Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ମୋ’ ମଶାରି ଯୋଜନାକୁ ବ୍ୟାପକ କରାଯିବ

Date : November 14th, 2010
Share : | More

ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ମଶାରୀ ଯୋଜନାରେ ଔଷଧୀୟ ମଶାରି ବଣ୍ଟନ କରାଯାଉଛି୤ ମ୍ୟାଲେରିଆକୁ ରୋକିବା ନିମନ୍ତେ ଏହି ଯୋଜନାର ସଫଳତାକୁ ଆଖିରେ ରଖି ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି୤ ଲୋକମାନଙ୍କୁ ଏହି ଔଷଧିୟ ମଶାରି ସମ୍ବନ୍ଧରେ ଅଧିକ ସେଚତନ ମଧ୍ୟ କରାଯିବ ବୋଲି ସେ କହିଛନ୍ତି୤ ୨୦୦୧ ମସିହାରେ ଓଡ଼ିଶାରେ ମ୍ୟାଲେରିଆ ଜନିତ ମୃତ୍ୟୁହାର ଦେଶର ମୋଟ୍‌ ମୃତ୍ୟୁହାରର ୩୨.୯୭ ପ୍ରତିଶତ ଥିବାବେଳେ ୨୦୦୯ରେ ଏହା ୧୭.୩୧ ପ୍ରତିଶତକୁ ହ୍ରାସ ପାଇଛି୤ ସେହିପରି ପ୍ରତି ୧୦୦୦ ଲୋକଙ୍କ ମଧ୍ୟରେ ୨୦୦୨ରେ ୧୨.୭ପ୍ରତିଶତ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବାବେଳେ ୨୦୦୮ରେ ଏହା ୯ ପ୍ରତିଶତକୁ ହ୍ରାସ ପାଇଛି୤ ସମୟାନୁବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ଯୋଗୁଁ ରୋଗ ଚିହ୍ନଟ ଓ ଚିକିତ୍ସାଯୋଗୁଁ ମୃତ୍ୟୁହାର କମ୍‌ କରାଯାଇ ପାରିଛି୤ ବିଗତ ବର୍ଷମାନଙ୍କରେ ରକ୍ତ ନମୂନା ସଂଗ୍ରହ ଓ ପରୀକ୍ଷାହାର ଯଥେଷ୍ଟ ବୃଦ୍ଧି ପାଇଛି୤ ୨୦୦୯ ଅଗଷ୍ଟମାସ ସୁଦ୍ଧା ୨୪୨୦୦୭୩ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବାବେଳେ ଚଳିତବର୍ଷ ଏହି ସମୟ ମଧ୍ୟରେ ୨୫୫୬୩୨୧ଜଣଙ୍କର ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି୤ ଗତବର୍ଷ ତୁଳନାରେ ଚଳିତବର୍ଷ ମ୍ୟାଲେରିଆ ଆକ୍ରାନ୍ତଙ୍କ ହାର ହ୍ରାସ ପାଇଥିବା ଜଣାପଡିଛି୤ ବିଗତ ୮ ବର୍ଷ ମଧ୍ୟରେ ମ୍ୟାଲେରିଆ ଆକ୍ରାନ୍ତ ରୋଗୀଙ୍କ ୪.୭୩ ଲକ୍ଷରୁ ୩.୮ ଲକ୍ଷକୁ ଅର୍ଥାତ ୨୦ ପ୍ରତିଶତ କମିଛି୤ ଏବଂ ମୃତ୍ୟୁହାର ୫୭ ପ୍ରତିଶତ ହ୍ରାସ ପାଇଛି୤ ୨୦୦୨ରେ ୪୬୫ଜଣଙ୍କର ମ୍ୟାଲେରିଆରେ ମୃତ୍ୟୁ ହୋଇଥିବା ବେଳେ ୨୦୦୯ରେ ଏହି ରୋଗରେ ୧୯୮ଜଣଙ୍କର ମୃତ୍ୟୁ ହୋଇଛି୤

ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ମୋ ମଶାରି ଯୋଜନାରେ ଔଷଧୀୟ ମଶାରି ବଣ୍ଟନ କରାଯାଇ ଲୋକମାନଙ୍କୁ ଏହାର ବ୍ୟବହାର ଲାଗି ପ୍ରବର୍ତ୍ତାଇବା, ଗର୍ଭବତୀ ମହିଳା ଓ ଆଦିବାସୀ ଛାତ୍ରାବାସର ଛାତ୍ରଛାତ୍ରୀମାନଙ୍କୁ ଔଷଧୀୟ ମଶାରି ବ୍ୟବହାର ଲାଗି ବିଶେଷଭାବେ ସଚେତନ କରିବା, ଡିଡିଟି ସିଞ୍ଚନ, ଗାଁ କଲ୍ୟାଣ ସମିତି ମାଧ୍ୟମରେ ମଶାବଂଶ ବୃଦ୍ଧିରେ ସହାୟକ ହେଉଥିବା ସ୍ଥାନ ସଫା କରିବା, ଲୋକନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନଙ୍କୁ ମ୍ୟାଲେରିଆ ବିଷୟରେ ସଚେତନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷ ଉଦ୍ୟମ ହେଉଛି୤ ନିୟୋଜିତ ତାଲିମପ୍ରାପ୍ତ ଆଶା ଓ ଅଙ୍ଗନୱାଡି କର୍ମମାନଙ୍କ ମାଧ୍ୟମରେ ରକ୍ତପରୀକ୍ଷା କିଟ୍‌ ଯୋଗେ ରକ୍ତ ପରୀକ୍ଷା ଓ ଔଷଧ ପ୍ରଦାନ ବ୍ୟବସ୍ଥାକୁ ଜୋରଦାର କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି୤ ପ୍ରଥମ ଥର ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ପରି ରୋଗଗୁଡିକର ନିୟନ୍ତ୍ରଣ ଲାଗି ଏକ ତାଲିମ ପୁସ୍ତିକା ପ୍ରକାଶ ପାଉଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg