Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ପ୍ରତି ସ୍କୁଲରେ ଗଠନ ହେବ ପରିଚାଳନା ଓ ଉନ୍ନୟନ କମିଟି

Date : November 6th, 2010
Share : | More

ଭୁବନେଶ୍ବର: ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପରୀକ୍ଷା ନିରୀକ୍ଷା ଅବ୍ୟାହତ ରଖିଛନ୍ତି୤ଏଣିକି ପ୍ରତି ପ୍ରାଥମିକ ବିଦ୍ୟାଳୟରେ ‘ଗ୍ରାମ୍ୟ ଶିକ୍ଷା କମିଟି’ ଆଉ ରହିବ ନାହିଁ ବୋଲି ନିକଟରେ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି୤ପ୍ରତ୍ୟେକ ବିଦ୍ୟାଳୟ ପାଇଁ ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି ଗଠନ କରାଯାଇ ସେଥିରେ ଅଭିଭାବକମାନଙ୍କୁ ସାମିଲ୍ କରିବା ନେଇ ନିଷ୍ପତ୍ତି ହୋଇଛି୤ କେବଳ ପ୍ରାଥମିକ ସ୍ତରରେ ନୁହେଁ ହାଇସ୍କୁଲ ସ୍ତରରେ ମଧ୍ୟ ଅନୁରୂପ ଢାଞ୍ଚାରେ କମିଟିମାନ ଗଠନ ହେବ୤ ଏହି କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ ହେବା ସହ ବିଭାଗ ପକ୍ଷରୁ ଏ ନେଇ ୩ ବର୍ଷିଆ ଉନ୍ନୟନ ଯୋଜନା ହାତକୁ ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି୤ଏହା ବ୍ୟତୀତ ଶିକ୍ଷା ଜିଲ୍ଲା ଅଧିକାରୀ ଓ ମଣ୍ଡଳାଧୀଶମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବା ପରେ ସ୍କୁଲ ପରିଦର୍ଶନ କରି ରାଜ୍ୟ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଛି୤ ଏହି ତାଲିମ କାର୍ଯ୍ୟକ୍ରମ ନଭେମ୍ବର ୧୮ ରୁ ୨୪ ତାରିଖ ମଧ୍ୟରେ ହେବ ବୋଲି ସ୍ଥିର ହୋଇଛି୤

ସେହିପରି ଶିଶୁ ଅଧିକାର ଅଧିନିୟମକୁ କଡ଼ାକଡ଼ି କରାଯିବା ସହ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ତିନୋଟି ନୂତନ ଯୋଜନା କାର୍ଯ୍ୟକାରୀ ହୋଇଛି୤ ସେଗୁଡିକ ହେଲା- ସମୀକ୍ଷା, ସାଧନ ଓ ସମାଧାନ୤ ଏଥି ସହିତ ସରକାର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ‘ଶିଶୁ ଅଧିକାର ଅଧିନିୟମ’ କୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି୤ ପ୍ରତ୍ୟେକ ବିଦ୍ୟାଳୟର କାର୍ଯ୍ୟକଳାପକୁ ନିୟମିତ ଭାବେ ତଦାରଖ କରିବାପାଇଁ ଗ୍ରାମସଭାକୁ ସମ୍ପୃକ୍ତ କରାଯାଇଛି୤ ସ୍ବତନ୍ତ୍ର ଶିକ୍ଷା ଅଧିକାର ପ୍ରକୋଷ୍ଠ ଖୋଲାଯିବା ସହିତ ଶିଶୁ ଅଧିକାର ସୁରକ୍ଷା ନିମନ୍ତେ ରାଜ୍ୟ ଆୟୋଗ ମଧ୍ୟ ଗଠନ ହୋଇଛି୤ ଶିଶୁ ଅଧିକାର ସମ୍ବଳିତ ଅଭିଯୋଗ ନେଇ ‘ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ’ ଓ ‘ଶିଶୁ ଅଧିକାର ହେଲ୍ପ ଲାଇନ୍‌’ କାର୍ଯ୍ୟକ୍ଷମ କରାଯାଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg