Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ଭଜନ ସମ୍ରାଟଙ୍କ ମନପାରା ଉଡ଼ିଗଲା ଅନେକ ଦୂର……

Date : November 3rd, 2010
Share : | More

bhikari balକଟକ: ସେ ଗାଇଥିଲେ… ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି….., ଆଜି ତାଙ୍କର ମନପାରା ଶ୍ରୀକ୍ଷେତ୍ର, ଓଡ଼ିଶା ଆଉ ଏ ମରଧାମକୁ ଛାଡ଼ି ଉଡ଼ିଯାଇଛି ଅନେକ ଦୂର୤ ଭାବବିନୋଦିଆ, ଭାବଗ୍ରାହୀ କଳାଠାକୁରଙ୍କ ଭକ୍ତ, କୋଟି ଓଡ଼ିଆଙ୍କ ମଉଡ଼ମଣି ଭଜନ ସମ୍ରାଟ ଭିକାରୀ ବଳ ଆଉ ଇହଜଗତରେ ନାହାନ୍ତି୤ ମଙ୍ଗଳବାର ରାତି ସାଢ଼େ ୧୦ଟାରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ବିୟୋଗ ଘଟିଛି୤ ସେ ପାର୍କିନସନ ରୋଗରେ ପୀଡ଼ିତ ହୋଇ ଦୀର୍ଘ ୪ ବର୍ଷ ଧରି ଶଯ୍ୟାଶାୟୀ ଥିବାବେଳେ କିଛିଦିନ ହେବ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା୤ ତାଙ୍କୁ ଗତ ୨୫ ତାରିଖରୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା୤ ଏକ ୭ ଜଣିଆ ସ୍ବତନ୍ତ୍ର ଡାକ୍ତରୀଦଳ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପ୍ରତି ତୀକ୍ଷ୍‌ଣ ନଜର ରଖିଥିଲେ୤ ସବୁଦିନ ପାଇଁ ଓଡ଼ିଆଙ୍କ ପ୍ରିୟ ଠାକୁର ଜଗନ୍ନାଥଙ୍କ ଭକ୍ତ ଭିକାରୀ ବଳ ଚିର ନିଦ୍ରାରେ ଶୋଇ ପଡ଼ିଥିଲେ ଆପାତକାଳୀନ ଚିକିତ୍ସା ବିଭାଗର ସେହି ଶଯ୍ୟାରେ୤ ୮୧ ବର୍ଷୀୟ ସ୍ବରସମ୍ରାଟଙ୍କ ବିୟୋଗରେ ସ୍ତବ୍‌ଧ ହୋଇଯାଇଛନ୍ତି କୋଟି କୋଟି ଓଡ଼ିଆ୤ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ଭଜନ ସମ୍ରାଟଙ୍କ ଅଗଣିତ ପ୍ରଶଂସକଙ୍କ ସୁଅ ଛୁଟିଥିଲା ବଡ଼ ଡାକ୍ତରଖାନାରେ ଅଭିମୁଖେ୤ କ୍ଷଣିକ ମଧ୍ୟରେ ବଡ଼ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା୤ ସମସ୍ତଙ୍କ ଆଖିରୁ ଅଜାଣତରେ ଝରି ପଡ଼ିଥିଲା ଲୋତକାଶ୍ରୁ୤ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ଦୁଇପୁଅ ବୋହୂ, ଝିଅଜ୍ବାଇଁ ଓ ବହୁ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ୤

୧୯୨୯ ମେ ୨୫ ରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ସୋବଳା ଗାଁରେ ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣୀଙ୍କ ଔରସରୁ ଜନ୍ମ ହୋଇଥିଲେ ଭିକାରୀ ବଳ୤ ପିଲାଟି ବେଳୁ ଏକ ଦୁରାରୋଗରେ ପୀଡ଼ିତ ହୋଇଥିଲେ ସେ୤ ରୋଗ ଭଲ ନହେବାରୁ ବାପାମାଆ ତାଙ୍କୁ ଭିକାରୀଙ୍କୁ ବିକିଦେଲେ ଓ ପରେ କିଣି ଆଣିଲେ୤ ସେହିଦିନଠାରୁ ତାଙ୍କ ନାଁ ହେଲା ଭିକାରୀ ବଳ୤

ପିଲାଟି ଦିନରୁ ହିଁ ତାଙ୍କର ଗୀତ ଗାଇବା ପ୍ରତି ବିଶେଷ ଦୁର୍ବଳତା ଥିଲା୤ ଜେଜେବାପା କ୍ଷେତ୍ରବାସୀ ବଳଙ୍କ ସୂଚନା ଅପେରା ଏବଂ ଦକ୍ଷିଣୀ ଅପେରାରେ ସେ ଗୋଟିପୁଅ ନାଚଠାରୁ ଆରମ୍ଭ କରି ନାୟକ ଭୂମିକା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ୤ ଏଥିପାଇଁ ସେ ଛୋଟବେଳୁ ଗୀତ ଗାଇବା ଆରମ୍ଭ କରିଥିଲେ୤ ବାଳକୃଷ୍ଣ ଦାଶ ଥିଲେ ତାଙ୍କ ଶିକ୍ଷା ଗୁରୁ ଓ ଦୀକ୍ଷା ଗୁରୁ୤ କେନ୍ଦ୍ରାପଡ଼ା ଗୋକୁଳଚନ୍ଦ୍ର ସଙ୍ଗୀତ ସଦନ, ସୋବଳା ଦକ୍ଷିଣୀରେ କିଛିଦିନ ସଙ୍ଗୀତ ଶିକ୍ଷା କରିଥିଲେ୤ ବନ୍ଧୁ ସୁନାକର ସାହୁ (ଆକାଶବାଣୀ କଟକର ତବଲା ବାଦକ)ଙ୍କ ସାଥୀରେ ପଳେଇ ଆସିଲେ କଟକ୤ ତାଙ୍କରି ପାଖରେ କିଛିଦିନ ରହି ପୁଣି ସେଇ ସଙ୍ଗୀତ ଓ ଅଭିନୟ ନିଶାରେ ମଜ୍ଜିଗଲେ୤

କଳାବିକାଶ କେନ୍ଦ୍ରରେ ଶିକ୍ଷକତା କରିବା ପରେ କଟକ ଆକାଶବାଣୀ କେନ୍ଦ୍ରରୁ ଏ’ ଗ୍ରେଡ଼ ମାନ୍ୟତା ପାଇଥିଲେ୤ ପରେ ସଙ୍ଗୀତ ସୁଧାକର ପଣ୍ଡିତ ବାଳକୃଷ୍ଣ ଦାଶଙ୍କ ସଂସ୍ପର୍ଶରେ ଆସିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜୀବନ ସର୍ବସ୍ବ ଭାବିଥିବା ଭିକାରୀ ଗାଇଥିଲେ ‘ଜଗନ୍ନାଥ କଲେ ଯା’ ଅନାଥରେ ଆଉ କେ ହରିବ ଦୁଃଖ’୤ ୧୦ଟି ଭଜନ ଥିବା ଏଇ ଓଡ଼ିଆ ଭଜନର ପ୍ରଥମ ଗ୍ରାମଫୋନ ରେକର୍ଡ଼ର ନାଁ ଥିଲା ‘ଭକ୍ତି ପୁଷ୍ପାଞ୍ଜଳି’ ୤ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ସେ କିଛି ବର୍ଷ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥିଲେ୤

ତରୁଣ ବୟସରେ ଓଡ଼ିଶା ଯାତ୍ରା ଜଗତରେ ପାଦ ଥାପିଲେ ସେ ଜଣେ ତାଳବାଦ୍ୟ ସଙ୍ଗୀତଜ୍ଞ ଭାବେ୤ କେବଳ ଭଜନ ଜଣାଣ ନୁହେଁ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଚଉତିଶା, ଗୀତାଭିନୟ, ଗୀତିନାଟ୍ୟ ଆଦିରେ ତାଙ୍କ କଣ୍ଠର ଯାଦୁ ଆଜି ବି ଓଡ଼ିଆ ପ୍ରାଣକୁ ପୁଲକିତ କରୁଛି୤

ଓଡ଼ିଆ ସିନେମା ଜଗତରେ ମଧ୍ୟ ସେ ନିଜର ଅଭୁଲା ସ୍ମୃତି ଛାଡ଼ିଯାଇଛନ୍ତି୤ ‘ଅଭିଳାଷ’, ‘ଭକ୍ତ ସାଲବେଗ’, ‘ଅଗ୍ନି ପରୀକ୍ଷା’, ‘ମଥୁରା ବିଜୟ’, ‘ଅମର ପ୍ରେମ’, ‘ଶ୍ରୀକୃଷ୍ଣ ରାସଲୀଳା’, ‘କିଏ କାହାର’, ‘କନକଲତା’ ପ୍ରଭୃତି ଚଳଚିତ୍ରରେ ସେ କଣ୍ଠଦାନ କରି ଓଡ଼ିଆ ସଙ୍ଗୀତ ଜଗତକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିପାରିଛନ୍ତି୤

୨୦୧୦ ମସିହା, ଓଡ଼ିଶାର ସଙ୍ଗୀତ ଜଗତରୁ ଦୁଇଟି ମହାନ ତାରକାଙ୍କୁ ଅର୍ନ୍ତହିତ କରିଦେଇଛି୤ ପ୍ରଥମେ ସିକନ୍ଦର ଆଲାମ ଆଉ ଏବେ ଭିକାରୀ ବଳ୤ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ମହାନ ଆତ୍ମାକୁ ଚିର ଶାନ୍ତି ପ୍ରଦାନ କରନ୍ତୁ…..

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg