Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

୬ ହଜାର ସ୍କୁଲର ୧ ଲକ୍ଷ ଛାତ୍ରଛାତ୍ରୀ ଆଇନ ସମ୍ପର୍କରେ ସଚେତନ ହେବେ

Date : November 10th, 2010
Share : | More

କଟକ : ରାଜ୍ୟର ଆଇନ ସମ୍ପର୍କରେ ସବୁବର୍ଗର ଲୋକଙ୍କୁ ସଚେତନ କରିବାପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରିଛି୤ ଏହି କ୍ରମରେ ଆଗାମୀ ଦିନରେ ରାଜ୍ୟର ୬ ହଜାର ସ୍କୁଲର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରାଯିବ୤ ଏଥିପାଇଁ ପ୍ରାଧିକରଣ ପକ୍ଷରୁ ଛାତ୍ର ଆଇନ ସାକ୍ଷରତା କ୍ଲବ ଗଠିତ ହୋଇଛି୤ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଉଦଘାଟନ କରିଛନ୍ତି୤

ଏହି ସାକ୍ଷରତା କ୍ଲବରେ ଗୋଟିଏ ବିଦ୍ୟାଳୟର ୯ମ କିମ୍ବା ତାଠାରୁ କମ୍ କ୍ଲାସରେ ପାଠ ପଢୁଥିବା ୧୦ରୁ ୨୫ ଜଣ ଛାତ୍ର ସଦସ୍ୟ ହୋଇପାରିବେ୤ ବିଦ୍ୟାଳୟରେ ଗୋଟିଏ ବର୍ଷରେ ଅତିକମରେ ୬ଟି ଆଇନ ସାକ୍ଷରତା କ୍ଲାସ କରାଯିବ୤ ଏଥିପାଇଁ ଆବଶ୍ୟକ ପାଠ୍ୟ ଉପକରଣ ଓ ପୁସ୍ତକ ଗୁଡିକୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯିବ୤ ଦରିଦ୍ର ଓ ଅସହାୟ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି୤ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳା, ଶିଶୁ, ଶାରୀରିକ ଭିନ୍ନକ୍ଷମ, ଅସହାୟ ବୃଦ୍ଧବୃଦ୍ଧା ଓ ଦରିଦ୍ର ଲୋକଙ୍କୁ ଆଇନ ସଚେତନ କରିବା ସହିତ ସେମାନେ କିପରି ସହଜରେ ଓ ସୁବିଧାରେ ନ୍ୟାୟ ପାଇପାରିବେ ସେଥିପ୍ରତି ସମସ୍ତେ ଉଦ୍ୟମ କରିବା ଆବଶ୍ୟକ୤ ଗ୍ରାମାଞ୍ଚଳରେ ଥିବା ସ୍କୁଲ ଗୁଡିକର ଛାତ୍ର ଓ ଛାତ୍ରୀମାନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ୤ ସେମାନଙ୍କୁ ବିଭିନ୍ନ ଦେଓବାନୀ, ଫୌଜଦାରୀ, ଓ ରାଜସ୍ବ ସଂପର୍କତ ଆଇନ ଶିକ୍ଷା ପ୍ରଦାନ ଦ୍ବାରା ସେମାନେ ସାଧାରଣ ଲୋକଙ୍କୁ ଏ ବିଷୟରେ ସଚେତନ କରିପାରିବେ୤ ଆଇନ ପାଠ ପଢୁଥବା ଛାତ୍ରଛାତ୍ରୀ ଶିକ୍ଷାକୁ ପଢାବହି ଓ କମ୍ପ୍ୟୁଟର ମଧ୍ୟରେ ସୀମିତ ନରଖି ସାଧାରଣ ଲୋକଙ୍କୁ ଆଇନ ଶିକ୍ଷା ଦବା ଉଚିତ୤ ଏହା ଦ୍ବାରା ଭବିଷ୍ୟତରେ ସେ ଆଇନ ବିଷୟରେ ଦକ୍ଷ ହୋଇପାରିବ ଓ ଆଇନଜୀବୀ ଭାବେ ନିଜର କ୍ୟାରିଅର କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg