Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ପ୍ରସ୍ତାବିତ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ଚାରିଲେନ୍‌ କରିବା ନେଇ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା

Date : November 3rd, 2010
Share : | More

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ତୀର୍ଥ ଧାମ ପୁରୀ, ସଦାସର୍ବଦା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଆସିଥିଲା ବେଳେ ଭୁବନେଶ୍ବର-ପୁରୀ ୨୦୩ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଦିନକୁ ଦିନ ବୃଦ୍ଧି ପାଇଚାଲିଛି୤ ଏହା ସହ ତାଳଦେଇ ଦୁର୍ଘଟଣା ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି୤ ରାଜ୍ୟ ସରକାର ଏହି ରାଜପଥକୁ ଚାରି ଲେନ୍‌ରେ ପରିଣତ କରିବା ପାଇଁ ୨୦୦୬ ମସିହାରେ ନିଷ୍ପତ୍ତି ନେଇଥିଲେ ଏବଂ ଏହା ୪ ବର୍ଷ ମଧ୍ୟରେ ସମ୍ପନ୍ନ କରିବାକୁ ସ୍ଥିର ହୋଇଥିଲା୤ ଇତିମଧ୍ୟରେ ୪ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ଆଖି ଦୃଶିଆ ଅଗ୍ରଗତି ହୋଇପାରିନାହିଁ୤ଏ କ୍ଷେତ୍ରରେ ଜମି ଅଧିଗ୍ରହଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି୤

ଉତ୍ତରା ଛକରୁ ପୁରୀ ପର୍ଯ୍ୟନ୍ତ ରାଜପଥ ପାର୍ଶ୍ବରେ ଥିବା ଅଧିକାଂଶ ଘରୋଇ ଜମି ବିଭିନ୍ନ ବିଲ୍ଡର ସଂସ୍ଥା କିଣି ନେଇଛନ୍ତି୤ ଜାତୀୟ ରାଜପଥ ସମ୍ପ୍ରସାରଣ ତଥା ପ୍ରଶସ୍ତିକରଣ ପାଇଁ ହଜାର ହଜାର ଏକର ଜମିର ଆବଶ୍ୟକ ଥିବାବେଳେ ନିର୍ଦ୍ଦିଷ୍ଟ ୧୨ଟି ବିଲ୍ଡର ରାଜପଥ ସଂଲଗ୍ନ ପ୍ରାୟ ୨୦୪୫ ଏକର ଜମିକୁ ହାତେଇ ସାରିଛନ୍ତି୤ ସମ୍ପ୍ରତି ସେହିସବୁ ଜମିକୁ ଡେସିମିଲ୍‌ ପିଛା ଅତି ଚଢ଼ା ଦରରେ ଏପରିକି ୬୦ ହଜାରରୁ ୨ ଳକ୍ଷ ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି କରାଯାଉଛି୤ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଚକବନ୍ଦୀ ହୋଇ ନଥିବା ଜମି, ଜୋର, ନାଳ, ବଗିଚା, ଗୋଚର ଆଦି କିସମର ଜମିକୁ ଘରବାରି କିସମ ଦର୍ଶାଇ ଲୋକଙ୍କୁ ବିକ୍ରି କରାଯାଉଛି୤ ରାଜପଥ ପାର୍ଶ୍ବରେ ଜମି ଖଣ୍ଡେ କିଣି ଘର ନିର୍ମାଣ କରିବାକୁ ଆଶା ବାନ୍ଧିଥିବା ଲୋକେ ସହଜରେ ବିଲ୍ଡର ସଂସ୍ଥାର ଦଲାଲ୍‌ମାନଙ୍କ ପ୍ରଲୋଭନର ଶିକାର ହେଉଛନ୍ତି୤ ଏହି ପରିପ୍ରେକ୍ଷୀରେ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିଲ୍ଡରଙ୍କ ଜାଲରେ ଫସି ପ୍ଲଟ ବୁକିଂ କରିଛନ୍ତି୤ ରାଜପଥ ପ୍ରଶସ୍ତିକରଣ ପାଇଁ ଆବଶ୍ୟକ ପଡୁଥିବା ଜମି ଅଧିଗ୍ରହଣ ନେଇ ରାଜ୍ୟ ସରକାର ଉକ୍ତ ୧୨ଟି ବିଲ୍ଡର ସଂସ୍ଥାକୁ ନୋଟିସ୍‌ ଜାରି କରିଛନ୍ତି୤ ସେମାନେ ବିଲ୍ଡର ସଂସ୍ଥାରୁ କିଣିଥିବା ଜମି ଉପରେ ଯେ ରାସ୍ତା ନିର୍ମାଣ ଅବଶ୍ୟମ୍ଭାବୀ ଏକଥା ସେମାନଙ୍କୁ ଅଛପା ହୋଇ ରହିନାହିଁ୤ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ଅପରିହାର୍ଯ୍ୟ ଥିବାରୁ ବିଲ୍ଡରମାନଙ୍କ ଠାରୁ ଜମି କିଣିଥିବା ଲୋକେ ହରଡ଼ ଘଣାରେ ପଡ଼ିଛନ୍ତି୤ ଦୂରଦୃଷ୍ଟିର ଅଭାବ, ଅପରିଣାମଦର୍ଶିତା ଓ ପ୍ରଲୋଭନର ଶିକାର ହୋଇଥିବା ବ୍ୟକ୍ତିମାନେ ଏବେ ଜମି ବାବଦରେ ଖଟାଇଥିବା ଲକ୍ଷାଧିକ ଟଙ୍କା ଫେରସ୍ତ ପାଇଁ ବିଲ୍ଡର ସଂସ୍ଥା ତଥା ଦଲାଲଙ୍କ ପାଖରେ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି୤ ଲକ୍ଷ ଲକ୍ଷ ଟଙ୍କା ଦେଇ ଲୋଭରେ ନାଳ, ଜୋର, ଗୋଚର ଆଦି କିଣିଥିବା ଲୋକେ କେବଳ ହଇରାଣ ହେବା ସାର ହୋଇଛି୤

ରାଜପଥ କଡ଼ରେ ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣ କରିବା ସ୍ବପ୍ନ ଦେଖିଥିବା ସେମାନଙ୍କ ଆଶା ଧୂଳିସାତ ହେବାକୁ ବସିଛି୤ ଅନ୍ୟ ପକ୍ଷରେ ଗୋଚର ଜମି, ନାଳ ଇତ୍ୟାଦିର କିସମ ପରିବର୍ତ୍ତନ ସହ ଘରବାରି ଭାବେ ଦର୍ଶାଇ ବିକ୍ରି କରାଯାଉଥିବା ଘଟଣା ଉପରେ ରାଜସ୍ବ ବିଭାଗ ସଚିବ ଓ ମନ୍ତ୍ରୀ ଦୃଷ୍ଟି ଦେବା ଏବେ ଜରୁରି ହୋଇପଡିଛି୤ ବିଭିନ୍ନ ତହସିଲ୍‌ରେ ଜମିର କିସମ ପରିବର୍ତ୍ତନ ନେଇ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗର ଖୋଳତାଡ଼ ହେଲେ ବହୁ ଗୁମର ଫିଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି୤ ଏଭଳି ସ୍ଥିତିରେ ଜାତୀୟ ରାଜପଥକୁ ଚାରିଲେନ୍‌ରେ ପରିଣତ କରିବା କାର୍ଯ୍ୟ ଅଧିକ ବିଳମ୍ବ ହେବା ଆଶଙ୍କା ଦେଖା ଦେଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg