Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
Total Votes: 2477 Started: October 1, 2010 Back to Vote Screen
ARCHIVE
December 2019
M T W T F S S
     
 1
2345678
9101112131415
16171819202122
23242526272829
3031  

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା: ଭୁବନେଶ୍ବର ସବୁଠାରୁ ଉତ୍ତପ୍ତ

Date : March 29th, 2014
Share : | More

ଭୁବନେଶ୍ବର: ଆସନ୍ତା ୧୦ ତାରିଖ ଓ ୧୭ ତାରିଖରେ ଓଡ଼ିଶାରେ ହେବାକୁ ଯାଉଛି ନିର୍ବାଚନ୤ ଏକାସହିତ ବିଧାନସଭା ଓ ଲୋକସଭା ପାଇଁ ହେବାକୁଥିବା ଏହି ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ଏବେ ପ୍ରଚାର ଜୋର୍‌ ଧରିବାରେ ଲାଗିଛି୤ ଏହାଫଳରେ ରାଜ୍ୟରେ ନିର୍ବାଚନୀ ତାତି ବଢ଼ିବାରେ ଲାଗିଛି୤ ଅନ୍ୟପକ୍ଷରେ ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ଧିରେ ଧିରେ ବଢ଼ିବା ସହିତ ବିଭିନ୍ନ ସ୍ଥାନରେ ଏବେଠୁ ଅସମ୍ଭାଳ ଗୁଳୁଗୁଳି ଅନୁଭୂତ ହେଉଛି୤ ରାଜ୍ୟ ପାଣିପାଗ ବିଭାଗ ତଥ୍ୟ ଅନୁସାରେ ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ତାପମାତ୍ରା ଆଜି ଭୁବନେଶ୍ବରରେ ୪୧.୩ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି୤ ଏହା ମାର୍ଚ୍ଚ ୨୮ତାରିଖ ଦିନପାଇଁ ଦେଶରେ ସବୁଠୁ ଅଧିକ ତାପମାତ୍ରା ବୋଲି କୁହାଯାଉଛି୤ ଭୁବନେଶ୍ବରକୁ ବାଦ ଦେଲେ ଟିଟିଲାଗଡ଼ରେ ମଧ୍ୟ ତାପମାତ୍ରା ୪୧ଡ଼ିଗ୍ରୀ ଛୁଇଁଛି୤ ଏହା ବ୍ୟତୀତ ରାଜ୍ୟର ଚାନ୍ଦବାଲି, ଅନୁଗୋଳ, ବାରିପଦା, ଝାରସୁଗୁଡ଼ା, ଭବାନୀପାଟଣା, ବଲାଙ୍ଗୀରର ତାପମାତ୍ରା ୪୦ରୁ ୪୫ଡ଼ିଗ୍ରୀ ମଧ୍ୟରେ ରହିଛି୤ ଏହା ସହିତ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଛି୤

ସେହିପରି ଦୁଇଦିନ ତଳେ ପୁରୀର ତାପମାତ୍ରା ୩୯.୨ ଡ଼ିଗ୍ରୀ ଥିଲା୤ ଏହି ସମୟରେ ଏହା ପୁରୀର ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି୤ ଆଜିଠାରୁ ଆସନ୍ତା ସୋମବାର ମଧ୍ୟରେ ଭୁବନେଶ୍ବରର ତାପମାତ୍ରା ୪୧ରୁ ୪୨ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି୤ ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ଡ଼ିଗ୍ରୀ ବଢ଼ିପାରେ ବୋଲି ଆକଳନ କରାଯାଉଛି୤ ପରବର୍ତ୍ତୀ ଦିନଗୁଡ଼ିକରେ ତାପମାତ୍ରା କମିଲେ ମଧ୍ୟ ଉତ୍ତର ପଶ୍ଚିମ ଓଡ଼ିଶା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଅଞ୍ଚଳରେ ତାପମାତ୍ରା ୨ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ୤ ଏବେ ରାତିର ତାପାମତ୍ରା କିଛି ସ୍ଥାନରେ ସ୍ବାଭାବିକ ରହୁଥିଲାବେଳେ ଅନ୍ୟ କେତେକ ସ୍ଥାନରେ ଆବଶ୍ୟକତାଠାରୁ ବୃଦ୍ଧି ପାଇବାରେ ଲାଗିଛି୤ ସେହିପରି ଆସନ୍ତାକାଲିଠାରୁ ଉତ୍ତରା ପବନ ବହିବା ସହିତ ଭୁବନେଶ୍ବର ଓ ସମଗ୍ର ଉପକୂଳ ଓଡ଼ିଶାରେ ଦିନ ଓ ରାତିର ତାପମାତ୍ରା ଭିତରେ ୧୫ଡ଼ିଗ୍ରୀର ପାର୍ଥକ୍ୟ ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg