Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
June 2019
M T W T F S S
     
 12
3456789
10111213141516
17181920212223
24252627282930

୨୪ତମ ରାଜ୍ୟ ଚଳଚ୍ଚିତ୍ର ଓ ପ୍ରଥମ ଟେଲି ପୁରସ୍କାର ଘୋଷିତ

Date : December 10th, 2013
Share : | More

ଭୁବନେଶ୍ବର: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ଆସୁଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ପ୍ରଥମ ଟେଲି ପୁରସ୍କାର ଘୋଷଣା କରାଯାଇଛି୤ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୨ର ସମ୍ମାନଜନକ ‘ଜୟଦେବ ପୁରସ୍କାର’ ବିଶିଷ୍ଟ ନିର୍ଦ୍ଦେଶକ ରାଜଗୋପାଳ ମିଶ୍ର(ରାଜୁ ମିଶ୍ର)ଙ୍କୁ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି୤ ଶ୍ରେଷ୍ଠ ଅଭିନେତା ଭାବେ ସବ୍ୟସାଚ୍ଚୀ ମିଶ୍ର(ଏମିତି ବି ପ୍ରେମ ହୁଏ), ଶ୍ରେଷ୍ଠ ଅଭିନେତ୍ରୀ-ବର୍ଷା ପ୍ରିୟଦର୍ଶନୀ (ପ୍ରେମ ସବୁଠୁ ବଳବାନ), ଶ୍ରେଷ୍ଠ କାହାଣୀ ‘ତୁ ମୋ ସୁନା ତୁ ମୋ ହୀରା’ ପାଇଁ ଚିନ୍ମୟୀ ମହାନ୍ତି, ଶ୍ରେଷ୍ଠ ସଙ୍ଗୀତକାର (ବାଳକୃଷ୍ଣ ଦାଶ ସମ୍ମାନ) ବୈଦ୍ୟନାଥ ଦାଶ (ତୁ ମୋ ଆରମ୍ଭ ତୁ ମୋ ଶେଷ), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ-ବାବୁଶାନ (ଲଭ୍‌ ମାଷ୍ଟର), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା-ତପୁ ମିଶ୍ର (ତୁ ମୋ ସୁନା ତୁ ମୋ ହୀରା), ଶ୍ରେଷ୍ଠ ଚିତ୍ର ଗ୍ରହଣ (ପ୍ରମୋଦ ପତି ସମ୍ମାନ) ‘ନଈ ସେପାରୀ କନକ ଗୋରୀ’ର ସିନେମାଟୋଗ୍ରାଫ୍‌ର, ଶ୍ରେଷ୍ଠ ସମ୍ପାଦନା ‘ଲଭ୍‌ ମାଷ୍ଟର୍‌’ର ସମ୍ପାଦକ, ଶ୍ରେଷ୍ଠ ଗୀତିକାର-ବିଜୟ ମଲ୍ଲ (ନଈ ସେପାରୀ କନକ ଗୋରୀ), ଶ୍ରେଷ୍ଠ ପାର୍ଶ୍ବ ଅଭିନେତା-ଅଶ୍ରୁମୋଚନ (ଏମିତି ବି ପ୍ରେମ ହୁଏ), ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପୁଷ୍ପା ପଣ୍ଡା ଓ ଶ୍ରେଷ୍ଠ ହାସ୍ୟ କଳାକାର ହୃଷି (ତୁ ମୋ ସୁନା ତୁ ମୋ ହୀରା), ଶ୍ରେଷ୍ଠ ଶିଶୁ କଳାକାର ଆର୍‌ୟାନ୍‌ ମିଶ୍ର (ଏମିତି ବି ପ୍ରେମ ହୁଏ), ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ ‘ନଈ ସେପାରି କନକ ଗୋରୀ’ର ଶବ୍ଦ ଗ୍ରହଣକାରୀ, ସ୍ବତନ୍ତ୍ର ଜୁରୀ ପୁରସ୍କାର-ମିହିର ଦାସ (ଏମିତି ବି ପ୍ରେମ ହୁଏ) ଓ ସ୍ମିଗ୍ଧା ମହାନ୍ତି (ତୁ ମୋ ସୁନା ତୁ ମୋ ହୀରା), ଶ୍ରେଷ୍ଠ ବେଶ ପୋଷାକ ସଜ୍ଜା-ବାବୁନି (ଶପଥ), ଶ୍ରେଷ୍ଠ ରୂପ ସଜ୍ଜା-କ୍ଷୀରୋଦ ପଣ୍ଡା (ଲଭ୍‌ ମାଷ୍ଟର) ବିବେଚିତ ହୋଇଛି୤

ସେହିପରି ପ୍ରଥମ ଥର ପାଇଁ ରାଜ୍ୟ ଟେଲି ପୁରସ୍କାର-୨୦୧୩ ମଧ୍ୟ ଘୋଷଣା କରାଯାଇଛି୤ ଆସନ୍ତା ଅଳ୍ପଦିନ ମଧ୍ୟରେ ଏକ ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇ ଉପରୋକ୍ତ କଳାକାରମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg