Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Partly Cloudy, 43 C

Forecast:
Sun - Clear. High: 42 Low: 26
Mon - Sunny. High: 44 Low: 27

Full Forecast at Yahoo! Weather
ARCHIVE
May 2012
M T W T F S S
« Apr    
 123456
78910111213
14151617181920
21222324252627
28293031  

ସମଗ୍ର ରାଜ୍ୟରେ ବାର୍ଡ଼ ଫ୍ଲୁ ରୋକିବା ପାଇଁ ପୁଣି କୁକୁଡ଼ା ମରା ଅଭିଯାନ ଆରମ୍ଭ

Date : February 6th, 2012
Share : | More

ଭୁବନେଶ୍ବର: ଗତ କିଛିଦିନ ତଳେ ରାଜଧାନୀର ବିଭିନ୍ନ ସ୍ଥାନରେ କାଉ ମରି ପଡୁଥିବାବେଳେ ଏହାକୁ ନେଇ ବାର୍ଡ଼ଫ୍ଲୁ ଆତଙ୍କ ଖେଳିଯାଇଥିଲା୤ ଏଥିସହିତ ଡୁମୁଡୁମା ଅଞ୍ଚଳରେ କାଉ ଓ କୁକୁଡ଼ା ମରିବା ପ୍ରଚାରିତ ହେବା ପରେ ସେଠାରୁ ମୃତ ପକ୍ଷୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ବେଳେ ନୟାପଲ୍ଲୀରେ ଥିବା କେନ୍ଦ୍ରୀୟ କୁକ୍କୁଟ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ଫାର୍ମରେ କୁକୁଡ଼ା ମରିବା ଯୋଗୁଁ ଏଥିରୁ କିଛି ନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା୤ ଏହି ନମୁନା ପରୀକ୍ଷା ପାଇଁ ଭୋପାଳସ୍ଥିତ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍‌ ଲାବୋରୋଟୋରୀ (ଏଚଏସଡ଼ିଏଲ)କୁ ପଠାଯାଇଥିଲା୤ ସେଠାରୁ ରିପୋର୍ଟ ଆସିବା ପରେ ସରକାରୀ ସ୍ତରରେ ସତର୍କତା ପଦକ୍ଷେପ ଆରମ୍ଭ ହୋଇଛି୤ ନମୁନା ଯାଇଥିବା ରକ୍ତଗୁଡ଼ିକ ମଧ୍ୟରୁ ୩ଟି କୁକୁଡ଼ା ବାର୍ଡ଼ ଫ୍ଲୁରେ ମରିଥିବା ଜଣାପଡ଼ିବା ସହିତ ସେହି କୁକୁଡ଼ା ଠାରେ ଏଚ୍‌-୫ ଏନ୍‌-୧ ଇନଫ୍ଲୁଏଞ୍ଜା-୧ ଭୁତାଣୁ ଚିହ୍ନଟ ହୋଇଛି୤

ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କର୍ତ୍ତୃପକ୍ଷ ରାଜଧାନୀରେ ଥିବା ସମସ୍ତ କୁକୁଡ଼ା ବିକ୍ରୟ କେନ୍ଦ୍ରଗୁଡ଼ିକୁ ବନ୍ଦ କରିବା ସହ ଅଣ୍ଡା ବିକ୍ରୀ ଉପରେ କଟକଣା ଲାଗୁ କରାଯାଇଛି୤ ଏଥିସହିତ ସାମ୍ଭାବ୍ୟ ରୋଗ ସଂକ୍ରମିତ ଅଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ପ୍ରାଣୀ ଚିକିତ୍ସା ବିଭାଗ ନିର୍ଦ୍ଦେଶକ ଡା.ବେଣୁଧର ଦାସ ସୂଚନା ଦେଇଛନ୍ତି୤ ବାର୍ଡ଼ଫ୍ଲୁ ସଂକ୍ରମଣ ଭୟ ଥିବାରୁ ସଂକ୍ରମିତ ଅଞ୍ଚଳର ୩ କିମି ପରିଧି ବାହାରକୁ କୁକୁଡ଼ା ଚାଲାଣ ବନ୍ଦ କରାଯାଇଛି୤ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମ୍‌ ନିକଟରେ ଥିବା ଫାର୍ମ ସୀମା ଅଞ୍ଚଳ ୩ କି.ମି. ମଧ୍ୟରେ ବିଏମ୍‌ସିର ପ୍ରାୟ ୨୦/୨୧ଟି ୱାର୍ଡ଼ରେ ହାଇଆଲର୍ଟ ଜାରି କରାଯାଇ ଏଠାରେ କୁକୁଡ଼ା ମରାଯିବା ପାଇଁ କେନ୍ଦ୍ରୀୟ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଥିବା ବେଳେ ଅନୁମତି ଆସିବା ପରେ ସୋମବାର ସୁଦ୍ଧା କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି୤ ଏହି ଅଭିଯାନରେ ପ୍ରାୟ ୨୯ ହଜାର କୁକୁଡ଼ା ମରାଯିବ ବୋଲି ସୂଚନା ମିଳିଛି୤ ଏଥିସହିତ ପରିସ୍ଥିତିର ତଦାରଖ ପାଇଁ ୧୦ଟି ସ୍ବତନ୍ତ୍ର ଦଳ‌ ଗଠନ କରାଯାଇଛି୤ ସେହିପରି କେନ୍ଦ୍ରୀୟ କୁକ୍କୁଟ ଗବେଷଣା ପ୍ରତିଷ୍ଠାନ ଅଧିନରେ ଯେତେ ଫାର୍ମ ରହିଛି ସେଗୁଡ଼ିକରେ କୁକୁଡ଼ା ମରା ଅଭିଯାନ ଖୁବ୍‌ଶୀଘ୍ର ହେବା ସମ୍ଭାବନା ରହିଛି୤ ବିଶେଷ କରି ଲକ୍ଷ୍ମୀସାଗରରେ ଥିବା ଇଣ୍ଟେନସିଭ ପୋଲଟ୍ରି ଡେଭଲପମେଣ୍ଟ ଅର୍ଗାନାଇଜେସନ, ଖଣ୍ଡଗିରିଠାରେ ଥିବା ଆଇସିଏଆର ବତକ ଫାର୍ମ ସଂକ୍ରମିତ ଅଞ୍ଚଳଠାରୁ ଦୂରେ ରହିଥିବାରୁ ସେଠାରେ କୁକୁଡ଼ା ଓ ବତକ ମରାଯିବା ପରିବର୍ତ୍ତେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି୤

 

Leave a Reply

What Readers Say ?
  • A welcome step.But what to do with the pilferage of water by encroachers and slum dwellers.
    Bijay | More
  • A welcome step by RDA and Municipality but as rightly stated in the report where do the concerned authorities do ...
    Bijay | More
  • In my view demolition of mandirs and temples are not a big problem. But why administration and local public representatives ...
    Biswajit | More
  • This is a very important step taken by RDA and Rourkela administration. It is definitely appreciated. In the name of ...
    Prashant K Sahoo | More
  • illegal basty uuched aga darkar mandir ta bada samasya nuhein
    situn | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg