ବରିଷ୍ଠ ପୋଲିସ୍ ଅଧିକାରୀ ସ୍ତରରେ ଅଦଳବଦଳ
ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବରିଷ୍ଠ ପୋଲିସ୍ ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି ସୂଚନା ମୁତାବକ ସପ୍ତମ ବାଟାଲିୟନ୍ ଡିସିପି ଏସ୍.ସାଇନିଙ୍କୁ ଝାରସୁଗୁଡ଼ା ଏସ୍ପି ଭାବେ ବଦଳି କରାଯାଇଥିଲାବେଳେ ସେଠାରେ ଥିବା ଦିଲ୍ଲୀପ କୁମାର ଦେଓଙ୍କୁ ଭୁବନେଶ୍ବର ଏସ୍ଆଇଡବ୍ଲୁର ଏସ୍ପି ଭାବେ ବଦଳି କରାଯାଇଛି ସେହିପରି କଟକ ଡିସିପି ପ୍ରବୀଣ କୁମାରଙ୍କୁ ଭିଜିଲାନ୍ସ ଏସ୍ପି ଓ ସୁନ୍ଦରଗଡ଼ ଏସ୍ପିଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି ଜୟ ନାରାୟଣ ପଙ୍କଜଙ୍କୁ ବାଲେଶ୍ବର ଏସ୍ପି ଭାବେ ଓ ସେଠାରେ ଥିବା ଅମ୍ରିତା ଦାଶଙ୍କୁ ସପ୍ତମ ବାଟାଲିୟନ୍ ଡିସିପିଭାବେ ଅବସ୍ଥାପିତ କରାଯାଇଛି ଖୋର୍ଦ୍ଧା ଏସ୍ପି ଥିବା ଦୟାନିଧି ଗୋଚ୍ଛାୟତଙ୍କୁ ସୁନ୍ଦରଗଡ଼ ଏସ୍ପି ଭାବେ ଓ ପୁରୀର ଅତିରିକ୍ତ ଏସ୍ପି ଦିଲ୍ଲୀପ ଦାଶଙ୍କୁ ଖୋର୍ଦ୍ଧାର ଏସ୍ପି ଭାବେ ବଦଳି କରାଯାଇଛି ସେହିପରି ବଲାଙ୍ଗୀର ଅତିରିକ୍ତ ଏସ୍ପି ପ୍ରଫୁଲ୍ଲ କୁମାର ପାତ୍ରଙ୍କୁ ବୌଦ୍ଧ ଏସ୍ପି ଓ ବୋଦ୍ଧ ଏସ୍ପି ଭବାନୀ ଶଙ୍କର ମିଶ୍ରଙ୍କୁ ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି କମିଶନରେଟ୍ ପୋଲିସ୍ରେ ଥିବା ନିହାର ଦାଶଙ୍କୁ ଭଦ୍ରକ ଏସ୍ପି ଭାବେ ଓ ସେଠାରେ ଥିବା ଏସ୍ପି ରାଜେନ୍ଦ୍ର କୁମାର ସିଂହଙ୍କୁ ଭିଜିଲାନ୍ସ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି
ଏହା ବ୍ୟତୀତ ୨୦୧୦ ବ୍ୟାଚ୍ର ୬ଜଣ ଆପିଏସ୍ ଅଧିକାରୀଙ୍କୁ ସମ୍ପ୍ରତି କାର୍ଯ୍ୟରତ ଥିବା ଏସ୍ଡିପିଓ ପଦବୀରୁ ପଦୋନ୍ନତି ଦିଆଯାଇ ବିଭିନ୍ନ ସ୍ଥାନରେ ଅତିରିକ୍ତ ଏସ୍ପି ଭାବେ ବଦଳି କରାଯାଇଛି