Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ପାରିପାର୍ଶ୍ବିକ ବିକାଶରେ ଜଙ୍ଗଲ ସୃଷ୍ଟି ଏବେ ପ୍ରହସନ

Date : November 4th, 2010
Share : | More

ଭୁବନେଶ୍ବର: ଶିଳ୍ପ ପ୍ରତିଷ୍ଠା ନାଁରେ ରାଜ୍ୟରେ ଚାଲିଛି ପରିବେଶର ବିନାଶ୤ କେଉଁଠି ଶିଳ୍ପ ପ୍ରତିଷ୍ଠା ଲାଗି ହଜାର ହଜାର ଲୋକଙ୍କୁ ବାସଚ୍ୟୁତ ହେବାକୁ ପଡୁଛି ତ, ଆଉ କେଉଁଠି ଲୋକଙ୍କୁ ହଜାର ହଜାର ହେକ୍ଟର ଜମି ହରାଇବାକୁ ପଡୁଛି୤ ଅନ୍ୟ କେତେକ କ୍ଷେତ୍ରରେ ରାଜ୍ୟର ଅନେକ ଜଙ୍ଗଲ ଜମି ଅଣ ଜଙ୍ଗଲରେ ପରିଣତ ହେଲାଣି୤ ଫଳରେ ପରିବେଶ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି୤ ଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ଛୋଟ ବଡ଼ ପ୍ରକଳ୍ପ ଲାଗି ୧୦ ହଜାର ୨୧ ଶହ ୨୪ ହେକ୍ଟର ଜମି ଅଣ ଜଙ୍ଗଲରେ ପରିଣତ ହୋଇସାରିଛି୤ ଅନ୍ୟପଟେ ଯେଉଁ ସଂସ୍ଥା ଗୁଡିକ ଜଙ୍ଗଲ ଜମିର ଏଭଳି ଅପବ୍ୟବହାର କରୁଛନ୍ତି, ସେମାନେ ପରବର୍ତ୍ତୀ ସମୟରେ ପାରିପାର୍ଶ୍ବିକ ବିକାଶରେ ଜଙ୍ଗଲ ସୃଷ୍ଟି କଥାକୁ ସମ୍ପୂର୍ଣ ଭୁଲି ଯାଉଥିବା ଦେଖାଯାଉଛି୤ ଫଳରେ ଜଙ୍ଗଲ ପଦା ହେଉଛି ସିନା,ସମପରିମାଣର ଜଙ୍ଗଲ ସୃଷ୍ଠି କରାଯିବା ସମ୍ଭବ ହୋଇ ପାରୁ ନାହିଁ୤

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଯଥେଷ୍ଟ ଭିତ୍ତିଭୂମି ଥିବାରୁ ଅନେକ ଶିଳ୍ପପତି ଏଠାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି୤ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ହେଲେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ସାମଗ୍ରୀ ଲାଗି ଛୋଟ ଛୋଟ ଶିଳ୍ପର ଆବଶ୍ୟକତା ରହିଛି୤ ଫଳରେ ରାଜ୍ୟରେ ଅନେକ ଛୋଟ ଛୋଟ ଶିଳ୍ପ ଗଢ଼ି ଉଠୁଛି୤ ତେବେ ଅନେକ ସମୟରେ ଏହି ଶିଳ୍ପଗୁଡିକ ଜଙ୍ଗଲ ଜମିକୁ ପଦାକରି ଏହା ଉପରେ ଗଢି ଉଠୁଥିବା ପରିଲକ୍ଷିତ ହେଉଛି୤ ଗତ ୨୦୦୦ ମସିହାରେ ରାଜ୍ୟରେ ୨୭ଟି ପ୍ରକଳ୍ପ ଲାଗି ୧୨୧୯.୦୬ ହେକ୍ଟର ଜଙ୍ଗଲ ଜମି ଅଣ ଜଙ୍ଗଲରେ ପରିଣତ ହୋଇଥିବାବେଳେ ୨୦୦୧-୦୨ ରେ ୨୦ଟି ପ୍ରକଳ୍ପ ପାଇଁ ୧୭୧୧.୭୪ ହେକ୍ଟର ଜଙ୍ଗଲ ଜମି ଅଣ ଜଙ୍ଗଲରେ ପରିଣତ ହୋଇଛି୤ ୨୦୦୨-୦୩ ରେ ୧୫ଟି ପ୍ରକଳ୍ପ ଲାଗି ୫୦୮.୧୮ ହେକ୍ଟର, ୨୦୦୩-୦୪ ରେ ୨୩ଟି ପ୍ରକଳ୍ପ ଲାଗି ୧୪୯୩.୭୧ ହେକ୍ଟର ଜଙ୍ଗଲ, ୨୦୦୪-୦୫ ରେ ୯ଟି ପ୍ରକଳ୍ପ ଲାଗି ୧୨୭୪.୩୯ ହେକ୍ଟର, ୨୦୦୫-୦୬ ରେ ୨୮ଟି ପ୍ରକଳ୍ପ ଲାଗି ୨୨.୭.୨୩ ହେକ୍ଟର, ୨୦୦୬-୦୭ ରେ ୧୭ଟି ପ୍ରକଳ୍ପ ଲାଗି ୯୧୧.୮୩ ହେକ୍ଟର ଏବଂ ୨୦୦୭-୦୮ ରେ ୨୩ଟି ପ୍ରକଳ୍ପ ପାଇଁ ୨୪୨୫.୧୦ ହେକ୍ଟର ଜଙ୍ଗଲ ଜମି ଅଣ ଜଙ୍ଗଲରେ ପରିଣତ ହୋଇସାରିଛି୤

ଉଲ୍ଲେଖଯୋଗ୍ୟ ଯେ, କୌଣସି ଅଞ୍ଚଳରେ ଶିଳ୍ପସଂସ୍ଥା ଗଢ଼ି ଉଠିଲାବେଳେ ଏଥିପାଇଁ ଯେଉଁ ପରିମାଣର ସ୍ଥାନୀୟ ଅଞ୍ଚଳର କ୍ଷୟକ୍ଷତି ହୋଇଥାଏ, ଏହାର ଭରଣା ଲାଗି ଉକ୍ତ ସଂସ୍ଥା ପକ୍ଷରୁ ପାରିପାର୍ଶ୍ବିକ ବିକାଶ ପ୍ରତି ଆବଶ୍ୟକୀୟ ଗୁରୁତ୍ବ ଦିଆଯିବା କଥା୤ କିନ୍ତୁ ଥରେ ସଂସ୍ଥା ଗଢ଼ି ଉଠିବା ପରେ ପାରିପାର୍ଶ୍ବିକ ବିକାଶ କଥା କେବଳ କାଗଜକଲମରେ ହିଁ ରହି ଯାଇଥାଏ୤ ସମ୍ପ୍ରତି ରାଜ୍ୟର ଅନେକ ସ୍ଥାନରେ ଏହି ଚିତ୍ର ଜଳଜଳ ହୋଇ ଦିଶୁଛି୤ ଅନେକ ପ୍ରତିଶ୍ରୁତି ଦେଇ ଆସିଥିବା ଶିଳ୍ପ ସଂସ୍ଥାମାନେ କେବଳ ଶୋଷଣକୁ ନିଜର ବ୍ରତ ଭାବେ ଧରି ନେଇଛନ୍ତି୤ ଶିଳ୍ପ ପ୍ରତିଷ୍ଠା ଲାଗି ପଦା ହେଉଥିବା ଜଙ୍ଗଲ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି୤ ଅନେକ ପଶୁପକ୍ଷୀ ଆଜି ବିଲୁପ୍ତର ଦ୍ବାର ଦେଶରେ ପହଁଞ୍ଚିଲେଣି୤ କିନ୍ତୁ ଏହା ସତ୍ତ୍ବେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନାହିଁ୤ ପରିବେଶବିତ୍‌ଙ୍କ ମତରେ ପ୍ରତ୍ୟେକ ଶିଳ୍ପସଂସ୍ଥା ପାଇଁ ଥିବା ସରକାରୀ ନିୟମକୁ କଡାକଡି ଭାବେ ଲାଗୁ କରିବା ସହ ପାରିପାର୍ଶ୍ବିକ ବିକାଶରେ ନୂତନ ଜଙ୍ଗଲ ସୃଷ୍ଟି ବାଧ୍ୟତାମୂଳକ ହେବା ଉଚିତ୍‌୤ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ନୀତି ନିୟମ ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg