ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ
Date : April 29th, 2014
ରାଉରକେଲା: ଆସନ୍ତା କାଲି ଅର୍ଥାତ୍ ଅପ୍ରେଲ୍ ୩୦ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଅନୁଷ୍ଠିତ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି ସୂଚନା ମୁତାବକ ମୋଟ ୮ଟି ୱେବ୍ସାଇଟ୍ ମାଧ୍ୟମରେ ଆସନ୍ତା କାଲି ସକାଳ ୮ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ସହିତ ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣିବାର ବ୍ୟବସ୍ଥା ହୋଇଛି
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରୀ ୨୫ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ତାରିଖରେ ସମାପ୍ତ ହୋଇଥିଲା ରାଜ୍ୟର ମୋଟ ୬ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନୂତନ ପଦ୍ଧତିରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ଏହା ସହିତ ନୂତନ ପଦ୍ଧତିରେ ମାଟ୍ରିକ୍ ପରୀକ୍ଷା କରାଯିବା ସହ ନୂତନ ପଦ୍ଧତିରେ ମୂଲ୍ୟାୟନ ମଧ୍ୟ ହୋଇଥିଲା ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ଏ,ବି,ସି,ଡି ଆଦି ଗ୍ରେଡ୍ ମାଧ୍ୟମରେ ଫଳାଫଳ ପ୍ରକାଶ ପାଇବ