Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

୧୬କୋଟି ଟଙ୍କା ବ୍ୟୟରେ ହେବ ଏସ୍‌ସିବି ଟ୍ରମାକେୟାର ୟୁନିଟ୍

Date : November 8th, 2010
Share : | More

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ପୂର୍ବ ଭାରତର ସର୍ବବୃହତ ଟ୍ରମାକେୟାର ୟୁନିଟ୍‌ ପ୍ରତିଷ୍ଠା ହେବ୤ ଏଥିପାଇଁ କେନ୍ଦ୍ର ସରକାର ୧୫କୋଟି ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି୤ ବର୍ତ୍ତମାନ ଏଥିପାଇଁ ଏକ ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି୤ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହାର କାର୍ଯ୍ୟ ଶେଷ ହୋଇ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ବଡ଼ ଡାକ୍ତରଖାନାର ପ୍ରଶାସନିକ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି୤

ନିକଟରେ ଏହାର ଅନୁଧ୍ୟାନ କରିବାକୁ ଏମ୍‌ସିଆଇ (ମେଡ଼ିକାଲ କାଉନସିଲ ଅଫ୍‌ ଇଣ୍ଡିଆ)ର ଏକ ତିନିଜଣିଆ ପ୍ରତିନିଧି ଦଳ ଡାକ୍ତରଖାନା ପରିଦର୍ଶନରେ ଆସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ୤ ବିଶେଷକରି ଏଠାରେ ଗୋଟିଏ ପରେ ଗୋଟିଏ ବିଭାଗରେ ପିଜି ପାଠ୍ୟକ୍ରମ ଖୋଲୁଥିବାବେଳେ ଟ୍ରମାକେୟାର ୟୁନିଟ୍ ନଥିବାରୁ ଡାକ୍ତରୀ ଛାତ୍ରଛାତ୍ରୀମାନେ ଗୁରୁତର ରୋଗୀର ଜରୁରି ଚିକିତ୍ସା ପାଇଁ ତାଲିମ ଗ୍ରହଣ କରିପାରୁନାହାନ୍ତି୤ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଠାରେ ଏକ ଅତ୍ୟାଧୁନିକ ଟ୍ରମାକେୟାର ୟୁନିଟ୍‌ ପ୍ରତିଷ୍ଠା ପାଇଁ ୧୬କୋଟି ଟଙ୍କା ପ୍ରଦାନ କରିବା ପରେ ଅସ୍ଥିଶଲ୍ୟ ବିଭାଗ ସମ୍ମୁଖରେ ଏହି ୟୁନିଟ୍‌ ପ୍ରତିଷ୍ଠା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି୤

ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ରାଜ୍ୟର ୩ଟି ସରକାରୀ ଡାକ୍ତରଖାନାରେ କୌଣସି ସ୍ବତନ୍ତ୍ର ସୁବିଧାନାହିଁ୤ ଅନେକ ଗୁରୁତର ଆହତ ରୋଗୀ ଚିକିତ୍ସା ଅଭାବରୁ ଅକାଳରେ ପ୍ରାଣ ହରାଉଥିବାବେଳେ ଆଉ କେତେକ ଘରୋଇ ଚିକିତ୍ସା କେନ୍ଦ୍ରରେ ଶୋଷଣର ଶିକାର ହେଉଛନ୍ତି୤ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ ପାଇଁ ରାଜ୍ୟରେ ଏକ ଅତ୍ୟାଧୁନିକ ଟ୍ରମାକେୟାର ୟୁନିଟ୍‌ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ୤ ଏଥି ପାଇଁ ବିଭିନ୍ନ ରାଜ୍ୟରେ ଟ୍ରମାକେୟାର ୟୁନିଟ୍‌ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ୤ ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ଏକ ଲେବଲ-୧ ଟ୍ରମାକେୟାର ୟୁନିଟ୍‌ ସ୍ଥାପନ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି୤

୨୦୦୯ ମସିହାରେ କେନ୍ଦ୍ର ସରକାର ଏଥିପାଇଁ ୧୧.୫ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ଚଳିତ ବର୍ଷ ୩ କୋଟି ଟଙ୍କା ପ୍ରଦାନ କରିଛନ୍ତି୤ ଉକ୍ତ ଅର୍ଥରେ ଅସ୍ଥିଶଲ୍ୟ ବିଭାଗ ସମ୍ମୁଖରେ ଟ୍ରମାକେୟାର ୟୁନିଟ୍‌ ପ୍ରତିଷ୍ଠା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି୤ ୬ ମହଲା ବିଶିଷ୍ଟ ଏହି କେନ୍ଦ୍ରରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ସ୍ନାୟୁଶଲ୍ୟ ପାଇଁ ୨୦ଟି, ଅସ୍ଥିଶଲ୍ୟ ପାଇଁ ୨୦ଟି ଓ ଶଲ୍ୟ ଚିକିତ୍ସା ପାଇଁ ୨୦ଟି ଶଯ୍ୟା ରହିବା ସହିତ ୩ଟି ଅସ୍ତ୍ରୋପଚାର ଗୃହ ଓ ୨୦ଟି ଆଇସିୟୁ ଶଯ୍ୟା ରଖାଯିବ୤ ଏହି ଟ୍ରମାକେୟାର କେନ୍ଦ୍ର ପ୍ରତିଷ୍ଠା ହେଲେ କେବଳ ରାଜ୍ୟରେ ନୁହେଁ, ସମଗ୍ର ପୂର୍ବ ଭାରତରେ ଏହା ଲେବଲ-୧ ଟ୍ରମାକେୟାର ୟୁନିଟର ମାନ୍ୟତା ପାଇବ୤

ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ, ଦେଶର ସମସ୍ତ ସରକାରୀ ଡାକ୍ତରଖାନାରେ ଥିବା ଟ୍ରମାକେୟାର ୟୁନିଟ୍‌ ନିକଟରେ ଆଶୁଚିକିତ୍ସା ବିଭାଗ ରହିଥିଲାବେଳେ କଟକ ବଡ଼ ଡାକ୍ତରଖାନାରେ କିନ୍ତୁ ତାହା ୫୦୦ମିଟର ଦୂରରେ ରହିଛି୤ ଦୁଇ ମହଲା ବିଶିଷ୍ଟ ଆଶୁଚିକିତ୍ସା ବିଭାଗର ଉପର ମହଲାକୁ ଯିବାକୁ ଲିଫ୍ଟ ସୁବିଧା ନଥିବାବେଳେ ସେଠାରେ ୨୫ଟି ଶଯ୍ୟା ରହିଛି୤ ଯାହାଫଳରେ ଆଶୁଚିକିତ୍ସା ବିଭାଗରୁ ଦୁଇଟି କେନ୍ଦ୍ର ପାଇଁ ମଧ୍ୟ ଅଲଗା ଅଲଗା କର୍ମଚାରୀ, ଡାକ୍ତର ଓ ସେବିକା ନିଯୁକ୍ତି ହେବେ୤ଉଲ୍ଲେଖଯୋଗ୍ୟଯେ, ସମ୍ପ୍ରତି ବଡ଼ ଡାକ୍ତରଖାନାରେ ଥିବା ଆଶୁଚିକିତ୍ସା ବିଭାଗ ବିଭିନ୍ନ ସମସ୍ୟା ଦେଇ ଗତିକରୁଛି୤ ସ୍ଥାନାଭାବ ସହିତ କର୍ମଚାରୀ ଅଭାବରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଦିଆଯାଇ ପାରୁନାହିଁ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg