Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ସିଟି ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗରେ ୩ ବର୍ଷ ହେଲା ତାଲା ଝୁଲୁଛି

Date : November 2nd, 2010
Share : | More

କଟକ: କଟକ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ହସ୍ପିଟାଲ ଭାବେ ବୀରେନ୍‌ ମିତ୍ର (ସିଟି ହସ୍ପିଟାଲ) ମର୍ଯ୍ୟାଦା ପାଉଥିଲେ ମଧ୍ୟ ସରକାରଙ୍କ କ୍ରମାଗତ ଅବହେଳା ଯୋଗୁଁ ଏହାର ଆଖିଦୃଶିଆ ଉନ୍ନତି ହୋଇ ପାରୁନାହିଁ୤ ଗତ ତିନି ବର୍ଷ ମଧ୍ୟରେ ଡାକ୍ତରଖାନା ଯଥେଷ୍ଟ ଉନ୍ନତି ଘଟିଛି ଏବଂ ରୋଗୀଙ୍କ ସୁବିଧା ପାଇଁ ୩ଟି ସ୍ବତନ୍ତ୍ର କେବିନ ସହିତ ବହିର୍ବିଭାଗ ବ୍ୟବସ୍ଥା ମଧ୍ୟ ହୋଇଛି୤ ପ୍ରତିଦିନ ବହିର୍ବିଭାଗ ସମେତ ଇନ୍‌ଡୋର ରୋଗୀ ସଂଖ୍ୟା ବୃଦ୍ଧି ପାଇଥିଲାବେଳେ ଡାକ୍ତର ଅଭାବ ଯୋଗୁ ବହୁ ରୋଗୀଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି୤ ଅସ୍ଥିଶଲ୍ୟ ଓ ରେଡିଓଗ୍ରାଫର ଡାକ୍ତର ପଦ ଖାଲି ପଡିଥିବାରୁ ବହୁ ରୋଗୀ ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ଘରୋଇ କେନ୍ଦ୍ରକୁ ଯାଉଛନ୍ତି୤ ୩ବର୍ଷ ହେବ ଏଠାରେ ଅସ୍ଥିଶଲ୍ୟ ଡାକ୍ତର ପଦ ଓ ୧୦ରୁ ଉର୍ଦ୍ଧ୍ବ ସେବିକା, ୱ୤ର୍ଡ଼ ଆଟେଣ୍ଡାଣ୍ଟ ପ୍ରଭୃତି ପଦ ଖାଲି ପଡିଥିଲେ ମଧ୍ୟ ଏହାର ପୂରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ୤ ସରକାରୀ ଅବହେଳା ଯୋଗୁ ସିଟି ହସ୍ପିଟାଲର ଆଖିଦୃଶିଆ ଉନ୍ନତି ହୋଇପାରୁନାହିଁ୤

ସିଟି ହସ୍ପିଟାଲ ଜିଲ୍ଲାର ମୁଖ୍ୟ ଚିକିତ୍ସା କେନ୍ଦ୍ର ଭାବେ ପରିଗଣିତ ହେଉଛି୤ ୧୩୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ମେଡିସିନ, ସର୍ଜରୀ, ପେଡିଆଟ୍ରିକ୍‌, ପାଥୋଲୋଜି, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ, ଇଏନ୍‌ଟି, ଅସ୍ଥିଶଲ୍ୟ ବିଭାଗ ରହିଛି୤ ରୋଗୀ ଚିକିତ୍ସାରେ ଅବହେଳା ଯୋଗୁଁ ଡାକ୍ତରଖାନା ଦିନକୁ ଦିନ ଏହାର ଗୁରୁତ୍ବ ହରାଇ ବସୁଥିବା ବେଳେ ୨୦୦୫-୦୬ ରେ ଏହାର ନବୀକରଣ ପାଇଁ ସରକାର ପଦକ୍ଷେପ ନେଇଥିଲେ୤ ୧୦କୋଟି ଟଙ୍କା ବ୍ୟୟରେ ହସ୍ପିଟାଲର ନୂତନ ଅଟ୍ଟାଳିକା ନିର୍ମାଣ ସହିତ ବହୁ ବିଭାଗରେ ସ୍ବତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଥିଲା୤ ଯାହାଫଳରେ ୨୦୦୪-୦୫ ମସିହାରେ ବହିର୍ବିଭାଗକୁ ୧,୩୬,୯୫୭ ରୋଗୀ ଆସିଥିବା ବେଳେ ୨୦୦୫-୦୬ ରେ ତାହା ୧,୫୩,୭୩୦ କୁ ବୃଦ୍ଧି ପାଇଥିଲା୤ ୨୦୦୬-୦୭ ରେ ୧,୬୪,୦୩୭, ୨୦୦୭-୦୮ ରେ ୧,୯୪,୫୩୯ ଓ ୨୦୦୮-୦୯ ରେ ୨,୧୧,୦୮୬ ରୋଗୀ ବହିର୍ବିଭାଗକୁ ଆସିଛନ୍ତି୤ କେବଳ ବହିର୍ବିଭାଗ ନୁହେଁ, ଏହି ୩ବର୍ଷ ମଧ୍ୟରେ ଅସ୍ତ୍ରୋପଚାର, ଶିଶୁ ଜନ୍ମ ସମେତ ବିଭିନ୍ନ ଡାକ୍ତରୀ ପରୀକ୍ଷା ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟିଛି୤ ଗତ ୩ବର୍ଷ ମଧ୍ୟରେ ୟୁଜର୍ସ ଫି ବାବଦରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଟଙ୍କା ଆଦାୟ କରିପାରିଛନ୍ତି୤ ୨୦୦୭-୦୮ ରେ ପ୍ରାୟ ୧୨,୫୯,୮୯୮ ଓ ୨୦୦୮-୦୯ ରେ ୧୬,୧୫,୧୧୨ ଟଙ୍କା ଆଦାୟ ହୋଇଛି୤ ସେଥିମଧ୍ୟରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାବଦରେ ୨୦୦୭-୦୮ ରେ ୨,୬୦,୪୧୯ ଓ ୨୦୦୮-୦୯ ରେ ୨,୩୯,୫୯୩ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି୤ ୩ ବର୍ଷରେ ଇନ୍‌ଡୋର ରୋଗୀ ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି୤ ୨୦୦୪-୦୫ ମସିହାରେ ୫,୬୨୪ ରୋଗୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୨୦୦୮-୦୯ ରେ ୭,୦୨୮ ରୋଗୀ ଭର୍ତ୍ତି ହୋଇଥିଲେ୤

ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଡାକ୍ତର ଅଭାବ ବର୍ତ୍ତମାନ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି୤ ଉପରୋକ୍ତ ବିଭାଗ ପାଇଁ ମାତ୍ର ଜଣେ ଲେଖାଏଁ ଡାକ୍ତର ରହିଛନ୍ତି୤ ସେହିପରି ଅସ୍ଥିଶଲ୍ୟ ବିଭାଗରେ କୌଣସି ଡାକ୍ତର ନିଯୁକ୍ତି ହୋଇନାହାନ୍ତି୤ ସମ୍ପୃକ୍ତ ଡାକ୍ତରମାନେ ବହିର୍ବିଭାଗ ସମେତ ଇନ୍‌ଡୋର ଚିକିତ୍ସା ମଧ୍ୟ କରୁଛନ୍ତି୤ ହେଲେ ଡାକ୍ତରମାନଙ୍କ ପାଇଁ କୌଣସି ସରକାରୀ ବାସଗୃହ ନଥିବାରୁ ରାତିରେ ରୋଗୀ ଚିକିତ୍ସାକୁ ନେଇ ସମସ୍ୟା ସୃଷ୍ଟି ହେଉଛି୤ ଏହାକୁ ନେଇ ଗତକିଛି ଦିନ ତଳେ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା୤ ରାଜ୍ୟ ସରକାର ହସ୍ପିଟାଲର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦେଉଥିବାବେଳେ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ନେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg