Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ହଇଜା ନିରାକରଣ ପାଇଁ ସରକାରଙ୍କ ନୂଆ ଯୋଜନା

Date : November 8th, 2010
Share : | More

ଭୁବନେଶ୍ବର: ହଇଜା ଭଳି ମହାମାରୀ ରୋଗ ସମଗ୍ର ଦେଶରୁ ନିଶ୍ଚିହ୍ନ ହୋଇଯାଇଥିଲେ ମଧ୍ୟ ଓଡ଼ିଶାରେ ତାହା ବାରମ୍ବାର ଦେଖାଦେବା ଘଟଣା ରାଜ୍ୟ ସରକାରଙ୍କୁ ଏକ ଅଡୁଆ ପରିସ୍ଥିତିରେ ପକାଇଛି୤ ସେହି କାରଣରୁ ଅତ୍ୟନ୍ତ ସୁଚିନ୍ତିତ ଏବଂ ସମନ୍ବିତ ଭାବେ ଏହି ଦୁରାରୋଗ୍ୟର ସ୍ଥାୟୀ ନିରାକରଣ ନିମନ୍ତେ ସରକାର ଯୋଜନା କରିଛନ୍ତି, ଯାହା ଆଗାମୀ ଡିସେମ୍ବର ମାସରୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି୤

ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଏ ସଂକ୍ରାନ୍ତୀୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି୤ ଉକ୍ତ ବୈଠକରେ ହଇଜା ରୋଗ ବ୍ୟାପିବା ଘଟଣାକୁ ନେଇ ସହବନ୍ଧିତ ବିଭାଗ ଯଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ,ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପୂର୍ତ୍ତ ବିଭାଗ ଶାସନ ସଚିବମାନେ ଯୋଗ ଦେଇଥିଲେ୤ ହଇଜା ପ୍ରବଣ ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ୤ ଏହି ରୋଗର କାରଣ ମୁଖ୍ୟତଃ ଗମନାଗମନର ଅସୁବିଧା ଏବଂ ଦୂଷିତ ପାନୀୟ ଜଳ ହୋଇଥିବାରୁ ତାହାର ଦୂରୀକରଣ ନିମନ୍ତେ ନିଷ୍ପତ୍ତି ହୋଇଥିଲା୤

ଏହି ମର୍ମରେ ମୁଖ୍ୟ ଶାସନ ସଚିବ ରାଜ୍ୟର ହଇଜା ପ୍ରବଣ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ଗମନାଗମନ ଏବଂ ପାନୀୟ ଜଳ ବ୍ୟବସ୍ଥାର ସୁବ୍ୟବସ୍ଥା ପାଇଁ ବିସ୍ତୃତ ଯୋଜନା ତୁରନ୍ତ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ୤ ବିଶେଷ କରି ଯେଉଁ ଗ୍ରାମ ବା ଜନବସତି ଅଞ୍ଚଳରେ ସଂଯୋଗୀକରଣ ରାସ୍ତା ନାହିଁ ସେହି ଗ୍ରାମ ଓ ଅଞ୍ଚଳଗୁଡ଼ିକୁ କିପରି ରାସ୍ତା ନିର୍ମାଣ ହୋଇପାରିବ ତାହାର ନକ୍ସା ପ୍ରସ୍ତୁତି ସମେତ ବ୍ୟୟ ବରାଦର ଆକଳନ କରିବାକୁ କୁହାଯାଇଥିଲା୤ ଜିଲ୍ଲା ଦାୟିତ୍ବରେ ଥିବା ପୂର୍ତ୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ସେହି ଦାୟିତ୍ବ ଦେବାକୁ ମୁଖ୍ୟ ଶାସନ ସଚିବ କହିଥିଲେ୤ ସେହିପରି ପ୍ରତ୍ୟେକ ଜନବସତି ପାଇଁ ପାନୀୟ ଜଳର ସୁବନ୍ଦୋବସ୍ତ କରାଯିବା ସହ ଯେଉଁ ଗ୍ରାମ ବା ବସତିରେ ନଳକୂପ ଉପଯୋଗୀ ହୋଇପାରୁ ନାହିଁ ସେଠାରେ ବିକଳ୍ପ ପ୍ରସ୍ତାବ ଦେବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ୤ ଆଗାମୀ ମାସରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ୤ କୋରାପୁଟ ଜିଲ୍ଲାର କାଶିପୁରରୁ ଏହି ଯୋଜନାର ଶୁଭାରମ୍ଭ ହେବ ବୋଲି ମୁଖ୍ୟଶାସନ ସଚିବ କହିଥିଲେ୤ ଏହା ବ୍ୟତୀତ ଅପହଞ୍ଚ ଗ୍ରାମମାନଙ୍କରେ ସ୍ବାସ୍ଥ୍ୟସେବା ଓ ଆଶା କର୍ମୀ ନିଯୁକ୍ତିକୁ ନିଶ୍ଚିତ କରିବା ଏବଂ ଆବଶ୍ୟକ ସ୍ଥଳେ ଏହି ନିଯୁକ୍ତି ସର୍ତ୍ତାବଳୀ ବା ନିୟମକୁ କୋହଳ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି୤ ସୂଚନା ଅନୁଯାୟୀ ଏଣିକି ୨୦୦ ଲୋକ ସଂଖ୍ୟା ବିଶିଷ୍ଟ ବସତି ମାନଙ୍କରେ ମଧ୍ୟ ଆଶା କର୍ମୀମାନେ ନିଯୁକ୍ତି ପାଇବେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg