Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଗୋପାଳପୁର-ରାୟଗଡ଼ା ରେଳପଥ ନିର୍ମାଣ: ସର୍ଭେ କାର୍ଯ୍ୟ ଅସମାପ୍ତ

Date : November 9th, 2010
Share : | More

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ସହିତ ଦକ୍ଷିଣାଞ୍ଚଳର ଅନ୍ୟ ଜିଲ୍ଲାଗୁଡ଼ିକୁ ସିଧା ସଳଖ ରେଳ ଯୋଗଯୋଗ ଏବେବି ସମ୍ଭବ ହୋଇ ପାରି ନଥିବାବେଳେ ଜିଲ୍ଲାରେ ଯାତ୍ରୀ ପରିବହନ ବ୍ୟବସ୍ଥା ଓ ରେଳ ବିକାଶର ଉନ୍ନତି ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ୤ ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକ ସହ ରେଳପଥ ସଂଯୋଗ ନିମନ୍ତେ ଗୋପାଳପୁରରୁ ରାୟଗଡ଼ା ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ଗତ ଦେଢ଼ ବର୍ଷ ହେଲା ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଜମି ହସ୍ତାନ୍ତର କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇ ପାରିନାହିଁ୤ ପୂର୍ବତନ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ସମୟରେ ଉକ୍ତ ପ୍ରକଳ୍ପ ନିର୍ମାଣରେ କିଛି ମାତ୍ରାରେ ଅଗ୍ରଗତି ହୋଇଥିଲା୤

ଦେଢ଼ ବର୍ଷ ବିତିଲା ତଥାପି‌ ସର୍ଭେ କାର୍ଯ୍ୟ ଶେଷ ହୋଇପାରୁନାହିଁ

ଅନ୍ୟାନ୍ୟ ଜିଲ୍ଲାରେ ସଡ଼କ ସହ ରେଳ ଯୋଗାଯୋଗ ବ୍ୟବସ୍ଥା ଠିକ୍‌ ଥିବାବେଳେ ଗଞ୍ଜାମ ଜିଲ୍ଲା ଅନ୍ୟ ଜିଲ୍ଲାଠାରୁ ରେଳ ଯୋଗାଯୋଗ କ୍ଷେତ୍ରରେ ଢେର ପଛରେ ରହିଛି୤ ବିଭିନ୍ନ ସମୟରେ ଜିଲ୍ଲାରେ ନୂତନ ରେଳପଥ ନିର୍ମାଣ ପାଇଁ ଯୋଜନା ହୋଇଥିଲେ ମଧ୍ୟ ଆଜି ଯାଏଁ ତାହାର ସଠିକ ରୂପାୟନ ହୋଇ ପାରୁନାହିଁ୤ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସହିତ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡ଼ିକୁ ସଂଯୋଗ କରିବା ପାଇଁ ଦୀର୍ଘ ଦିନର ଦାବୀ ପରେ ଗୋପାଳପୁରରୁ ରାୟଗଡ଼ା ପର୍ଯ୍ୟନ୍ତ ରେଳପଥ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା୤ ଏହି ରେଳପଥ ଦ୍ବାରା ଦକ୍ଷିଣ ଓଡ଼ିଶାର କୋରାପୁଟ, କଳାହାଣ୍ଡି ପ୍ରଭୃତି ଅଞ୍ଚଳକୁ ରେଳ ସଂଯୋଗ ହୋଇ ପାରିବ ବୋଲି ବିଚାର କରାଯାଉଥିଲେ ମଧ୍ୟ ଏଯାବତ୍‌ ଏହି ସର୍ଭେରୁ କୌଣସି ସୁଫଳ ମିଳିପାରିନାହିଁ୤

ଏହି ରେଳ ପ୍ରକଳ୍ପ ନିମନ୍ତେ ଗତ ବର୍ଷ ଫେବୃୟାରୀ ମାସରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା୤ ଗୋପାଳପୁରରେ ପୂର୍ଣ୍ଣାଙ୍ଗ ବନ୍ଦର ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଏଠାରୁ ଶିଳ୍ପ ସମୃଦ୍ଧ ଅଞ୍ଚଳ ରାୟଗଡ଼ା ସହିତ ସିଧା ସଳଖ ରେଳ ଯୋଗାଯୋଗ କରାଯିବା ପାଇଁ ଏହାର ପରିକଳ୍ପନା କରାଯାଇଥିଲା୤ ଗଞ୍ଜାମ ଜିଲ୍ଲାରେ ଏକାଧିକ ପର୍ଯ୍ୟଟନ ସ୍ଥଳୀ ସମେତ ଗୋପାଳପୁର ଭଳି ସମୁଦ୍ର ବେଳାଭୂମି ରହିଥିବାରୁ ଏହି ପର୍ଯ୍ୟଟନ ସ୍ଥ୍ଳଳୀକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା କରାଯାଇଥିଲା୤ ସର୍ଭେ କାର୍ଯ୍ୟ ପାଇଁ କିଲୋମିଟର ପିଛା ୪ କୋଟି ଟଙ୍କା ବ୍ୟୟ ଅଟକଳରେ ୧୮୦ କି.ମି. ବ୍ୟାପୀ ଉକ୍ତ ପ୍ରସ୍ତାବିତ ରେଳପଥର ସର୍ଭେ କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ ହେବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା୤ କିନ୍ତୁ ଇତିମଧ୍ୟରେ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାବତ୍‌ ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇପାରୁନାହିଁ୤ ଫଳରେ ଗୋପାଳପୁରରୁ ରାୟଗଡ଼ା ରେଳପଥ ପ୍ରକଳ୍ପ ନେଇ ଅନିଶ୍ଚତତା ଦେଖା ଦେଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg