Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

୭ ଜଣିଆ କମିଟି ମାଧ୍ୟମରେ ଆପୋଷ ସମାଧାନ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

Date : November 12th, 2010
Share : | More

କଟକ : ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍‌ଶା ବିଶ୍ବବିଦ୍ୟାଳୟରେ ଗତ ୧୬ ଦିନ ଧରି ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି୤ ୭ଜଣିଆ କମିଟି ଗଠନ କରି ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପୂର୍ବକ ଶିକ୍ଷାନୁଷ୍ଠାନରେ ଶିକ୍ଷାର ବାତାବରଣ ଫେରାଇ ଆଣିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି୤ ଇଷ୍ଟ ହଷ୍ଟେଲକୁ ଛାତ୍ରୀ ନିବାସ ଘୋଷଣା ଏବଂ ଏହାକୁ ନେଇ ରେଭେନ୍‌ଶାରେ ଜାରି ରହିଥିବା ଅଚଳାବସ୍ଥାକୁ ନେଇ ଦୁଇଜଣ ପୂର୍ବତନ ଛାତ୍ରନେତାଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ୨ଟି ପୃଥକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା୤ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଗୋପାଳଗୌଡ ଓ ଜଷ୍ଟିସ ଡି.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣୀ କରିଛନ୍ତି୤ ବିବାଦର ଆଶୁ ସମାଧାନ କରିବା ଉପରେ ହାଇକୋର୍ଟ ଗୁରୁତ୍ବ ପ୍ରଦାନ କରିଛନ୍ତି୤ ୭ଜଣିଆ କମିଟି ଗଠନ କରିବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ସୋମବାରକୁ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି୤ ସୋମବାର ଏହି ୭ଜଣିଆ କମିଟି ହାଇକୋର୍ଟଙ୍କୁ ସବିଶେଷ ରିପୋର୍ଟ ଦେବାପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି୤ ଏହି ୭ଜଣିଆ କମିଟିରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ସମେତ ଆଉ ଯେଉଁମାନେ ରହିବେ ସେକଥା ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି୤

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇଷ୍ଟ ହଷ୍ଟେଲକୁ ଛାତ୍ରୀ ନିବାସ କରିବାପାଇଁ ଉଚ୍ଚଶିକ୍ଷାମନ୍ତ୍ରୀ ଘୋଷଣା କରିବା ପରଠାରୁ ରେଭେନ୍‌ଶାରେ ଅସନ୍ତୋଷର ବହ୍ନି ଦାଉ ଦାଉ ହୋଇଜଳୁଛି୤ ଗୋଟିଏପଟେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଥିବାବେଳେ ଅନ୍ୟପଟେ ଅଧ୍ୟାପକ ଅଧ୍ୟାପିକାମାନେ ଅଚଳାବସ୍ଥା ନେଇ ଧର୍ମଘଟ ଚଳାଇଛନ୍ତି୤ ରେଭେନ୍‌ଶାର ସବୁ ଗେଟ୍‌ରେ ତାଲା ଝୁଲୁଛି୤ ଭିତରକୁ ପ୍ରବେଶ କରିବାପାଇଁ ସମସ୍ତ ପଥ ସିଲ୍୤ ଦୀର୍ଘ ୧୬ ଦିନ ହେଲା ଅଶାନ୍ତ ବାତାବରଣର ସମାଧାନ ପାଇଁ ଯେତେସବୁ ଉଦ୍ୟମ ହୋଇଛି ସବୁ ବ୍ୟର୍ଥ ହୋଇଛି୤ ତେବେ ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଅଚଳାବସ୍ଥା ଦୂର ହୋଇଯିବ ବୋଲି ଆଶା କରାଯାଉଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg