Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ଭିତ୍ତି ପ୍ରସ୍ତରରେ ହିଁ ସୀମିତ ରହିଛି ବଂଶଧାରା ସମନ୍ବିତ ପ୍ରକଳ୍ପ

Date : November 4th, 2010
Share : | More

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ନଦୀର ଜଳ ଉପରେ ଆନ୍ଧ୍ରର ଦାଦାଗିରି ବଢ଼ି ଚାଲିଥିବା ବେଳେ ଓଡ଼ିଶା ସରକାର କେବଳ ଜଳକା ହୋଇ ବସିରହିଛନ୍ତି୤ ମହେନ୍ଦ୍ର ତନୟା ନଦୀ ଜଳର ସୁବିନିଯୋଗ ପାଇଁ ରାଜ୍ୟ ସରକାର ବଂଶଧାରା ସମନ୍ବିତ ପ୍ରକଳ୍ପ ଅନ୍ତର୍ଗତ ୨ଟି ଆନିକଟ ନିର୍ମାଣ ଯୋଜନା କରିଥିଲେ୤ ଏଥି ପାଇଁ ୨୦୦୮ ମସିହା ଅପ୍ରେଲ ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ୤ ଏହି ପ୍ରକଳ୍ପ ଅନୁଯାୟୀ, ମହେନ୍ଦ୍ର ତନୟା ନଦୀରେ ଡମ୍ବପୁରଠାରେ ଗୋଟିଏ ଏବଂ ଏହାର ଉପନଦୀ ଜଲାଙ୍ଗ ନଦୀର ଚମ୍ପାପୁର ଗ୍ରାମ ନିକଟରେ ଅନ୍ୟ ଏକ ଆନିକଟ ନିର୍ମାଣ କରିବା ପାଇଁ ସ୍ଥିର ହୋଇଥିଲା୤ ମହେନ୍ଦ୍ର ତନୟାରେ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଓ ରାୟଗଡ଼ା ଜିଲ୍ଲାର ହଜାର ହଜାର ହେକ୍ଟର ଜମି ଜଳ ସେଚିତ ହେବା ସହ ପାରଳାଖେମୁଣ୍ଡି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଥିଲା୤ ଏହି ଯୋଜନାରେ ୩୮ କୋଟି ଟଙ୍କା ଖର୍ଚ୍ଚ ହେବାର ବ୍ୟୟ ଅଟକଳ କରାଯାଇଥିଲା୤

ଅଢ଼େଇ ବର୍ଷ ହେଲା ଟେଣ୍ଡର ଡାକି ଚୁପ୍‌ ବସିଛି ଜଳସଂପଦ ବିଭାଗ

ମହେନ୍ଦ୍ର ତନୟା ନଦୀରେ ପ୍ରସ୍ତାବିତ ଏହି ଦୁଇ ଗୋଟି ପ୍ରକଳ୍ପ ୫୯ତମ ରାଜ୍ୟ ବୈଷୟିକ କମିଟିର ଅନୁମୋଦନ ଲାଭ କରିଥିବାବେଳେ ରାଜ୍ୟ ସରକାରଙ୍କ ପ୍ରଶାସନିକ ମଞ୍ଜୁରୀ ମଧ୍ୟ ପାଇସାରିଛି୤ ଇତିମଧ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ହେବାର ଅଢ଼େଇ ବର୍ଷ ବିତିଗଲାଣି, ଅଥଚ ପ୍ରକଳ୍ପ ଦୁଇଟି କେବଳ ଫଳକ ସ୍ଥାପନ ଭିତରେ ହିଁ ସୀମାବଦ୍ଧ ରହିଛି୤ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକଳ୍ପର ନିର୍ମାଣ ଦିଗରେ ସେଭଳି ତତ୍ପରତା ମଧ୍ୟ ପ୍ରକାଶ ପାଉନାହିଁ୤ ମହେନ୍ଦ୍ର ତନୟା ନଦୀରେ ଆନ୍ଧ୍ରର ପ୍ରକଳ୍ପ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଥିବା ବେଳେ ରାଜ୍ୟ ସରକାର ଏହାର ବିରୋଧ କରୁ ନାହାଁନ୍ତି କିମ୍ବା ନିଜ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ନେଇ ଚିନ୍ତା ପ୍ରକଟ ମଧ୍ୟ କରୁନାହାନ୍ତି୤ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳସମ୍ପଦ ବିଭାଗ କେବଳ ପ୍ରକଳ୍ପ ନିର୍ମାଣ ନେଇ ଟେଣ୍ଡର ଆହ୍ବାନ କରିଦେଇ ଚୁପ୍‌ଚାପ୍‌ ବସିରହିଛି୤ ଏହି ଅଭିଯୋଗ ଆଣିଛି ରାଷ୍ଟ୍ରୀୟ ଓଡ଼ିଆ ଯୁବ ପ୍ରତିଷ୍ଠାନ ଏବଂ ମହେନ୍ଦ୍ର ତନୟା ବଞ୍ଚାଅ ଆନ୍ଦୋଳନ ଅଭିଯାନ ନାମକ ଦୁଇଗୋଟି ସାମାଜିକ ଅନୁଷ୍ଠାନ୤ ରାଜ୍ୟରେ ନଦୀ ଜଳର ସୁରକ୍ଷା ଓ ସୁବିନିଯୋଗ ଉପରେ କାର୍ଯ୍ୟକରି ଆସୁଥିବା ଏହି ଦୁଇଟି ଅନୁଷ୍ଠାନ ବଂଶଧାରା ସମନ୍ବିତ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ରାଜ୍ୟ ସରକାର ଅବହେଳା ନେଇ କ୍ଷୋଭ ପ୍ରକାଶ କରିଛନ୍ତି୤ ଗତ ମଙ୍ଗଳବାର ଦିନ କେଶରୀ ହୋଟେଲଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଅଭିଯାନର ଆବାହକ ଆଡ଼ଭୋକେଟ ଶ୍ରୀକାନ୍ତ ପାଢ଼ୀ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଦୁଇଟି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇ ପାରୁନାହିଁ ବୋଲି କହିଥିଲେ୤ ସୂଚନା ଅଧିକାର ଆଇନ ଅନୁଯାୟୀ, ୮.୧୦.୨୦୧୦ ତାରିଖ ସୁଦ୍ଧା ଏନେଇ ପରିବେଶ ବିଭାଗ ମଞ୍ଜୁରୀ ପ୍ରକ୍ରିୟା ଜାରି ରହିଥିବା ବେଳେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହି ବିଭାଗ ଦାୟିତ୍ବରେ ଥିଲେ ମଧ୍ୟ ତତ୍ପରତା ପ୍ରକାଶ ନକରିବା ଦୁଃଖଦାୟକ ବୋଲି ଶ୍ରୀ ପାଢ଼ୀ କ୍ଷୋଭ ପ୍ରକାଶ କରିଛନ୍ତି୤ ସରକାର ଆନ୍ଧ୍ରର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ନା କିଛି କରୁଛନ୍ତି ନା ନ୍ୟାୟାଳୟର ଆଶ୍ରୟ ନେଉଛନ୍ତି, ସେପଟେ ଆନ୍ଧ୍ର ତାର ପ୍ରକଳ୍ପ କାମକୁ ଆଗେଇ ନେଉଥିବା ବେଳେ ଓଡ଼ିଶା ସରକାର ହାତବାନ୍ଧି ବସିରହିବା ଘଟଣାକୁ ଶ୍ରୀ ପାଢ଼ୀ ସମାଲୋଚନା କରିଛନ୍ତି୤

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଓଡ଼ିଆ ଯୁବ ପ୍ରତିଷ୍ଠାନ ଏବଂ ମହେନ୍ଦ୍ର ତନୟା ବଞ୍ଚାଅ ଆନ୍ଦୋଳନ ଅଭିଯାନର ମିଳିତ ସହଯୋଗରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ୭ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି୤ ମେଳିଆପୁଟରେ ନିର୍ମିତ ମହେନ୍ଦ୍ର ତନୟା ପ୍ରକଳ୍ପ କ୍ଷେତ୍ରରେ ଆନ୍ଧ୍ର ୧୯୬୨ ଚୁକ୍ତି ଉଲ୍ଲଂଘନ ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ ପିଟିସନ କରିବା, ଜଲାଙ୍ଗ ନଦୀରେ ପ୍ରସ୍ତାବିତ ଆନିକଟ ନିର୍ମାଣ ପାଇଁ ତୁରନ୍ତ ଟେଣ୍ଡର ଆହ୍ବାନ ସହ ଟେଣ୍ଡର ପ୍ରକ୍ରିୟା ଶେଷ କରି ଦୁଇଟି ଯାକ ଆନିକଟ ନିର୍ମାଣ କରିବା, କୌଣସି ଠିକାଦାର ନମିଳିଲେ ସରକାର ନିଜେ କାମ ହାତକୁ ନେବା, ଯଦି ନକ୍ସଲ ଭୟ ରହିଛି, ତାହେଲେ ସେନାବାହିନୀର ମିଲିଟାରୀ ଇଂଜିନିୟରିଂ ସର୍ଭିସ୍‌କୁ ପ୍ରକଳ୍ପ କାମ ଦେବା, ପାରଳାଖେମୁଣ୍ଡିଠାରେ ପ୍ରକଳ୍ପ କାର୍ଯ୍ୟ ତଦାରଖ ପାଇଁ ଏକ ଡିଭିଜନ ସ୍ଥାପନ କରିବା ଏବଂ ପାରଳାଖେମୁଣ୍ଡି ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ଓ ମହେନ୍ଦ୍ର ତନୟା ପ୍ରକଳ୍ପର କନିଷ୍ଠ ଯନ୍ତ୍ରୀ ପଦବୀ ପୂରଣ କରିବା ପାଇଁ ଏହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି୤ ଆଗାମୀ ଡିସେମ୍ବର ସୁଦ୍ଧା ଏହି ଦାବୀଗୁଡ଼ିକ ପୂରଣ ନହେଲେ ଜନ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg