Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
Total Votes: 2477 Started: October 1, 2010 Back to Vote Screen
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଅଲିଭ୍ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ମାଛ ଧରା ଉପରେ ସରକାରୀ କଟକଣା

Date : November 2nd, 2010
Share : | More

oliveredlyକଟକ: ଶୀତ ଋତୁରେ ଓଡ଼ିଶାକୁ ଆସୁଥିବା ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଲାଗି ଚଳିତ ନଭେମ୍ବର ୧ ତାରିଖଠାରୁ ସମୁଦ୍ର ମଧ୍ୟରେ ମାଛ ମାରିବା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି ଯାହା ଆସନ୍ତା ୭ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ୤ ୬ଟି ଜିଲ୍ଲା ଉପକୂଳରେ ଲାଗୁ ହେଉଥିବା ଏହି କଟକଣା ଯୋଗୁଁ ୩ ଲକ୍ଷରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ କ୍ଷତିଗ୍ରସ୍ତ ହେବେ୤ପ୍ରତିବର୍ଷ ପରି ଚଳିତବର୍ଷ ଓଡ଼ିଶା ଉପକୂଳକୁ ଅଲିଭ୍ ରିଡ୍‌ଲେ କଇଁଛଙ୍କ ଆଗମନ ହୋଇଛି୤ ଏହି କଇଁଛ କିପରି ସମୁଦ୍ର ଉପକୂଳରେ ନିର୍ଭୟରେ ବିଚରଣ କରିପାରିବେ ଏବଂ ସମୁଦ୍ର ମଧ୍ୟରେ ଟ୍ରଲର ଆଦି ଯାତାୟତ ସମୟରେ ଏମାନେ କିପରି ଏହାର ଶିକାର ନହେବେ, ଏଥିପ୍ରତି ଦୃଷ୍ଟି ଦେବାକୁ
ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ ଆକ୍ଟକୁ କଡାକଡି ଭାବେ ଲାଗୁ କରାଯାଇଥାଏ୤ନଭେମ୍ବର ପହିଲାରୁ ଲାଗୁ ହେଉଥିବା ଏହି ଆଇନ ଆସନ୍ତା ବର୍ଷ ମଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ୤ମୁଖ୍ୟତଃ କେନ୍ଦ୍ରାପଡାର ଗହୀରମଥା ଅଞ୍ଚଳରେ ମାଛଧରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା ବେଳେ ଋଷିକୂଲ୍ୟା ଏବଂ ଦେବୀ ମୁହାଣରେ ଏହା ଉପରେ ଆଶିଂକ କଟକଣା ଜାରି କରାଯାଇଛି୤ ସମୁଦ୍ର ଉପକୂଳରୁ ୫ କି.ମି ପର୍ଯ୍ୟନ୍ତ ମାଛ ମରାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲାବେଳେ ୧୦ .ମି. ପର୍ଯ୍ୟନ୍ତ ଯନ୍ତ୍ରଚାଳିତ ବୋଟ୍‌ରେ ମାଛ ଧରିବାକୁ ବନ୍ଦ କରାଯାଇଛି ଏବଂ ୨୦ କି.ମି.ପରିଧି ମଧ୍ୟରେ ଟ୍ରଲରରେ ମାଛ ଧରାକୁ ବନ୍ଦ କରାଯାଇଛି୤

୬ଟି ଜିଲ୍ଲାର ୩ ଲକ୍ଷ ମତ୍ସ୍ୟଜୀବୀ ଜୀବିକା ହରାଇବେ୤

ଉଲ୍ଲେଖଯୋଗ୍ୟ ଯେ,ନଭେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ଅଲିଭ୍ ରିଡ୍‌ଲେ କଇଁଛଙ୍କ ମଧ୍ୟରେ ସମୂହ ସଙ୍ଗମ ପ୍ରକ୍ରିୟା ଚାଲୁଥିଲାବେଳେ ଜାନୁଆରୀରୁ ଫେବୃଆରୀ ମଧ୍ୟରେ ସମୂହ ଅଣ୍ଡାଦାନ ହୋଇଥାଏ ଓ ମାର୍ଚ୍ଚ ପରେ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ୤ ତେଣୁ ଏହି ସମୟରେ ବୋଟ୍ କିମ୍ବା ଟ୍ରଲର ଆଦି ସହାୟତାରେ ମାଛ ଧରାଗଲେ ଏହା କଇଁଛଙ୍କ ପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ପରିବେଶବିତ୍ ମାନେ ଅଭିଯୋଗ କରିଛନ୍ତି୤ ଅନ୍ୟପକ୍ଷରେ ଅଲିଭ୍ ରିଡ୍‌ଲେ କଇଁଛଙ୍କ ଲାଗି ଏବେ ରାଜ୍ୟରେ ଥିବା ପ୍ରାୟ ୩ ଲକ୍ଷ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି୤କେବଳ କେନ୍ଦ୍ରାପଡାର ଗହୀରମଥା ଅଞ୍ଚଳରେ ରହୁଥିବା ୨୦ ହଜାର ମତ୍ସ୍ୟଜୀବୀ ଏଥିରେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ସଭାପତି ନାରଣ ହାଲ୍ଦାର ପ୍ରକାଶ କରିଛନ୍ତି୤

କଇଁଛଙ୍କ ସୁରକ୍ଷା ନାମରେ ଦୀର୍ଘ ୭ ମାସ ଧରି ସମୁଦ୍ର ମଧ୍ୟରେ ମାଛଧରା ଉପରେ କଟକଣା ରହୁଥିଲା ବେଳେ ବର୍ଷା ୪ ମାସ ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ ଏଠାରେ ମାଛ ମାରିବା ଅସମ୍ଭବ ହୋଇପଡେ୤ଏଭଳି କ୍ଷେତ୍ରରେ ବର୍ଷକ ମଧ୍ୟରେ ମାତ୍ର ମାସେ/ଦୁଇମାସ ମତ୍ସ୍ୟଜୀବୀଙ୍କୁ
ମାଛ ଧରିବାର ସୁଯୋଗ ମିଳିଥାଏ୤ଏଭଳି ପରିସ୍ଥିତି ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ବହୁ ମତ୍ସ୍ୟଜୀବୀ ଋଣ ଶୁଝି ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି୤କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ମିଳିବା କଥା ତାହା ଏ ଯାବତ ଉପଲବ୍ଧ କରାଯାଇପାରି ନାହିଁ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg