେ ଏହି ଦୁଇ ନଦୀରୁ ହେଉଥିବା ଜଳଯୋଗାଣ ବ୍ୟବସ୍ଥା ଆସନ୍ତା ଦିନମାନଙ୍କରେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି୤ ସେହିଭଳି ପୌରପାଳିକା ସମେତ ସେକ୍ଟର ଅଞ୍ଚଳରେ ବସ୍ତିଗୁଡ଼ିକରେ ଜଳସଙ୍କଟ ଦେଖା ଦେଇଛି୤ ଏହି ବସ୍ତିଗୁଡ଼ିକରେ ପୂର୍ବରୁ ଥିବା ଜଳଉତ୍ସ ଯଥା କୂପ ଓ ନଳକୂପଗୁଡ଼ିକ ଶୁଖିଯାଇଥିବାରୁ ଏସବୁ ସ୍ଥାନରେ ପାନୀୟ ଜଳର ସମସ୍ୟା ସୃଷ୍ଟି ହୋଇଛି୤ ଅପରପକ୍ଷରେ ଗତ କିଛିଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଳ୍ପ ଅଳ୍ପ ବର୍ଷା ହୋଇଥିଲାବେଳେ ଇସ୍ପାତ ସହର ଓ ଆଖପାଖ ଅଞ୍ଚଳରେ ଖୁବ୍‌ କମ୍‌ ବର୍ଷା ହୋଇଥିବାରୁ ଦିନକୁ ଦିନ ଗରମ ବୃଦ୍ଧି ପାଇବାରେ ଲାଗିଛି୤ ଏହା ସହିତ ସହରରେ ବିଦ୍ୟୁତ୍‌ କାଟ ସମୟ ବୃଦ୍ଧି ପାଇଥିବାରୁ ସାଧାରଣ ଜୀବନଯାପନ ବ୍ୟବସ୍ଥା ପ୍ରଭାବିତ ହେବାରେ ଲାଗିଛି୤ ଏଭଳି ସ୍ଥିତିରେ ଅଂଶୁଘାତ ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ସହରବାସୀ ସଚେତନ ହେବା ନିମନ୍ତେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି୤

ବ୍ୟାଙ୍କ ଜାଲିଆତି ଓ ଠକାମି ରୋକିବା ଏବଂ ଏହାର ତଦନ୍ତ ଉପରେ କର୍ମଶାଳା ଆୟୋଜିତ
*ରାଉରକେଲା ପୋଲିସ୍‌ ଓ ଆସିଆଇସିଆଇ ବ୍ୟାଙ୍କ୍‌ର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ*

ରାଉରକେଲା: ଦିନକୁ ଦିନ ବିଭିନ୍ନ ବ୍ୟାଙ୍କ୍‌ କାରବାର ବିଶେଷ କରି ଏଟିଏମ୍‌ ଓ ଇଣ୍ଟରନେଟ୍‌ ମାଧ୍ୟମରେ ହେଉଥିବା କାରବାରରେ ବ୍ୟାପକ ଜାଲିଆତି ଓ ଠକାମି ରୋକିବା ଏବଂ ଏହାର ତଦନ୍ତ ଉପରେ ଏକ କର୍ମଶାଳା ରାଉରକେଲା ପୋଲିସ୍‌ ମୁଖ୍ୟାଳୟରେ ଆୟୋଜିତ ହୋଇଯାଇଛି୤ ରାଉରକେଲା ପୋଲିସ୍‌ ଓ ଆସିଆଇସିଆଇ ବ୍ୟାଙ୍କ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପଶ୍ଚିମାଞ୍ଚଳ ପୋଲିସ୍‌ ବିଭାଗ ଡିଆଇଜି ଯଶୋବନ୍ତ ଜେଠୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ୤ ଦିନକୁ ଦିନ ଇଣ୍ଟରନେଟ୍‌ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ବୃଦ୍ଧି ପାଉଥିଲାବେଳେ ଏହା ମାଧ୍ୟମରେ ଜାଲିଆତି ଓ ଠକେଇ ମଧ୍ୟ ସମାନ୍ତରାଳଭାବେ ବୃଦ୍ଧି ପାଉଥିବାରୁ ଏ ବାବଦରେ ସାଧାରଣ ଲୋକଙ୍କ ସମେତ ପୋଲିସ୍‌ ଅଧିକାରୀମାନେ ମଧ୍ୟ ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀ ଜେଠୁଆ କହିଥିଲେ୤ ତେଣୁ ଏହିପରି କର୍ମଶାଳା ମାଧ୍ୟମରେ ଏହି ବିଷୟ ଉପରେ ପୋଲିସ୍‌ ଅଧିକାରୀମାନେ ଅଧିକ ସୂଚନା ଓ ତଥ୍ୟ ବିଷୟରେ ଅବଗତ ହେବା ସହିତ ଏହିପରି ଅପରାଧୀମାନଙ୍କୁ ଧରିବା ନିମନ୍ତେ କ୍ରିୟାଶୀଳ ହୋଇପାରିବେ ବୋଲି ଶ୍ରୀ ଜେଠୁଆ ଆଶାବ୍ୟକ୍ତ କରିଥିଲେ୤

କର୍ମଶାଳାରେ ବିଶେଷଜ୍ଞ ଭାବେ ଭୁବନେଶ୍ବରରୁ ଆସିଥିବା ଶୁସାନ୍ତ ସାହୁ ଏବଂ ତାଙ୍କ ସହକର୍ମିଗଣ ଇଣ୍ଟରନେଟ୍‌ ମାଧ୍ୟମରେ ବିଭିନ୍ନ ପ୍ରକାରର ବ୍ୟାଙ୍କ୍‌ ଠକେଇ ଘଟଣା ବାବଦରେ ଉଦାହରଣ ମାଧ୍ୟମରେ ସବିଶେଷ ଆଲୋଚନା କରିଥିଲେ୤ ଏହା ମଧ୍ୟରେ ଏଟିମ୍‌ ଠକେଇ, ଇଣ୍ଟରନେଟ୍‌ ବ୍ୟାଙ୍କ୍‌ କାର୍ଯ୍ୟରେ ଠକେଇ ଓ ଜାଲିଆତି, କ୍ରେଡ଼ିଟ୍‌ କାର୍ଡ଼ ଠକେଇ, ଏହି ଠକେଇର ପ୍ରକାରର ଓ କିପରି ଏହା ହୋଇଥାଏ ଓ ଏ ବାବଦରେ କିପରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ଏବଂ ଏଥିରୁ ବର୍ତ୍ତିବା ପାଇଁ କଣ କଣ ପଦକ୍ଷେପ ନିଆଯାଇପାରିବ ସେ ବାବଦରେ କର୍ମଶାଳାରେ ବିସ୍ତୃତ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା୤ ଏହା ବ୍ୟତୀତ ଏହି ବାବଦରେ ପୋଲିସ୍‌ ଥାନାରେ ଦାୟର ମାମଲାଗୁଡ଼ିକର କିପରି ତଦନ୍ତ ଓ ସମାଧାନ ହୋଇପାରିବ ଏବଂ ଏଥିପାଇଁ କି କି ପ୍ରକାରର ଆଇନଗତ ବ୍ୟବସ୍ଥା ରହିଛି ସେ ବାବଦରେ ମଧ୍ୟ ସବିଶେଷ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା୤ ବିଶେଷ କରି ଇଣ୍ଟରନେଟ୍‌ ବ୍ୟାଙ୍କ୍‌ ବ୍ୟବସ୍ଥା ଏଟିମ୍‌ ଓ କ୍ରେଡ଼ିଟ୍‌ କାର୍ଡ଼ ସହିତ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ଠକେଇରୁ ମୁକ୍ତିପାଇବା ପାଇଁ କେଉଁପ୍ରକାରର ପଦକ୍ଷେପ ନେବା ଉଚିତ୍‌ ସେ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା୤ ଏହି ପ୍ରକାରର ଠକେଇର ଶିକାର ନହେବା ପାଇଁ ଉପଭୋକ୍ତାମାନେ ଅନେକ ପ୍ରକାରର ସତର୍କତାମୂଳକ ପଦକ୍ଷେପ ନେବା ଉପରେ ଏହି କର୍ମଶାଳା ମାଧ୍ୟମରେ ସୂଚନା ଦିଆଯାଇଥିଲା୤ ଅନେକ ସମୟରେ ଉପଭୋକ୍ତାମାନଙ୍କର ସାମାନ୍ୟ ଅସାବଧାନତା ଯୋଗୁଁ ସେମାନେ ଠକେଇର ଶିକାର ହେଉଥିବାରୁ ଇଣ୍ଟରନେଟ୍‌ ଓ ଇମେଲ୍‌ ବ୍ୟବହାରକାରୀମାନେ ଏଥିପାଇଁ ନିଜ ବିଷୟରେ ଥିବା ବ୍ୟକ୍ତିଗତ ତଥ୍ୟ ଓ ସୂଚନାକୁ ଯଥାସମ୍ଭବ ଗୁପ୍ତ ରଖିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା୤ ଉଦାହରଣସ୍ବରୂପ ବ୍ୟାଙ୍କ୍‌ ପକ୍ଷରୁ ଦିଆଯାଉଥିବା ଏଟିମ୍‌, କ୍ରେଡ଼ିଟ୍‌ କାର୍ଡ଼ ଏବଂ ଇଣ୍ଟରନେଟ୍‌ ବ୍ୟାଙ୍କ୍‌ ପାଇଁ ପ୍ରଦତ୍ତ ସୂଚନା ଆଦି କୌଣସି ଅଜଣା ବ୍ୟକ୍ତି ବା ସଂସ୍ଥାକୁ ପ୍ରଦାନ ନକରିବା୤

ଏହି କର୍ମଶାଳାରେ ରାଉରକେଲା ଏସ୍‌ପି ହିମାଂଶୁ ଲାଲ୍‌, ଆଇସିଆଇସିଆଇ ବ୍ୟାଙ୍କ୍‌ର ଆଞ୍ଚଳିକ ମୁଖ୍ୟ(ଓଡ଼ିଶା) ପ୍ରଦୀପ୍ତ ଦାଶଙ୍କ ସମେତ ରାଉରକେଲା ପୋଲିସ୍‌ର ଅତିରିକ୍ତ ଏସ୍‌ପି, ସମସ୍ତ ଡିଏସ୍‌ପି ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ୤ ଏହା ବ୍ୟତୀତ ଏହି କର୍ମଶାଳାରେ ସୁନ୍ଦରଗଡ଼ ପୋଲିସ୍‌ ଜିଲ୍ଲା, ରାଉରକେଲା ପୋଲିସ୍‌ ଜିଲ୍ଲା ଓ କେନ୍ଦୁଝର ପୋଲିସ୍‌ ଜିଲ୍ଲାର ସବ୍‌ଇନ୍ସପେକ୍ଟରମାନଙ୍କଠାରୁ ଆରମ୍ଭ କରି ଡିଏସ୍‌ପି ପାହ୍ୟାର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ସହ ପ୍ରଶ୍ନମାନ ପଚାରିଥିଲେ୤

State targets 5 crore sapling plantation during monsoon
Bhubaneswar: As part of its massive afforestation  drive, the state government has set a target to plant 5 crore saplings in two lakh hectares of land during monsoon this year. A decision to this effect was taken at a high-level meeting presided over by Chief Minister Naveen Patnaik at the state secretariat. While the forest Department has planned to plant three crore saplings, a decision has been  taken to distribute two crore saplings among  the people.

It was revealed at the meeting that out of the 6,08,000 saplings planted along the road side in 12 urban localities last year, 80 percent saplings have survived. The meeting decided to extend the roadside plantation programme to another 27 urban localities for plantation of 8,43,000 saplings in this year’s monsoon of which plantation of three lakh saplings will be taken up in Bhubaneswar. The Cheif minister stressed on plantation of neem trees along the road side in the state capital.

It was decided at the meeting that the roadside plantation programme would be extended to 1600 km from 769 km. Besides, he also asked the concerned department to go for massive plantation along the road side leading to tourist destinations and sanctuaries in the state, and urged for their proper maintenance. In order to provide livelihood to the poor tribals, Patnaik directed  the concerned department to launch bamboo cultivation in Gajapati and Kandhamal districts. It may be mentioned that bamboo cultivation is  currently underway in the undivided KBK (Kalahandi-Balangir-Koraput) district. Among others, forests and environment minister Debi Prasad Mishra and officials of the concerned department were present at the meeting.

ରାଜ୍ୟର ସହରାଞ୍ଚଳରେ ନୂଆ ବ୍ୟବସ୍ଥା ଲାଗୁ ହେବ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସହରାଞ୍ଚଳ ତଥା ସହରାଞ୍ଚଳ ଉନ୍ନୟନ ଯୋଜନା ଅଞ୍ଚଳରେ ଥିବା ସବୁ ପରିବାର ପାଇଁ ପାଣି ଓ ସ୍ବେରେଜ ସଂଯୋଗ ଏଣିକି ବାଧ୍ୟତାମୂଳକ କରାଯିବ୤ ଯେଉଁ ଘର ମାଲିକ ଏସବୁ ସଂଯୋଗ ନେଇ ନଥିବେ ସେମାନଙ୍କୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ୤ ଜୋରିମାନା ଆଦାୟ ସହିତ ମାସକ ଭିତରେ ପାଣି ସଂଯୋଗ ନେବାକୁ କୁହାଯିବ୤ ଓଡ଼ିଶା ଜଳ ଯୋଜନା ଅଧିନିୟମ ସଂଶୋଧନ ଉପରେ ନିକଟରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି୤ ଯେଉଁ ଅଞ୍ଚଳରେ ଏସବୁ ସେବା ଯୋଗାଇବା ସମ୍ଭବ ନୁହେଁ ସେଠାରେ ନିଜ ବ୍ୟବସ୍ଥାରେ ଜଳ ବ୍ୟବହାର ପାଇଁ ଘର ମାଲିକଙ୍କୁ ନିର୍ବାହୀ ଯନ୍ତ୍ରୀ (ପବ୍ଲିକ୍‌ ହେଲ୍‌ଥ ବିଭାଗ)ଙ୍କ ଠାରୁ ଅନାପତ୍ତି ପ୍ରମାଣପତ୍ର ନେବାକୁ ପଡ଼ିବ୤

ସେହିପରି ଭୂତଳ ଜଳ ବ୍ୟବହାର ପାଇଁ ଘର ମାଲିକଙ୍କୁ ଲାଇସେନ୍ସ ନେବାକୁ ପଡ଼ିବ୤ ଏଥିପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସେସ୍‌ ଦେବାକୁ ପଡ଼ିବ ବୋଲି ଏଥିରେ କୁହାଯାଇଛି୤ ନୂଆ ପାଣି ସଂଯୋଗ ପାଇଁ ମିଟର ସଂଯୋଗ କରାଯିବ ଏବଂ ଘରୋଇ କୋଠା ପାଇଁ ମାଲିକ ନିଜେ ମିଟର ସଂଯୋଗ କରିବେ୤ ମିଟର ସ୍ଥାପନ ପୂର୍ବରୁ ସବୁ ମିଟର ଜନସ୍ବାସ୍ଥ୍ୟ ବିଭାଗ ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ପରୀକ୍ଷା କରାଯିବ୤ ଏହି ମିଟରକୁ ଟାମ୍ପରିଂ ବା କୌଣସି ଏପଟସେପଟ କଲେ ମାସିକ ଖର୍ଚ୍ଚର ୪ ଗୁଣ ଜୋରିମାନା ଦେବାକୁ ପଡ଼ିବ୤

ସେହିଭଳି ଓଡ଼ିଶା ଜଳ ଓ ସ୍ବେରେଜ ବୋର୍ଡ଼ ଆକ୍ଟ ୧୯୯୧ ଅଧୀନରେ ଥିବା ନିୟମ କଡ଼ାକଡ଼ି ଲାଗୁ ପାଇଁ କୁହାଯାଇଛି୤ ଘରକୁ ପାଣି ସଂଯୋଗ ବ୍ୟବସ୍ଥାର ସରଳୀକରଣ କରାଯାଇଛି୤ ନୂଆ ସଂଯୋଗ କ୍ଷେତ୍ରରେ କେବଳ ଠିକଣା ପ୍ରମାଣ, ଘର ଲାଇନ ନକ୍‌ସା ଆଦି ଦେବାକୁ ପଡ଼ିବ୤ ଯେଉଁ ଘର ମାଲିକ ବେଆଇନ ଭାବେ ପାଣି ସଂଯୋଗ ନେଇଥିବେ ସେ ସବୁ ତଥ୍ୟ ସେବା ଯୋଗାଣକାରୀ କର୍ତ୍ତୃପକ୍ଷ ପୋଲିସ୍‌କୁ ଜଣାଇଲେ ଏହାକୁ ଏତଲା ଭାବେ ଗ୍ରହଣ କରାଯିବ୤ ଯେଉଁମାନେ ଦୋଷୀ ପ୍ରମାଣିତ ହେବେ ସେମାନଙ୍କୁ ୨୦୦୦ ଟଙ୍କା ଜୋରିମାନା ଦେବାକୁ ହେବ କିମ୍ବା ଗୋଟିଏ ମାସ ଜେଲ ଭୋଗିବାକୁ ପଡ଼ିବ୤ ଏହା ବ୍ୟତୀତ ଅଭିଯୁକ୍ତଙ୍କଠାରୁ ଘରର ପ୍ଲାନ୍‌ ଅନୁମୋଦନ ପରଠୁ ଜୋରିମାନା ଆଦାୟ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି୤

Process initiated for an Odia University in the State
Bhubaneswar: An Odia University will be set up in the state soon to facilitate study and research exclusively in Odia language at a cost of about Rs 500 crore. The project cost includes expenditure on preparation of study materials in the Odia language and setting up of a digital study centre. A Bill for the lunching of the university, to be set up by the Odia Adhyayana O Gabeshana Institution(OAGI), has in the state Assembly.

Addressing a press conference at Red cross Bhawan recently Padmashree award winner Deviprasanna Pattnaik said,”The students who are not good in English will benefit immensely from the setting up of the said University , which will also help fight brain drain by providing value added education to the students. “The proposed Odia University, on the lines of other regional institutions like Tamil University, Telugu University and Kannada University in Karnataka, will have five wings including Administrative, training, academic, research & editing and publication , Patnaik said.

Though the venue for the University is yet to be decided, the plans to set up the University in Kalahandi or Bolangir. The OAGI has active members, including students, academia’s, litterateurs, lawyers and politicians. The University will have subjects like Sanskrit, Sociology Manuscript, Mass communication and Journalism, Tourism and Hotel Management, Geology, Naturology along with Medical Science and Engineering, etc. Besides, the University will also offer courses in 10 different languages of the country along with the national language Hindi and 10 foreign languages.

In the mean time, the Committee has planned to provide free coaching facility to those who are interested to write their civil services examination in Odia language. A website, namely www.odiabiswabidyalaya.org has already been developed for this facility, the civil services aspirants have to fill up an online from on or before May 25 following which an entrance exam will be organized for the students, who secure more than 80 percent in the entrance test, will be given free coaching facility in their respective subjects in Odia language.

“We want to create more Odia IAS officers. It will be very  useful for students who are intelligent but a bit poor in English. They can give examinations in Odia language”, Pattnaik said.