Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ରାଜ୍ୟସାରା ହଜାର ହଜାର ବେଆଇନ ମୋବାଇଲ ଟାୱାର:ପରିବେଶ ପ୍ରଦୂଷଣ ପ୍ରତି ଖାତିର ନାହିଁ

Date : November 11th, 2010
Share : | More

କଟକ: ମୋବାଇଲ ଫୋନର ଚାହିଦାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୩/୪ଟି ମୋବାଇଲ କମ୍ପାନୀ ବଜାରରେ ପ୍ରବେଶ କରୁଛନ୍ତି୤ ବର୍ତ୍ତମାନ ଓଡ଼ିଶାର ସହର, ଗ୍ରାମାଞ୍ଚଳ ସବୁଆଡ଼େ ମୋବାଇଲ ଟାୱାର ଭର୍ତ୍ତି ହୋଇଗଲାଣି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବେଆଇନ ଭାବେ ନିର୍ମିତ୤ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ମୋବାଇଲ କମ୍ପାନୀମାନେ ମନଇଚ୍ଛା ଟାୱାର ନିର୍ମାଣ କରୁଛନ୍ତି୤ ଏଥିପାଇଁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନର କୌଣସି କଟକଣା ନାହିଁ୤ କଟକରେ ଏହିଭଳି ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ମୋବାଇଲ ଟାୱାର ନିର୍ମିତ ହୋଇଛି୤ ଘରଟିଏ ନିର୍ମାଣ ପାଇଁ କଟକ ଉନ୍ନୟନ କର୍ତ୍ତୃପକ୍ଷ କଡ଼ା କଟକଣା ଜାରି କରୁଥିବା ବେଳେ ଟାୱାର ନିର୍ମାଣକାରୀଙ୍କ ବିରୋଧରେ କିନ୍ତୁ କୌଣସି ପଦକ୍ଷେପ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି୤ ଯାହାଫଳରେ ଦିନକୁ ଦିନ ସହରରେ ଏହି ବେଆଇନ ଟାୱାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି୤ ଟାୱାର କାର୍ଯ୍ୟକ୍ଷମ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅନୁମତି ଆଣିବା ଜରୁରି୤ କିନ୍ତୁ ପରିତାପର ବିଷୟ ହେଉଛି,ସହରରେ ଟାୱାର ବସାଇଥିବା କୌଣସି କମ୍ପାନୀ ପ୍ରଦୂଷଣ ବୋର୍ଡ଼ରୁ ସାର୍ଟିଫିକେଟ ଆଣିବା ଦୂରେ ଥାଉ, ଅନୁମତି ପାଇଁ ଆବେଦନ କରିନଥିବା ଅନୁସନ୍ଧାନରୁ ଜଣାପଡ଼ିଛି୤

ମୋବାଇଲ ଫୋନ ଅବଶ୍ୟ ସମସ୍ତଙ୍କ ପାଇଁ ଏକ ଅବିଚ୍ଛେଦ ଅଙ୍ଗ ପାଲଟିଯାଇଛି୤ ଖାଲି ସହର ନୁହେଁ ଏପରିକି ରାସ୍ତା ନଥିବା ଗାଁ ଗଣ୍ଡାରେ ମଧ୍ୟ ଘରେ ଘରେ ମୋବାଇଲ ଫୋନ ଦେଖିବାକୁ ମିଳୁଛି୤ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ଉପଭୋକ୍ତାଙ୍କୁ ସୁବିଧାରେ ସେବା ଉପଲବ୍ଧ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଟାୱାର ନିର୍ମାଣ କରୁଛନ୍ତି୤ କେବଳ ଘରୋଇ କୋଠା ନୁହେଁ, ବିଭିନ୍ନ ଅଞ୍ଚଳରେ ଥିବା ଏକ ସରକାରୀ କୋଠାରେ ମଧ୍ୟ ଟାୱାର ନିର୍ମାଣ କରାଯାଇଛି୤ ଏହି ଟାୱାର ନିର୍ମାଣ କରିବାକୁ ସମ୍ପୃକ୍ତ କମ୍ପାନୀକୁ କେଉଁ ସରକାରୀ ଅଧିକାରୀ ଅନୁମତି ପ୍ରଦାନ କରିଛନ୍ତି ତାହା ତଦନ୍ତ ସାପେକ୍ଷ୤ କଥା ହେଉଛି ଟାୱାର ନିର୍ମାଣ ଓ କାର୍ଯ୍ୟକ୍ଷମ ପରେ କମ୍ପାନୀମାନେ ଦରଖାସ୍ତକରି ସହଜରେ ଅନୁମତି ପାଇଯାଉଛନ୍ତି୤ ସେହିପରି ଟାୱାର ନିର୍ମାଣ ପାଇଁ ପ୍ରଦୂଷଣ ବୋର୍ଡ଼ରୁ ଅନୁମତି ଜରୁରି ଥିଲେ ମଧ୍ୟ ତାହାକୁ କୌଣସି କମ୍ପାନୀ ମାନୁନାହାନ୍ତି୤ ଏ ପର୍ଯ୍ୟନ୍ତ ପ୍ରଦୂଷଣ ବୋର୍ଡ଼ ପକ୍ଷରୁ କୌଣସି କମ୍ପାନୀ ବିରୋଧରେ ମାମଲା ଦାୟର ହୋଇନି୤ ସୂଚନାଯୋଗ୍ୟ, ୧୯୯୯ ମହାବାତ୍ୟା ସମୟରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ରାସ୍ତା ଉପରେ ପଡ଼ି ରହିବା ଯୋଗୁଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିଲା୤ ଫଳରେ ବହୁ ଦିନ ଧରି ଅନେକ ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚି ନପାରିବାରୁ ବହୁ ଲୋକ ଉପବାସରେ ଦିନ କାଟିଥିଲେ୤ ଭବିଷ୍ୟତରେ ଯଦି କୌଣସି ପ୍ରାକୃତିକ ଦୁର୍ବିପାକ ହୁଏ ତେବେ ଏହି ବେଆଇନ ଟାୱାର ଗୁଡ଼ିକ ଲୋକଙ୍କ ନିମନ୍ତେ କାଳ ସାଜିବ୤ ଏଥିପାଇଁ କିନ୍ତୁ ସରକାରୀ କଳ ନିଘା ରଖିଥିଲା ପରି ଜଣାପଡୁନାହିଁ ୤ ତେଣୁ ଏଥିପ୍ରତି ତୁରନ୍ତ ସରକାର ଦୃଷ୍ଟିଦେବା ଜରୁରି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg