ମାଟ୍ରିକ୍ ପରୀକ୍ଷା ଫଳରେ ବିଭ୍ରାଟ ସୁଧୁରିଲା: ଅନେକ ଛାତ୍ରଛାତ୍ରୀଙ୍କ ନମ୍ବର ବଢିଲା
ଭୁବନେଶ୍ବର: ଗତ ଅପ୍ରେଲ୍ ୩୦ ତାରିଖ ଦିନ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ଚଳିତ ବର୍ଷ ପରୀକ୍ଷା ପଦ୍ଧତିରେ ସଂସ୍କାର ଅଣାଯାଇଥିବାରୁ ଏହି ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା କିନ୍ତୁ ଫଳାଫଳ ପ୍ରକାଶ ପାଇବାର ମାତ୍ର କିଛି ଘଣ୍ଟା ପରେ ଅନେକ ଛାତ୍ରଛାତ୍ରୀ ସେମାନଙ୍କ ତୃତୀୟ ଭାଷା(ସଂସ୍କୃତ ବା ହିନ୍ଦୀ) ପରୀକ୍ଷା ଫଳ ସଠିକ ନୁହେଁ ବୋଲି ପ୍ରଶ୍ନ ଉଠାଇଥିଲେ ଏହାପରେ ବୋର୍ଡ କର୍ତ୍ତୃପକ୍ଷ ତୃତୀୟ ଭାଷା ପ୍ରଶ୍ନପତ୍ରର ବସ୍ତୁନିଷ୍ଠ(ଅବ୍ଜେକ୍ଟିଭ୍) ଖାତାଗୁଡ଼ିକର କମ୍ପ୍ୟୁଟର୍ ମୂଲ୍ୟାୟନ ସମୟରେ ତ୍ରୁଟି ରହିଥିବା କଥା ଜାଣିବାକୁ ପାଇଥିଲେ ତେଣୁ ଏହି ତ୍ରୁଟିକୁ ସୁଧାର କରି ସଠିକ ଫଳାଫଳ ଆଜି ସୁଦ୍ଧା ପ୍ରକାଶ ପାଇବ ବୋଲି ବୋର୍ଡର ସଭାପତି ଦକ୍ଷ ପ୍ରକାଶ ନନ୍ଦ ସୂଚନା ଦେଇଥିଲେ
ସେହି କ୍ରମରେ ଆଜି ଏକ ନିର୍ଦ୍ଦିଷ୍ଟ ୱେବ୍ସାଇଟ୍ www.indiaresults.com ରେ ପରିମାର୍ଜିତ ଫଳାଫଳ ପ୍ରକାଶ ପାଇଛି ସୂଚନା ମୁତାବକ ଏହି ଫଳାଫଳ ପ୍ରକାଶନ ପରେ ଅନେକ ମେଧାବୀ ଛାତ୍ରଛାତ୍ରୀମାନଙ୍କର ତୃତୀୟ ଭାଷା(ସଂସ୍କୃତ ବା ହିନ୍ଦୀ) ଅବ୍ଜେକ୍ଟିଭ୍ ବିଭାଗରେ ସର୍ବାଧିକ ୩୦ ରୁ ୪୦ ପର୍ଯ୍ୟନ୍ତ ନମ୍ବର ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଏହା ଫଳରେ ଛାତ୍ରଛାତ୍ରୀମାନଙ୍କର ମୋଟ ନମ୍ବର ମଧ୍ୟ ବୃଦ୍ଧି ପାଇଛି ଗତ ଦୁଇଦିନ ଧରି ଚିନ୍ତା ଓ ଆଶଙ୍କାରେ ଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ନୂତନ ନମ୍ବର ଜାଣିବା ପରେ ଖୁସି ବ୍ୟକ୍ତ କରିଛନ୍ତି
ଇତିମଧ୍ୟରେ ପରୀକ୍ଷା ଫଳ ପ୍ରକାଶନ ସମୟରେ ହୋଇଥିବା ଉକ୍ତ ତ୍ରୁଟିର କାରଣର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ପରୀକ୍ଷା ଫଳ ପ୍ରକାଶନ ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ ଉକ୍ତ ତ୍ରୁଟି ବିଷୟରେ ଜାଣିପାରିଲେ ନାହିଁ କାହିଁକି ଓ କିପରି ? ସେହିପରି ଫଳାଫଳ ପ୍ରକାଶନ ପରେ ଯେଉଁ ଛାତ୍ରଛାତ୍ରୀମାନେ ମାନସିକ ଦୁଶ୍ଚିନ୍ତାରେ ରହିଲେ ଓ ସ୍ଥାନେ ସ୍ଥାନେ ସେଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା ସେଥିପାଇଁ ଦାୟୀ କିଏ ? ଅପ୍ରେଲ୍ ୩୦ତାରିଖରେ ପରୀକ୍ଷା ଫଳ ମୋଟ ୮ଟି ୱେବ୍ସାଇଟ୍ର ପ୍ରକାଶନ ପାଇଁ ବ୍ୟବସ୍ଥା ହୋଇଥିଲାବେଳେ ପରିମାର୍ଜିତ ଫଳାଫଳ କେବଳ ଗୋଟିଏ ୱେବ୍ସାଇଟ୍ରେ ଦେବା ପଛରେ ରହସ୍ୟ କ’ଣ ? ଫଳାଫଳ ପ୍ରକାଶ କରିବା ପାଇଁ କେବଳ ୱେବ୍ସାଇଟ୍କୁ ମାଧ୍ୟମ କରାଯାଇଥିଲାବେଳେ ଆମରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଫଳାଫଳ ଦେଖିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ଅଭାବକୁ ଦେଖିବ କିଏ ?
ତେଣୁ ପ୍ରତିବର୍ଷ ପରୀକ୍ଷା ପରିଚାଳନା ଓ ପରୀକ୍ଷା ପଦ୍ଧତିରେ ନୂତନ ବ୍ୟବସ୍ଥା ପ୍ରଚଳନ କରିବା ପରେ ମଧ୍ୟ ଏହା ତ୍ରୁଟିଶୂନ୍ୟ ନହେବାର କାରଣ ସହିତ ଉପରୋକ୍ତ ପ୍ରଶ୍ନବାଚୀ ବିଷୟ ବାବଦରେ ଆବଶ୍ୟକ ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି