Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ରାଜ୍ୟ ସରକାରଙ୍କ ବିଚିତ୍ର ଶିଳ୍ପନୀତି ; ନିଜସ୍ବ କାରଖାନା ବନ୍ଦ, ବାହାର ଶିଳ୍ପ ସଂସ୍ଥାକୁ ପ୍ରୋତ୍ସାହନ

Date : November 15th, 2010
Share : | More

କଟକ: ରାଜ୍ୟ ସରକାର ଶିଳ୍ପାୟନ ନାଁରେ ରାଜ୍ୟ ବାହାର କମ୍ପାନୀ ଯଥା ପୋସ୍କୋ, ବେଦାନ୍ତ ପରି ବିଦେଶୀ କମ୍ପାନୀମାନଙ୍କୁ ଡାକି ଆଣୁଛନ୍ତି୤ ସେମାନଙ୍କ ନିମନ୍ତେ ପରିବେଶ ଆଦି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଲଢେଇ କରି, ଅନ୍ୟପଟେ ରାଜ୍ୟର ନିଜସ୍ବ କାରଖାନା ଗୁଡିକୁ ପରୋକ୍ଷରେ ବନ୍ଦ କରୁଛନ୍ତି୤ ଯାହା ଫଳରେ ଏଥିରେ କାମ କରୁଥିବା ହଜାର ହଜାର ଶ୍ରମିକମାନେ କର୍ମସଂସ୍ଥାନ ହରାଇ ବେକାର ହେଉଛନ୍ତି୤ ଓଡ଼ିଶାର ନିଜସ୍ବ ପରିଚୟ ଭାବେ ଓଡ଼ିଶା ତିଆରି ଓଟିଏମ ଲୁଗାର ଚାହିଦା ଦେଶବିଦେଶରେ ଥିଲା୤ ରାଜ୍ୟ ପାଇଁ ଅନେକ ସୁନାମ ଆଣିଥିଲା ଏହି ଲୁଗା କାରଖାନା୤ କିନ୍ତୁ ଆଜି ଏହି କାରଖାନା ବନ୍ଦ ହୋଇଛି, ଲୁହଲହୁ ବୁହାଇ ରାଜ୍ୟ ପାଇଁ ଗୌରବ ଆଣିଥିବା ଶ୍ରମିକ ପ୍ରାପ୍ୟ ନ ପାଇ ଭୋକ ଉପାସରେ ଜୀବନ ହରାଉଛି; କିନ୍ତୁ ଶ୍ରମିକଙ୍କୁ ପ୍ରାପ୍ୟ ଦେବାକୁ ସରକାରଙ୍କ ପାଖରେ ସମ୍ବଳ ନାହିଁ୤ କେବଳ ଉଚ୍ଛାଶକ୍ତିର ଅଭାବ ଯୋଗୁଁ ଓଡ଼ିଶାରେ ଶ୍ରମିକମାନଙ୍କ ଏହି ଭାତହାଣ୍ଡିକୁ ସରକାର ବନ୍ଦ କରିଦେଲେ୤ ଓଡ଼ିଆ ପୁଅ ସୁରଟ ସହରର ସୂତାକଳରେ ଦିନରାତି ଖଟୁଛି ହେଲେ ତା ନିଜ ରାଜ୍ୟର ଲୁଗାକଳରେ ତାଲା ଝୁଲୁଛି୤ ଅଥଚ ଏପଟେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଗୋଟିଏ ପରେ ଗୋଟିଏ ବୁଝାମଣା ସ୍ବାକ୍ଷର କରିଚାଲିଛନ୍ତି୤ ରାଜ୍ୟରେ ଶିଳ୍ପାୟନର ଭିତ୍ତିପ୍ରସ୍ତର ପଡ଼ିଥିଲା ପ୍ରଥମେ କଟକରେ୤ ୧୯୪୬ ମସିହାରେ ଚୌଦ୍ବାର ଠାରେ ୫୨୮ ଏକର ସରକାରୀ ଜମିରେ ପ୍ରତିଷ୍ଠା ହେଲା ‘ବିଜୁ ପଟ୍ଟନାୟକ ଆଣ୍ଡ କୋ’ ନାମରେ ଏକ ଲୁଗା ତିଆରି କାରଖାନା୤ ପରବର୍ତ୍ତୀ ସମୟରେ ଏହାକୁ ଓଡ଼ିଶା ଟେକ୍ସଟାଇଲ ମିଲ ବା ଓଟିଏମ ଭାବେ ନାମକରଣ କରିଥିଲେ ବିଜୁବାବୁ୤ କାରଖାନାରୁ ଉତ୍ପାଦିତ ସାମଗ୍ରୀ ଦେଶ ବିଦେଶରେ ବେଶ ସୁନାମ ଅର୍ଜନ କରିଥିଲା୤ ୧୯୮୦ ମସିହାରେ ଓଟିଏମ ସଫଳତାର ଶୀର୍ଷରେ ପହଞ୍ଚିଥିଲାବେଳେ ପ୍ରାୟ ୮୦୦୦ ରୁ ଊର୍ଦ୍ଧ୍ବ ଶ୍ରମିକ କାରଖାନାରେ କାର୍ଯ୍ୟ କରୁଥିଲେ୤ କେବଳ ଓଟିଏମ ନୁହେଁ, ୧୯୫୫ ମସିହାରେ ପ୍ରତିଷ୍ଠା ହେଲା କଳିଙ୍ଗ ଟ୍ୟୁବ୍‌ସ, ୧୯୬୨ ମସିହାରେ ଇଡ଼କୋ ଟାଇଲ୍‌ସ, ୧୯୬୩ ମସିହାରେ ଟିଟାଗଡ଼ କାଗଜକଳ, କଳିଙ୍ଗ ରେଫ୍ରିଜେରେଟର ଏମିତି ୧୦ରୁ ଉର୍ଦ୍ଧ୍ବ କାରଖାନା ପ୍ରତିଷ୍ଠା ହୋଇଥିଲା ଶିଳ୍ପନଗରୀ ଚୌଦ୍ବାରରେ୤

ସେହିଭଳି ନିକଟବର୍ତ୍ତୀ ଜଗତପୁରରେ ମଧ୍ୟ ୬୦ ଦଶକରେ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ୤ ୬୦ ଏକର ସରକାରୀ ଜମିରେ ଗଢ଼ି ଉଠିଲା ଜଗତପୁର ଶିଳ୍ପାଞ୍ଚଳ୤ ବହୁ ବେସରକାରୀ ସଂସ୍ଥା ଏଠାରେ ଶିଳ୍ପ ପ୍ରତିଷ୍ଠା କରି ବେଶ୍‌ ଲାଭବାନ ହେଲେ୤ ସ୍ଥାନୀୟ ବେରୋଜଗାର ବ୍ୟକ୍ତି, ସାଧାରଣ ଲୋକ, ଅନ୍ୟ ସଂସ୍ଥାରେ କାମ କରୁଥିବା କର୍ମଚାରୀ ମଧ୍ୟ ଅଧିକ ସୁଖସୁବିଧା ଲାଭ ଆଶାରେ ଚାକିରି କଲେ୤ ଲୋକଙ୍କ ଆର୍ଥିକ ଅବସ୍ଥାରେ ଆଖି ଦୃଶିଆ ପରିବର୍ତ୍ତନ ଘଟିଲା୤ ବ୍ୟବସାୟୀଙ୍କ ଆଗ୍ରହ ଦେଖି ସରକାର ଜଗତପୁରରେ ଆଉ ୨୭୫ ଏକର ସରକାରୀ ଜମି ଯୋଗାଇଦେଲେ୤ ସେଠାରେ ଗଢ଼ି ଉଠିଲା ୨୦୦ ରୁ ଉର୍ଦ୍ଧ୍ବ ଛୋଟବଡ଼ କଳକାରଖାନାକୁ ନେଇ ନୂଆ ଜଗତପୁର ଶିଳ୍ପାଞ୍ଚଳ୤ ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ୨୦୦୧ ମସିହାରେ ଓଟିଏମ ବନ୍ଦ ହୋଇଗଲା ଏବଂ ୪୫୦୦ ରୁ ଉର୍ଦ୍ଧ୍ବ ଶ୍ରମିକ ସେମାନଙ୍କ ଜୀବିକା ହରାଇଲେ୤ କାରଖାନା ବନ୍ଦ ଯୋଗୁଁ ପରୋକ୍ଷଭାବେ ୫୦ ହଜାରରୁ ଉର୍ଦ୍ଧ୍ବଲୋକଙ୍କ ଦାନାପାଣି ମଧ୍ୟ ବନ୍ଦ ହୋଇଗଲା୤ କରଖାନା ସିନା ସରକାର ବନ୍ଦ କରିଦେଲେ କିନ୍ତୁ ଶ୍ରମିକଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ମିଳିଲାନାହିଁ୤ ଏବେ ବି ୨୦୦୦ ରୁ ଉର୍ଦ୍ଧ୍ବ ଶ୍ରମିକ ସେମାନଙ୍କ ପ୍ରାପ୍ୟ ନପାଇ ଆର୍ଥିକ ଅନାଟନ ମଧ୍ୟରେ କାଳାତିପାତ କରୁଥିବାବେଳେ ଅଦ୍ୟାବଧି ୨୩ଜଣ ଶ୍ରମିକ ଆତ୍ମହତ୍ୟା କରିସାରିଲେଣି୤ କେବଳ ଓଟିଏମ ନୁହେଁ, ରାଜ୍ୟ ସରକାରଙ୍କ ଶିଳ୍ପମାରଣ ନୀତି ଯୋଗୁଁ ଜଗତପୁର ଶିଳ୍ପାଞ୍ଚଳରେ ମଧ୍ୟ ଗୋଟିଏ ପରେ ଗୋଟିଏ କାରଖାନା ବନ୍ଦ ହୋଇଗଲାଣି୤ ୧୯୭୦ ମସିହାରେ ଜଗତପୁରରେ ୨୦୦ ରୁ ଊର୍ଦ୍ଧ୍ବ କାରଖାନା କାର୍ଯ୍ୟକ୍ଷମ ଥିବାବେଳେ ବର୍ତ୍ତମାନ ମାତ୍ର ୬୦ ରୁ ୭୦ଟି ଶିଳ୍ପ କାରଖାନା କାର୍ଯ୍ୟକ୍ଷମ ଅଛି୤ ଅବଶିଷ୍ଟ କାରଖାନାଗୁଡିକ ମଧ୍ୟରୁ କେତେକ ରୁଗ୍‌ଣ ହୋଇଗଲାଣି ତ କେଉଁ କାରଖାନାରେ ତାଲା ଝୁଲିଲାଣି୤ ସରକାରୀ ସହାୟତା ଓ ପ୍ରୋତ୍ସାହନ ଅଭାବରୁ ଗୋଟିଏ ପରେ ଗୋଟିଏ କାରଖାନାରେ ତାଲା ପଡିବାରେ ଲାଗିଛି୤ ଏହା ସତ୍ତ୍ବେ ମଧ୍ୟ ସରକାରଙ୍କ ସଦ୍‌ବୁଦ୍ଧି ଜାଗ୍ରତ ହେଉନାହିଁ ୤

କେବଳ ନୂଆ କାରଖାନା ନୁହେଁ, ରୁଗଣ ଓ ଦେବାଳିଆ କାରଖାନାକୁ ସହାୟତା ମିଳିଲେ ସେଠାରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା, ହେଲେ ସରକାର ବୋଧହୁଏ ଏହା ଚାହାନ୍ତି ନାହିଁ୤ ରାଜ୍ୟର ଛୋଟବଡ଼ କାରଖାନା ପଛେ ବନ୍ଦ ହେଉ, ସରକାରଙ୍କ ଇଚ୍ଛା କିନ୍ତୁ ବାହାର ଶିଳ୍ପ ସଂସ୍ଥା ଆସନ୍ତୁ ଓ କଳକାରଖାନା ବସାନ୍ତୁ୤ ଏ ହେଉଛି ସରକାରଙ୍କ ବିଚିତ୍ର ଶିଳ୍ପନୀତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg