Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

କଣ୍ଟ୍ରୋଲ ଦୋକାନ ସାମ୍ନାରେ ଏଣିକି ନାଗରିକ ଅଧିକାରପତ୍ର ଟାଙ୍ଗିବା ବାଧ୍ୟତାମୂଳକ

Date : November 11th, 2010
Share : | More

କଟକ: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ସୁଲଭ ମୂଲ୍ୟ ଦୋକାନ (କଣ୍ଟ୍ରୋଲ ଦୋକାନ) ଗୁଡ଼ିକ ଏଣିକି ଦୋକାନ ସାମ୍ନାରେ ନାଗରିକ ଅଧିକାର ପତ୍ର ଟାଙ୍ଗିବା ବାଧ୍ୟତାମୂଳକ ହେବ୤ ଯେଉଁଥିରେ ଦୋକାନ ଓ ସାମଗ୍ରୀ ସଂପର୍କିତ ବିଭିନ୍ନ ବିଷୟରେ ସମସ୍ତ ତଥ୍ୟ ପ୍ରଦର୍ଶିତ ହେବ୤ ଯେଉଁ ଦୋକାନୀମାନେ ଏହା ନ ଟାଙ୍ଗିବେ, ସେମାନେ ସରକାରୀ ନିୟମ ଉଲ୍ଲଂଘନ କରୁଥିବା ଧରାଯିବ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ୤ ଏହି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି୤ ନିର୍ଦ୍ଦେଶ ଅନୁସାରେ, ନାଗରିକ ଅଧିକାର ପତ୍ର (ସିଟିଜେନ୍‌ ଚାର୍ଟର) ଓଡ଼ିଆରେ ଲେଖାଯିବ୤ ସୁଲଭ ମୂଲ୍ୟ ଦୋକାନ ଗୁଡ଼ିକ ନିଜ ଦୋକାନ ସାମ୍ନାରେ ଏକ ସାଇନ୍‌ବୋର୍ଡ଼ ଲଗାଇବେ୤ ଏହାର ଆକାର ବଡ଼ ହୋଇଥିବା ଆବଶ୍ୟକ ଏବଂ ଏହା ଯେମିତି ନିକଟବର୍ତ୍ତୀ ରାସ୍ତାରୁ ସ୍ପଷ୍ଟ ଦେଖା ଯାଉଥିବ୤ ସେଥିରେ ଦୋକାନ ମାଲିକଙ୍କ ନାମ, ଲାଇସେନ୍ସ ନମ୍ବର, କେଉଁ ସମୟ ଓ ଦିନରେ ଦୋକାନ ଖୋଲା ରହୁଛି ତାହା ବଡ଼ ବଡ଼ ଅକ୍ଷରରେ ଲେଖା ରହିବା ଦରକାର୤ ଏହାକୁ ଦୋକାନୀମାନେ ନିଜ ଖର୍ଚ୍ଚରେ ଟାଙ୍ଗିବେ ଏବଂ ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯିବ ନାହିଁ ବୋଲି ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି୤

ସୁଲଭ ମୂଲ୍ୟ ଦୋକାନରେ ମହଜୁଦ୍‌ ଖାତା, ବିକ୍ରୟ ଖାତା ଏବଂ ପଡ଼ିକାର୍ଡ଼ ଖାତା ରହିବ୤ ଏହାକୁ ଖାଉଟିମାନେ ଯେ କୌଣସି ସମୟରେ ଚାହିଁଲେ ଦେଖି ପାରିବେ୤ ଦୋକାନରେ ଏଣିକି ଏକ ଅଭିଯୋଗ ପୁସ୍ତିକା ରହିବ୤ ପଡ଼ି କାର୍ଡ଼ଧାରୀମାନେ ସେଥିରେ ନିଜ ନିଜର ଅଭିଯୋଗ ଲେଖି ପାରିବେ୤ ଦୋକାନୀମାନେ ବିକ୍ରି କରାଯାଉଥିବା ପ୍ରତିଟି ସାମଗ୍ରୀରେ ଦର ଲେଖି ଦୋକାନ ଆଗରେ ଝୁଲାଇବେ୤ ସେଥିରେ ଜଣେ କାର୍ଡ଼ଧାରୀର କୋଟାର ପରିମାଣ ବି ଲେଖାଯିବ୤ କାର୍ଡ଼ଧାରୀମାନେ ସେମାନଙ୍କର ମାସିକ କୋଟା ଏକାଧିକ କିସ୍ତିରେ କିଣି ପାରିବେ ଏବଂ ଏହା ସେମାନଙ୍କୁ ଯୋଗାଇବା ପାଇଁ ଦୋକାନ ମାଲିକମାନେ ବାଧ୍ୟ ରହିବେ୤

ନୂତନ ବ୍ୟବସ୍ଥାରେ ଦୋକାନୀମାନଙ୍କୁ ଦିଆଯାଇଥିବା ଲାଇସେନ୍ସ ସର୍ତ୍ତାବଳୀର ଏକ ସର୍ତ୍ତ ଭାବେ ରହିବ୤ ଯେଉଁମାନେ ଏହା ନକରିବେ, ସେମାନଙ୍କ ଆଇନ ଉଲ୍ଲଂଘନ କରୁଥିବା ଧରାଯିବ୤ ସେମାନଙ୍କ ଳାଇସେନ୍ସ ବାତିଲ କରିବା ଦିଗରେ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବେ୤

ସେହିପରି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଖୁଚୁରା ବିକ୍ରେତା ସ୍ତରୀୟ ପରାମର୍ଶଦାତା କମିଟି ରହିଛି୤ ଏହି କମିଟି ସୁଲଭ ମୂଲ୍ୟ ଦୋକାନର କାର୍ଯ୍ୟ ତଦାରଖ କରିଥାଏ୤ ଗ୍ରାମାଞ୍ଚଳରେ କାଉନ୍‌ସିଲର ସେହି କମିଟିର ଆବାହକ ଭାବେ ଦାୟିତ୍ବ ତୁଲାଇ ଥାଆନ୍ତି୤ ପଡ଼ିକାର୍ଡ଼ଧାରୀମାନେ ନିଜର ଅଭିଯୋଗ ସିଧାସଳଖ ସେମାନଙ୍କ ନିକଟରେ ଦାଖଲ କରିପାରିବେ୤ ୱାର୍ଡ଼ମେମ୍ବର ଓ କାଉନ୍‌ସିଲରଙ୍କ ଫୋନ୍‌ନମ୍ବର ଓ ଠିକଣା ସୁଲଭ ମୂଲ୍ୟ ଦୋକାନ ସାମ୍ନାରେ ବି ଝୁଲିବ୤ ପଡ଼ି କାର୍ଡ଼ଧାରୀମାନଙ୍କ ତାଲିକା ସୁଲଭ ମୂଲ୍ୟ ଦୋକାନ ସମେତ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିରେ ଉପଲବ୍ଧ ରହିବ୤ ସେହିପରି ପ୍ରତ୍ୟେକ ଦୋକାନର ମହଜୁଦ ସାମଗ୍ରୀର ପରିମାଣ ପ୍ରତିଦିନ ନାଗରିକ ଅଧିକାର ପତ୍ରରେ ଲେଖା ରହିବ୤ ଯୋଗାଣ ନିରୀକ୍ଷକ ଏବଂ ସରକାରୀ ଯୋଗାଣ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶାନାମା ଜାରି କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg