Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ସରକାରଙ୍କ ଶିକ୍ଷା ସଂସ୍କାର କାର୍ଯ୍ୟକ୍ରମ – କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ସୁଫଳ ମିଳିଛି କେତେ ?

Date : November 12th, 2010
Share : | More

ଭୁବନେଶ୍ବର : ଚଳିତବର୍ଷ ଏପ୍ରିଲ ୧ ତାରିଖରୁ ସମଗ୍ର ଦେଶରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଛି୤ ଭାରତରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ସିକିମ୍ ପ୍ରଥମ ରାଜ୍ୟ ଏବଂ ଦ୍ବିତୀୟରେ ରହିଛି ଓଡ଼ିଶା୤ ଗତ ସେପ୍ଟେମ୍ବର ୨୭ ତାରିଖରୁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି ଶିକ୍ଷା ଅଧିକାର ଅଧିନିୟମ୤ ଏହି ନିୟମ ଅନୁଯାୟୀ ରାଜ୍ୟରେ ଶିକ୍ଷାର ବିକାଶ ତଥା ଛାତ୍ରଛାତ୍ରୀମାନଙ୍କର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବ୤ ବିଶେଷକରି ବିଦ୍ୟାଳୟଗୁଡିକରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ପ୍ରତ୍ୟକ ବିଦ୍ୟାଳୟରେ ପିଲାମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଉପରେ ଗୁରୁତ୍ବ ଦିଆଯିବ୤ ଏହି ଆଧାରରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କର ଗମନାଗମନର ଅସୁବିଧା ଦୂରପାଇଁ ୧ କି.ମି. ବ୍ୟବଧାନ ଭିତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ୤ ୨୦୧୨ ମସିହା ମାର୍ଚ୍ଚମାସ ପର୍ଯ୍ୟନ୍ତ ୧୧୭ ମାସ ମଧ୍ୟରେ ୫୪ ହଜାର ପ୍ରାଥମିକ ବିଦ୍ୟାଳୟ ମନିଟରିଂ କରାଯିବାର ଲକ୍ଷ୍ୟ ରଖାଯାଇଛି୤ ଏଥିପାଇଁ ଗଠନ କରାଯାଇଛି ପରଫରମାନ୍ସ ଟ୍ରାକିଂ ସେଲ୤ ୟୁନିସେଫ ସହାୟତାରେ ୭ଜଣ ଷ୍ଟାଫଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରାଯାଇଛି୤ ସ୍କୁଲଗୁଡିକ ସଂପର୍କରେ ସମୀକ୍ଷା କରାଯାଇ ଏହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ୤ ପ୍ରତିମାସରେ ମିଳୁଥିବା ପରବର୍ତ୍ତୀମାସର ୧୫ ତାରିଖ ସୁଦ୍ଧା ସମୀକ୍ଷା କରାଯିବ୤ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାକୁ ସୁବ୍ୟବସ୍ଥିତ କରିବାପାଇଁ ଗଣଶିକ୍ଷା ବିଭାଗ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି୤ ଏଥିପାଇଁ ଅକ୍ଟୋବର ୧୯ ରୁ ୩୧ ତାରିଖ ଭିତରେ ସବୁ ସ୍କୁଲରେ ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଛି୤

ରାଜ୍ୟ ସରକାର ଶିକ୍ଷା ସଂସ୍କାରରେ ଗୁରୁତ୍ବ ଦେଉଥିଲା ବେଳେ ରାଜ୍ୟରେ ମୋଟ ୭୦୧୩ ଜଣ ଶିକ୍ଷକ ଓ ୫୨୬୯ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି୤ ଏଥିସହିତ ରାଜ୍ୟର ବିଦ୍ୟାଳୟ ଗୁଡିକରେ ୩୭,୮୩୯ଟି ଶ୍ରେଣୀଗୃହର ଅଭାବ ରହିଛି୤ ଏମିତି କେତେକ ବିଦ୍ୟାଳୟ ଅଛି ଯେଉଁଠି ଜଣେ ଶିକ୍ଷକ ୭ଟି ଶ୍ରେଣୀକୁ ସମ୍ଭାଳୁଛନ୍ତି୤ କେତେକ ସ୍ଥାନରେ ବିପଦପୂର୍ଣ୍ଣ ଛାତତଳେ ତ କେଉଁଠି ଖୋଲା ଆକାଶ ତଳେ ପିଲାମାନେ ପାଠ ପଢୁଛନ୍ତି୤ ଆଉ କେତେକ ବିଦ୍ୟାଳୟରେ ରଙ୍ଗ ବୋଳାହୋଇ ଲକ୍ଷ ଲକ୍ଷ ଟଙ୍କା ହଡପ ହେଉଛି୤ ରାଜ୍ୟରେ ଶିକ୍ଷକଙ୍କ ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡୁଛି ବୋଲି ବାରମ୍ବାର ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାର ଏକଥା ଲାଗି ଚିନ୍ତା କରୁ ନାହାନ୍ତି୤ କେବଳ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି୤ ନିକଟରେ ପୁଣି ସରକାର ୨୫ ହଜାର ଶିକ୍ଷା ସହାୟକ ନିଯୁକ୍ତି ହେବେ ବାଲି ଘୋଷଣା କରିଛନ୍ତି୤ ଗତବର୍ଷ ୧୭ ହଜାର ଶିକ୍ଷା ସହାୟକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ଦିଆଯାଇଥିଲା ପରେ ପୁଣି ତାହାକୁ ବାତିଲ କରାଗଲା୤ ସରକାର ତାଙ୍କ ସିଦ୍ଧାନ୍ତରେ ଦୃଢ ହୋଇପାରୁନଥିବାରୁ ଯୋଜନା ସବୁ ବିଫଳ ହେଉଛି୤ ଅତୀତରେ ପ୍ରାଥମିକ ଶିକ୍ଷାକୁ ଲୋକାଭିମୁଖୀ କରିବାପାଇଁ ସରକାର କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ନାନା କାରଣରୁ ବିଫଳ ହୋଇଛି୤ ବ୍ଲାକବୋର୍ଡ ଅପରେସନ୍‌ରେ ପ୍ରତ୍ୟକ ସ୍କୁଲକୁ ଟି.ଭି., ଟେପ୍‌ରେକର୍ଡର, ହାର୍‌ମୋନିୟମ, ଢୋଲକ ଆଦି ଦିଆଯାଇଥିଲା୤ ବିଦ୍ୟାଳୟଗୁଡିକରେ ବିଦ୍ୟୁତ ସଂଯୋଗ ନଥିଲାବେଳେ ଟି.ଭି.ଗୁଡିକ ପ୍ରଧାନଶିକ୍ଷକଙ୍କ ଘରେ ରହିଲା ଓ ତାଙ୍କ ଘରଲୋକଙ୍କ ମନୋରଞ୍ଜନ କଲା୤ ଏହିଭଳି ଅନେକ ଯୋଜନା ବିଫଳ ହୋଇଛି୤ ଏବେ ପୁଣି ଶିକ୍ଷା ଅଧିକାର ନିୟମ କାର୍ଯ୍ୟକାରୀ ବାବଦରେ ୫ ବର୍ଷରେ ୧୩,୫୦୦କୋଟି ଟଙ୍କା ଖର୍ଚ୍ଚ ହେବାର ଅଟକଳ କରାଯାଇଛି୤ ତେବେ ଏହି ଆଇନର କାର୍ଯ୍ୟକାରୀତାରୁ କେତେ ସୁଫଳ ମିଳିବ ତାହା ଆଗାମୀ ଦିନରେ ଜଣାପଡିବ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg