Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

କଏଦୀମାନଙ୍କ ପରିବାରର ସୁରକ୍ଷା ଓ ସେମାନଙ୍କ ପିଲାମାନଙ୍କର ପାଠପଢା ଦାୟୀତ୍ବ ସରକାର ନେବେ

Date : November 12th, 2010
Share : | More

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା୤ ଏହି ବୈଠକରେ ଜେଲ ସଂସ୍କାର ଉପରେ ମୁଖ୍ୟମତ୍ରୀ ଗୁରୁତ୍ବ ଆରୋପ କରିଥିଲେ୤ ରାଜ୍ୟର ବଲାଙ୍ଗୀର, ବ୍ରହ୍ମପୁର, ବାଲେଶ୍ବର, ରାଉରକେଲା ଓ ସମ୍ବଲପୁର ଆଦି ୫ଟି ଜେଲରେ ଚଳିତବର୍ଷ ଜାମର ଲଗାଯିବ ଓ ସମସ୍ତ ୮୪ଟି ଜେଲରେ କ୍ଲୋଜ ସରକିଟ୍ କ୍ୟାମେରା ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି୤ ବୈଠକରୁ ଜଣାଯାଇଛି ଯେ, ରାଜ୍ୟର ୮୪ଟି ଜେଲରେ ଅଡିଟ୍ ରିପୋର୍ଟ ସରକାରଙ୍କୁ ଦିଆସରିଛି୤ ବୈଠକର ନିଷ୍ପତ୍ତି ଅନୁଯାୟୀ ଜେଲ ମଧ୍ୟରେ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ସେବନ ଘଟଣାର ଅନୁଧ୍ୟାନ କରାଯିବ୤ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଯେତେବେଳେ ଚାହିଁବେ ଜେଲ ତଦାରଖ କରିପାରିବେ ଏବଂ ସୁରକ୍ଷା ସଂପର୍କତ ତ୍ରୁଟି ବିଚ୍ୟୁତି ସଂପର୍କରେ ସରକାରଙ୍କୁ ରିପୋର୍ଟ ଦେବେ୤ ଏହାଛଡା ନକ୍ସଲ ଅଞ୍ଚଳରେ ଥିବା ଜେଲଗୁଡିକରେ କଏଦୀମାନଙ୍କ ସାକ୍ଷ୍ୟଗ୍ରହଣ ଭିଡିଓ କନଫେରନ୍ସିଂ ମାଧ୍ୟମରେ କରାଯିବ୤

ଜାତୀୟ ମାନବିକ ଅଧିକାର କମିଶନ କଏଦୀମାନଙ୍କ ପରିବାରର ସୁରକ୍ଷା ଓ ସେମାନଙ୍କ ପିଲାମାନଙ୍କର ପାଠପଢା ଦାୟୀତ୍ବ ସରକାର ନେବାପାଇଁ ସୁପାରିଶ କରିଥିଲେ୤ ତଦନୁଯାୟୀ ଗୃହସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିବା ବେଳେ ଏଥିରେ ମାନବିକ ଅଧିକାର କର୍ମୀମାନେ ସଭ୍ୟ ଅଛନ୍ତି୤ କଏଦୀ ପିଲାଙ୍କ ଲାଗି ଏକ ହଷ୍ଟେଲ ପ୍ରତିଷ୍ଠା ପାଇଁ ମଧ୍ୟ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି୤ ଜେଲର ଅଭାବ ଅସୁବିଧା ପୁରଣ ଲାଗି ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ଅର୍ଥ ପ୍ରଦାନ କରାଯିବ୤ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଜେଲ ଆଇଜି ପ୍ରାଣବନ୍ଧୁ ଆଚାର୍ଯ୍ୟ, ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ଓ ଅନ୍ୟାନ୍ୟ ଅଧକାରୀମାନେ ଉପସ୍ଥିତ ଥିଲେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg