Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
March 2019
M T W T F S S
     
 123
45678910
11121314151617
18192021222324
25262728293031

୮ଟି ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଖୋଲାଯିବ ସ୍ଥାୟୀ ଆଧାର ପଞ୍ଜୀକରଣ କେନ୍ଦ୍ର

Date : January 3rd, 2014
Share : | More

ଭୁବନେଶ୍ବର: ସୁନ୍ଦରଗଡ଼ ଓ ବଲାଙ୍ଗୀର ସମେତ ରାଜ୍ୟର ୮ଟି ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଖୋଲିବ ସ୍ଥାୟୀ ‘ଆଧାର’ ପଞ୍ଜୀକରଣ କେନ୍ଦ୍ର୤ ଏହାଦ୍ବାରା ଆଧାର ଯୋଜନାରୁ ବାଦ ପଡ଼ିଥିବା ଲୋକଙ୍କର ପଞ୍ଜୀକରଣ କରାଯିବ ଓ ପ୍ରତ୍ୟକ୍ଷ ଅର୍ଥ ବଦଳ ବା ବ୍ୟାଙ୍କ୍‌କୁ ଜମା ବହିକୁ ସିଧାସଳଖ ରିହାତି ଅର୍ଥ ପ୍ରଦାନ ଯୋଜନା (ଡିବିଟି) କାର୍ଯ୍ୟକାରୀ କରାଯିବାରେ ସୁବିଧା ହେବ୤ ଏ ବାବଦରେ ରାଜ୍ୟ ଜନଗଣନା ପରିଚାଳନା ନିର୍ଦ୍ଦେଶାଳୟ ବୈଠକ ନିଷ୍ପତ୍ତି ହୋଇଛି୤ ଏହି କାର୍ଯ୍ୟପାଇଁ ୫୩ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟ ହେବ ଓ ଏହି ଅର୍ଥ ତ୍ରୟୋଦଶ ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥରୁ ଭରଣା କରାଯିବ୤ ଏହି ଅର୍ଥ ସମ୍ପ୍ରତି ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ୍‌ ସେଣ୍ଟର ହାତରେ ରହିଛି୤ ସୁନ୍ଦରଗଡ଼ ଓ ବଲାଙ୍ଗିର ବ୍ୟତୀତ ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ବର, ଭଦ୍ରକ ଓ କଟକ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଏହି କେନ୍ଦ୍ର ଖୋଲାଯିବାର ନିଷ୍ପତ୍ତି ହୋଇଛି୤ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ସବୁ କେନ୍ଦ୍ର ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି୤ ଇଲେକ୍‌ଟ୍ରୋନିକ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ରାଜ୍ୟରେ ଏଥିପାଇଁ ୫ଟି ସଂସ୍ଥା ମାଧ୍ୟମରେ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ୤

ପୂର୍ବ ଯୋଜନା ଅନୁସାରେ ରାଜ୍ୟର ଆଉ ତିନିଟି ଜିଲ୍ଲା ବାଲେଶ୍ବର, ଭଦ୍ରକ ଓ ସୁନ୍ଦରଗଡ଼ରେ ରନ୍ଧନ ଗ୍ୟାସ୍‌ରେ ଡାଇରେକ୍ଟ୍‌ ବେନିଫିଟ୍‌ ଟ୍ରାନ୍ସଫର ବା ଡିବିଟି ଯୋଜନା କାର୍ଯ୍ୟକାରୀ କରାଯାଇଛି୤ ସମ୍ପ୍ରତି ରାଜ୍ୟସ୍ତରରେ ବାୟୋମେଟ୍ରିକ୍‌ ବ୍ୟବସ୍ଥାରେ କରାଯାଉଥିବା ପଞ୍ଜୀକରଣ ସଫଳତା ମାତ୍ରା ଡିସେମ୍ବର ସୁଦ୍ଧା ପ୍ରାୟ ୬୫ ପ୍ରତିଶତ ରେକର୍ଡ଼ କରାଯାଇଛି୤ ତେବେ ଏସବୁ ଜିଲ୍ଲରେ ଆଧାର କାର୍ଡ଼ଧାରୀଙ୍କ ସଂଖ୍ୟା ଯଥେଷ୍ଟ ନ ଥିବାରୁ ଏହା କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି୤ ଡିବିଟି ପାଇଁ ବଛା ଯାଇଥିବା ସମସ୍ତ ଜିଲ୍ଲାରେ ଆଧାର ପଞ୍ଜୀକରଣ ୭୦ ପ୍ରତିଶତରୁ କମ୍‌ ହୋଇଥିବାବେଳେ ସର୍ବାଧିକ ଲୋକଙ୍କୁ ଆଧାରକାର୍ଡ଼ ମିଳି ନଥିବାରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଯୋଜନା କାର୍ଯ୍ୟକାରୀ କରିବା ସମ୍ଭବ ହେବନାହିଁ ବୋଲି ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି୤ ନଭେମ୍ବର ପହିଲାରୁ ୪ଟି ଜିଲ୍ଲା ଯଥା: ବଲାଙ୍ଗୀର, କଟକ, ପୁରୀ ଓ ଖୋର୍ଦ୍ଧାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି୤ ବଲାଙ୍ଗୀରରେ ଶତକଡ଼ା ୬୨ ଭାଗ, କଟକରେ ଶତକଡ଼ା ୬୧ ଭାଗ, ପୁରୀରେ ଶତକଡ଼ା ୬୪ ଭାଗ ଓ ଖୋର୍ଦ୍ଧା ଜିଲ୍ଲରେ ଶତକଡ଼ା ୬୧ ଭାଗ ଲୋକଙ୍କ ଆଧାରକାର୍ଡ଼ ପ୍ରସ୍ତୁତ ହୋଇଛି୤ ତେବେ କେତେ ଲୋକଙ୍କ ପାଖରେ ଏହି କାର୍ଡ଼ ପହଞ୍ଚିଛି, ତା’ର ସଠିକ୍‌ ହିସାବ ନାହିଁ୤ ଫଳରେ ସମସ୍ତେ ଇନ୍ଧନ ଗ୍ୟାସ୍‌ ଉପରେ ଏହି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ସୁବିଧା ପାଉନାହାନ୍ତି୤ ନୂତନ ଭାବେ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବାଲେଶ୍ବର ଜିଲ୍ଲାରେ ଶତକଡ଼ା ୫୫ ଭାଗ, ଭଦ୍ରକରେ ଶତକଡ଼ା ୪ ଭାଗ ଓ ସୁନ୍ଦରଗଡ଼ରେ ଶତକଡ଼ା ୩୫ ଭାଗ ଲୋକଙ୍କ କାର୍ଡ଼ ପ୍ରସ୍ତୁତ ହୋଇଛି୤ ଏହି ତିନିଟି ଜିଲ୍ଲାରେ ୮ ଲକ୍ଷ ୫୦ ହଜାର ଲୋକଙ୍କ କାର୍ଡ଼ ବିଭିନ୍ନ କାରଣରୁ ନାକଚ କରାଯାଇଛି୤

ସିଧାସଳଖ ବ୍ୟାଙ୍କ୍‌କୁ କ୍ୟାସ୍‌ ସବ୍‌ସିଡ଼୍‌ ଦେବା ପାଇଁ ଆଉ କିଛି ଦିନ ସମୟ ଦେବାକୁ ରାଜ୍ୟ ସରକାର ଗତ ନଭେମ୍ବର ୪ ତାରିଖରେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ୤ ମୁଖ୍ୟ ଶାସନ ସଚିବ ଲେଖିଥିବା ପତ୍ର ଉପରେ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ୤ ସବୁ ଲୋକ ଆଧାରକାର୍ଡ଼ ପାଇ ନଥିବାବେଳେ ଆଉ ତିନିଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ କରିଥିବାରୁ ରାଜ୍ୟ ସରକାର ପୁନର୍ବାର କେନ୍ଦ୍ରକୁ ପତ୍ର ଲେଖି ସମୟ ମାଗିବେ୤ କେନ୍ଦ୍ର ସରକାର ବିଜ୍ଞାପନ ମାଧ୍ୟମରେ ଇନ୍ଧନ ଗ୍ୟାସ୍‌ ଉପଭୋକ୍ତାଙ୍କ ପାଇଁ ଆଧାରକାର୍ଡ଼ ଜରୁରି ବୋଲି ଜଣାଉଛନ୍ତି୤ ତିନିଟିଯାକ ତୈଳ କମ୍ପାନୀ ମଧ୍ୟ ମୋବାଇଲ୍‌ରେ ସୂଚନା ପଠାଇ ବ୍ୟାଙ୍କ୍‌ ଖାତାକୁ ସବ୍‌ସିଡ଼୍‌ ପଠାଇବା ପାଇଁ ଆଧାର ନମ୍ବର ଆବଶ୍ୟକ ଥିବା ସୂଚନା ଦେଉଛନ୍ତି୤ ଆଧାର ନମ୍ବର ପାଇଥିବା ଉପଭୋକ୍ତାଙ୍କ ସବ୍‌ସିଡ଼୍‌ ଅର୍ଥ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଯିବ୤ କାର୍ଡ଼ ନଥିବାରୁ ଏହାର ସୁବିଧା ସବୁ ଉପଭୋକ୍ତା ପାଉନାହାନ୍ତି୤ ଯୋଜନା କାର୍ଯ୍ୟକାରୀ ହୋଇଥିବା ଚାରିଟି ଜିଲ୍ଲାର ମାତ୍ର ୧୫ ରୁ ୨୦ ପ୍ରତିଶତ ଇନ୍ଧନ ଗ୍ୟାସ୍‌ ଉପଭୋକ୍ତା ଏହି ସୁବିଧା ପାଉଛନ୍ତି୤ ଅପରପକ୍ଷରେ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି୤ ତେଣୁ ତୈଳ କମ୍ପାନୀର ମେସେଜ୍‌ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାପନକୁ ନେଇ ଉପଭୋକ୍ତା ଦ୍ବନ୍ଦ୍ବରେ ଅଛନ୍ତି୤ ଡାଇରେକ୍ଟ କ୍ୟାସ୍‌ ଟ୍ରାନ୍ସଫର୍‌ କାର୍ଯ୍ୟକାରୀ ଉପରୋକ୍ତ ୭ଟି ଜିଲ୍ଲାରେ ଆଧାର କାର୍ଡ଼ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ରାଜ୍ୟ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ୤ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଭାବେ ଆଧାର କାର୍ଡ଼ ପାଇଁ ଫଟୋ ଉଠା କାର୍ଯ୍ୟ କରାଯିବା ସହିତ ୱେବ୍‌ସାଇଟ୍‌ରେ ଏ ସମସ୍ତ ତଥ୍ୟ ଦିଆଯିବ ବୋଲି ଜଣାପଡ଼ିଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg