ଜେଇଇ ମେନ୍ ପରୀକ୍ଷା ୬ରେ: ରାଜ୍ୟର ୯ ସହରରେ ୯୦ ପରୀକ୍ଷା କେନ୍ଦ୍ର
ଭୁବନେଶ୍ବର: ସିବିଏସ୍ଇ ପକ୍ଷରୁ ଆସନ୍ତା ଏପ୍ରିଲ୍ ୬ ତାରିଖରେ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏଥିପାଇଁ ରାଜ୍ୟରୁ ପ୍ରାୟ ୪୯ ହଜାର ଛାତ୍ରଛାତ୍ରୀ ୯ଟି ସହରର ୯୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି ସୂଚନା ମୁତାବକ ଚଳିତବର୍ଷ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ବର, ଭବାନିପାଟଣା, ଜୟପୁର, ଅନୁଗୁଳ ସହରରେ ପରୀକ୍ଷା କେନ୍ଦ୍ର ହୋଇଛି
ଗତବର୍ଷ ରାଉରକେଲାରେ ରାଜ୍ୟର ଏକମାତ୍ର ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ଏଥିରେ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଅନ୍ୟପକ୍ଷରେ ଚଳିତବର୍ଷ ରାଜ୍ୟର ସମସ୍ତ ଇଂଜିନିୟରିଂ କଲେଜ୍ରେ ନାମ ଲେଖାଇବା ପାଇଁ ଜେଇଇ ମେନ୍ ପରୀକ୍ଷା ବାଧ୍ୟତାମୂଳକ ହେବା ପରେ ଏଥର ୪୯ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ଏହାକୁ ଦୃଷ୍ଟିରେ ରଖି ସିବିଏସ୍ଇ ପକ୍ଷରୁ ବ୍ରହ୍ମପୁରରେ ୧୨ଟି, ବାଲେଶ୍ବରରେ ୧୨ଟି, ସମ୍ବଲପୁରରେ ୧୦ଟି, ରାଉରକେଲାରେ ୮ଟି, ଭୁବନେଶ୍ବରରେ ୨୮ଟି, କଟକରେ ୯ଟି, ଅନୁଗୁଳରେ ୫ଟି, ଭାବନିପାଟଣାରେ ୨ଟି ଓ ଜୟପୁରରେ ୪ଟି ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି ସେହିପରି ଭୁବନେଶ୍ବରରେ ୨୮ଟି ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ପ୍ରାୟ ୨୦ ଜହାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଭବାନିପାଟଣାରେ ସର୍ବନିମ୍ନ ପ୍ରାୟ ୧୨୦୦ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି ଏଥିପାଇଁ ଛାତ୍ରଛାତ୍ରୀମାନେ ଜେଇଇ-ମେନ୍ ୱେବ୍ସାଇଟ୍ରୁ ଆଡ଼ମିଟ୍ କାର୍ଡ଼ ଡାଉନ୍ଲୋର୍ଡ଼ କରିପାରିବେ ବୋଲି ସୂଚନା ଦିଆଯାଇଛି
ସୂଚନାଯୋଗ୍ୟ ଯେ, ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଇଞ୍ଜିନିୟରିଂ କଲେଜ୍ରେ ପ୍ରଥମ ବର୍ଷ ଅଧ୍ୟୟନ ପାଇଁ ଓଜେଇଇ ବଦଳରେ ଜେଇଇ-ମେନ୍ ପରୀକ୍ଷା ହେଉଛି ଏହା ସତ୍ତ୍ବେ ମଧ୍ୟ ଆଶାନୁରୂପକ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରି ନଥିବାରୁ ରାଜ୍ୟର ଅନେକ ଇଞ୍ଜିନିୟରିଂ କଲେଜ୍ରେ ସ୍ଥାନ ଖାଲି ରହିବ ବୋଲି ଆଶଙ୍କା ପ୍ରକାଶ ପାଇଛି ଏହି ପରୀକ୍ଷାରୁ ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜ୍ ଗୁଡ଼ିକରେ ପଢ଼ିବା ପାଇଁ ପ୍ରାର୍ଥୀ ଚୟନ କରାଯିବା ସହିତ ଆଇଆଇଟି ଓ ଏନ୍ଆଇଟିଗୁଡ଼ିକ ପାଇଁ ପ୍ରାର୍ଥୀ ଚୟନ କରାଯିବ