Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ରେଭେନ୍‌ଶା ଛାତ୍ରଙ୍କ ଆନ୍ଦୋଳନ ଶେଷ – ସୋମବାରଠାରୁ କ୍ଲାସ

Date : November 15th, 2010
Share : | More

କଟକ : ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍‌ଶା ବିଶ୍ବବିଦ୍ୟାଳୟର ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ସେମାନଙ୍କ ୩ ସପ୍ତାହବ୍ୟାପୀ ଧର୍ମଘଟ ପ୍ରତ୍ୟାହାର କରି ନେଇଛନ୍ତି୤ ସୋମବାରଠାରୁ ବିଶ୍ବବିଦ୍ୟାଳୟରେ ଯଥାରୀତି କ୍ଲାସ ଆରମ୍ଭ ହେବ୤ ପୂର୍ବତନ ହାଇକୋର୍ଟ ବିଚାରପତି ଜଷ୍ଟିସ ଏ.କେ.ପରିଛାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଛାତ୍ରମାନଙ୍କ ସହିତ ଆଲୋଚନା କଲାପରେ ଛାତ୍ରମାନେ ଆନ୍ଦୋଳନ ପ୍ରତ୍ୟାହାର କରି ବିଶ୍ବବିଦ୍ୟାଳୟରେ ପୂର୍ବାବସ୍ଥା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି୤ ଛାତ୍ରଛାତ୍ରୀମାନଙ୍କର ସମସ୍ତ ଅଭିଯୋଗ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରା ସମାଧାନ ହେବ୤

” ଆମ୍ଭେମାନେ ଆଶା କରୁଛୁ ମାନ୍ୟବର କୋର୍ଟ ଆମର ଅଭିଯୋଗର ଉପଯୁକ୍ତ ବିଚାର କରିବେ ଓ ରେଭେନ୍‌ଶାର ଗୌରବକୁ କ୍ଷୁର୍ଣ୍ଣ ହେବାକୁ ଦେବେ ନାହିଁ ବୋଲି ଜଣେ ଛାତ୍ରନେତା କହିଛନ୍ତି୤ “

ଉଲ୍ଲେଖଯୋଗ୍ୟ ବିଶ୍ବବିଦ୍ୟାଳୟର ଇଷ୍ଟ ହଷ୍ଟେଲକୁ ଛାତ୍ରୀ ନିବାସ କରିବାପାଇଁ ଉଚ୍ଚଶିକ୍ଷାମନ୍ତ୍ରୀ ଘୋଷଣା କରିବା ପରଠାରୁ ରେଭେନ୍‌ଶାରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା ଓ ପାଠପଢା ବ୍ୟାହତ ହୋଇଥିଲା୤ ରାଜ୍ୟବ୍ୟାପୀ ଏ ନେଇ ପ୍ରତିକ୍ରିୟା ଜାରି ରହିଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଓ ପିଲାମାନଙ୍କ ପାଠପଢା ବ୍ୟାହତ ହେବା କାରଣରୁ ଦୁଇଜଣ ପୂର୍ବତନ ଛାତ୍ରନେତାଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ୨ଟି ପୃଥକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା୤ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଗୋପାଳଗୌଡ ଓ ଜଷ୍ଟିସ ଡି.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଏକ କମିଟି ଗଠନକରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦଶ ଦେଇଥିଲେ୤

ତଦନୁଯାୟୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.କେ.ପରିଚ୍ଛାଙ୍କ ଅଧ୍ୟକ୍ଷତାରେ ଏକ ୭ଜଣିଆ କମିଟି ଗଠିତ ହୋଇଥିଲା୤ କମିଟିରେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, କେଦାରନାଥ ଜେନା, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୂଳପତି, ରାଜ୍ୟ ଆଇନ ସହାୟତା ପ୍ରାଧିକରଣ ସମ୍ପାଦକ ଓ ଦୁଇଜଣ ଛାତ୍ରନେତା ଅର୍ନ୍ତଭୁକ୍ତ ଅଛନ୍ତି୤ କମିଟି ଗତ ଦୁଇଦିନ ଧରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ଛାତ୍ରନେତାମାନଙ୍କ ସହ ଆଲୋଚନା କରିଛନ୍ତି୤ ଆଗାମୀ କାଲି କମିଟି ତାଙ୍କର ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରିବେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg