Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଅନାଥାଶ୍ରମ ପିଲାଙ୍କ ପାଇଁ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ବ୍ୟବସ୍ଥା

Date : November 16th, 2010
Share : | More

ଭୁବନେଶ୍ବର : ସରକାରୀ ଓ ବେସରକାରୀ ସ୍ତରରେ ରାଜ୍ୟରେ ୧୩୨ଟି ଅନାଥାଶ୍ରମ ରହିଛି ଏବଂ ଏଥିରେ ପ୍ରାୟ ୧୬ ହଜାର ପିଲା ରହୁଛନ୍ତି୤ ଏହି ଅନାଥାଶ୍ରମଗୁଡିକରେ ସ୍ଥାନାଭାବ ସମସ୍ୟା ଦେଖାଦେଉଥିବାରୁ ଖ୍ୟାତି ସଂପନ୍ନ ସ୍ବେଚ୍ଛାସେବୀ ଆନୁଷ୍ଠାନମାନଙ୍କ ସହଯୋଗରେ ନୂତନ ଅନାଥାଶ୍ରମ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି୤ ଅନାଥାଶ୍ରମର ପିଲାମାନଙ୍କୁ ନିଯୁକ୍ତି ମିଶନ୍‌ର ସହଯୋଗରେ ବିଭିନ୍ନ ଧନ୍ଦାମୂଳକ ତାଲିମର ବ୍ୟବସ୍ଥା କରିବା ଏବଂ ୧୮ ବର୍ଷରୁ ଉର୍ଦ୍ଧ୍ବ ଝିଅମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀପାଇଁ ଉଦ୍ଦିଷ୍ଟ ତାଲିମରେ ସାମିଲ କରିବାପାଇଁ ସ୍ଥିର ହୋଇଛି୤ ଅନାଥାଶ୍ରମରେ ରହୁଥିବା ପିଲାମାନଙ୍କ ପାଇଁ ମାଗଣାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା କରାଯିବା ଏବଂ ଆବଶ୍ୟକସ୍ଥଳେ ସେମାନଙ୍କ ପାଇଁ ସେବାଶ୍ରମ ବିଦ୍ୟାଳୟରେ ପାଠପଢିବାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ସ୍ଥିର ହୋଇଛି୤ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ସମନ୍ବିତ ଶିଶୁ ସୁରକ୍ଷା ଯୋଜନା ସମୀକ୍ଷା ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି୤ ଏହି ଯୋଜନାରେ ଅବହେଳିତ, ଅନାଥ ତଥା ରାସ୍ତାକଡରେ ରହୁଥିବା, ଭିକ୍ଷାବୃତ୍ତି କରୁଥିବା, ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ ଶିଶୁ, ଏଡ୍ସ ଓ ଏଚ.ଆଇ.ଭି. ଆକ୍ରାନ୍ତ, ଯୌନ ଉତ୍ପୀଡନର ଶିକାର ହେଉଥିବା ଶିଶୁମାନଙ୍କ ସାମଗ୍ରିକ ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି୤ ଉକ୍ତ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରାଦେଶରେ ପ୍ରଥମ ରାଜ୍ୟବୋଲି ଏହି ବୈଠକରେ ସୂଚନା ଦିଆଯାଇଥିଲା୤

ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟର ବିଭିନ୍ନ ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲାଯିବା ସହିତ ବିଭିନ୍ନ ଜିଲ୍ଲାରେ ଶିଶୁ କଲ୍ୟାଣ କମିଟି ଗଠନ କରିବାସହ ନିରାଶ୍ରୟ ଓ ଅନାଥ ପିଲାଙ୍କ ପାଇଁ ଆଶ୍ରୟସ୍ଥଳର ବ୍ୟବସ୍ଥା ହୋଇଛି୤ ଏହା ସହିତ ଏଚ.ଆଇ.ଭି ଓ ଏଡ୍ସ ଆକ୍ରାନ୍ତ ପିଲାଙ୍କ ପାଇ ସ୍ବତନ୍ତ୍ର ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି୤ ନିରାଶ୍ରୟ ପିଲାଙ୍କ କଲ୍ୟାଣ ଓ ଥଇଥାନ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସମୟରେ ଶ୍ରମ ଓ ନିୟୋଜନ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ଏବଂ ପଞ୍ଚାୟତିରାଜ ବିଭାଗ ପରସ୍ପର ମଧ୍ୟରେ ସହଯୋଗ ଓ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ୤ ଅନାଥ ଓ ଅବହେଳିତ ପିଲାମାନଙ୍କ ଲାଳନପାଳନ ପାଇଁ ଆଗ୍ରହୀ ପରିବାରକୁ ସାହାଯ୍ୟ ସହଯୋଗ ଯୋଗାଇଦେବାପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଥିଲା୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg