ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା: ଭୁବନେଶ୍ବର ସବୁଠାରୁ ଉତ୍ତପ୍ତ
ଭୁବନେଶ୍ବର: ଆସନ୍ତା ୧୦ ତାରିଖ ଓ ୧୭ ତାରିଖରେ ଓଡ଼ିଶାରେ ହେବାକୁ ଯାଉଛି ନିର୍ବାଚନ ଏକାସହିତ ବିଧାନସଭା ଓ ଲୋକସଭା ପାଇଁ ହେବାକୁଥିବା ଏହି ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ଏବେ ପ୍ରଚାର ଜୋର୍ ଧରିବାରେ ଲାଗିଛି ଏହାଫଳରେ ରାଜ୍ୟରେ ନିର୍ବାଚନୀ ତାତି ବଢ଼ିବାରେ ଲାଗିଛି ଅନ୍ୟପକ୍ଷରେ ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ଧିରେ ଧିରେ ବଢ଼ିବା ସହିତ ବିଭିନ୍ନ ସ୍ଥାନରେ ଏବେଠୁ ଅସମ୍ଭାଳ ଗୁଳୁଗୁଳି ଅନୁଭୂତ ହେଉଛି ରାଜ୍ୟ ପାଣିପାଗ ବିଭାଗ ତଥ୍ୟ ଅନୁସାରେ ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ତାପମାତ୍ରା ଆଜି ଭୁବନେଶ୍ବରରେ ୪୧.୩ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ଏହା ମାର୍ଚ୍ଚ ୨୮ତାରିଖ ଦିନପାଇଁ ଦେଶରେ ସବୁଠୁ ଅଧିକ ତାପମାତ୍ରା ବୋଲି କୁହାଯାଉଛି ଭୁବନେଶ୍ବରକୁ ବାଦ ଦେଲେ ଟିଟିଲାଗଡ଼ରେ ମଧ୍ୟ ତାପମାତ୍ରା ୪୧ଡ଼ିଗ୍ରୀ ଛୁଇଁଛି ଏହା ବ୍ୟତୀତ ରାଜ୍ୟର ଚାନ୍ଦବାଲି, ଅନୁଗୋଳ, ବାରିପଦା, ଝାରସୁଗୁଡ଼ା, ଭବାନୀପାଟଣା, ବଲାଙ୍ଗୀରର ତାପମାତ୍ରା ୪୦ରୁ ୪୫ଡ଼ିଗ୍ରୀ ମଧ୍ୟରେ ରହିଛି ଏହା ସହିତ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଛି
ସେହିପରି ଦୁଇଦିନ ତଳେ ପୁରୀର ତାପମାତ୍ରା ୩୯.୨ ଡ଼ିଗ୍ରୀ ଥିଲା ଏହି ସମୟରେ ଏହା ପୁରୀର ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ଆଜିଠାରୁ ଆସନ୍ତା ସୋମବାର ମଧ୍ୟରେ ଭୁବନେଶ୍ବରର ତାପମାତ୍ରା ୪୧ରୁ ୪୨ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ଡ଼ିଗ୍ରୀ ବଢ଼ିପାରେ ବୋଲି ଆକଳନ କରାଯାଉଛି ପରବର୍ତ୍ତୀ ଦିନଗୁଡ଼ିକରେ ତାପମାତ୍ରା କମିଲେ ମଧ୍ୟ ଉତ୍ତର ପଶ୍ଚିମ ଓଡ଼ିଶା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଅଞ୍ଚଳରେ ତାପମାତ୍ରା ୨ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଏବେ ରାତିର ତାପାମତ୍ରା କିଛି ସ୍ଥାନରେ ସ୍ବାଭାବିକ ରହୁଥିଲାବେଳେ ଅନ୍ୟ କେତେକ ସ୍ଥାନରେ ଆବଶ୍ୟକତାଠାରୁ ବୃଦ୍ଧି ପାଇବାରେ ଲାଗିଛି ସେହିପରି ଆସନ୍ତାକାଲିଠାରୁ ଉତ୍ତରା ପବନ ବହିବା ସହିତ ଭୁବନେଶ୍ବର ଓ ସମଗ୍ର ଉପକୂଳ ଓଡ଼ିଶାରେ ଦିନ ଓ ରାତିର ତାପମାତ୍ରା ଭିତରେ ୧୫ଡ଼ିଗ୍ରୀର ପାର୍ଥକ୍ୟ ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି