Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ବିପୁଳ ଅର୍ଥ ବ୍ୟୟରେ ବନ୍ଧ ମରାମତି ଚାଲିଛି, କିନ୍ତୁ ବର୍ଷକ ମଧ୍ୟରେ ଦୁର୍ବଳ ହେଉଛି କିପରି ?

Date : November 6th, 2010
Share : | More

କଟକ: ଚଳିତ ବର୍ଷ ମୌସୁମୀ ବର୍ଷା ଓଡ଼ିଶାକୁ ବନ୍ୟା ବିତ୍ପାତ ଭିତରକୁ ଠେଲି ଦେଇନାହିଁ ଏହା ଯେତିକି ଆଶ୍ବସ୍ତି ଆଣିଦେଇଛି , ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ି ଅବସ୍ଥା ଦେଖାଦେବା ସେତିକି ଚିନ୍ତାଜନକ ଘଟଣାରେ ପରିଣତ ହୋଇଛି୤ ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କଲାଣି୤ ଏହି ଅଞ୍ଚଳରେ ପ୍ରବାହିତ ମହାନଦୀ ତଥା ଏହାର ଶାଖା ନଦୀ ଓ ନାଳ ସବୁ ଶୁଖିଲା ପଡ଼ିଛି୤ସେପଟେ ପ୍ରଶାସନ ତରଫରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କିନ୍ତୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି୤

ଗତ ୧୦ ତାରିଖ ସୁଦ୍ଧା ନଦୀବନ୍ଧ ମରାମତି କାର୍ଯ୍ୟ ସାରିବାକୁ ସରକାର ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ୤ ଅନ୍ୟ ପକ୍ଷରେ ଶୀତ ଋତୁରେ ବନ୍ୟା ଆସିବା ଭୟରେ, ସମ୍ପ୍ରତି କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଅଞ୍ଚଳରେ ନଦୀବନ୍ଧ ମରାମତି କାର୍ଯ୍ୟ ଚାଲିଛି୤ କେବଳ ଚଳିତ ବର୍ଷ ନୁହେଁ, ଅଦିନରେ ଏଭଳି ବ୍ୟବସ୍ଥା ପ୍ରଶାସନ ପାଇଁ ଏକ ଧରାବନ୍ଧା ଘଟଣାରେ ପରିଣତ ହୋଇଛି୤ ଦୀର୍ଘ ବର୍ଷ ଧରି ଏଭଳି ଅବ୍ୟବସ୍ଥା ଯୋଗୁଁ ସରକାରୀ ରାଜସ୍ବରୁ କୋଟି କୋଟି ଟଙ୍କା ଅଯଥାରେ ଶ୍ରାଦ୍ଧ ହେବା ସହ ମରାମତି ନାଁରେ କେବଳ ଯନ୍ତ୍ରୀ,ଠିକାଦାର ଓ ବିଭାଗୀୟ ଅଧିକାରୀ ମାଲାମାଲ୍ ହେଉଛନ୍ତି|ଏପଟେ କିନ୍ତୁ ନଦୀବନ୍ଧ ମୁକୁଳା ପଡୁଛି ଓ ବନ୍ୟା ଆସିଲେ ବିପୁଳ କ୍ଷୟକ୍ଷତି ଘଟୁଛି୤ ଯଦିଓ ଏହା ମନୁଷ୍ୟକୃତ, ଏଥିପାଇଁ କିନ୍ତୁ କାହାକୁ ଦାୟୀ କରାଯାଇ ପାରୁନାହିଁ୤

ଅବିଭକ୍ତ କଟକ ଜିଲ୍ଲାରେ ମହାନଦୀ ଦକ୍ଷିଣ,ମହାନଦୀ ଉତ୍ତର, ପ୍ରାଚୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜଳସେଚନ, ଏପରି ୫ଟି ଡିଭିଜନ ରହିଛି୤ ପ୍ରତିବର୍ଷ ଏହି ଡିଭିଜନ ଗୁଡ଼ିକରେ ନଦୀବନ୍ଧ ମରାମତି ପାଇଁ ବିପୁଳ ଅର୍ଥ ବ୍ୟୟ ବରାଦ ହେଉଛି୤ ସରକାରୀ ତଥ୍ୟ ଅନୁଯାୟୀ ଗତବର୍ଷ ୫ଟି ଡିଭିଜନର ୯୪ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳଥିଲା୤ ଅବଶ୍ୟ ଚଳିତ ବର୍ଷ ପରିସଂଖ୍ୟାନ ଦୃଷ୍ଟିରୁ ତାହା ୬୦କୁ ହ୍ରାସ ପାଇଛି, କିନ୍ତୁ ନଦୀବନ୍ଧ ମରାମତି ବାବଦକୁ ଅର୍ଥ ମଞ୍ଜୁରୀରେ କୌଣସି ହ୍ରାସ ଘଟିନାହିଁ୤ ଆଶ୍ଚର୍ଯ୍ୟର ବିଷୟ ହେଲା, ଗତବର୍ଷ ନଦୀବନ୍ଧ ମରାମତି କାମ ଜୁଲାଇ ପ୍ରଥମ ସୁଦ୍ଧା ଶେଷ ହୋଇଥିବାବେଳେ ଏ ବର୍ଷ ତାହା ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିଲା୤

ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି, ଗତବର୍ଷ ଯେଉଁସବୁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବା ସରକାରୀ କାଗଜପତ୍ରରେ ଦର୍ଶାଯାଇଥିଲା, ଏ ବର୍ଷ ମଧ୍ୟ ସେଥିରୁ ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଦର୍ଶାଯାଇ ମରାମତି ହୋଇଛି୤ ଯଦି ପ୍ରତିବର୍ଷ ନଦୀବନ୍ଧ ଠିକ୍‌ଭାବେ ମରାମତି ହେଉଛି, ତେବେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧ ମରାମତି ହେବାର ବର୍ଷକ ଭିତରେ ପୁଣି ଦୁର୍ବଳ ହୋଇପଡୁଛି କିପରି? ଏହାକୁ ନେଇ ସାଧାରଣରେ ପ୍ରଶାସନର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହାର ଉତ୍ତର କେବଳ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀ ହିଁ ଜାଣିଥିବେ ବୋଲି ମତ ପ୍ରକାଶ ପାଇଛି୤

ସୂଚନାଯୋଗ୍ୟଯେ, ୨୦୦୮ ମସିହାରେ ୫ଟି ଡିଭିଜନ ଅନ୍ତର୍ଗତ ୫୪ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାବେଳେ ୨୦୦୯ ରେ ତାହା ୯୪କୁ ବୃଦ୍ଧି ପାଇଥିଲା୤ ଗତବର୍ଷ ପ୍ରାଚୀ ଡିଭିଜନରେ ୩୬ଟି, ମହାନଦୀ ଉତ୍ତର ଡିଭିଜନରେ ୩୦ଟି, ଖୋର୍ଦ୍ଧା ଡିଭିଜନରେ ୧୦ଟି ଓ କେନ୍ଦ୍ରାପଡ଼ା ଡିଭିଜନରେ ୯ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିଲା୤ ଚଳିତ ବର୍ଷ ମହାନଦୀ ଉତ୍ତର ଡିଭିଜନରେ ୨୧ଟି, ମହାନଦୀ ଦକ୍ଷିଣ ଡିଭିଜନରେ ୪ଟି, ପ୍ରାଚୀ ଡିଭିଜନରେ ୧୭ଟି, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଡିଭିଜନରେ ୯ଟି ଲେଖାଏଁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିଲା୤

ପ୍ରତିବର୍ଷ ନଦୀବନ୍ଧ ମରାମତି ନାଁରେ ବ୍ୟାପକ ଅର୍ଥ ହରିଲୁଟ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସରକାରୀ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଉନାହିଁ୤ଫଳରେ ଏଭଳି ବେଆଇନ ଉପାୟରେ ସରକାରୀ ଅର୍ଥ ହରିଳୁଟ କରିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଏକ ପ୍ରକାର ନିଶା ପାଲଟିଗଲାଣି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg