ଯୁକ୍ତଦୁଇ ନାମଲେଖା ୨୬ରୁ ଆରମ୍ଭ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟଗୁଡ଼ିକରେ ଯୁକ୍ତଦୁଇ ଶ୍ରେଣୀ ପାଇଁ ନାମଲେଖା ଆସନ୍ତା ୨୬ତାରିଖରୁ ଆରମ୍ଭ ହେବ ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହିତ ଆବଶ୍ୟକ ବିଜ୍ଞପ୍ତି ପ୍ରକାଶ ପାଇଛି ସୂଚନା ମୁତାବକ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍ଲାଇନ୍ ମାଧ୍ୟମରେ ନାମଲେଖା ଫର୍ମ ପୂରଣ କରାଯିବା ସହିତ ଅଫ୍ଲାଇନ୍ରେ ମଧ୍ୟ ନାମଲେଖା ଆବେଦନ ପତ୍ର ଗ୍ରହଣ କରାଯିବ ଏଥିପାଇଁ ଶେଷ ତାରିଖ ଯଥାକ୍ରମେ ଜୁନ୍ ମାସ ୯ ଓ ୧୦ ତାରିଖ ରଖାଯାଇଛି
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଅପ୍ରେଲ୍ ୩୦ ତାରିଖ ଦିନ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ଏଥିରେ ଅନେକ ତ୍ରୁଟିବିଚ୍ୟୁତି ଥିବା ନେଇ ଅଭିଯୋଗ ହୋଇଥିଲା ଶେଷ ସୂଚନା ମୁତାବକ ସମସ୍ତ ତ୍ରୁଟିବିଚ୍ୟୁତିକୁ ସମାଧାନ କରି ଚଳିତ ମାସ ୨୬ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ପାଇଥିବା ନମ୍ବରଥିବା ମାର୍କଲିଷ୍ଟ୍ ମିଳିବ କୌଣସି କାରଣବଶତଃ ଯଦି ଏଥିରେ ବିଳମ୍ବ ହୁଏ ତେବେ ଯୁକ୍ତଦୁଇ ନାମଲେଖାପାଇଁ ଛାତ୍ରଛାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି