Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଅନ୍ଧାରୀ ଗଳିରେ ବସ୍ତି ଅଞ୍ଚଳର ଶିଶୁଙ୍କ ଭବିଷ୍ୟତ

Date : November 8th, 2010
Share : | More

ଭୁବନେଶ୍ବର: ରାଜ୍ୟରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡ଼ିକ କାର୍ଯ୍ୟ କରୁଛନ୍ତି୤ ଆଜିର ଶିଶୁ ଆଗାମୀ ଦିନର ନାଗରିକ, ତେଣୁ ଦେଶର ଶିଶୁମାନଙ୍କ ଭବିଷ୍ୟତ ସୁରକ୍ଷା ନେଇ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି୤ ସେମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି ଏବଂ ଏଥିପାଇଁ କାର୍ଯ୍ୟକାରୀ ହେଉଛି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ୤ ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ ଓ ପୌରାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି୤ ଏହି ଯୋଜନାରେ ମାଗଣା ସ୍କୁଲ ଶିକ୍ଷା ବ୍ୟବସ୍ଥା ସହ ପୁଷ୍ଟିକର ଖାଦ୍ୟ ବିତରଣ ଏବଂ ସ୍ବାସ୍ଥ୍ୟ ପରୀକ୍ଷା ଆଦି ବ୍ୟବସ୍ଥା ରହିଛି୤

ରାଜଧାନୀର ବସ୍ତି ଅଞ୍ଚଳରେ ରହୁଥିବା ଶିଶୁମାନଙ୍କ କ୍ଷେତ୍ରରେ କିନ୍ତୁ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି୤ ରାଜଧାନୀର ମୂଳ ବାସିନ୍ଦା ନଥିବା ବହୁ ଲୋକ ବାହାର ରାଜ୍ୟରୁ କାମ ଧନ୍ଦା ଅନ୍ବେଷଣରେ ଆସି ଏଠାରେ ବସତି ସ୍ଥାପନ କରିଛନ୍ତି୤ କାଳକ୍ରମେ ସରକାରୀ ଜମି ଜବରଦଖଲ କରି ସେମାନେ ରାଜଧାନୀର ସ୍ଥାୟୀ ବାସିନ୍ଦା ପାଲଟି ଯାଇଛନ୍ତି୤ ଭୋଟ ରାଜନୀତି ଭିତରେ ସେମାନଙ୍କୁ ସୁରକ୍ଷା ମିଳି ସାରିଛି୤ ବସ୍ତି ଉଚ୍ଛେଦ ହେଲେ ବି ସେମାନଙ୍କର ରହିବା ପାଇଁ ସରକାରୀ ପଟ୍ଟା ମିଳିବା ଉପରେ କୌଣସି ଅସୁବିଧା ନାହିଁ୤ କାରଣ ସେମାନେ ମହାନଗର ନିଗମ ଭୋଟର ତାଲିକାରେ ଜଣେ ଜଣେ ନାଗରିକର ଆଖ୍ୟା ପାଇସାରିଛନ୍ତି୤ ସରକାରୀ ଜମି ଜବର ଦଖଲ କରି ରହୁଥିଲେ ବି ଭୋଟ ଦେବାର ଅଧିକାର ସେମାନଙ୍କୁ ମିଳି ସାରିଛି୤ ରାଜ୍ୟ ରାଜଧାନୀରେ ଗଢ଼ି ଉଠିଥିବା ୩୭୭ଟି ବସ୍ତିରେ ୬ ରୁ ୮ ବର୍ଷର ଶିଶୁମାନଙ୍କ ସଂଖ୍ୟା ପ୍ରାୟ ୩ ହଜାରରୁ ଅଧିକ୤ ବସ୍ତିରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟତଃ ୯୫ ପ୍ରତିଶିତ ଦିନ ମଜୁରିଆ, ବାକି ୫ ପ୍ରତିଶତ ଲୋକ ବିଭିନ୍ନ ପ୍ରକାର ଛୋଟ ମୋଟ ବ୍ୟବସାୟ ଓ ଫେରିକରି ଜୀବିକା ନିର୍ବାହ କରିଥାନ୍ତି୤

ସାଧାରଣତଃ ବସ୍ତି ଅଞ୍ଚଳର ଶିଶୁମାନେ ଶିକ୍ଷାର ଆଲୋକଠାରୁ ବହୁ ଦୂରରେ୤ ହାତଗଣତି କେତେ ଜଣଙ୍କୁ ବାଦ୍‌ଦେଲେ ଅନ୍ୟମାନଙ୍କ ମଧ୍ୟରୁ କେହି କେହି ପଲିଥିନ୍‌, ପ୍ଲାଷ୍ଟିକ ସଂଗ୍ରହ କାର୍ଯ୍ୟରେ ଲାଗିଥାନ୍ତି ତ, ଆଉ କେହି ହୋଟେଲ ଓ ଗ୍ୟାରେଜ ଆଦିରେ କାମ କରିଥାନ୍ତି୤ ଅଧିକାଂଶ ପିଲା ପାରିପାର୍ଶ୍ବିକ ଅବସ୍ଥାର ପ୍ରଭାବରେ ଅପରାଧଜନକ କାର୍ଯ୍ୟରେ ଲିପ୍ତ ହୋଇଥାନ୍ତି୤ ବୟସ ବଢ଼ିବା ସହିତ ସେମାନେ ଅପରାଧ ସାମ୍ରାଜ୍ୟ ଭିତିରେ ପ୍ରବେଶ କରିବା ଆରମ୍ଭ କରନ୍ତି, ଯେଉଁଥିପାଇଁ ବସ୍ତି ଅଞ୍ଚଳ ଗୁଡ଼ିକ ଏବେ ଅପରାଧୀଙ୍କ ଚରାଭୁଇଁରେ ପରିଣତ ହୋଇଛି୤ ତେବେ ଅଦ୍ୟାବଧି ସରକାରଙ୍କ ଶିଶୁ ସୁରକ୍ଷା ଯୋଜନାର ପ୍ରଭାବ ବସ୍ତି ଅଞ୍ଚଳରେ ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଶେଷ ସହାୟକ ହୋଇପାରିନାହିଁ୤ ଏହା ବ୍ୟତୀତ ଏହି ସମସ୍ୟାର ସମାଧାନ ନିମନ୍ତେ ଅଦ୍ୟାବଧି କୌଣସି ସ୍ବତନ୍ତ୍ର ଯୋଜନା ହାତକୁ ନିଆଯାଇ ପାରିନାହିଁ କିମ୍ବା ପ୍ରଶାସନ ବା ରାଜନୈତିକ ବ୍ୟକ୍ତି ବିଶେଷମାନଙ୍କର ଏ ଦିଗରେ ଆନ୍ତରିକତା ଥିବାପରି ମଧ୍ୟ ଜଣାପଡୁନାହିଁ୤

ଅସୁରକ୍ଷିତ ଶିଶୁଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଖୁବ୍‌ଶୀଘ୍ର ପାଇଲଟ ପ୍ରକଳ୍ପ ହାତକୁ ନେବେ ବୋଲି ଘୋଷଣା କରିଛନ୍ତି୤ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ଜାତିସଂଘ ବୈଠକରେ ଗୁରୁତ୍ବ ଦିଆଯାଇଛି୤ ଏନେଇ ୟୁନିସେଫ୍‌ ଭଳି ଅନେକ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ସଂସ୍ଥା ଓ ରାଜ୍ୟର କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ କାର୍ଯ୍ୟ କରୁଛନ୍ତି୤ ଏହା ସତ୍ତ୍ବେ ରାଜଧାନୀର ବସ୍ତି ଅଞ୍ଚଳ ଶିଶୁମାନଙ୍କର କୌଣସି କ୍ଷେତ୍ରରେ ପରିବର୍ତ୍ତନ ଘଟିପାରିନାହିଁ୤ ବିଡ଼ମ୍ବନା ହେଉଛି, ବସ୍ତି ଅଞ୍ଚଳର ଲୋକମାନେ କେବଳ ଭୋଟ ଦେବାର ଅଧିକାର ପାଇଛନ୍ତି, କିନ୍ତୁ ସେମାନଙ୍କ ଶିଶୁମାନେ ସରକାରୀ ଯୋଜନାରେ ସାମିଲ ହେବା କ୍ଷେତ୍ରରେ ହକ୍‌ଦାର ନୁହଁନ୍ତି୤ ଯେଉଁଥିପାଇଁ ବସ୍ତି ଅଞ୍ଚଳର ହଜାର ହଜାର ଶିଶୁଙ୍କ ଭବିଷ୍ୟତ ଏବେ ଅନ୍ଧକାରାଚ୍ଛନ୍ନ ହୋଇପଡ଼ିଛି୤ ତେଣୁ ସରକାର ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବା ଜରୁରି ହୋଇପଡ଼ିଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg