Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

୧୫୯ ବସ୍ତିରେ ଜଳିବ ବିଜୁଳି ଆଲୁଅ

Date : November 8th, 2010
Share : | More

କଟକ: ବିଜୁ ସହରାଞ୍ଚଳ ବିଦ୍ୟୁତକରଣ ଯୋଜନା ମାଧ୍ୟମରେ କଟକ ସହରର ବିଭିନ୍ନ ୱାର୍ଡ଼ରେ ଅବସ୍ଥିତ ପ୍ରାୟ ୧୫୯ଟି ବସ୍ତିକୁ ବିଦ୍ୟୁତିକରଣ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି୤ ଏଥିପାଇଁ ରାଜ୍ୟ ସରକାର ଅର୍ଥ ପ୍ରଦାନ କରିଛନ୍ତି୤ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନାରେ, କଟକ ମହାନଗର ନିଗମ ପାଇଁ ୧ କୋଟି, ଚୌଦ୍ବାର ପୌରପାଳିକା ପାଇଁ ୫୦ ଲକ୍ଷ ଏବଂ ବାଙ୍କି ତଥା ଆଠଗଡ଼ ଏନ୍ଏସି ପାଇଁ ୩୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ବ୍ୟବସ୍ଥା ହୋଇଛି୤ ସେହିପରି ୨୦୧୦-୧୧ ମସିହା ପାଇଁ କଟକ ମହାନଗର ନିଗମ ଅନ୍ତର୍ଗତ ବାରବାଟି-କଟକ ନିର୍ବାଚନ ମଣ୍ଡଳୀର ୩୫ଟି ବସ୍ତି, ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ଟି ଏବଂ କଟକ ସଦର ନିର୍ବାଚନ ମଣ୍ଡଳୀର ୧୫ଟି, ଚୌଦ୍ବାର ପୌରପାଳିକାର ୨୧ଟି ଓ ଆଠଗଡ଼ ଏନ୍ଏସିର ୧୦ଟି ଏବଂ ବାଙ୍କି ଏନ୍ଏସିର ୬୭ଟି ବସ୍ତିକୁ ବିଦ୍ୟୁତିକରଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ ଭାବେ ଉଦ୍ୟମ ଆରମ୍ଭ ହୋଇଛି୤ ଏହିସବୁ ଅଞ୍ଚଳରେ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ତୁରନ୍ତ ହାତକୁ ନିଆଯାଇ ତାହାକୁ ୨୦୧୧ ଡିସେମ୍ବର ସୁଦ୍ଧା ଶେଷ କରାଯିବାକୁ ନିଷ୍ପତ୍ତି ହୋଇଛି୤

ସେହିପରି ବିଜୁ ଗ୍ରାମ୍ୟ ଜ୍ୟୋତି ଏବଂ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତିକରଣ କାର୍ଯ୍ୟରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ପରାମର୍ଶ କରି ଏହି କାର୍ଯ୍ୟକୁ ଆଗେଇନେବା ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି୤ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ୨୦୦୭-୦୮ ଏବଂ ୨୦୦୮-୦୯ ବର୍ଷରେ ୫୨୧ଟି ପଡ଼ା, ୪୫୯୨ଟି ବିପିଏଲ୍‌ ପରିବାର ଏବଂ ୬୧ଟି ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତିକରଣ କରାଯାଇଥିବାବେଳେ ୨୦୦୯-୧୦ ମସିହାରେ ପ୍ରଥମ ପର୍ଯ୍ୟାୟରେ ୧୬୨ଟି ଗ୍ରାମକୁ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଚାଲୁରହିଛି୤ ଏହି ଯୋଜନା କାର୍ଯ୍ୟକାରୀ ହେଲେ ୧୫୯ଟି ବସ୍ତିରେ ବାସ କରୁଥିବା ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଗରିବ ଲୋକ ଉପକୃତ ହେବେ୤

ପ୍ରକାଶ ଥାଉକି, ବର୍ତ୍ତମାନ କେବଳ କଟକ ସହରରେ ୨୦୦ରୁ ଊର୍ଦ୍ଧ୍ବ ବସ୍ତି ରହିଥିବାବେଳେ ଜିଲ୍ଲାରେ ଏହି ସଂଖ୍ୟା ପ୍ରାୟ ୩୦୦ରେ ପହଞ୍ଚିଲାଣି୤ କିନ୍ତୁ ଅଧିକାଂଶ ବସ୍ତିକୁ ସରକାରଙ୍କ ପକ୍ଷରୁ ସର୍ବନିମ୍ନ ସୁବିଧା ସୁଯୋଗ ଦିଆଯାଇ ପାରୁନାହିଁ୤ ଯାହାଫଳରେ ବହୁ ବସ୍ତିବାସିନ୍ଦା ପାଣି, ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି୤ ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ବିଜୁଳି ଯୋଗାଇ ଦେବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg