ରାଜ୍ୟରେ ମହାବିଦ୍ୟାଳୟ ଶିକ୍ଷା ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ବର: ରାଜ୍ୟରେ ମହାବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ୨୫ ଜଣ ଜିଲ୍ଲା ଶିକ୍ଷା ପରାମର୍ଶଦାତା ନିଯୁକ୍ତି ଦେବେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଚଳିତମାସ ଶେଷ ସୁଦ୍ଧା ସେମାନଙ୍କୁ ନିଯୁକ୍ତି ଦିଆଯିବ ଜିଲ୍ଲା ମୁଖ୍ୟାଳୟରେ ଥିବା ମହାବିଦ୍ୟଳୟରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ରହିବ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଉପରେ ସେମାନେ ଅନୁଧ୍ୟାନ କରିବେ ଏହି ଜିଲ୍ଲା ଶିକ୍ଷା ପରାମର୍ଶଦାତାମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ ରାଜ୍ୟରେ ମହାବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହ ଏଥିରେ ଥିବା ସମସ୍ୟା ସମ୍ପର୍କରେ ସେମାନେ ଉଚ୍ଚଶିକ୍ଷା ବିଭାଗକୁ ନିୟମିତ ଭାବେ ସୂଚନା ଦେବେ
ରାଜ୍ୟ ସରକାର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ସଂସ୍କାର ଆଣିଥିବାବେଳେ ଜିଲ୍ଲାସ୍ତରରୁ ସେହି ଜିଲ୍ଲାରେ ଥିବା ମହାବିଦ୍ୟାଳୟଗୁଡ଼ିକର ସମସ୍ୟା ଓ ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ସ୍ବରୂପ ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଉକ୍ତ ପରାମର୍ଶଦାତା ଭାବେ ପ୍ରଫେସର ପଦର ଅଧିକାରୀଙ୍କୁ ବର୍ଷକ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ ପରବର୍ତ୍ତୀ ସମୟରେ କାର୍ଯ୍ୟକାଳ ବୃଦ୍ଧି କରାଯିବ ଜିଲ୍ଲା ଶିକ୍ଷା ପରାମର୍ଶଦାତା ତଥା ଉଚ୍ଚଶିକ୍ଷା ବିଭାଗର ଜିଲ୍ଲା ଆଇନ ପରାମର୍ଶଦାତା ଭାବେ ସେମାନେ କାର୍ଯ୍ୟ ତୁଲାଇବେ ସେମାନେ ପଦ ସେମାନଙ୍କୁ ପାରିଶ୍ରମିକ ବାବଦରେ ମାସିକ ୧୫ ହଜାର ଟଙ୍କା, ବିଭିନ୍ନ ମହାବିଦ୍ୟାଳୟ ଗସ୍ତ ପାଇଁ ଯାନ ଓ ଅନ୍ୟାନ୍ୟ ସୁବିଧା ଦିଆଯିବ ଉଚ୍ଚଶିକ୍ଷା ବିଭାଗ ଯେଉଁ ମହାବିଦ୍ୟାଳୟ ଉପରେ ତଥ୍ୟ ଆବଶ୍ୟକ କରିବେ ତା’ଉପରେ ପରାମର୍ଶଦାତାମାନେ ଅନୁଧ୍ୟାନ କରି ରିପୋର୍ଟ ଦେବେ ଜିଲ୍ଲାସ୍ତରରୁ ତଦାରଖ କରାଗଲେ ସମସ୍ତ ମହାବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ଶୃଙ୍ଖଳିତ ହୋଇପାରିବ ଏହା ଫଳରେ ମହାବିଦ୍ୟାଳୟର ସମସ୍ୟା ସିଧାସଳଖ ସରକାରଙ୍କ ନିକଟରେ ପହଞ୍ଚିପାରିବ ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲକ୍ଷ୍ୟ ରଖି ଏହି ବ୍ୟବସ୍ଥା ହାତକୁ ନିଆଯାଇଥିବା ସୂଚନା ମିଳିଛି
ଉକ୍ତ ପରାମର୍ଶଦାତାମାନେ ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ମହାବିଦ୍ୟାଳୟ ସହିତ ସମସ୍ତ ମହାବିଦ୍ୟାଳୟ ପରିଦର୍ଶନ କରିପାରିବେ ଏମାନଙ୍କ ରିପୋର୍ଟ ଆଧାରରେ କେଉଁ ମହାବିଦ୍ୟାଳୟରେ କ’ଣ ସମସ୍ୟା ରହିଛି ଏବଂ ତାକୁ କିଭଳି ସୁଧାରିହେବ ତା’ଉପରେ ବିଭାଗ ପଦକ୍ଷେପ ନେଇପାରିବ ବିଦ୍ୟାଳୟସ୍ତରରେ ଶିକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଜିଲ୍ଲାସ୍ତରରେ ଅଧିକାରୀ ଅଛନ୍ତି ଅନୁରୂପ ଭାବେ ମହାବିଦ୍ୟାଳୟ ଶିକ୍ଷାର ଅନୁଧ୍ୟାନ ପାଇଁ ଜିଲ୍ଲାସ୍ତରରେ ଏହି ଶିକ୍ଷାବିତ୍ମାନଙ୍କୁ ନିଯୁକ୍ତି ଦିଆଯିବ ନିଯୁକ୍ତି ପାଇବାକୁ ଥିବା ୨୫ ଜଣ ଜିଲ୍ଲା ଶିକ୍ଷା ପରାମର୍ଶଦାତାଙ୍କ ମଧ୍ୟରୁ ୨୦ଜଣ ୨୦ଟି ଜିଲ୍ଲା ଦାୟିତ୍ବରେ ରହିବେ ଅବଶିଷ୍ଟ ୫ ଜଣ ଦୁଇ ଦୁଇଟି ଜିଲ୍ଲା ଦାୟିତ୍ବ ଦିଆଯିବ ବଲାଙ୍ଗୀର-ସୋନପୁର, କୋରାପୁଟ-ନବରଙ୍ଗପୁର, କଳାହାଣ୍ଡି-ନୂଆପଡ଼ା, କନ୍ଧମାଳ-ବୌଦ୍ଧ ଏବଂ ଗଞ୍ଜାମ-ଗଜପତି ଆଦି ଦୁଇ ଦୁଇଟି ଜିଲ୍ଲା ପାଇଁ ଜଣେ ଲେଖାଏଁ ପରାମର୍ଶଦାତା କର୍ଯ୍ୟ କରିବେ ବୋଲି ଜଣାପଡ଼ିଛି