Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ରାଜପଥ ପାର୍ଶ୍ବଜମିରେ ଗଢାଚାଲିଛି ମାଳମାଳ ଅଟ୍ଟାଳିକା

Date : November 13th, 2010
Share : | More

ଭୁବନେଶ୍ବର : ସରକାର କୃଷି ଉତ୍ପାଦନ ଉପରେ ଗୁରୁତ୍ବ ଦେଉଛନ୍ତି୤ ଆଗାମୀ ଦିନରେ ଖାଦ୍ୟଶସ୍ୟର ଅଭାବ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ କୃଷିଜାତ ଦ୍ରବ୍ୟ ଉତ୍ପାଦନକୁ ବ୍ୟାପକ କରିବାପାଇଁ ସରକାରୀସ୍ତରରେ ମଧ୍ୟ କୃଷି ଓ କୃଷକର ବିକାଶନିମନ୍ତେ ବହୁଯୋଜନା ହାତକୁ ନିଆଯାଇଛି୤ ଜମି, ଜଳର ସଠିକ ଉପଯୋଗ ଉପରେ ଗୁରୁତ୍ବ ଦିଆଯାଉଛି୤ କୃଷିର ବିକାଶ ପାଇଁ ସମବାୟ ଓ ବ୍ୟାଙ୍କ ଋଣ ପ୍ରଦାନ ଉପରେ ଜୋର ଦିଆଯାଉଛି୤ ତେବେ ଏତେସବୁ ଯୋଜନା ସତ୍ତ୍ବେ କୃଷି ବିକାଶ କ୍ଷେତ୍ରରେ ଏବେ ବ୍ୟତିକ୍ରମ ଦେଖାଯାଇଛି୤ ଏ କ୍ଷେତ୍ରରେ ବିଲ୍ଡରମାନେ ପ୍ରତିବନ୍ଧକ ପ୍ରତିବନ୍ଧକ ପରିସ୍ଥିତି ସୃଷ୍ଟି କରୁଛନ୍ତି୤ ସାରାରାଜ୍ୟରେ ଏବେ କୃଷିକ୍ଷେତ୍ରରେ ସଙ୍କଟଜନକ ପରିସ୍ଥିତି ଉପୁଜିଛି୤ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କୃଷିକ୍ଷେତ୍ର ବା ଚାଷଜମି୤ ମଧ୍ୟବିତ୍ତ ପରିବାରଠାରୁ ଆରମ୍ଭ କରି ଉଚ୍ଚବର୍ଗର ପରିବାରଙ୍କ ପର୍ଯ୍ୟନ୍ତ ସମସ୍ତେ ରାସ୍ତାପାଶ୍ବରେ ଘରକରି ରହିବା ସ୍ବପ୍ନରେ ମସଗୁଲ୤ ରାଜଧାନୀରେ ଚାକିରି କରୁଥିବା ଲୋକମାନଙ୍କର ଏହା ସବୁଠାରୁ ବଡ ସ୍ବପ୍ନ୤ ଯେହେତୁ ରାଜଧାନୀ ଅଞ୍ଚଳରେ ଜମିର ଅଭାବ ରହିଛି ଏହାର ଉପକଣ୍ଠ ଅଞ୍ଚଳରେ ଜମିକିଣି ଘରକରିବା ନିଶାରେ ସେମାନେ ପାଗଳ ହୋଇ ଉଠିଛନ୍ତି୤ ଯାହାଫଳରେ ଭୁବନେଶ୍ବର – କଟକ, ଭୁବନେଶ୍ବର – ପୁରୀ, ଭୁବନେଶ୍ବର -ଖୋର୍ଦ୍ଧ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଚାଷଜମିଗୁଡିକ ଏବେ ଘରଡିହରେ ପରିଣତ ହେବାରେ ଲାଗିଛି୤

କମୁଛି ଚାଷଜମି, କୃଷି ଉତ୍ପାଦନ ହ୍ରାସନେଇ କାହାର ଚିନ୍ତାନାହିଁ

ଶହ ଶହ ଲୋକ ଜମିକିଣିବା ସହିତ ଘରତୋଳିବାରେ ଲାଗିଛନ୍ତି୤ ରାସ୍ତା ପାର୍ଶ୍ବସ୍ଥ ଚାଷଜମିରେ ଠିଆହେଲାଣି ମାଳମାଳ ଅଟ୍ଟାଳିକା୤ ଏହାର ସୁଯୋଗ ନେଇଛନ୍ତି ବିଭିନ୍ନ ବିଲ୍ଡର କମ୍ପାନୀ୤ ବିଶେଷକରି ଗୋପାଳପୁରଠାରୁ ଫୁଲନଖରା, ପାହାଳଠାରୁ ନହରକଣ୍ଟା, ଉତ୍ତରାଛକଠାରୁ ପିପିଲି ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବ ଚାଷଜମି ଆଉ ନାହିଁ୤ ବିଲ୍ଡରମାନେ ସେସବୁକୁ ଆଗୁଆ କବ୍ଜା କରିନେଇଥିବାବେଳେ ସେମାନଙ୍କଠାରୁ ପ୍ଲଟିଂ ସ୍କିମ୍‌ରେ ଜମିକିଣିଛନ୍ତି ବହୁଲୋକ୤ ପିପିଲିଠାରୁ ପୁରୀ ପର୍ଯ୍ୟନ୍ତ ରାସ୍ତାକଡ ଜମି ମଧ୍ୟ ବିକ୍ରିବଟା ଚାଲିଛି୤ ଶହ ଶହ ଏକର ଚାଷଜମିରେ ତୋଳାଯାଉଛି ଅଟ୍ଟାଳିକା୤ ଏଥିପୂର୍ବରୁ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଶହ ଶହ ଏକର ଚାଷଜମି ଖରିଦକରି ବିଶାଳ ଶିକ୍ଷାନୁଷ୍ଠାନ ମାନ ଗଢିଛନ୍ତି୤ ଯେଉଁଠି ଏକଦା ସୁନା ଫଳୁଥିଲା ସେଠି ଏବେ ଶୋଭାପାଉଛି ଚାକଚକ୍ୟପୂର୍ଣ୍ଣ ନଭଶ୍ଚୁମ୍ଭୀ ଅଟ୍ଟାଳିକା୤ ଧୀରେ ଧୀରେ ଚାଷଜମି କମିବା ଯୋଗୁଁ କୃଷି ଉତ୍ପାଦନ ମଧ୍ୟ ହ୍ରାସ ପାଇବାରେ ଲାଗିଛି୤ ଏ ଦିଗରେ ରାଜସ୍ବ ବିଭାଗ କିମ୍ବା ପ୍ରଶାସନ କାହାର ନିଘା ନାହିଁ୤ ଏହାଦ୍ବାରା ଆଗାମୀ ଦିନରେ ଖାଦ୍ୟଶସ୍ୟ ଉପରେ ଏହାର କି ପ୍ରଭାବ ପଡିବ ସେ ନେଇ କାହାର ଦକ ନାହିଁ୤ କୃଷି ଉତ୍ପାଦନ ହ୍ରାସ ପାଇଲେ ସାଧାରଣ ଲୋକେ ଏହାଦ୍ବାରା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବେ୤ ଏହା କେବଳ ଗୋଟିଏ ଅଞ୍ଚଳ ନୁହେଁ ସାରା ରାଜ୍ୟର କୃଷି ଉତ୍ପାଦନ ଉପରେ ପ୍ରଭାବ ପକାଇବ୤ ସରକାର ଯେଉଁ ଧାନ ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି ତାହା କିଭଳିଭାବେ ପରିପୂରଣ ହେବ ସେ ନେଇଚିନ୍ତା କରିବା ଜରୁରୀ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg