Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

୩୦ ବର୍ଷରେ ବିକାଶମୂଳକ ଯୋଜନାରେ ଖର୍ଚ୍ଚ ୭୮୧ କୋଟି

Date : November 9th, 2010
Share : | More

କଟକ: ଆଦିବାସୀ ଅଧ୍ୟୁଷିତ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ପାଲଲହଡ଼ା ଉପଖଣ୍ଡରେ ଆଦିମ ଜନଜାତି ପାଉଡ଼ିଭୂୟାଁମାନଙ୍କ ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା ସ୍ବରୂପ ପାଉଡ଼ିଭୂୟାଁ ଉନ୍ନୟନ ପ୍ରକଳ୍ପ (ପିବିଡ଼ିଏ) ଗଠନ କରାଯାଇଛି୤ ଏହି ସଂସ୍ଥା ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଅନୁଦାନ ରାଶି ପାଣିଭଳି ଖର୍ଚ୍ଚ ହେଉଥିଲେ ବି ଏହି ଜନଜାତିଙ୍କ ଅର୍ଥନୈତିକ, ସାମାଜିକ ଓ ମାନସିକ ଅବସ୍ଥାରେ ସେଭଳି କୌଣସି ଆଖି ଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ୤ ଫଳରେ ଏକଦା ଶାନ୍ତ, ସରଳ, ନିରୀହ ଆଦିବାସୀ ଭାବେ ଜଣାଶୁଣା ପାଉଡ଼ିଭୂୟାଁମାନେ ମାଓବାଦୀଙ୍କ ପ୍ରତି ଆକର୍ଷିତ ହେଉଥିବା ଅଭିଯୋଗ ହେଉଛି୤

ପ୍ରାପ୍ତ ଖବରରୁ ପ୍ରକାଶ, ବିଗତ ୩୦ ବର୍ଷ ମଧ୍ୟରେ ସରକାରଙ୍କ ଅନ୍ୟାନ୍ୟ ବିଭାଗ (ପଞ୍ଚାୟତ ସମିତି, ଗ୍ରା.ପ. ବନବିଭାଗ, ସ୍ବତନ୍ତ୍ର ଅନୁଦାନ, ବିଧାୟକ ପାଣ୍ଠି, ସାଂସଦ ପାଣ୍ଠି, ଆଦିବାସୀ-ହରିଜନ ଅନୁଦାନ, ପିଡ଼ବଲ୍ୟୁଡ଼ି, ଆରଡ଼ି ବିଭାଗ) ବ୍ୟତୀତ କେବଳ ପିବିଡ଼ିଏ ଜରିଆରେ ପ୍ରାୟ ୭୮୧ କୋଟି ଟଙ୍କାର ଅନୁଦାନ ରାଶି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଜରିଆରେ ଆସିଥିଲେ ବି ଏଠାକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରିନାହିଁ୤ ପୁନଶ୍ଚ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଏହି ସବୁ ଅଞ୍ଚଳ ବହୁତ ପଛରେ ପଡ଼ିଥିବାବେଳେ ଏମାନଙ୍କ ଚାଲିଚଳଣି, ଆଚାର ବ୍ୟବହାର ଓ ବେଶ ପୋଷାକ ହିଁ ଏହାର ସ୍ପଷ୍ଟ ନିଦର୍ଶନ୤

ବଦଳି ପାରିନାହିଁ ପାଉଡ଼ିଭୂୟାଁ ଜନଜାତିଙ୍କ ଜୀବନ ନିର୍ବାହ ପ୍ରଣାଳୀ

ସୂଚନା ଅନୁଯାୟୀ ଗତ ୧୯୮୭ ମସିହା ଏପ୍ରିଲ ମାସ ୨୧ ତାରିଖରେ ଏଠାରୁ ପ୍ରାୟ ୧୦ କି.ମି. ଦୂର ଜମରଡ଼ିହଠାରେ ପ୍ରତିଷ୍ଠା କରାଯାଇଥିଲା ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥା୤ ଆଦିବାସୀ ବହୁଳ ପାଉଡ଼ିଭୂୟାଁ ଅଧ୍ୟୁଷିତ ପାଲଲହଡ଼ା ବ୍ଲକର ୫ ଗୋଟି ପଞ୍ଚାୟତ ଯଥାକ୍ରମେ ପନ୍ଧାଭୂଇଁ, ନଗିରା, ସଇଡ଼ା, ଶିଗଡ଼ି, ପେଚାମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ୨୫ ଗୋଟି ଗ୍ରାମ ଯଥା ବନ୍ଧାଭୂଇଁ, ଭୀମକାଣ୍ଡ, ଜମରଡ଼ିହ, ଗଣେଶ୍ବରପୁର, ଇତି, ସିଆରରିଆ, ପଟ୍ଟାମୁଣ୍ଡା, କୃତିବାସପୁର, ରୁଗୁଡ଼ିହ, ନଗିରା, ବାଲିବାହାଳ, ସିବିଡ଼ା, କାଦମ୍ବିନିପୁର, ସଲେଇ, ସନ୍ଧାର, ଜହ୍ଲା, କଇରା, ରଡ଼ା, ବରଡ଼ିହ, ବରୁଣଡ଼ିହ, ଚନୁଗୋଳା, ଖଡ଼କା, ଡୁଇପାଣି, ତିମି ପ୍ରଭୃତି ଗ୍ରାମର ୧୨୪୨ଟି ପାଉଡ଼ିଭୂୟାଁ ପରିବାରକୁ ନେଇ ପ୍ରାୟ ୧୮୮ ବର୍ଗ କିମି ଭୌଗଳିକ ଅବସ୍ଥିତିକୁ ନେଇ ଉକ୍ତ ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା୤ ଲୁପ୍ତପ୍ରାୟ ପାଉଡ଼ିଭୂୟାଁ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ହିଁ ଏହି ସଂସ୍ଥାର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ଆବଶ୍ୟକ ତଦାରଖ ଅଭାବରୁ ସେମାନଙ୍କ ବିକାଶ ହିଁ କେବଳ କାଗଜପତ୍ର ମଧ୍ୟରେ ସୀମିତ ରହିଥିବା ଅଭିଯୋଗ ହୋଇଛି୤

ଉପରୋକ୍ତ ଭୌଗଳିକ ଅବସ୍ଥିତି ମଧ୍ୟରୁ ୨୬୬୦ ଏକର ୫୦ ଡେସିମିଲ୍‌ ସରକାରୀ ଜମି ଥିବା ବେଳେ ୨୦୪୧ ଏକର ୬୦ ଡେସିମିଲ୍‌ ହେଉଛି କୃଷି ଜମି୤ ଯେଉଁ ୨୦୪୧ ଏକର ଜମିରୁ ମାତ୍ର ୪ ପ୍ରତିଶତ ଅର୍ଥାତ୍‌ ୮୭ ଏକର ଜମି ଜଳସେଚିତ ବୋଲି ସରକାରୀ ନଥିପତ୍ରରେ ଦର୍ଶାଯାଇଥିଲେ ହେଁ କାଣିଚାଏ ଜମିକୁ ବି ଏଠାରେ ବର୍ଷ ଯାକ ପାଣି ମାଡ଼େନାହିଁ ବୋଲି ଅଭିଯୋଗ ହୋଇଛି୤ ଅବଶିଷ୍ଟ ୧୯୫୪.୬୦ ଡେସିମିଲ୍‌ ଜମି ଅଣଜଳସେଚିତ ବୋଲି ସରକାରୀ ନଥିପତ୍ରରେ ଦର୍ଶାଯାଇଛି୤ ଏଠାରେ ୮୧୫ ବର୍ଗକିମି ପରିମିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ମାଇକ୍ରୋ ପ୍ରୋଜେକ୍ଟ କାର୍ଯ୍ୟକ୍ରମରେ ୨୮୧୬ ପୁରୁଷ, ୨୮୧୭ ମହିଳା ଏହିଭଳି ମୋଟ ‌୫୬୩୩ ଜଣ ଉପକୃତ ହେଉଥିବାର ଦର୍ଶାଯାଉଥିଲେ ବି, ଯୋଜନାଟି ଏଠାରେ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି୤ ଉକ୍ତ ଯୋଜନା ଅନ୍ତର୍ଗତ ୧୨୪୨ଗୋଟି ପରିବାର ମଧ୍ୟରୁ ୧୨୩୬ଟି ପରିବାର ଦାରିଦ୍ୟ୍ର ସୀମାରେଖା ତଳେ ଥାଇ ସେମାନଙ୍କ ନାଁ ରେ ସମସ୍ତ ସରକାରୀ ଯୋଜନା ଅର୍ଥ ଖର୍ଚ୍ଚ କରାଯାଉଥିବାର ଦର୍ଶାଯାଉଥିଲେ ବି ଏଥିରୁ ଅର୍ଦ୍ଧାଧିକ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି୤

ଏହା ବ୍ୟତୀତ ୩୨୫ଟି ପରିବାରକୁ ସରକାରଙ୍କ ତରଫରୁ ଇନ୍ଦିରା ଆବାସଗୃହ ଯୋଗାଇ ଦିଆଯାଇଥିବା ଦର୍ଶାଯାଇଥିବା ବେଳେ ଶହେ ଲୋକଙ୍କର ଭଲ ଘର ଖଣ୍ଡିଏ ନାହିଁ୤ ଜିଲ୍ଲା ସ୍ବାସ୍ଥ୍ୟ ଓ ପରିମଳ ବିଭାଗ ତରଫରୁ ସମ୍ପୃକ୍ତ ପଞ୍ଚାୟତର ୧୨୩୬ଟି ବିପିଏଲ ପରିବାରକୁ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଜରିଆରେ ପ୍ରତି ପରିବାରକୁ ୨୨ ଶହ ଟଙ୍କା ହିସାବରେ ମାଗଣା ପାଇଖାନା ନିର୍ମାଣ ପାଇଁ ଯୋଗାଇ ଦେଇଥିବାର ଦର୍ଶାଇ ପ୍ରାୟ ୨୭ ଲକ୍ଷ ଟଙ୍କା ତୁମର ଅଧେକୁ ଆମର ଅଧେ ନ୍ୟାୟରେ ହଡ଼ପ କରିନେବାକୁ ବସିଛନ୍ତି୤ ସୂଚନାଯୋଗ୍ୟ ଯେ, ଉକ୍ତ ସ୍ଥାନରେ ପାଇଖାନାର ନାଁ ଗନ୍ଧ ନାହିଁ ଅଥଚ ଟଙ୍କା ଉଠା ଚାଲିଛି୤ ତେଣୁ ଅଞ୍ଚଳବାସୀ ଏହାର ଏକ ଉଚ୍ଚସ୍ତରୀୟ ତଥା ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg