Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
August 2019
M T W T F S S
     
 1234
567891011
12131415161718
19202122232425
262728293031  

ଜାତୀୟ ଖାରବେଳ ମହୋତ୍ସବ ଉଦ୍‌ଯାପିତ

Date : February 7th, 2012
Share : | More

ଖଣ୍ଡଗିରି ପାଦଦେଶରେ ଇତିହାସ ଓ ସଂସ୍କୃତିର ମିଳନ
ଭୁବନେଶ୍ବର: ମାଘସପ୍ତମୀ ପରେ ଛଅଦିନ ଧରି ଭୁବନେଶ୍ବରର ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବ ମୁଖରିତ ହୋଇ ଉଠିଥିଲା୤ ଚାରିପଟେ ନାଚ, ଗୀତ ଓ ଦୋକାନ ବଜାରର ଆସର ଜମିଥିଲା୤ ଲକ୍ଷ ଲକ୍ଷ ଲୋକ ଓଡ଼ିଆ ସଂସ୍କୃତିର ବିଭିନ୍ନ ରୂପର ପରିବେଷଣକୁ ମନଭରି ଉପଭୋଗ କରିଥିଲେ୤ ଏହି ଅବସରରେ ଆୟୋଜିତ ଜାତୀୟ ଖାରବେଳ ଉତ୍ସବରେ ମହାମେଘବାହନ ଐରଖାରବେଳଙ୍କ ଗୌରବମୟ ଇତିହାସର ସ୍ମୃତିଚାରଣ କରାଯାଇଥିଲା୤ ଓଡ଼ିଶାର କଳା, ସଂସ୍କୃତି ଓ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇ ଯାଇଥିଲା ଆଉ ଏକ ପୃଷ୍ଠା୤ ଛଅଦିନ ଧରି ଖଣ୍ଡଗିରି ଅଞ୍ଚଳ ଉତ୍ସବ ମୁଖରିତ ହେବା ପରେ ଦଶମ ଜାତୀୟ ଖାରବେଳ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି୤

ଶେଷ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶା ନୃତ୍ୟଶିଳ୍ପୀ ପୂର୍ଣ୍ଣଶ୍ରୀ ରାଉତ ଏବଂ ଲକିପ୍ରଜ୍ଞା ମହାନ ଦ୍ବାରା ପରିବେଷିତ ଓଡ଼ିଶୀ ନୃତ୍ୟ ମଙ୍ଗଳାରଣରେ ‘ଆହେ ନୀଳ ଶୈଳ’ ଏବଂ ‘ଦେବୀଗୋ’୤ ଆହେ ନୀଳଶୈଳରେ କିଭଳି ଭଗବାନ ବିଷ୍ଣୁ ଚକ୍ରପେଶି ନକ୍ର ନାଶି ଗଜରାଜକୁ ଉଦ୍ଧାର କରିଥିଲେ ଏବଂ ଦେବୀଗୋ ଶୀର୍ଷକରେ ଜଗତଜନନୀ ମା’ ଦୁର୍ଗା କିଭଳି ମହିଷାସୁରକୁ ବଧ କରି ଅସୁରଶକ୍ତି ଉପରେ ଦୈବୀଶକ୍ତିର ବିଜୟକୁ ପ୍ରମାଣିତ କରିଥିଲେ ତାହା ଅତି ନିଚ୍ଛକ ଭାବେ ପ୍ରତିପାଦିତ କରିଥିଲେ ନୃତ୍ୟ ମାଧ୍ୟମରେ୤ ଏହାପରେ ତାମିଲନାଡୁର ମନ୍ଦିର ପରମ୍ପରା ସହିତ ଜଡ଼ିତ ‘କରଗମ୍’ ଏବଂ ‘କୈଶିଲମ୍ବୁ’ ନୃତ୍ୟରେ ଦର୍ଶକ ନାଚି ଉଠିଥିଲେ୤ ଆନ୍ଧ୍ରପ୍ରଦେଶର ଅଜୟ କୁମାର ଏବଂ ସାଥୀମାନଙ୍କ ଦ୍ବାରା ପରିବେଷିତ କୁଚୁପୁଡ଼ି ନୃତ୍ୟ ‘ଗଣେଶ ବନ୍ଦନମ୍’ରେ ଝଙ୍କୃତ ହୋଇ ଉଠିଥିଲା ଖଣ୍ଡଗିରିର ଗୁମ୍ଫାଗହ୍ବର୤ ଏହାପରେ ଓଡ଼ିଶୀ ନୃତ୍ୟ ଏକାଡ଼େମୀ ପକ୍ଷରୁ ଗୁରୁ ଅରୁଣା ମହାନ୍ତି ଏବଂ ସାଥୀମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ଓଡ଼ିଶୀ ନୃତ୍ୟ ‘ବାର ମାସରେ ତେର ପର୍ବ’ ଶୀର୍ଷକରେ ଅକ୍ଷିତୃତୀୟା ଠାରୁ ଆରମ୍ଭ କରି ରଜ ଉତ୍ସବ, ରଥଯାତ୍ରା, ଜନ୍ମାଷ୍ଟମୀ, ଝୁଲଣ ଯାତ୍ରା, ଗଣେଶ ପୂଜା, ଦୁର୍ଗାପୂଜା, ଶିବରାତ୍ରି ଏବଂ ହୋଲି ଇତ୍ୟାଦି ପର୍ବର ଝଲକରେ ନୃତ୍ୟଶିଳ୍ପୀଙ୍କ ଅଭିନୟରେ ଦର୍ଶକ ଆନମନା ହୋଇ ପଡ଼ିଥିଲେ୤

ଏହାପରେ ଶିଳ୍ପୀ ଗ୍ରାମ ରଘୁରାଜପୁରର ଦଶଭୂଜା ଗୋଟିପୁଅ ନୃତ୍ୟ, ଗୁଜୁରାଟର ‘ସିଦ୍ଧି ଧମାଲ’ ଏବଂ ଶେଷରେ ଆର‍୍ୟନ୍‌ ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା୤ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡ.ମୃତ୍ୟୁଞ୍ଜୟ ରଥ ଏବଂ ଦେବପ୍ରସାଦ ଦାସ୤ କେ.ଏନ୍‌. ମେମୋରିଆଲ ଫାଉଣ୍ଡେସନର ଅଧ୍ୟକ୍ଷ ଦିଲ୍ଲୀପ କୁମାର ନନ୍ଦଙ୍କ ପୌରୋହିତ୍ବରେ ଅନୁଷ୍ଠିତ ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ବିଚାରପତି‌ ଆର୍‌.କେ. ପାତ୍ର ଏବଂ ସମ୍ମାନିତ ଅତିଭାବେ ଅବସରପ୍ରାପ୍ତ ପ୍ରଶାସକ ବିବେକ ପଟ୍ଟନାୟକ, ଶ୍ରୀନିବାସ ରଥ ପ୍ରମୁଖ ଯୋଗଦେଇଥିଲେ୤ ରାଜ୍ୟର କଳା ଓ ସଂସ୍କୃତି ସହିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆୟୋଜିତ ଖାରବେଳ ମହୋତ୍ସବ ବେଶ୍‌ ସଫଳ ହୋଇଥିବା ଆୟୋଜକମାନେ ସୂଚନା ଦେଇଥିଲେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg