ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା
ଭୁବନେଶ୍ବର : ବ୍ରଜରାଜ ମୁଭିଜ୍ର ପ୍ରତିଷ୍ଠାତା ତଥା ଓଡ଼ିଆ ଚଳଚିତ୍ରର ନିର୍ମାତା, ନିର୍ଦ୍ଦେଶକ ବସନ୍ତ ନାୟକ ଆଉ ଇହ ଜଗତରେ ନାହାଁନ୍ତି ଆଜି ସକାଳେ ରାଜଧାନୀସ୍ଥିତ ଆଦିତ୍ୟ କେୟାର୍ ହସ୍ପିଟାଲରେ ୭୬ ବର୍ଷ ବୟସରେ ତାଙ୍କର ପରଲୋକ ହେଇଯାଇଛି କିଛିଦିନ ଧରି ସେ କିଡ଼୍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଏହି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ହସ୍ପିଟାଲ୍ ପରିସରରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ଏହାପରେ ତାଙ୍କର ମର ଶରୀରକୁ ତାଙ୍କର ପ୍ରିୟ ସ୍ଥାନ କଳିଙ୍ଗ ଷ୍ଟୁଡ଼ିଓ ପରିସରକୁ ନିଆଯାଇଥିଲା ସେଠାରେ ତାଙ୍କ ଶେଷ ଦର୍ଶନ ପରେ ମର ଶରୀରକୁ ତାଙ୍କର କଟକର ହରିପୁର ରୋଡ଼ରେ ଥିବା ବାସଭବନକୁ ନିଆଯାଇଥିଲା ଆଜି ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରଠାରେ ସମ୍ପନ୍ନ କରାଯିବ ବୋଲି ତାଙ୍କ ପୁଅ ସଞ୍ଜୟ ନାୟକ ପ୍ରକାଶ କରିଛନ୍ତି
୧୯୩୭ ମସିହା ଜାନୁୟାରୀ ୧୬ ତାରିଖରେ କଟକସ୍ଥିତ ଦରଘା ବଜାରରେ ଗଜେନ୍ଦ୍ର ନାୟକ ଓ ରାଜକୁମାରୀ ଦେବୀଙ୍କ ଔରସରୁ ବସନ୍ତ ନାୟକ ଜନ୍ମଗ୍ରହଣ କରିଥିଲେ କଟକ ପ୍ୟାରୀମୋହନ ଏକାଡ଼େମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଷ୍ଟୁଆର୍ଟ କଲେଜରେ ଅଧ୍ୟୟନ କରିଥିଲେ ଏହା ପରେ ବମ୍ବେରେ ଟେକ୍ସଟାଇଲ୍ ଇଞ୍ଜିନିୟରିଂ ବିଷୟରେ ଅଧ୍ୟୟନ କରିବା ପରେ ଓଡ଼ିଶା ଫେରି ଓଡ଼ିଆ ଚଳଚ୍ଚିତ୍ର ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ପରେ ସେ ବ୍ରଜରାଜ ମୁଭିଜ୍ ଆରମ୍ଭ କରି ବିଭିନ୍ନ ସମୟରେ ଓଡ଼ିଆ ଦର୍ଶକମାନଙ୍କୁ ଭିନ୍ନ ଭିନ୍ନ ସ୍ବାଦର ଓଡ଼ିଆ ଚଳଚ୍ଚିତ୍ର ଦେଖିବାର ସୁଯୋଗ ଦେଇପାରିଥିଲେ ସେ ଥିଲେ ଓଡ଼ିଆ ଫିଲ୍ମ ଜଗତର ଜଣେ ମୁକୁଟ ବିହୀନ ସମ୍ରାଟ ତାଙ୍କ ଚଳଚ୍ଚିତ୍ର ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଚଳଚିତ୍ରଗୁଡ଼ିକ ଏବେ ମଧ୍ୟ ଓଡ଼ିଆ ଦର୍ଶକମାନଙ୍କ ହୃଦୟକୁ ଜିତିବାରେ ସମର୍ଥ ନାଗଫାଶ ଚଳଚ୍ଚିତ୍ରରୁ ନିଜର କାର୍ଯ୍ୟ ଆରମ୍ଭ କରିଥିବା ସ୍ବର୍ଗତ ନାୟକ ଆଉ ପଛକୁ ଫେରି ଚାହିଁ ନଥିଲେ ୧୯୮୪ ମସିହାରେ ତାଙ୍କ ବ୍ରଜରାଜ ମୁଭିଜ୍ ବ୍ୟାନ୍ରେ ମୁକ୍ତିଲାଭ କରିଥିଲା ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ଦଣ୍ଡାବାଳୁଙ୍ଗା, ୧୯୮୬ ମସିହାରେ ପକା କମ୍ବଳ ପୋତ ଛତା, ୧୯୮୮ ମସିହାରେ ଯାହାକୁ ରଖିବେ ଅନନ୍ତ ଏବଂ ପରବର୍ତ୍ତୀ ସମୟରେ ଲକ୍ଷେ ଶିବପୂଜି ପାଇଛି ପୁଅ, ଯଶୋଦା, ମନ ରହିଗଲା ତୁମରିଠାରେ, ଏ ଯୁଗର କୃଷ୍ଣ ସୁଦାମା, ଆଇ ଲଭ୍ ୟୁ, ବର୍ଷା ମାଇଁ ଡାର୍ଲିଂ, ପ୍ରେମୀ ନମ୍ବର ୱାନ୍, ପ୍ରେମ ଋତୁ ଆଇଲାରେ, ରୋମିଓ ଦ ଲଭର ବୟ, ଡନ୍, ୱାନ୍ ଫୋର ଥ୍ରୀ ଆଇ ଲଭ୍ ୟୁ ସେହିପରି ୧୯୮୨ ମସିହାରେ ସେ ସ୍ପନ୍ଦନ ନାମକ ଏକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲାବେଳେ ଦୁଇଟି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ସ୍ବର୍ଗତ ବସନ୍ତ ନାୟକ କାର୍ଯ୍ୟ କରିଥିଲେ
ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତର ନିର୍ଦ୍ଦେଶକ, ଅଭିନେତା ଓ କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ଏ ସମ୍ପର୍କରେ ସୁଚନା ଦେଇ ଚଚ୍ଚିଚିତ୍ର ଅଭିନେତା ଉତ୍ତମ ମହାନ୍ତି କହିଲେ ଯେ, ବସନ୍ତ ବାବୁ ଇହଧାମରେ ନାହାନ୍ତି କହିବା ବିଶ୍ବାସ ହେବ ନାହିଁ କାରଣ ତାଙ୍କ ବିୟୋଗରେ ଓଡ଼ିଆ ଚଳଚିତ୍ର ଶିଳ୍ପରେ ଯେଉଁ କ୍ଷତି ଘଟିଲା ତାହା କେବେ ପୂରଣ ହେବ ନାହିଁ ସେହପରି ଓଡ଼ିଆ ଚଳଚ୍ଚିତ୍ରକୁ ମାର୍ଗ ଦେଖେଇବାରେ ସ୍ବର୍ଗତ ନାୟକ ସିଦ୍ଧହସ୍ତ ଥିଲେ ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି