ନୟାଗଡ଼ ରଙ୍ଗଣୀପାଟଣା ଶାଢ଼ୀ ଏବେ ସ୍ବପ୍ନ:ବୁଡ଼ିବାକୁ ବସିଲାଣି କୁଳବେଉସା
ନୟାଗଡ଼(ହି.ସ.) : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ୍ର ରଙ୍ଗଣୀପାଟଣା ଗାଁ ଥିଲା ବୁଣାକାରମାନଙ୍କର ସ୍ବର୍ଗ ଏଠାରେ ତିଆରି ଶାଢ଼ୀର ସୁନାମ ରାଜ୍ୟ ତଥା ରାଜ୍ୟ ବାହାରେ ଥିଲା ଦିନ ଥିଲା ତନ୍ତର ଠକ୍ଠାକ୍ ଶବ୍ଦରେ ହିଁ ପିଲାମାନେ ନିଦରୁ ଉଠି ଅଳସ ଭାଙ୍ଗୁଥିଲେ ହେଲେ ସେ ସମୟ ଆଉ ନାହିଁ ଆଜି ତନ୍ତ ଶୂନ୍ୟ ହୋଇପଡ଼ିଛି ଏହି ଗାଁ ଅନେକ କାରିଗର ଏହି କୁଳବେଉସା ଛାଡ଼ି ଦେଲେଣି କିଏ ମଜୁରି ଲାଗିଲାଣି ତ, କିଏ ପର ପାଖରେ କାମ କରି ପେଟ ପୋଷିବା ଆଶାରେ ରାଜ୍ୟ ବାହାରକୁ ଚାଲିଗଲାଣି ଯେଉଁ ଗାଁରେ ଦିନେ ୨ଶହ ତନ୍ତ ଥିଲା ସେଠି ଏବେ ମାତ୍ର ୩ଟି ତନ୍ତ ରହିଛି ଯେଉଁ କେତେଜଣ କୁଳବେଉସା ଛାଡ଼ି ପାରିନାହାଁନ୍ତି ସେମାନେ ପରମ୍ପରାକୁ ବଞ୍ଚାଇ ରଖିବାକୁ ଅଦ୍ୟାବିଧି ଚେଷ୍ଟା ଚଳାଇଛନ୍ତି ‘ମାଗୁଣିର ଶଗଡ଼’ ପରି ଏହି ତନ୍ତୀମାନଙ୍କ ଅବସ୍ଥା ଏବେ ଦୁର୍ବିସହ ହୋଇପଡ଼ିଛି ନା ସେମାନଙ୍କ ପାଇଁ ଅଛି ସରକାରୀ ସହାୟତା ନା ସମ୍ମାନ ତଥାପି ଭାଗ୍ୟକୁ ଆଦରି ବଞ୍ଚିଛନ୍ତି କେତୋଟି ପରିବାର
ଏକଦା ଏମାନଙ୍କ ଦ୍ବାରା ପ୍ରସ୍ତୁତି ଶାଢ଼ୀ ଓ ଗାମୁଛାର ଯଥେଷ୍ଟ ଆଦର ଓ ଚାହିଦା ଥିଲା ଭଲ ଦୁଇ ପଇସା ରୋଜଗାର ମଧ୍ୟ ହେଉଥିଲା କିନ୍ତୁ ମେସିନ୍ ବୁଣା ଲୁଗା ବହୁ କମ୍ ଦାମରେ ମିଳିବାରୁ ତନ୍ତବୁଣା ଲୁଗାକୁ ଲୋକେ ପସନ୍ଦ କଲେ ନାହିଁ ଫଳରେ ଅନେକ ଏ କୁଳ ବେଉସା ଛାଡ଼ି ଅନ୍ୟ ଆଡ଼େ ଚାଲିଗଲେ ଯେଉଁ କେତେଜଣ ରହିଲେ ହସ୍ତତନ୍ତ ସାହାଯ୍ୟରେ ଲୁଗାବୁଣା କାର୍ଯ୍ୟ ଚାଲୁ ରଖିଲେ, ସେମାନଙ୍କୁ ସହଯୋଗ କଲା ଓଡ଼ଗାଁ ହସ୍ତତନ୍ତ ସହଯୋଗ ସମିତି ଲିଃ., ସମିତିରୁ ଯୋଗାଇ ଦିଆଗଲା ସୂତା ଏହି ସୂତାରୁ ବିଭିନ୍ନ ଡିଜାଇନ୍ର ବସ୍ତ୍ର ପ୍ରସ୍ତୁତ କରିବା ପରେ ସେମାନେ ନେଇ ଦେଉଥିଲେ ସମିତିକୁ ଏହି ବାବଦରେ ସମିତିରୁ କିଛି ଟଙ୍କା ମିଳୁଥିଲା ହେଲେ ସମୟ ପରିବର୍ତ୍ତନ ସହିତ ବଜାରରେ ବାହାର ରାଜ୍ୟର ଲୁଗା ପ୍ରବେଶ କଲା ଏପରିକି ତନ୍ତବୁଣା ଲୁଗାଠାରୁ ଏହା ଅଧିକ ସୁନ୍ଦର ଲାଗିଲା ଲୋକେ ଆଉ ତନ୍ତବୁଣାକୁ ପସନ୍ଦ କଲେନି ବ୍ୟବସାୟୀ ବି ମୁହଁ ଫେରାଇ ନେଲେ ଫଳରେ ତନ୍ତବୁଣା ଲୁଗା ବିକ୍ରୟ ନ ହୋଇ ପଡ଼ିରହିଲା ବୁଣାକାରମାନେ ସେମାନଙ୍କ ମଜୁରି ପାଇପାରିଲେ ନାହିଁ ବସ୍ତ୍ର ବୁଣିବା ପାଇଁ ସୂତା ଅଥବା ଟଙ୍କା ପାଇଲେ ନାହିଁ ବାଧ୍ୟ ହୋଇ ସେମାନେ ମହାଜନଠାରୁ ଅର୍ଥ ଆଣି ତନ୍ତ ଚଳାଇଲେ ହସ୍ତତନ୍ତ ସମିତିକୁ କେହି ପଚାରିଲେ ନାହିଁ, ଫଳରେ ଧୀରେ ଧୀରେ ଏହା ବନ୍ଦ ହୋଇଗଲା ସେହିପରି ମହାଜନଠାରୁ ଆଣିଥିବା ଧାର କରଜ ଟଙ୍କା ମଧ୍ୟ ବୁଣାକାରମାନେ ପରିଶୋଧ କରି ନ ପାରି ଋଣ ବୋଝରେ ସଢ଼ିଲେ ଏଣୁ ଆସ୍ତେ ଆସ୍ତେ ଏହି ବୃତ୍ତି ଲୋପ ପାଇ ଚାଲିଲା ତେବେ କିଛି ଲୋକେ ନିଜର ପରମ୍ପରାଗତ ବେଉସାକୁ ଛାଡ଼ି ନ ପାରି କେବଳ ବଞ୍ଚାଇ ରଖିଛନ୍ତି ତେବେ ଏହି କାର୍ଯ୍ୟ ବହୁଦିନ ନ ଚାଲି ଖୁବ୍ଶୀଘ୍ର ଏହି ଗାଁରୁ ଲୋପ ପାଇଯିବାକୁ ବସିଛି
ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା କମଳା ସାହୁ ଓ କୀର୍ତ୍ତନ ସାହୁ କହନ୍ତି, ପୂର୍ବରୁ ବୁଣା ଲୁଗା ହେଉ କି ଗାମୁଛା ହେଉ ଲୋକଙ୍କୁ ଯୋଗାଇ ହେଉ ନଥିଲା ପରେ ଏହାର ଚାହିଦା କମିଗଲା ଏଣୁ ବୁଣାକାର ପରିବାର ଦୟନୀୟ ସ୍ଥିତିରେ କାଳାତିପାତ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତତନ୍ତ ସହ ବୟନ ଶିଳ୍ପ ଉପରେ ଗୁରୁତ୍ବ ଦେଉଥିବାବେଳେ ଅତି ଦୟନୀୟ ଅବସ୍ଥାରେ ଓ ଗ୍ରାମରୁ ଲୋପ ପାଇବାକୁ ଯାଉଥିବା ଏହି ବୁଣାକାରଙ୍କ ସମସ୍ୟାକୁ ଗୁରୁତ୍ବ ନ ଦେବା ଦୁଃଖ ଓ ପରିତାପର ବିଷୟ ବୋଲି ସେମାନେ ହି.ସ.କୁ କହିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ କର କୁହନ୍ତି ରଙ୍ଗଣୀପାଟଣା ପରି ଜିଲ୍ଲାର ଅନେକ ଗାଁରୁ ଏହି ବୁଣାକାରଙ୍କ ସଂଖ୍ୟା ଲୋପ ପାଇଗଲାଣି ସରକାର ଏଥିପାଇଁ ଏବେ ବି ଅନୁଦାନ ରାଶି ଯୋଗାଇ ଦେଉଥିଲେ ମଧ୍ୟ ବୁଣାକାରମାନେ ଏହାର ଫାଇଦା ପାଇପାରୁନାହାନ୍ତି ନୟାଗଡ଼ର ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଗନ୍ତାୟତ କୁହନ୍ତି- ସରକାରଙ୍କ ସମସ୍ତ ପ୍ରକାର ପ୍ରଚେଷ୍ଟା ସତ୍ତ୍ବେ ରଙ୍ଗଣୀପାଟଣା ପରି ଜିଲ୍ଲାର ଅନେକ ଗାଁରୁ ଏହି ବୁଣାକାରଙ୍କ ସଂଖ୍ୟା ଲୋପପାଇଯାଉଛି ବୁଣାକାରମାନଙ୍କ ଦ୍ବାରା ଉତ୍ପାଦିତ ବସ୍ତ୍ରର ବିକ୍ରୀ ସୁବିଧା ପାଇଁ ଜିଲ୍ଲାରେ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ଲିଃ. ଗୁଡ଼ିକୁ ବାଣିଜ୍ୟ ସହାୟତା ଓ ରିହାତି ସହାୟତା ବିଭାଗ ତରଫରୁ ଯୋଗାଇ ଦିଆଯାଇଛି ଏବଂ ବୁଣାକାରମାନଙ୍କର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି