Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

୫ଲକ୍ଷରୁ ଉର୍ଦ୍ଧ୍ବ ଶିଶୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ : ଆଜି ଶିଶୁ ଦିବସ

Date : November 13th, 2010
Share : | More

କଟକ : ପ୍ରଶାସନଠାରୁ ଆରମ୍ଭକରି ସରକାରୀ ଶିକ୍ଷାନୁଷ୍ଠାନ ଏବଂ ବହୁ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନଭେମ୍ବର ୧୪ ତାରିଖ ରବିବାର ପାଳିତ ହେବ ଶିଶୁ ଦିବସ୤ ୫ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଶିକ୍ଷାଦାନ ଦେବାପାଇଁ ସରକାର ସର୍ବଶିକ୍ଷା ଅଭିଯାନ ଯୋଜନା ଆରମ୍ଭ କରିଛନ୍ତି୤ ଏତେସବୁ ଯୋଜନା ସତ୍ତ୍ବେ ରାଜ୍ୟରୁ ଶିଶୁ ଶ୍ରମିକ ଉଚ୍ଛେଦ ହୋଇପାରୁନାହିଁ୤ ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ବ ଶିଶୁ ପ୍ରାଥମିକ ଶିକ୍ଷାଗ୍ରହଣ କରିବାରୁ ବଞ୍ଚିତ ହୋଇଥବା ଏକ ଅନୁସନ୍ଧାନରୁ ଜଣାପଡିଛି୤ ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଦରିଦ୍ର ତଥା ବିପିଏଲ ପରିବାର ଅର୍ନ୍ତଭୁକ୍ତ୤ ଏହିସବୁ ଶିଶୁଙ୍କୁ ସର୍ବଶିକ୍ଷା ଅଭିଯାନରେ ସାମିଲ କରିବାପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁରହିଥିଲେ ମଧ୍ୟ ଏହା ସୁଫଳ ସେମାନଙ୍କ ନିକଟରେ ପହଞ୍ଚିପାରୁନାହିଁ୤ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ରାଜ୍ୟରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇ ଚାଲିଛି୤

ସର୍ବଶିକ୍ଷା ଅଭିଯାନର ସୁଫଳ ପିଲାଙ୍କ ନିକଟରେ ପହଞ୍ଚି ପାରୁନି୤ ବରଂ ଏହି କାର୍ଯ୍ୟକ୍ରମରୁ ସରକାରୀ କର୍ମଚାରୀ, ବିଭିନ୍ନ ବ୍ୟବସାୟୀ ଗୋଷ୍ଠୀ ଲାଭବାନ ହେଉଛନ୍ତି୤ ଏପଟେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ଶିଶୁଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢି ଚାଲିଛି୤ କଟକ ଜିଳ୍ଲାରେ ୧୧,୦୦୦, ବାଲେଶ୍ବର ଜିଳ୍ଲାରେ ୩୦,୯୮୬, ବଲାଙ୍ଗୀରରେ ୩୬,୩୪୦, ଗଜପତିରେ ୧୧,୫୩୦, ଗଞ୍ଜାମରେ ୬୩,୫୬୪, କଳାହାଣ୍ଡିରେ ୨୯,୪୨୫, କେନ୍ଦୁଝରରେ ୩୩,୮୬୯, ଖୋର୍ଦ୍ଧରେ ୧୦,୪୬୧, କୋରାପୁଟରେ ୪୧,୬୪୨, ନବରଙ୍ଗପୁରରେ ୩୯,୨୬୪, ରାୟଗଡା ୩୪,୦୩୯, ସମ୍ବଲପୁର ୨୬,୩୪୯, ସୁନ୍ଦରଗଡ ଜିଲ୍ଲାରେ ୨୧,୬୦୦ ଜଣ ୧୪ ବର୍ଷରୁ କମ୍‌ ବାଳକବାଳିକା ପ୍ରାଥମିକ ଶିକ୍ଷାଗ୍ରହଣ କରିବାରୁ ବଞ୍ଚିତ ହୋଇଛନ୍ତି୤ ଏହିସବୁ ଜିଲ୍ଲାରେ ସର୍ବଶିକ୍ଷା ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ତାହାର କୌଣସି ସୁଫଳ ଏମାନେ ପାଇପାରୁ ନାହାନ୍ତି୤ ସେହିପରି ରାଜ୍ୟରେ ପ୍ରାୟ ୩୮୮୧ ଶିଶୁ ବିପଦସଙ୍କୁଳ ଅବସ୍ଥାରେ କାର୍ଯ୍ୟକରୁଥିବା ବେଳେ ସଂପୃକ୍ତ ଶିଶୁଙ୍କୁ ଉଦ୍ଧାର କରିବାପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ୤ ରାଜ୍ୟରେ ବର୍ତ୍ତମାନ ୪୩୬ଟି ଶିଶୁ ଶ୍ରମିକ ସଂକ୍ରାନ୍ତ ମାମଲା କୋର୍ଟରେ ବିଚାରାଧୀନ ଅଛି୤ ସେଥିରୁ ମାତ୍ର ୭ଟି ମାମଲାରେ ଦଣ୍ଡ ବିଧାନ ହୋଇଥିଲାବେଳେ ୬୩ଟି ମାମଲାରେ ସାକ୍ଷ୍ୟପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ସହଜରେ ଦୋଷମୁକ୍ତ ହୋଇଯାଇଛନ୍ତି୤ ଏ ସଂକ୍ରାନ୍ତ ମାମଲା ପରିଚାଳନା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଅଧିକାଂଶ ମାମଲାରେ ସରକାର ପରାଜୟ ବରଣ କରୁଛନ୍ତି୤ ଶିଶୁ ଶ୍ରମିକ ଆଇନକୁ କଡାକଡିଭାବେ ପାଳନ କରିବାପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ କେତେକ ଉଚ୍ଚପଦସ୍ଥ ଅଧିକାରୀଙ୍କ ଯୋଗୁଁ ଏହାଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ୤

Recently Published :
 

2 Responses

  1. Sandip K. Dasverma says:

    Dear Editor:
    I can’t but commend you for bringing to lime light the basic fault and fault lines of our beloved birth state.
    If you not only give education but proper education, quality education, we live all these weaklings. They have a potential to be criminals or parasites because they learn no salable skill for this fast changing world.
    Again I thank you for bringing such issues alive.
    Best wishes,
    Sandip

  2. Prashant Sahoo says:

    The achievement claimed by this department can be found from their website http://www.opepa.in . If one visit this official website and come back again to read this news , one can understand the difference between advrtising world and real world.

    It is a complete system failure of OPEPA. Its a call for them on this unfortunate bitter but reality.

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg