ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ଛାତ୍ରୀଙ୍କଠାରୁ ଛାତ୍ରମାନଙ୍କର ଉତ୍ତମ ପ୍ରଦର୍ଶନ
ଭୁବନେଶ୍ବର: ୨୦୧୪ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି ଆଜି ସକାଳେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମୁଖ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏବଂ ବୋର୍ଡର ସଭାପତି ଡ.ଦକ୍ଷ ପ୍ରକାଶ ନନ୍ଦ ମିଳିତ ଭାବେ ପରୀକ୍ଷା ଫଳ ପ୍ରକାଶନ ବାବଦରେ ସୂଚନା ଦେଇଥିଲେ ସୂଚନା ମୁତାବକ ଚଳିତ ବର୍ଷ ପରୀକ୍ଷା ଦେଇଥିବା ମୋଟ ୬,୦୧,୮୮୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪,୫୫,୦୯୪ଜଣ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ଡିଭିଜନ୍ ବଦଳରେ ଗ୍ରେଡ୍ ବ୍ୟବସ୍ଥାରେ ପରୀକ୍ଷା ଫଳ ପ୍ରକାଶ ପାଇଛି ଏହା ମଧ୍ୟରୁ ସର୍ବୋଚ୍ଚ ଗ୍ରେଡ୍ ଏ-୧ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୩୮୭ ଜଣ ଏ-୨ ଗ୍ରେଡ୍ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୭୦୪୭ ସେହିପରି ଚଳିତ ବର୍ଷ ଅନ୍ୟ ଏକ ଉଲ୍ଲେଖନୀୟ ବିଷୟ ହେଉଛି ମୋଟ ଉତ୍ତୀର୍ଣ୍ଣ ସଂଖ୍ୟରେ ଛାତ୍ରମାନେ ଛାତ୍ରୀମାନଙ୍କଠାରୁ ଆଗରେ ରହିଛନ୍ତି
ସେହିପରି ମିଳିଥିବା ଜିଲ୍ଲାଭିତ୍ତିକ ଫଳାଫଳ ସୂଚନା ମୁତାବକ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୮୦.୦୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ସର୍ବନିମ୍ନ ୩୪.୦୪ ଉତ୍ତୀର୍ଣ୍ଣ ହାର ମାଲକାନାଗିରି ଜିଲ୍ଲା ରହିଛି ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ଉଚ୍ଚବିଦ୍ୟାଳୟଗୁଡ଼ିକ ମଧ୍ୟରୁ ମୋଟ ୪୩୪ଟି ବିଦ୍ୟାଳୟରେ ଶତପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିଲାବେଳେ ମୋଟ ୨୫ଟି ଉଚ୍ଚ ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇନାହାଁନ୍ତି ବା ସେଠାରେ ଫଳାଫଳ ଶୂନ ରହିଛି
ବୋର୍ଡ ସଭାପତି ଶ୍ରୀ ନନ୍ଦଙ୍କ ସୂଚନା ମୁତାବକ ଆସନ୍ତା ମଇ ୧୦ତାରିଖରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବା ସହ ଏହାର ପରୀକ୍ଷା ଫଳ ଜୁଲାଇ ମାସରେ ବାହାରିବ ବୋଲି ଜଣାପଡ଼ିଛି ସେହିଭଳି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଉଷା ପାଢୀ ଚଳିତ ବର୍ଷ ନୂତନ ପଦ୍ଧତିରେ ହୋଇଥିବା ମାଟ୍ରିକ୍ ପରୀକ୍ଷାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା ଏକ ଭଲ ସୂଚନା ବୋଲି କହିଛନ୍ତି ଏହାଫଳରେ ମାଟ୍ରିକ୍ ପରୀକ୍ଷାରେ ଅଣାଯାଇଥିବା ସଂସ୍କାର ବ୍ୟବସ୍ଥା ଗ୍ରହଣୀୟ ହୋଇଛି ବୋଲି ଶ୍ରୀମତୀ ପାଢୀ କହିବା ସହିତ ଏଥିପାଇଁ ବୋର୍ଡ ସମେତ ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି
ଅନ୍ୟପକ୍ଷରେ ଚଳିତବର୍ଷ କୌଣସି ଟପ୍ ୧୦ ବା ଟପ୍ ୧୦୦ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇନାହିଁ ସେହିଭଳି ଚଳିତ ବର୍ଷ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ ପାଇ ନଥିବାରୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଫଳାଫଳ ବିଷୟରେ ଜାଣିବା ପାଇଁ ଇଣ୍ଟରନେଟ୍ ବା ମୋବାଇଲ୍ ଫୋନ୍ ଉପରେ ଭରସା କରିଛନ୍ତି ଏହା ଫଳରେ ରାଜ୍ୟର ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ଫଳାଫଳା ଜାଣିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି ସେହିଭଳି ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବୋର୍ଡ ପକ୍ଷରୁ ଏକ ଉନ୍ନତମାନର ପାସ୍ ସାର୍ଟିଫିକେଟ୍ ବା ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ଜଣାପଡିଛି
ଏହା ବ୍ୟତୀତ ଆଜି ଛାତ୍ରଛାତ୍ରୀମାନେ ସେମାନଙ୍କର ଫଳାଫଳ ଦେଖିବା ପରେ ଯଦି ସେମାନଙ୍କ ବାବଦରେ କୌଣସି ତଥ୍ୟଗତ ଯଥା ଜନ୍ମତାରିଖ, ପିତା ବା ମାତାଙ୍କ ନାମ ଆଦିରେ ତ୍ରୁଟିଥାଏ, ତେବେ ସେ ବାବଦରେ ମଇ ୨ ତାରିଖ ସୁଦ୍ଧା ସେମାନେ ନିଜ ନିଜ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି ଏହାଦ୍ବାରା ଆସନ୍ତା ମଇ ୧୦ ତାରିଖ ସୁଦ୍ଧା ପ୍ରତି ଛାତ୍ରଛାତ୍ରୀମାନଙ୍କର ପ୍ରମାଣମପତ୍ରଗୁଡ଼ିକୁ ନିର୍ଭୁଲ ଭାବେ ବିଦ୍ୟାଳୟଗୁଡ଼ିକୁ ପଠାଯିବା ସୁବିଧା ହେବ ବୋଲି ଶ୍ରୀ ନନ୍ଦ ସୂଚନା ଦେଇଥିଲେ ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ମାଟ୍ରିକ୍ ପରୀକ୍ଷା ସରିଥିଲାବେଳେ ସେହି ସମୟରେ ଆଜି ଫଳାଫଳ ପ୍ରକାଶ ପାଇବା ନିମନ୍ତେ ଘୋଷଣା ହୋଇଥିଲା